Jump to content

ଗୀତା ପ୍ରେସ , ଗୋରଖପୁର

ଉଇକିପିଡ଼ିଆ‌ରୁ
ଗୀତା ପ୍ରେସ , ଗୋରଖପୁର
ସ୍ଥାପନା1923 (1923)
ପ୍ରତିଷ୍ଠାତାJay Dayal Goyandka and Ghanshyam Das Jalan
ଆରମ୍ଭ ସ୍ଥାନIndia
ମୁଖ୍ୟାଳୟGorakhpur, Uttar Pradesh
ବିତରଣWorldwide
ପ୍ରକାଶ ପ୍ରକାରHindu Religious Books and Kalyan Masik
Nonfiction topicsHinduism, Sanatana Dharma
କର୍ମଚାରୀ ସଂଖ୍ୟା350
ମୁଖ୍ୟ ୱେବସାଇଟgitapress.org

ଗୀତା ପ୍ରେସ ବିଶ୍ୱର ସର୍ବବୃହତ ଧର୍ମଗ୍ରନ୍ଥ ପ୍ରକାଶକ ।[] ଏହା ଭାରତୀୟ ରାଜ୍ୟ ଉତ୍ତର ପ୍ରେଦେଶର ଗୋରଖପୁରଠାରେ ଅବସ୍ଥିତ । ୧୯୨୩ ମସିହାରେ ଜୟଦୟାଲ ଗୋଏଙ୍କା ଏବଂ ଘନଶ୍ୟାମ ଦାସ ଜାଲାନଙ୍କଦ୍ୱାରା ସନାତନ ଧର୍ମର ନୀତି ରୀତିର ପ୍ରସାର ପାଇଁ ଏହା ପ୍ରତିଷ୍ଠା କରାଯାଇଥିଲା । ଭାଇଜୀ ନାମରେ ପରିଚିତ ହନୁମାନ ପ୍ରସାଦ ପୋଦ୍ଦାର ଏହାର 'କଲ୍ୟାଣ "[]ନାମକ ପତ୍ରିକା ପ୍ରଥମ ଓ ଆଜୀବନ ସମ୍ପାଦକ ଥିଲେ । ସେ ତାଙ୍କର କଲମ ନାମ " ଶିବ" ରଖିଥିଲେ । ଏହି ପତ୍ରିକା ୧୯୨୭ରୁ ପ୍ରକାଶିତ ହେଲା ବେଳେ ଏହାର ପ୍ରସାର ମାତ୍ର ୧,୬୦୦ ଥିବା ବେଳେ ଅଧୁନା ଏହା ୨.୫ ଲକ୍ଷରେ ପହଞ୍ଚିଲାଣି । ଗୀତା ପ୍ରେସର ସଂଗ୍ରହାଳୟରେ ୩,୫୦୦ରୁ ଉର୍ଦ୍ଧ ପାଣ୍ଡୁଲିପି ସହ ଗୀତା[] ର୧୦୦ ଉର୍ଦ୍ଧ ବ୍ୟାଖ୍ୟା ରହିଛି । 


ଗୀତା ପ୍ରେସର ପ୍ରଥମ ମୁଦ୍ରଣାଳୟ ୧୯୨୩ ମସିହାରେ ପ୍ରତିଷ୍ଠା ହେଇଥିଲା । ଏହାର ପ୍ରତିଷ୍ଠା ପରଠୁ ଗୀତା ପ୍ରେସଦ୍ୱାରା ୪୧୦ ମିଲିୟନ ଗୀତାର ବିଭିନ୍ନ ଭାଷା ସଂସ୍କରଣ ମୁଦ୍ରିତ ଓ ପ୍ରକାଶିତହେବା ସହ ୭୦ ମିଲିୟନ ରାମଚରିତ ମାନସ ମଧ୍ୟ ପ୍ରକାଶିତ ହୋଇଛି । ଗୀତା ପ୍ରେସର ସମସ୍ତ ପୁସ୍ତକ ବହୁତ ରିହାତି ଦରରେ ଗ୍ରାହକମାନଙ୍କୁ ଉପଲବ୍ଧ କରାଯାଇଥାଏ । 

ଗୀତା ପ୍ରେସର ମୁଖ୍ୟ ଦ୍ୱାର 

ଡିସେମ୍ବର ୨୦୧୪  ରେ ମଜୁରି ଜନିତ ବିବାଦୀୟ ପରିସ୍ଥିତି ଯୋଗୁଁ []ଏହା ସାମୟିକ ଭାବରେ ବନ୍ଦ ହେଇଯାଇଥିଲା  କିନ୍ତୁ ଅଳ୍ପ ଦିନ ପରେ ଏହା ପୁନର୍ବାର କାର୍ଯ୍ୟ କରିଥିଲା ।[]

ପ୍ରକାଶନ ସମୂହ 

[ସମ୍ପାଦନା]
  • କଲ୍ୟାଣ ମାସିକ ( ହିନ୍ଦୀରେ ) ଏକ ମାସିକ ମେଗାଜିନ ଯାହା ୧୯୨୭ ମସିହାରୁ ନିୟମିତ ଭାବରେ ପକାଶିତ ହେଇଆସୁଛି । ଏଥିରେ ଧର୍ମ ଆଧାରିତ ଅନେକ ଲେଖା ପ୍ରକାଶିତ ହେଇଥାଏ ଓ ଉତ୍ତମ ଭାବନା ତଥା ଜଣ କଲ୍ୟାଣ ମୂଳକ ବିଷୟ ବସ୍ତୁ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥାଏ । ଭାରତୀୟ ସାଧୁ ଓ ବିଦ୍ୱାନମାନେ ଏଥିରେ ସନ୍ଦର୍ଭମାନେ ଦେଇଥାନ୍ତି । 
  • କଲ୍ୟାଣ -କଳ୍ପତରୁ ( ଇଂରାଜୀରେ ) କଲ୍ୟାଣ ମାସିକ ପରି ଏହା ଏକ ଧର୍ମ ଭାବନା ଓ ଚେତନା ମୂଳକ ଏକ ମାସିକ ପତ୍ରିକା । ଏହା ଇଂରାଜୀ ଭାଷାରେ ୧୯୩୪ ମସିହାରୁ ନିୟମିତ ପ୍ରକାଶିତ ହାଉଛି  । 

ଏହି ମେଗାଜିନ ମାନଙ୍କରେ କୌଣସି ବିଜ୍ଞାପନ ପ୍ରକାଶ ହୁଏ ନାହିଁ । 

ଧାର୍ମିକ ପୁସ୍ତକ ସବୁ 

[ସମ୍ପାଦନା]

ଗୀତା ପ୍ରେସ ତରଫରୁ ଏକ ସଂକ୍ଷିପ୍ତ ଗୀତା ମାତ୍ର ୪ ଟଙ୍କା ମୂଲ୍ୟରେ ଜନସାଧାରଣଙ୍କ ପାଇଁ ଉପଲବ୍ଧ ହେଇଥାଏ । ଗୀତା ପ୍ରେସର ସମସ୍ତ ପୁସ୍ତକ  ସଂସ୍କୃତ , ହିନ୍ଦୀ , ଇଂରାଜୀ , ଓଡ଼ିଆ , ତେଲୁଗୁ ଓ ଅନ୍ୟ ସମସ୍ତ ଭାରତୀୟ ଭାଷାରେ ପ୍ରକାଶିତ ହେଇଛି ।  


  • ଶ୍ରୀମଦ ଭାଗବତ ଗୀତା ( ବିଭିନ୍ନ ପ୍ରକାର ଭେଦ ସହ )
  •  ମହାଭାରତ 
  • ଶ୍ରୀ ରାମଚରିତ ମାନସ , ସନ୍ଥ ତୁଳସୀଦାସଙ୍କ ରଚିତ ( ତେଲୁଗୁ ଭାଷାରେ ୨୦୦୨ରେ ପ୍ରକାଶିତ ) 
  • ତୁଳସୀ ଦାସଙ୍କ ଅନ୍ୟ  ରଚନାବଳି 
  • ବାଲ୍ମୀକି ରାମାୟଣ 
  • ପୁରାଣ , ଉପନିଷଦ ଓ ଅନ୍ୟ ଧାର୍ମିକ ରଚନା ସବୁ 
  • ସୁର ଦାସଙ୍କ ରଚନାବଳି 
  • ସ୍ୱାମୀ ରାମସୁଖ ଦାସଙ୍କ ଲେଖାବଳି 
  • ହନୁମାନ ପ୍ରସାଦ ପୋଦ୍ଦାରଙ୍କ ପୁସ୍ତକ ସବୁ 
  • ଜୟା ଡାୟାଲ ଗୋଏଙ୍କାଙ୍କ ରଚନାବଳି 

ଅନ୍ୟାନ୍ୟପ୍ରକାଶନୀ 

[ସମ୍ପାଦନା]
  • ଭକ୍ତ-ଗାଥା ଓ ଭଜନ 
  • ପିଲାଙ୍କ ପାଇଁ ଉପଯୋଗୀ ଗ୍ରନ୍ଥ ସବୁ 
[ସମ୍ପାଦନା]

ଏଠାରେ ଏକ ଆର୍ଟ ଗ୍ୟାଲେରି ସ୍ଥାପିତ ହେଇ ଶ୍ରୀ ରାମା ଓ ଶ୍ରୀ କୃଷ୍ଣଙ୍କ ୬୮୪ଟି ପ୍ରଶିଧ୍ହ କଳାକାରଙ୍କଦ୍ୱାରା ଅଙ୍କିତା ଚିତ୍ର ସମୂହ ରଖା  ଯାଇଛି ।ଏହା ସହ ଅନେକ ଚିତ୍ରରେ ଶ୍ରୀକୃଷ୍ଣଙ୍କ  ଲୀଳା ଉପରେ ପ୍ରଦର୍ଶିତ ହଉଛି । ଭଗବତ ଗୀତାର ୭୦୦ଟି ଜକ ଶ୍ଳୋକକୁ ମାର୍ବଳ ପ୍ରସ୍ତରରେ ଖୋଦନ କରାଯାଇ କାନ୍ଥରେ ଲଗା ଯାଇଛି । 

Affiliated organizations

[ସମ୍ପାଦନା]
ଗୀତା ପ୍ରେସର ବିକ୍ରୟ କେନ୍ଦ୍ର , ଗୀତା ଭବନ , ମୁନି କି ରେତି  ଠାରେ 

ଗୀତା ପ୍ରେସ ଗୋବିନ୍ଦ  ଭବନ କାର୍ଜ୍ୟାଲୟ , କଲିକତାର ଏକ ଅଂଶ ବିଶେଷ ଓ ଏହାର ଅନନ୍ୟ ସହବନ୍ଧିତ ଅନୁଷ୍ଠାନ ସବୁ ଏହି ଅନୁସାରେ , 

  • ଗୀତା ଭବନ , ମୁନି କି ରେତି , ରିଷିକେଶ 
  • ଋଷିକୁଳ ବ୍ରହ୍ମଚର୍ଯ୍ୟ ଆଶ୍ରମ , ଚରୁ, ରାଜସ୍ଥାନ 
  • ଆୟୁର୍ବେଦ ସଂସ୍ଥାନ , ରିଷିକେଶ 
  • ଗୀତା ପ୍ରେସ ସେବା ଦଳ 
  • ହସ୍ତ ନିର୍ମିତ ବସ୍ତ୍ର ବିଭାଗ 
  • ଭାରତୀୟ ଗ୍ରାମୋଦ୍ୟୋଗ ବସ୍ତ୍ର ଭଣ୍ଡାର ( ମୁମ୍ବାଇ )

ଆଧାର 

[ସମ୍ପାଦନା]
  1. Encyclopedia Britannica.
  2. "Hanuman Prasad Poddar". Archived from the original on 2010-02-11. Retrieved 2016-11-08.
  3. Holy word India Today, December 20, 2007.
  4. Historic Geeta Press shuts down indefinitely
  5. Work resumes at Gita Press

ବାହାର ଲିଙ୍କ 

[ସମ୍ପାଦନା]