ଗିରିଜା ଦେବୀ
ଗିରିଜା ଦେବୀ | |
---|---|
Background information | |
ଜନ୍ମ | Varanasi, United Provinces, British India | ୮ ମଇ ୧୯୨୯
ଶୈଳୀ | Hindustani classical music |
ବାଦ୍ୟଯନ୍ତ୍ର | vocal |
କାର୍ଯ୍ୟକାଳ | 1949–present |
ଗିରିଜା ଦେବୀ (ଜନ୍ମ ୮ ମଇ ୧୯୨୯) ସେନୀୟା ଏବଂ ବନାରସ ଘରୋଇର ଏକ ପ୍ରସିଦ୍ଧ ଭାରତୀୟ ଶାସ୍ତ୍ରୀୟ ଗାୟିକା ଅଟନ୍ତି । ସେ ଶାସ୍ତ୍ରୀୟ ଏବଂ ଉପ-ଶାସ୍ତ୍ରୀୟ ସଙ୍ଗୀତ ଗାୟନ କରନ୍ତି । ଠୁମରୀ ଗାୟନକୁ ପରିସ୍କୃତ କରିବା ତଥା ଏହାକୁ ଲୋକପ୍ରିୟ ବନେଇବାରେ ତାଙ୍କର ବହୁତ ବଡ଼ ଯୋଗଦାନ ରହିଛି ।
ଗିରିଜା ଦେବୀ ଙ୍କୁ ୨୦୧୬ ମସିହାରେ ପଦ୍ମ ବିଭୂଷଣ ଏବଂ ୧୯୮୯ ମସିହାରେ ଭାରତ ସରକାରଦ୍ୱାରା କଳା କ୍ଷେତ୍ରରେ ପଦ୍ମ ଭୂଷଣରେ ସମ୍ମାନିତ କରାଯାଇଥିଲା । ତାଙ୍କର ଜନ୍ମ ବନାରସ, ଉତ୍ତର ପ୍ରଦେଶରେ ହୋଇଥିଲା । [୧][୨]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ଗିରିଜା ଦେବୀଙ୍କ ଜନ୍ମ, ୮ ମଇ ୧୯୨୯ ମସିହାରେ ବାରଣାସୀ ର ଏକ ଭୂମିହାର ଜମିଦାର ରାମଦେବ ରାୟ[୩],ଙ୍କ ଘରେ ହୋଇଥିଲା । ତାଙ୍କ ପିତା ହାରମୋନିୟମ ବଜାଉ ଥିଲେ । ସେ ଗିରିଜା ଦେବୀଙ୍କୁ ସଙ୍ଗୀତ ଶିଖାଉଥିଲେ , କଳାନ୍ତରରେ ସେ , ଗାୟକ ଏବଂ ସାରଙ୍ଗୀ ବାଦକ ସରୁଜ ପ୍ରସାଦ ମିଶ୍ରଙ୍କଠାରୁ ପାଞ୍ଚ ବର୍ଷ ବୟସରୁ ଖ୍ୟାଲ ଏବଂ ଟପ୍ପା ଗାୟନର ଶିକ୍ଷା ଆରମ୍ଭ କରିଥିଲେ । ଗିରିଜା ଦେବୀ ୯ ବର୍ଷ ବୟସରେ , ଫିଲ୍ମ ୟାଦ ରହେରେ ଅଭିନୟ ମଧ୍ୟ କରିଥିଲେ ଏବଂ ନିଜ ଗୁରୁ ଶ୍ରୀ ଚନ୍ଦ୍ର ମିଶ୍ରଙ୍କ ସାନିଧ୍ୟରେ ସଙ୍ଗୀତର ବିଭିନ୍ନ ଶୈଳୀର ପଢ଼ା ଆରମ୍ଭ କରିଥିଲେ । [୧][୨]
ପ୍ରଦର୍ଶନ କ୍ୟାରିଅର
[ସମ୍ପାଦନା]ଗିରିଜା ଦେବୀ ଗାୟନର ସାର୍ବଜନୀନ ଆରମ୍ଭ ୧୯୪୯ ମସିହାରେ ଅଲ ଇଣ୍ଡିଆ ରେଡ଼ିଓ ଆଲ୍ହାବାଦରେ କରିଥିଲେ । ୧୯୪୬ ମସିହାରେ ତାଙ୍କର ବିବାହ ହୋଇଗଲା କିନ୍ତୁ ନିଜ ମା' ଏବଂ ଜେଜେ ମା'ଙ୍କ ବିରୁଦ୍ଧର ସାମ୍ନା କରିବାକୁ ପଡିଥିଲା , କାରଣ ଏହା ପରମ୍ପରାଗତ ରୂପରେ ମାନୁଥିଲେ କି , ବହୁ ଉଚ୍ଚ ବର୍ଗର ମହିଳାଙ୍କୁ ସାର୍ବଜନିକ ରୂପରେ ଗାୟନର ପ୍ରଦର୍ଶନ କରିବା ଉଚିତ ନୁହେଁ ।[୪] ଗିରିଜା ଦେବୀ ଅନ୍ୟମାନଙ୍କ ପାଇଁ ନିଜ ତରଫରୁ ପ୍ରଦର୍ଶନ ନ କରିବା ପାଇଁ ସହମତି ଦେଇଥଲେ , କିନ୍ତୁ ୧୯୫୧ ମସିହାରେ ସେ ନିଜର ପ୍ରଥମ ସାର୍ବଜନିକ ସଙ୍ଗୀତ କାର୍ଯ୍ୟକ୍ରମ ଶ୍ରୀ ଚନ୍ଦ୍ର ମିଶ୍ରଙ୍କ ସହିତ ଦେଇଥଲେ, ତାଙ୍କର ୨୯୬୦ (ମୃତ୍ୟୁ ପୂର୍ବ)ର ପୂର୍ବା ପର୍ଯ୍ୟନ୍ତ ଅଧ୍ୟାୟନ ରତ ଥିଲେ । [୫][୧] ୧୯୮୦ ଦଶକରେ କଲିକତାରେ ଆଇ.ଟୀ.ସୀ ସଙ୍ଗୀତ ରିସର୍ଚ୍ଚ ଏକାଡେମୀ ଏବଂ ୧୯୯୦ ଦଶକରେ ବନାରସର ହିନ୍ଦୁ ବିଶ୍ୱବିଦ୍ୟାଳୟର ସଙ୍ଗୀତ ସଂକୟ ର ଜଣେ ସଦସ୍ୟ ରୂପେ କାମ କରିଥିଲେ, ଏବଂ ସେ ସଂଗୀତ ବିରାସତକୁ ସରଂକ୍ଷିତ କରିବା ପାଇଁ ବହୁ ଛାତ୍ରମାନଙ୍କୁ ପଢେଇଥିଲେ । ୨୦୦୯ ମସିହା ପୂର୍ବରୁ ସେ ପ୍ରାୟତଃ ଗାୟନର ପ୍ରଦର୍ଶନ କରୁଥିଲେ ଏବଂ ୨୦୧୭ ମସିହାରେ ମଧ୍ୟ ତାଙ୍କ ପ୍ରଦର୍ଶନୀ ଜାରି ରହିଛି । ଦେବୀ ବନାରସ ଘରର [୬]ଗାୟିକା ଅଟନ୍ତି ଏବଂ ପୁରବୀ ଅଙ୍ଗ ଠୁମରୀ ଶୈଳୀ ପରମ୍ପରାର ପ୍ରଦର୍ଶନୀ କରନ୍ତି । ଅନେକ ପ୍ରଦର୍ଶନର ସୂଚୀ ଅର୍ଦ୍ଧ ଶାସ୍ତ୍ରୀୟ ଶୈଳୀ ମାନଙ୍କ କଜାରୀ, ଚୈତି, ଏବଂ ହୋଲି ସାମିଲ ହୋଇଛି , ସେ ଖ୍ୟାଲ , ଭାରତୀୟ ଲୋକ ସଂଗୀତ ଏବଂ ଟପ୍ପା ମଧ୍ୟ ଗା'ନ୍ତି। [୧] [୪][୭]ସଂଗୀତ ଏବଂ ସଂଗୀତକାର ମାନଙ୍କ ନୂଆ ଗ୍ରୋବ ଶବ୍ଦକୋଶରେ କୁହାଯାଇଛି କି, ଗିରିଜା ଦେବୀ ନିଜ ଗାୟନ ଶୈଳୀରେ ଅର୍ଦ୍ଧ ଶାସ୍ତ୍ରୀୟ ଗାୟନ ବିହାର ଏବଂ ପୂର୍ବୀ ଉତ୍ତରପ୍ରଦେଶ ଗୀତର କ୍ଷତ୍ରିୟ ବିଶେଷତା ସହିତ ତା'ର ଶାସ୍ତ୍ରୀୟ ପରୀକ୍ଷଣକୁ ଯୋଡ଼ିଥାଏ । ଏହା ଗିରିଜା ଦେବୀଙ୍କ ଠୁମାରୀର ରାଣୀ ରୂପେ ମାନନ୍ତି ।[୨] ତାହା ଅଳଙ୍କାର ସଂଗୀତ ସ୍କୁଲର ସଂସ୍ଥାପକ, ଶ୍ରୀମତୀ ମମତା ଭାର୍ଗବ, ଯାହାର ଭାରତୀୟ ସଂଗୀତ ସ୍କୁଲ ଶହ ଶହ ଦୂରରୁ ଛାତ୍ର ମାନଙ୍କୁ ଆକର୍ଷିତ କରିଛି । ତାଙ୍କୁ ସେଠାକାର ଗୁରୁ ଭାବେ ମାନନ୍ତି ।
- ପଦ୍ମଶ୍ରୀ (୧୯୭୨)
- ପଦ୍ମ ଭୂଷଣ (୧୯୮୯)
- ପଦ୍ମ ବିଭୂଷଣ (୨୦୧୬)[୮]
- ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର (୧୯୭୭)
- ସଙ୍ଗୀତ ନାଟକ ଏକାଡେମୀ ଫିଲୋଶିପ (୨୦୧୦) [୯]
- ମହା ସଙ୍ଗୀତ ସମ୍ମାନ ପୁରସ୍କାର (୨୦୧୨) [୧୦]
- ସଙ୍ଗୀତ ସମ୍ମାନ ପୁରସ୍କାର
- GIMA ପୁରସ୍କାର ୨୦୧୨ (ଲାଇଫ ଟାଇମ ଆଚିଭମେଣ୍ଟ)
- ତନାରୀରି ପୁରସ୍କାର
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ बनारस की शान गिरिजा देवी को अब पद्म सम्मान।पत्रिका-उ.प्र।२५ जनवरी, २०१६।अभिगमन तिथि: १३ फ़रवरी २०१७
- ↑ ୨.୦ ୨.୧ ୨.୨ ୨.୩ इसलिए गिरिजा देवी को "ठुमरी की रानी" कहा जाता है[permanent dead link]। नेशनल दस्तक ब्यूरो ।2016-02-06।अभिगमन तिथि: १३ फ़रवरी, २०१७
- ↑ Ramnarayan, Gowri (11 November 2008). "Queen of thumri". The Hindu. Retrieved 11 April 2009.
- ↑ ୪.୦ ୪.୧ Tandon, Aditi (17 February 2004). "Future of folk music uncertain, warns Girija Devi". The Tribune. Retrieved 11 April 2009.
- ↑ Trivedi, Sukumar (5 January 2009). "Pandit Hariprasad Chaurasia works a charm with his magic flute". The Indian Express. Retrieved 11 April 2009.
- ↑ Dorian , Frederick ; Broughton, Simon ; Ellingham, Mark ; McConnachie, James ; Trillo, Richard ; Duane, Orla (2000 ). World Music: The Rough Guide . Rough Guides . p. 91 . ISBN 1-85828-636-0 .
{{cite book}}
: Check|isbn=
value: invalid character (help); Check date values in:|year=
(help)CS1 maint: extra punctuation (link) - ↑ Kumar, Raj (2003). Essays on Indian music. Discovery Publishing House. ISBN 81-7141-719-1.
- ↑ "Padma Awards ". Ministry of Home Affairs, Government of India . 2015 . Archived from the original on 15 November 2014 . Retrieved 21 July 2015 .
{{cite web}}
: Check date values in:|accessdate=
,|date=
, and|archivedate=
(help); Invalid|df=dmy
(help); Invalid|url-status=dead
(help)CS1 maint: extra punctuation (link) - ↑ "Padma Awards ". Ministry of Communications and Information Technology . Archived from the original on 17 February 2012 . Retrieved 11 March 2009 .
{{cite web}}
: Check date values in:|accessdate=
and|archivedate=
(help); Invalid|df=dmy
(help); Invalid|url-status=dead
(help)CS1 maint: extra punctuation (link) - ↑ "Sangeet Natak Akademi Awards – Hindustani Music – Vocal ". Sangeet Natak Akademi . Archived from the original on 1 February 2016 . Retrieved 29 December 2009 .
{{cite web}}
: Check date values in:|accessdate=
and|archivedate=
(help); Invalid|url-status=dead
(help)CS1 maint: extra punctuation (link)