କୁକୁଡ଼ା ପାଳନ

ଉଇକିପିଡ଼ିଆ ରୁ
Jump to navigation Jump to search
ପୃଥିବୀରେ ପାଳିତ ହେଉଥିବା କୁକୁଡ଼ା

କୁକୁଡ଼ା ପାଳନ କ‌ହିଲେ Poultry ( /ˈpltri/) କ‌ହିଲେ ସାଧାରଣତଃ ମାଂସ, ଅଣ୍ଡା ଓ ପର ନିମନ୍ତେ ମାନବ ପାଳୁଥିବା କୁକୁଡ଼ା ପକ୍ଷୀଙ୍କୁ ବୁଝାଏ (domesticated bird) । ଏହି ପକ୍ଷୀ ଅର୍ଡ଼ର ଗାଲିଫର୍ମିସ (Galliformes) ଅନ୍ତର୍ଭୁକ୍ତ ଯେଉଁଥିରେ କୁକୁଡ଼ା ସ‌ହିତ କ୍ୱେଲ (quail) ଓ ଗୃହପାଳିତ ଟର୍କିମାନଙ୍କର (turkeys) ନାମ ରଖାଯାଏ ଓ ଏମାନେ ସୁପରଅର୍ଡ଼ର ଫାଉଲ (superorder Galloanserae (fowl)) ମଧ୍ୟରେ ଗଣାଯାଆନ୍ତି । ଏହି ପାଳନ କେବଳ କୁକୁଡ଼ାରେ ସୀମିତ ନୁହେଁ ।

ମାଂସ ପାଇଁ ଅନ୍ୟାନ୍ୟ ପକ୍ଷୀ (ଯେପରିକି ପାରା) ପାଳୁଥିଲେ ତାକୁ ମଧ୍ୟ ପୋଲଟ୍ରି କୁହାଯାଏ କିନ୍ତୁ ବଣୁଆ ପକ୍ଷୀ ମାଂସ ଶିକାରକୁ ଏହି ଦଳର ନାମରେ ରଖାଯାଏ ନାହିଁ ଓ ତାକୁ ଇଂରାଜୀ ଭାଷାରେ ଗେମ୍ କୁହାଯାଏ ।

ଅନେକ ହଜାର ବର୍ଷ ପୂର୍ବରୁ ପୋଲ୍‌ଟ୍ରି ଘରୋଇକରଣ ହୋଇଛି । ବୋଧହୁଏ ପୂର୍ବରୁ ଜଙ୍ଗଳୀ ପକ୍ଷୀଙ୍କର ଅଣ୍ଡା ଧରି ଆଣି ଘରେ ଉଷୁମେଇ ଛୁଆ କରିବା ବନ୍ଦବୋସ୍ତ କରୁଥିଲେ କିନ୍ତୁ ପରବର୍ତ୍ତୀ କାଳରେ ପକ୍ଷୀମାନଙ୍କୁ ସ୍ଥାୟୀ ଭାବରେ ଘରେ ରଖିଲେ । ପ୍ରଥମେ ପ୍ରଥମେ କୁକୁଡ଼ାମାନଙ୍କୁ ଲଢ଼େଇ କରେଇବା ପାଇଁ ବ୍ୟବ‌ହାର କରିବାପରେ ତାହାର ମାଂସ ଖାଇବା କଥା ତାଙ୍କ ଖିଆଲକୁ ଆସିଥିଲା ।

ପରବର୍ତ୍ତୀ ଶତାବ୍ଦୀମାନଙ୍କରେ ସେମାନଙ୍କୁ ଦୃତ ବୃଦ୍ଧି, ଅଣ୍ଡା ଦେବା ଯୋଗ୍ୟତା, ନିରୀହତା, ପର ସଂଗ୍ରହ ଓ ପୁଷ୍ଟିକରଣ ନିମନ୍ତେ ବାଛି କରି ସେମାନଙ୍କୁ ରଖାଗଲା । ପୁରୁଣା ଯୁଗର କୁକୁଡ଼ା ଅପେକ୍ଷା ଆଧୁନିକ କୁକୁଡ଼ାଙ୍କ ଚେହେରା ଅନେକଟା ଭିନ୍ନ ହୋଇଯାଇଛି । ଅଳ୍ପ କିଛି କୁକୁଡ଼ାଙ୍କୁ ଛୋଟ ଦଳରେ ରଖି ପାଳୁଥିଲେ ମଧ୍ୟ ଅଧିକାଂଶ ସ୍ଥଳରେ ସେମାନଙ୍କୁ କମର୍ସିଆଲ ଭାବରେ ରଖାଯାଉଛି ।

ସାରା ପୃଥିବୀରେ ସନ ୨୦୧୨ରେ ଲୋକମାନେ ମାଂସ ଭକ୍ଷଣ ମଧ୍ୟରୁ ସର୍ବାଧିକ ୭୦% ପୋଲ୍‌ଟ୍ରି ଓ ଘୁଷୁରୀ ମାଂସ ଖାଇଥିଲେ ।[୧] ଏଥିରେ ଉଚ୍ଚମାନର ପ୍ରୋଟିନ ଓ ସ୍ୱଳ୍ପ ପରିମାଣର ଚର୍ବି ଜାତୀୟ ଖାଦ୍ୟ ଥାଏ । ଖାଦ୍ୟ ବିଷକ୍ରିୟା (food poisoning) ନ ହେବା ପାଇଁ କୁକୁଡ଼ା ମାଂସକୁ ଉତ୍ତମରୂପେ ସିଦ୍ଧ କରିବା ଆବଶ୍ୟକ । ଇଂରାଜୀର ପୁଲ୍‌ଟ୍ରିଏ ଶବ୍ଦରୁ, ପୁରୁଣା ଫରାସୀ ଭାଷାର ପୋଲେଟିଏର, ପାଉଲେଟ/ ପୁଲେଟରୁ, ପାଉଲେଟ ଡିଲର ଶବ୍ଦ ପାଉଲରୁ (poule) ଓ ଲାଟିନ ଶବ୍ଦ ପୁଲୁସରୁ (pullus) ପୋଲ୍‌ଟ୍ରି ଶବ୍ଦ ଆସିଥିବା ଜଣାଯାଏ ।[୨] ପୁଲ୍ଲେଟ ଶବ୍ଦଟି ମଧ୍ୟ ଇଂରାଜୀର ପୁଲେଟରୁ ଆସିଛି ଯାହା ଲାଟିନ ଭାଷାର ପୋଲେଟ ଶବ୍ଦରୁ ନିଆଯାଇଛି; ଏ ଦୁଇଟି ଲାଟିନର ପୁଲ୍ଲୁସ ଶବ୍ଦରୁ ନିଆଯାଇଛି ଯାହା ଯୁବ ପଶୁ ବା କୁକୁଡ଼ାକୁ ବୁଝାଏ । [୩][୪] ଫାଉଲ ଶବ୍ଦ ଜର୍ମାନୀ ଭାଷାରୁ ଆସିଛି । [୫]

Cock with comb and wattles

ସ୍ଥାନୀୟ କୁକୁଡ଼ା ବା ଚିକେନ ଏକ ମଧ୍ୟମ ଆକାରର ପକ୍ଷୀ, ସଳଖ ଠିଆ। ଓ ମାଂସଳ ଚୁଳ ମୁଣ୍ଡରେ ଥାଏ । ଅଣ୍ଡିରା କୁକୁଡ଼କୁ ଗଞ୍ଜା କୁହାଯାଏ, ଏଗୁଡ଼ିକ ଆକାର ବଡ଼ ଅଧିକ ରଙ୍ଗୀନ ଓ ମାଈ ଅପେକ୍ଷା ପର ଅଧିକ । ଏମାନେ ସବୁ ଖାଆନ୍ତି, ଖୋଜି ଖୋଜି ମଞ୍ଜି, ଛୋଟ ଅମେରୁଦଣ୍ଡୀ ପ୍ରାଣୀ ଓ ଅନ୍ୟାନ୍ୟ ଛୋଟ ଜୀବମାନଙ୍କୁ ମଧ୍ୟ ଖାଆନ୍ତି । କେହି ଗୋଡ଼େଇଲେ ଆତ୍ମରକ୍ଷା ନିମନ୍ତେ ବୁଦା ଆଢ଼ୁଆଳକୁ ଦୌଡ଼ି ଯାଆନ୍ତି ଓ ଏମାନେ କ୍ୱଚିତ ଉଡ଼ନ୍ତି ।[୬] ଘରୋଇ କୁକୁଡ଼ ମୂଖତଃ ବଣୁଆ ରେଡ ଜଙ୍ଗଲଫାଉଲ (red junglefowl) ପୂର୍ବପୁରୁଷଙ୍କଠାରୁ ଉତ୍ତରାଧିକାର ସୂତ୍ରରୁ ଆସିଛି । [୭] ପ୍ରାୟ ୭,୦୦୦ରୁ ୧୦,୦୦୦ ବର୍ଷ ପୂର୍ବେ ଏମାନଙ୍କୁ ଘରୋଇକରଣ କରାଯାଇଥିଲା ଯାହାର ଫସିଲ ଉତ୍ତରପୂର୍ବ ଚୀନରେ ମିଳୁଛି ଓ ତାହା ଖ୍ରୀ:ପୂ: ୫,୪୦୦ରେ ଡେଟ ହୋଇଛି । ଆଗେ କୁକୁଡ଼ା ଲଢ଼େଇ ନିମନ୍ତେ ଘରେ ଗଞ୍ଜା ପୋଷା ହେଉଥିଲେ । ପ୍ରାୟ ୪,୦୦୦ ବର୍ଷ ପୂର୍ବେ ମିଶରରୁ କୁକୁଡ଼ା ଆସି ଇଣ୍ଡସ ଭାଲିରେ ପ୍ରବେଶ କରିଥିଲେ । ଏ ପର୍ଯ୍ୟନ୍ତ ସେମାନଙ୍କୁ ଲଢ଼େଇ ନିମନ୍ତେ ବ୍ୟବ‌ହାର କରାଯାଉଛି ଓ ଉର୍ବରତାର ଚିହ୍ନ ରୂପେ ଗ୍ରହଣ କରାଯାଇଛି । ମିଶରୀୟମାନେ ଅଣ୍ଡାକୁ କୃତ୍ରିମ ଉପାୟରେ ଉଷୁମେଇବା (incubation) ପଦ୍ଧତି ଶିଖିଥିଲେ ।[୮] ସେହି କାଳଠାରୁ ଅଣ୍ଡା ଓ ମାଂସ ପାଇଁ କୁକୁଡ଼ା ପାଳନ ପୃଥିବୀରେ ବ୍ୟପିଯାଇଛି । [୯]

ଆଧାର[ସମ୍ପାଦନା]

  1. "Sources of the world's meat supply in 2012". FAO. Retrieved 26 August 2018.
  2. "Poultry". The American Heritage: Dictionary of the English Language. 4th edition. Houghton Mifflin Company. 2009.
  3. "Pullet". The American Heritage: Dictionary of the English Language. 4th edition. Houghton Mifflin Company. 2009.
  4. "Fowl". Online Etymology Dictionary. Etymonline.com. Retrieved February 12, 2014.
  5. "Poultry". Online Etymology Dictionary. Ehitymonline.com. Retrieved February 12, 2014.
  6. "Poultry". Encyclopædia Britannica. Encyclopædia Britannica, Inc. June 6, 2013.
  7. Eriksson, Jonas; Larson, Greger; Gunnarsson, Ulrika; Bed'hom, Bertrand; Tixier-Boichard, Michele; Strömstedt, Lina; Wright, Dominic; Eriksson J, Larson G, Gunnarsson U, Bed'hom B, Tixier-Boichard M; Vereijken, Addie; Randi, Ettore; Jensen, Per; Andersson, Leif; et al. (2008), "Identification of the yellow skin gene reveals a hybrid origin of the domestic chicken", PLoS Genetics, 4 (2): e1000010, doi:10.1371/journal.pgen.1000010.eor, PMC 2265484, PMID 18454198CS1 maint: Multiple names: authors list (link)
  8. Adler, Jerry; Lawler, Andrew (June 1, 2012). "How the Chicken Conquered the World". Smithsonian Magazine. Retrieved April 14, 2014.
  9. Storey, A. A.; Athens, J. S.; Bryant, D.; Carson, M.; Emery, K.; et al. (2012). "Investigating the global dispersal of chickens in prehistory using ancient mitochondrial DNA signatures". PLoS ONE. 7 (7): e39171. Bibcode:2012PLoSO...739171S. doi:10.1371/journal.pone.0039171. PMC 3405094. PMID 22848352.