ଗିରିଜା ଦେବୀ

ଉଇକିପିଡ଼ିଆ‌ରୁ
ଗିରିଜା ଦେବୀ
Devi performing in Bharat Bhavan, Bhopal (July 2015)
Background information
ଜନ୍ମ (1929-05-08) ୮ ମଇ ୧୯୨୯ (ବୟସ ୯୪)
Varanasi, United Provinces, British India
ଶୈଳୀHindustani classical music
ବାଦ୍ୟଯନ୍ତ୍ରvocal
କାର୍ଯ୍ୟକାଳ1949–present


ଗିରିଜା ଦେବୀ (ଜନ୍ମ ୮ ମଇ ୧୯୨୯) ସେନୀୟା ଏବଂ ବନାରସ ଘରୋଇର ଏକ ପ୍ରସିଦ୍ଧ ଭାରତୀୟ ଶାସ୍ତ୍ରୀୟ ଗାୟିକା ଅଟନ୍ତି । ସେ ଶାସ୍ତ୍ରୀୟ ଏବଂ ଉପ-ଶାସ୍ତ୍ରୀୟ ସଙ୍ଗୀତ ଗାୟନ କରନ୍ତି । ଠୁମରୀ ଗାୟନକୁ ପରିସ୍କୃତ କରିବା ତଥା ଏହାକୁ ଲୋକପ୍ରିୟ ବନେଇବାରେ ତାଙ୍କର ବହୁତ ବଡ଼ ଯୋଗଦାନ ରହିଛି ।

ଗିରିଜା ଦେବୀ ଙ୍କୁ ୨୦୧୬ ମସିହାରେ ପଦ୍ମ ବିଭୂଷଣ ଏବଂ ୧୯୮୯ ମସିହାରେ ଭାରତ ସରକାରଦ୍ୱାରା କଳା କ୍ଷେତ୍ରରେ ପଦ୍ମ ଭୂଷଣରେ ସମ୍ମାନିତ କରାଯାଇଥିଲା । ତାଙ୍କର ଜନ୍ମ ବନାରସ, ଉତ୍ତର ପ୍ରଦେଶରେ ହୋଇଥିଲା । [୧][୨]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଗିରିଜା ଦେବୀଙ୍କ ଜନ୍ମ, ୮ ମଇ ୧୯୨୯ ମସିହାରେ ବାରଣାସୀ ର ଏକ ଭୂମିହାର ଜମିଦାର ରାମଦେବ ରାୟ[୩],ଙ୍କ ଘରେ ହୋଇଥିଲା । ତାଙ୍କ ପିତା  ହାରମୋନିୟମ ବଜାଉ ଥିଲେ । ସେ ଗିରିଜା ଦେବୀଙ୍କୁ ସଙ୍ଗୀତ ଶିଖାଉଥିଲେ , କଳାନ୍ତରରେ ସେ , ଗାୟକ ଏବଂ ସାରଙ୍ଗୀ ବାଦକ ସରୁଜ ପ୍ରସାଦ ମିଶ୍ରଙ୍କଠାରୁ ପାଞ୍ଚ ବର୍ଷ ବୟସରୁ ଖ୍ୟାଲ ଏବଂ ଟପ୍ପା ଗାୟନର ଶିକ୍ଷା ଆରମ୍ଭ କରିଥିଲେ । ଗିରିଜା ଦେବୀ ୯ ବର୍ଷ ବୟସରେ , ଫିଲ୍ମ ୟାଦ ରହେରେ ଅଭିନୟ ମଧ୍ୟ କରିଥିଲେ ଏବଂ ନିଜ ଗୁରୁ ଶ୍ରୀ ଚନ୍ଦ୍ର ମିଶ୍ରଙ୍କ ସାନିଧ୍ୟରେ ସଙ୍ଗୀତର ବିଭିନ୍ନ ଶୈଳୀର ପଢ଼ା ଆରମ୍ଭ କରିଥିଲେ । [୧][୨]

ମଞ୍ଚ ଉପରେ ସଂଗୀତ ପ୍ରଦର୍ଶନୀ କରୁଥିବାର ଚିତ୍ର

ପ୍ରଦର୍ଶନ କ୍ୟାରିଅର[ସମ୍ପାଦନା]

ଗିରିଜା  ଦେବୀ ଗାୟନର ସାର୍ବଜନୀନ ଆରମ୍ଭ ୧୯୪୯ ମସିହାରେ ଅଲ ଇଣ୍ଡିଆ ରେଡ଼ିଓ ଆଲ୍ହାବାଦରେ କରିଥିଲେ । ୧୯୪୬ ମସିହାରେ ତାଙ୍କର ବିବାହ ହୋଇଗଲା କିନ୍ତୁ ନିଜ ମା' ଏବଂ ଜେଜେ ମା'ଙ୍କ ବିରୁଦ୍ଧର ସାମ୍ନା କରିବାକୁ ପଡିଥିଲା , କାରଣ ଏହା ପରମ୍ପରାଗତ ରୂପରେ ମାନୁଥିଲେ କି , ବହୁ ଉଚ୍ଚ ବର୍ଗର ମହିଳାଙ୍କୁ ସାର୍ବଜନିକ ରୂପରେ ଗାୟନର ପ୍ରଦର୍ଶନ କରିବା ଉଚିତ ନୁହେଁ ।[୪] ଗିରିଜା ଦେବୀ ଅନ୍ୟମାନଙ୍କ ପାଇଁ ନିଜ ତରଫରୁ ପ୍ରଦର୍ଶନ ନ କରିବା ପାଇଁ ସହମତି ଦେଇଥଲେ , କିନ୍ତୁ ୧୯୫୧ ମସିହାରେ ସେ ନିଜର ପ୍ରଥମ ସାର୍ବଜନିକ ସଙ୍ଗୀତ କାର୍ଯ୍ୟକ୍ରମ ଶ୍ରୀ ଚନ୍ଦ୍ର ମିଶ୍ରଙ୍କ ସହିତ ଦେଇଥଲେ, ତାଙ୍କର ୨୯୬୦ (ମୃତ୍ୟୁ ପୂର୍ବ)ର ପୂର୍ବା ପର୍ଯ୍ୟନ୍ତ ଅଧ୍ୟାୟନ ରତ ଥିଲେ । [୫][୧] ୧୯୮୦ ଦଶକରେ କଲିକତାରେ ଆଇ.ଟୀ.ସୀ ସଙ୍ଗୀତ ରିସର୍ଚ୍ଚ ଏକାଡେମୀ ଏବଂ ୧୯୯୦ ଦଶକରେ ବନାରସର ହିନ୍ଦୁ ବିଶ୍ୱବିଦ୍ୟାଳୟର ସଙ୍ଗୀତ ସଂକୟ ର ଜଣେ ସଦସ୍ୟ ରୂପେ କାମ କରିଥିଲେ, ଏବଂ ସେ ସଂଗୀତ ବିରାସତକୁ ସରଂକ୍ଷିତ କରିବା ପାଇଁ ବହୁ ଛାତ୍ରମାନଙ୍କୁ ପଢେଇଥିଲେ । ୨୦୦୯ ମସିହା ପୂର୍ବରୁ ସେ ପ୍ରାୟତଃ ଗାୟନର ପ୍ରଦର୍ଶନ କରୁଥିଲେ ଏବଂ ୨୦୧୭ ମସିହାରେ ମଧ୍ୟ ତାଙ୍କ ପ୍ରଦର୍ଶନୀ ଜାରି ରହିଛି । ଦେବୀ ବନାରସ ଘରର [୬]ଗାୟିକା ଅଟନ୍ତି ଏବଂ ପୁରବୀ ଅଙ୍ଗ ଠୁମରୀ ଶୈଳୀ ପରମ୍ପରାର ପ୍ରଦର୍ଶନୀ କରନ୍ତି । ଅନେକ ପ୍ରଦର୍ଶନର ସୂଚୀ ଅର୍ଦ୍ଧ ଶାସ୍ତ୍ରୀୟ ଶୈଳୀ ମାନଙ୍କ କଜାରୀ, ଚୈତି, ଏବଂ ହୋଲି ସାମିଲ ହୋଇଛି , ସେ ଖ୍ୟାଲ , ଭାରତୀୟ ଲୋକ ସଂଗୀତ ଏବଂ ଟପ୍ପା ମଧ୍ୟ ଗା'ନ୍ତି। [୧] [୪][୭]ସଂଗୀତ ଏବଂ ସଂଗୀତକାର ମାନଙ୍କ ନୂଆ ଗ୍ରୋବ ଶବ୍ଦକୋଶରେ କୁହାଯାଇଛି କି, ଗିରିଜା ଦେବୀ ନିଜ ଗାୟନ ଶୈଳୀରେ ଅର୍ଦ୍ଧ ଶାସ୍ତ୍ରୀୟ ଗାୟନ ବିହାର ଏବଂ ପୂର୍ବୀ ଉତ୍ତରପ୍ରଦେଶ ଗୀତର କ୍ଷତ୍ରିୟ ବିଶେଷତା ସହିତ ତା'ର ଶାସ୍ତ୍ରୀୟ ପରୀକ୍ଷଣକୁ ଯୋଡ଼ିଥାଏ । ଏହା ଗିରିଜା ଦେବୀଙ୍କ ଠୁମାରୀର ରାଣୀ ରୂପେ ମାନନ୍ତି ।[୨] ତାହା ଅଳଙ୍କାର ସଂଗୀତ ସ୍କୁଲର ସଂସ୍ଥାପକ, ଶ୍ରୀମତୀ ମମତା ଭାର୍ଗବ, ଯାହାର ଭାରତୀୟ ସଂଗୀତ ସ୍କୁଲ ଶହ ଶହ ଦୂରରୁ ଛାତ୍ର ମାନଙ୍କୁ ଆକର୍ଷିତ କରିଛି । ତାଙ୍କୁ ସେଠାକାର ଗୁରୁ ଭାବେ ମାନନ୍ତି ।

ପୁରସ୍କାର[୧][୨][ସମ୍ପାଦନା]

  • ପଦ୍ମଶ୍ରୀ (୧୯୭୨)
  • ପଦ୍ମ ଭୂଷଣ (୧୯୮୯)
  • ପଦ୍ମ ବିଭୂଷଣ (୨୦୧୬)[୮] 
  • ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର (୧୯୭୭)
  • ସଙ୍ଗୀତ ନାଟକ ଏକାଡେମୀ ଫିଲୋଶିପ (୨୦୧୦) [୯]
  • ମହା ସଙ୍ଗୀତ ସମ୍ମାନ ପୁରସ୍କାର (୨୦୧୨) [୧୦]
  • ସଙ୍ଗୀତ ସମ୍ମାନ ପୁରସ୍କାର
  • GIMA ପୁରସ୍କାର ୨୦୧୨ (ଲାଇଫ ଟାଇମ ଆଚିଭମେଣ୍ଟ)
  • ତନାରୀରି ପୁରସ୍କାର

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ बनारस की शान गिरिजा देवी को अब पद्म सम्मान।पत्रिका-उ.प्र।२५ जनवरी, २०१६।अभिगमन तिथि: १३ फ़रवरी २०१७
  2. ୨.୦ ୨.୧ ୨.୨ ୨.୩ इसलिए गिरिजा देवी को "ठुमरी की रानी" कहा जाता है[permanent dead link]। नेशनल दस्तक ब्यूरो ।2016-02-06।अभिगमन तिथि: १३ फ़रवरी, २०१७
  3. Ramnarayan, Gowri (11 November 2008). "Queen of thumri". The Hindu. Retrieved 11 April 2009.
  4. ୪.୦ ୪.୧ Tandon, Aditi (17 February 2004). "Future of folk music uncertain, warns Girija Devi". The Tribune. Retrieved 11 April 2009.
  5. Trivedi, Sukumar (5 January 2009). "Pandit Hariprasad Chaurasia works a charm with his magic flute". The Indian Express. Retrieved 11 April 2009.
  6. Dorian , Frederick ; Broughton, Simon ; Ellingham, Mark ; McConnachie, James ; Trillo, Richard ; Duane, Orla   (2000 ). World Music: The Rough Guide . Rough Guides . p. 91 . ISBN 1-85828-636-0 . {{cite book}}: Check |isbn= value: invalid character (help); Check date values in: |year= (help)CS1 maint: extra punctuation (link)
  7. Kumar, Raj (2003). Essays on Indian music. Discovery Publishing House. ISBN 81-7141-719-1.
  8. "Padma Awards ". Ministry of Home Affairs, Government of India . 2015 . Archived from the original on 15 November 2014 . Retrieved 21 July 2015 . {{cite web}}: Check date values in: |accessdate=, |date=, and |archivedate= (help); Invalid |df=dmy  (help); Invalid |url-status=dead  (help)CS1 maint: extra punctuation (link)
  9. "Padma Awards ". Ministry of Communications and Information Technology . Archived from the original on 17 February 2012 . Retrieved 11 March 2009 . {{cite web}}: Check date values in: |accessdate= and |archivedate= (help); Invalid |df=dmy  (help); Invalid |url-status=dead  (help)CS1 maint: extra punctuation (link)
  10. "Sangeet Natak Akademi Awards – Hindustani Music – Vocal ". Sangeet Natak Akademi . Archived from the original on 1 February 2016 . Retrieved 29 December 2009 . {{cite web}}: Check date values in: |accessdate= and |archivedate= (help); Invalid |url-status=dead  (help)CS1 maint: extra punctuation (link)