କୁକୁଡ଼ା ପାଳନ
କୁକୁଡ଼ା ପାଳନ କହିଲେ Poultry (/ˈpoʊltri/) କହିଲେ ସାଧାରଣତଃ ମାଂସ, ଅଣ୍ଡା ଓ ପର ନିମନ୍ତେ ମାନବ ପାଳୁଥିବା କୁକୁଡ଼ା ପକ୍ଷୀଙ୍କୁ ବୁଝାଏ (domesticated bird) । ଏହି ପକ୍ଷୀ ଅର୍ଡ଼ର ଗାଲିଫର୍ମିସ (Galliformes) ଅନ୍ତର୍ଭୁକ୍ତ ଯେଉଁଥିରେ କୁକୁଡ଼ା ସହିତ କ୍ୱେଲ (quail) ଓ ଗୃହପାଳିତ ଟର୍କିମାନଙ୍କର (turkeys) ନାମ ରଖାଯାଏ ଓ ଏମାନେ ସୁପରଅର୍ଡ଼ର ଫାଉଲ (superorder Galloanserae (fowl)) ମଧ୍ୟରେ ଗଣାଯାଆନ୍ତି । ଏହି ପାଳନ କେବଳ କୁକୁଡ଼ାରେ ସୀମିତ ନୁହେଁ ।
ମାଂସ ପାଇଁ ଅନ୍ୟାନ୍ୟ ପକ୍ଷୀ (ଯେପରିକି ପାରା) ପାଳୁଥିଲେ ତାକୁ ମଧ୍ୟ ପୋଲଟ୍ରି କୁହାଯାଏ କିନ୍ତୁ ବଣୁଆ ପକ୍ଷୀ ମାଂସ ଶିକାରକୁ ଏହି ଦଳର ନାମରେ ରଖାଯାଏ ନାହିଁ ଓ ତାକୁ ଇଂରାଜୀ ଭାଷାରେ ଗେମ୍ କୁହାଯାଏ ।
ଅନେକ ହଜାର ବର୍ଷ ପୂର୍ବରୁ ପୋଲ୍ଟ୍ରି ଘରୋଇକରଣ ହୋଇଛି । ବୋଧହୁଏ ପୂର୍ବରୁ ଜଙ୍ଗଳୀ ପକ୍ଷୀଙ୍କର ଅଣ୍ଡା ଧରି ଆଣି ଘରେ ଉଷୁମେଇ ଛୁଆ କରିବା ବନ୍ଦବୋସ୍ତ କରୁଥିଲେ କିନ୍ତୁ ପରବର୍ତ୍ତୀ କାଳରେ ପକ୍ଷୀମାନଙ୍କୁ ସ୍ଥାୟୀ ଭାବରେ ଘରେ ରଖିଲେ । ପ୍ରଥମେ ପ୍ରଥମେ କୁକୁଡ଼ାମାନଙ୍କୁ ଲଢ଼େଇ କରେଇବା ପାଇଁ ବ୍ୟବହାର କରିବାପରେ ତାହାର ମାଂସ ଖାଇବା କଥା ତାଙ୍କ ଖିଆଲକୁ ଆସିଥିଲା ।
ପରବର୍ତ୍ତୀ ଶତାବ୍ଦୀମାନଙ୍କରେ ସେମାନଙ୍କୁ ଦୃତ ବୃଦ୍ଧି, ଅଣ୍ଡା ଦେବା ଯୋଗ୍ୟତା, ନିରୀହତା, ପର ସଂଗ୍ରହ ଓ ପୁଷ୍ଟିକରଣ ନିମନ୍ତେ ବାଛି କରି ସେମାନଙ୍କୁ ରଖାଗଲା । ପୁରୁଣା ଯୁଗର କୁକୁଡ଼ା ଅପେକ୍ଷା ଆଧୁନିକ କୁକୁଡ଼ାଙ୍କ ଚେହେରା ଅନେକଟା ଭିନ୍ନ ହୋଇଯାଇଛି । ଅଳ୍ପ କିଛି କୁକୁଡ଼ାଙ୍କୁ ଛୋଟ ଦଳରେ ରଖି ପାଳୁଥିଲେ ମଧ୍ୟ ଅଧିକାଂଶ ସ୍ଥଳରେ ସେମାନଙ୍କୁ କମର୍ସିଆଲ ଭାବରେ ରଖାଯାଉଛି ।
ସାରା ପୃଥିବୀରେ ସନ ୨୦୧୨ରେ ଲୋକମାନେ ମାଂସ ଭକ୍ଷଣ ମଧ୍ୟରୁ ସର୍ବାଧିକ ୭୦% ପୋଲ୍ଟ୍ରି ଓ ଘୁଷୁରୀ ମାଂସ ଖାଇଥିଲେ ।[୧] ଏଥିରେ ଉଚ୍ଚମାନର ପ୍ରୋଟିନ ଓ ସ୍ୱଳ୍ପ ପରିମାଣର ଚର୍ବି ଜାତୀୟ ଖାଦ୍ୟ ଥାଏ । ଖାଦ୍ୟ ବିଷକ୍ରିୟା (food poisoning) ନ ହେବା ପାଇଁ କୁକୁଡ଼ା ମାଂସକୁ ଉତ୍ତମରୂପେ ସିଦ୍ଧ କରିବା ଆବଶ୍ୟକ । ଇଂରାଜୀର ପୁଲ୍ଟ୍ରିଏ ଶବ୍ଦରୁ, ପୁରୁଣା ଫରାସୀ ଭାଷାର ପୋଲେଟିଏର, ପାଉଲେଟ/ ପୁଲେଟରୁ, ପାଉଲେଟ ଡିଲର ଶବ୍ଦ ପାଉଲରୁ (poule) ଓ ଲାଟିନ ଶବ୍ଦ ପୁଲୁସରୁ (pullus) ପୋଲ୍ଟ୍ରି ଶବ୍ଦ ଆସିଥିବା ଜଣାଯାଏ ।[୨] ପୁଲ୍ଲେଟ ଶବ୍ଦଟି ମଧ୍ୟ ଇଂରାଜୀର ପୁଲେଟରୁ ଆସିଛି ଯାହା ଲାଟିନ ଭାଷାର ପୋଲେଟ ଶବ୍ଦରୁ ନିଆଯାଇଛି; ଏ ଦୁଇଟି ଲାଟିନର ପୁଲ୍ଲୁସ ଶବ୍ଦରୁ ନିଆଯାଇଛି ଯାହା ଯୁବ ପଶୁ ବା କୁକୁଡ଼ାକୁ ବୁଝାଏ । [୩][୪] ଫାଉଲ ଶବ୍ଦ ଜର୍ମାନୀ ଭାଷାରୁ ଆସିଛି । [୫]
ସ୍ଥାନୀୟ କୁକୁଡ଼ା ବା ଚିକେନ ଏକ ମଧ୍ୟମ ଆକାରର ପକ୍ଷୀ, ସଳଖ ଠିଆ। ଓ ମାଂସଳ ଚୁଳ ମୁଣ୍ଡରେ ଥାଏ । ଅଣ୍ଡିରା କୁକୁଡ଼କୁ ଗଞ୍ଜା କୁହାଯାଏ, ଏଗୁଡ଼ିକ ଆକାର ବଡ଼ ଅଧିକ ରଙ୍ଗୀନ ଓ ମାଈ ଅପେକ୍ଷା ପର ଅଧିକ । ଏମାନେ ସବୁ ଖାଆନ୍ତି, ଖୋଜି ଖୋଜି ମଞ୍ଜି, ଛୋଟ ଅମେରୁଦଣ୍ଡୀ ପ୍ରାଣୀ ଓ ଅନ୍ୟାନ୍ୟ ଛୋଟ ଜୀବମାନଙ୍କୁ ମଧ୍ୟ ଖାଆନ୍ତି । କେହି ଗୋଡ଼େଇଲେ ଆତ୍ମରକ୍ଷା ନିମନ୍ତେ ବୁଦା ଆଢ଼ୁଆଳକୁ ଦୌଡ଼ି ଯାଆନ୍ତି ଓ ଏମାନେ କ୍ୱଚିତ ଉଡ଼ନ୍ତି ।[୬] ଘରୋଇ କୁକୁଡ଼ ମୂଖତଃ ବଣୁଆ ରେଡ ଜଙ୍ଗଲଫାଉଲ (red junglefowl) ପୂର୍ବପୁରୁଷଙ୍କଠାରୁ ଉତ୍ତରାଧିକାର ସୂତ୍ରରୁ ଆସିଛି । [୭] ପ୍ରାୟ ୭,୦୦୦ରୁ ୧୦,୦୦୦ ବର୍ଷ ପୂର୍ବେ ଏମାନଙ୍କୁ ଘରୋଇକରଣ କରାଯାଇଥିଲା ଯାହାର ଫସିଲ ଉତ୍ତରପୂର୍ବ ଚୀନରେ ମିଳୁଛି ଓ ତାହା ଖ୍ରୀ:ପୂ: ୫,୪୦୦ରେ ଡେଟ ହୋଇଛି । ଆଗେ କୁକୁଡ଼ା ଲଢ଼େଇ ନିମନ୍ତେ ଘରେ ଗଞ୍ଜା ପୋଷା ହେଉଥିଲେ । ପ୍ରାୟ ୪,୦୦୦ ବର୍ଷ ପୂର୍ବେ ମିଶରରୁ କୁକୁଡ଼ା ଆସି ଇଣ୍ଡସ ଭାଲିରେ ପ୍ରବେଶ କରିଥିଲେ । ଏ ପର୍ଯ୍ୟନ୍ତ ସେମାନଙ୍କୁ ଲଢ଼େଇ ନିମନ୍ତେ ବ୍ୟବହାର କରାଯାଉଛି ଓ ଉର୍ବରତାର ଚିହ୍ନ ରୂପେ ଗ୍ରହଣ କରାଯାଇଛି । ମିଶରୀୟମାନେ ଅଣ୍ଡାକୁ କୃତ୍ରିମ ଉପାୟରେ ଉଷୁମେଇବା (incubation) ପଦ୍ଧତି ଶିଖିଥିଲେ ।[୮] ସେହି କାଳଠାରୁ ଅଣ୍ଡା ଓ ମାଂସ ପାଇଁ କୁକୁଡ଼ା ପାଳନ ପୃଥିବୀରେ ବ୍ୟପିଯାଇଛି । [୯]
ଆଧାର
[ସମ୍ପାଦନା]- ↑ "Sources of the world's meat supply in 2012". FAO. Retrieved 26 August 2018.
- ↑ "Poultry". The American Heritage: Dictionary of the English Language. Vol. 4th edition. Houghton Mifflin Company. 2009.
- ↑ "Pullet". The American Heritage: Dictionary of the English Language. Vol. 4th edition. Houghton Mifflin Company. 2009.
- ↑ "Fowl". Online Etymology Dictionary. Etymonline.com. Retrieved February 12, 2014.
- ↑ "Poultry". Online Etymology Dictionary. Ehitymonline.com. Retrieved February 12, 2014.
- ↑ "Poultry". Encyclopædia Britannica. Encyclopædia Britannica, Inc. June 6, 2013.
- ↑ Eriksson, Jonas; Larson, Greger; Gunnarsson, Ulrika; Bed'hom, Bertrand; Tixier-Boichard, Michele; Strömstedt, Lina; Wright, Dominic; Eriksson J, Larson G, Gunnarsson U, Bed'hom B, Tixier-Boichard M; Vereijken, Addie; Randi, Ettore; Jensen, Per; Andersson, Leif; et al. (2008), "Identification of the yellow skin gene reveals a hybrid origin of the domestic chicken", PLoS Genetics, 4 (2): e1000010, doi:10.1371/journal.pgen.1000010.eor, PMC 2265484, PMID 18454198
{{citation}}
: CS1 maint: multiple names: authors list (link) CS1 maint: unflagged free DOI (link) - ↑ Adler, Jerry; Lawler, Andrew (June 1, 2012). "How the Chicken Conquered the World". Smithsonian Magazine. Retrieved April 14, 2014.
- ↑ Storey, A. A.; Athens, J. S.; Bryant, D.; Carson, M.; Emery, K.; et al. (2012). "Investigating the global dispersal of chickens in prehistory using ancient mitochondrial DNA signatures". PLoS ONE. 7 (7): e39171. Bibcode:2012PLoSO...739171S. doi:10.1371/journal.pone.0039171. PMC 3405094. PMID 22848352.
{{cite journal}}
: CS1 maint: unflagged free DOI (link)