କାମଧେନୁ
କାମଧେନୁ | |
---|---|
ଗାଈମାନଙ୍କର ମାତା | |
ଅନ୍ଯ ନାମ | ସୁରଭି |
Devanagari | कामधेनु |
Sanskrit Transliteration | Kāmadhenu |
Affiliation | ଦେବୀ (Devi) |
ଲୋକ | ଗୋଲୋକ (Goloka), ପାତାଳ (Patala) ବା ଯମଦଗ୍ନୀ (Jamadagni) ଓ ବଶିଷ୍ଟ (Vashista) ଭଳି ଋଷିଙ୍କ ଆଶ୍ରମ |
ସ୍ୱାମୀ/ସ୍ତ୍ରୀ | କଶ୍ୟପ (Kashyapa) |
କାମଧେନୁ (ଇଂରାଜୀ ଭାଷାରେ Kamadhenu (ସଂସ୍କୃତ: कामधेनु), [kaːmɐˈdʱeːnʊ], Kāmadhenu), ସୁରଭି ନାମରେ ମଧ୍ୟ ଜଣାଶୁଣା (सुरभि, Surabhī)) ଜଣେ ସ୍ୱର୍ଗୀୟ ଗାଈ ଯାହାଙ୍କୁ ହିନ୍ଦୁ ଧର୍ମରେ ଗୋମାତା ବା ସମସ୍ତ ଗାଈମାନଙ୍କର ମା ଭାବରେ ବର୍ଣ୍ଣନା କରାଯାଇଛି ।[୧] ସେ ଜଣେ ପ୍ରାଚୁର୍ଯ୍ୟର ଗାଭୀ ଯିଏ ତାଙ୍କର ମାଲିକଙ୍କୁ ତାଙ୍କ ଇଚ୍ଛାନୁଯାୟୀ ସ୍ୱାସ୍ଥ୍ୟ, ଧନ, ସୁଖ ସମ୍ବୃଦ୍ଧି ଦେବାର କ୍ଷମତା ରଖିଥାଆନ୍ତି ଓ ସେଥିପାଇଁ ତାଙ୍କୁ ସମସ୍ତ ଗୋଜାତିର ମାତା ଭାବରେ ଚିତ୍ରଣ କରାଯାଏ । [୨] ତାଙ୍କୁର ଦୁଇ ପ୍ରକାର ଚିତ୍ର ଦେଖାଯାଏ; ଗୋଟିଏ ଚିତ୍ରରେ ଧଳା ଗାଈ, ମହିଳା ମସ୍ତକ ଓ ସ୍ତନ, ପକ୍ଷୀର ଡେଣା ଭଳି ଡେଣା ଓ tail of a peafowl ଅନ୍ୟ ଏକ ଚିତ୍ରଣରେ ସେ ଧଳା ଗାଈ ଓ ତାଙ୍କ ଶରୀରରେ ଅନେକ ଦେବାଦେବୀ ଥିବାର ଦେଖାଯାଏ । ଗାଈମାନଙ୍କୁ କାମଧେନୁର ଅବତାର ଭାନରେ ପୂଜା କରାଯାଏ । ହିନ୍ଦୁ ଧର୍ମରେ ଗାଈଙ୍କୁ ପବିତ୍ର ମନେକରାଯାଏ ଓ କାମଧେନୁଙ୍କ ଅବତାର ମନେକରାଯାଏ । କିନ୍ତୁ କାମଧେନୁଙ୍କ ନାମରେ କୌଣସି ମନ୍ଦିର ନାହିଁ ଯେଉଁଠାରେ ତାଙ୍କୁ ପୂଜା କରାଯାଏ ।
ହିନ୍ଦୁ ପୁରାଣମାନଙ୍କରେ କାମଧେନୁଙ୍କ ଜନ୍ମ ସମ୍ଭନ୍ଧରେ ଭିନ୍ନ ଭିନ୍ନ ମତ ଅଛି । କେତେକ ମତରେ ସେ ସମୁଦ୍ର ମନ୍ଥନ ସମୟରେ ସମୁଦ୍ରରୁ ଜାତ ହୋଇଥିଲେ ଓ ଅନ୍ୟ ମତ ଅନୁସାରେ ସେ ଦକ୍ଷଙ୍କର କନ୍ୟା ଓ ଋଷି କଶ୍ୟପଙ୍କର ପତ୍ନୀ ଥିଲେ । ଆହୁରି ଅନେକ ମତରେ ସେ ଋଷି ବଶିଷ୍ଟ ବା ଋଷି ଜମଦଗ୍ନୀଙ୍କର ପାଖରେ ଥିବା ସମୟରେ ରାଜାମାନେ ତାଙ୍କୁ ବଳ ପୂର୍ବକ ହରଣ କରିବା ଚେଷ୍ଟା କରି ଅକୃତକାର୍ଯ୍ୟ ହୋଇଥିଲେ ଓ ତାହାର ଫଳ ଭୋଗ କରିଥିଲେ । ତାଙ୍କୁ ପାଳନ କରୁଥିବା ଋଷିଙ୍କୁ ଆବଶ୍ୟକତା ଅନୁସାରେ ଓ ପୂଜା ନିମନ୍ତେ କ୍ଷୀର ଓ ଦୁଗ୍ଧଜାତ ଦ୍ରବ୍ୟ ଦେଉଥିଲେ; ଓ ଯୋଦ୍ଧାମାନଙ୍କୁ ସୃଷ୍ଟି କରି ନିଜକୁ ଓ ପାଳନକର୍ତ୍ତାଙ୍କର ସୁରକ୍ଷା କରିପାରୁଥିଲେ । ଋଷି ଆଶ୍ରମ ବ୍ୟତୀତ ତାଙ୍କର ସ୍ୱର୍ଗର ଗୋଲୋକ ଧାମରେ ଓ ପାତାଳରେ ମଧ୍ୟ ବାସସ୍ଥାନ ଥିଲା ।
ଶବ୍ଦ ବ୍ୟୁତ୍ପତ୍ତି
[ସମ୍ପାଦନା]ଅନେକ ସମୟରେ କାମଧେନୁ ବଦଳରେ ସୁରଭି ନାମ ବ୍ୟବହାର କରାଯାଏ ଯେଉଁ ନାମ ସାଧାରଣ ଗାଈ ନିମନ୍ତେ ମଧ୍ୟ ବ୍ୟବହୃତ ହୁଏ ।[୩] ପ୍ରଫେସର ଜାକୋବିଙ୍କ ମତରେ ଗାଈମାନଙ୍କ ଦେହରୁ ବାହାରୁଥିବା ଏକ ପ୍ରକାର ବାସ୍ନା ବାହାରୁଥିବା ଯୋଗୁ ତାଙ୍କର ସୁରଭି ନାମ ରହିଛି ।[୪] ମନିଏର ଉଇଲିଅମ ସଂସ୍କୃତ ଅଭିଧାନ (Monier Williams Sanskrit–English Dictionary, 1899) ଅନୁସାରେ ସୁରଭି ଅର୍ଥ ସୁଖଦାୟକ ଓ ସୁବାସଯୁକ୍ତ ବାସ୍ନା ଯାହା ଧରିତ୍ରୀ ଓ ଗାଈ ଦେହରୁ ବାହାରେ । ଏହି ସୁରଭି ନାମ କାମଧେନୁ ନିମନ୍ତେ ପ୍ରଯୁଜ୍ୟ ହୋଇପାରେ ଯେହେତୁ ତାଙ୍କୁ ଗୋଜାତିର ମାତା ଭାବରେ ଗ୍ରହଣ କରାଯାଇଛି ଓ ଅନେକ ସମୟରେ ତାଙ୍କୁ ମାତ୍ରିକା (Matrika) ଦେବୀ ରୂପରେ ମଧ୍ୟ ବର୍ଣ୍ଣନା କରାଯାଇଛି । [୫] ତାଙ୍କର ଅନ୍ୟ ଦୁଇଟି ନାମ ଅଛି, ଯଥା:- ସବଳ ଓ କପିଳ ।[୬]
କାମନାରୁ ଯାତ ସମସ୍ତ ପଦାର୍ଥକୁ କାମଦୁହ ବା କାମଦୁହା ମଧ୍ୟ କୁହାଯାଏ ଯାହାର ଅର୍ଥ ସମସ୍ତ ଆବଶ୍ୟକତା ଯାହାଠାରୁ ମିଳିପାରେ ।[୬][୭] ମହାଭାରତ ଓ ଦେବୀ ଭାଗବତ ପୁରାଣରେ ଭୀଷ୍ମ ଜନ୍ମ ସମ୍ପର୍କରେ କାମଧେନୁ ବଦଳରେ ନନ୍ଦିନୀ ନାମର ପ୍ରୟୋଗ କରାଯାଇଛି । [୮] ଅନ୍ୟ କେତେକ ସ୍ଥାନରେ ନନ୍ଦିନୀକୁ କାମଧେନୁ-ସୁରଭିର ଝିଅ ଭାବରେ ବର୍ଣ୍ଣନା କରାଯାଇଛି । ବେଟ୍ଟମ ମଣୀ (Vettam Mani) ମତରେ ନନ୍ଦିନୀ ଓ ସୁରଭି ନାମଦ୍ୱୟ କାମଧେନୁର ପ୍ରତିଶବ୍ଦ ।[୩]
ଆଧାର
[ସମ୍ପାଦନା]- ↑ "Kamdhenu Cow | Kamadhenu Wish Fulfilling Cow". AstroKapoor (in ଆମେରିକୀୟ ଇଂରାଜୀ). Retrieved 2019-06-07.
- ↑ Astro, Kapoor (2019-11-25). "Kamadhenu Cow".
{{cite web}}
: CS1 maint: url-status (link) - ↑ ୩.୦ ୩.୧ Mani pp. 379–81
- ↑ Jacobi, H. (1908–1927). "Cow (Hindu)". In James Hastings (ed.). Encyclopaedia of Religion and Ethics. Vol. 4. pp. 225–6.
- ↑ Monier-Williams, Monier (2008) [1899]. "Monier Williams Sanskrit-English Dictionary". Universität zu Köln. p. 1232.
- ↑ ୬.୦ ୬.୧ Biardeau, Madeleine (1993). "Kamadhenu: The Religious Cow, Symbol of Prosperity". In Yves Bonnefoy (ed.). Asian mythologies. University of Chicago Press. p. 99. ISBN 978-0-226-06456-7.
- ↑ Monier-Williams, Monier (2008) [1899]. "Monier Williams Sanskrit-English Dictionary". Universität zu Köln. p. 272.
- ↑ Vijñanananda, Swami (1921–22). "The S'rîmad Devî Bhâgawatam: Book 2: Chapter 3". Sacred texts archive. Retrieved 13 November 2010.