କାମଧେନୁ

ଉଇକିପିଡ଼ିଆ ରୁ
Jump to navigation Jump to search
କାମଧେନୁ
Kamadhenu.jpg
ମାତା କାମଧେନୁ (ଗୋମାତାଙ୍କ ମାତା)
ଗାଈମାନଙ୍କର ମାତା
Other namesସୁରଭି
Devanagariकामधेनु
Sanskrit TransliterationKāmadhenu
Affiliationଦେବୀ (Devi)
Abodeଗୋଲୋକ (Goloka), ପାତାଳ (Patala) ବା ଯମଦଗ୍ନୀ (Jamadagni) ଓ ବଶିଷ୍ଟ (Vashista) ଭଳି ଋଷିଙ୍କ ଆଶ୍ରମ
Consortକଶ୍ୟପ (Kashyapa)

କାମଧେନୁ (ଇଂରାଜୀ ଭାଷାରେ Kamadhenu (Sanskrit: कामधेनु), [kaːmɐˈdʱeːnʊ], Kāmadhenu), ସୁରଭି ନାମରେ ମଧ୍ୟ ଜଣାଶୁଣା (सुरभि, Surabhī)) ଜଣେ ସ୍ୱର୍ଗୀୟ ଗାଈ ଯାହାଙ୍କୁ ହିନ୍ଦୁ ଧର୍ମରେ ଗୋମାତା ବା ସମସ୍ତ ଗାଈମାନଙ୍କର ମା ଭାବରେ ବର୍ଣ୍ଣନା କରାଯାଇଛି ।[୧] ସେ ଜଣେ ପ୍ରାଚୁର୍ଯ୍ୟର ଗାଭୀ ଯିଏ ତାଙ୍କର ମାଲିକଙ୍କୁ ତାଙ୍କ ଇଚ୍ଛାନୁଯାୟୀ ସ୍ୱାସ୍ଥ୍ୟ, ଧନ, ସୁଖ ସମ୍ବୃଦ୍ଧି ଦେବାର କ୍ଷମତା ରଖିଥାଆନ୍ତି ଓ ସେଥିପାଇଁ ତାଙ୍କୁ ସମସ୍ତ ଗୋଜାତିର ମାତା ଭାବରେ ଚିତ୍ରଣ କରାଯାଏ । [୨] ତାଙ୍କୁର ଦୁଇ ପ୍ରକାର ଚିତ୍ର ଦେଖାଯାଏ; ଗୋଟିଏ ଚିତ୍ରରେ ଧଳା ଗାଈ, ମହିଳା ମସ୍ତକ ଓ ସ୍ତନ, ପକ୍ଷୀର ଡେଣା ଭଳି ଡେଣା ଓ tail of a peafowl ଅନ୍ୟ ଏକ ଚିତ୍ରଣରେ ସେ ଧଳା ଗାଈ ଓ ତାଙ୍କ ଶରୀରରେ ଅନେକ ଦେବାଦେବୀ ଥିବାର ଦେଖାଯାଏ । ଗାଈମାନଙ୍କୁ କାମଧେନୁର ଅବତାର ଭାନରେ ପୂଜା କରାଯାଏ । ହିନ୍ଦୁ ଧର୍ମରେ ଗାଈଙ୍କୁ ପବିତ୍ର ମନେକରାଯାଏ ଓ କାମଧେନୁଙ୍କ ଅବତାର ମନେକରାଯାଏ । କିନ୍ତୁ କାମଧେନୁଙ୍କ ନାମରେ କୌଣସି ମନ୍ଦିର ନାହିଁ ଯେଉଁଠାରେ ତାଙ୍କୁ ପୂଜା କରାଯାଏ ।

ହିନ୍ଦୁ ପୁରାଣମାନଙ୍କରେ କାମଧେନୁଙ୍କ ଜନ୍ମ ସମ୍ଭନ୍ଧରେ ଭିନ୍ନ ଭିନ୍ନ ମତ ଅଛି । କେତେକ ମତରେ ସେ ସମୁଦ୍ର ମନ୍ଥନ ସମୟରେ ସମୁଦ୍ରରୁ ଜାତ ହୋଇଥିଲେ ଓ ଅନ୍ୟ ମତ ଅନୁସାରେ ସେ ଦକ୍ଷଙ୍କର କନ୍ୟା ଓ ଋଷି କଶ୍ୟପଙ୍କର ପତ୍ନୀ ଥିଲେ । ଆହୁରି ଅନେକ ମତରେ ସେ ଋଷି ବଶିଷ୍ଟ ବା ଋଷି ଜମଦଗ୍ନୀଙ୍କର ପାଖରେ ଥିବା ସମୟରେ ରାଜାମାନେ ତାଙ୍କୁ ବଳ ପୂର୍ବକ ହରଣ କରିବା ଚେଷ୍ଟା କରି ଅକୃତକାର୍ଯ୍ୟ ହୋଇଥିଲେ ଓ ତାହାର ଫଳ ଭୋଗ କରିଥିଲେ । ତାଙ୍କୁ ପାଳନ କରୁଥିବା ଋଷିଙ୍କୁ ଆବଶ୍ୟକତା ଅନୁସାରେ ଓ ପୂଜା ନିମନ୍ତେ କ୍ଷୀର ଓ ଦୁଗ୍‌ଧଜାତ ଦ୍ରବ୍ୟ ଦେଉଥିଲେ; ଓ ଯୋଦ୍ଧାମାନଙ୍କୁ ସୃଷ୍ଟି କରି ନିଜକୁ ଓ ପାଳନ‌କର୍ତ୍ତାଙ୍କର ସୁରକ୍ଷା କରିପାରୁଥିଲେ । ଋଷି ଆଶ୍ରମ ବ୍ୟତୀତ ତାଙ୍କର ସ୍ୱର୍ଗର ଗୋଲୋକ ଧାମରେ ଓ ପାତାଳରେ ମଧ୍ୟ ବାସସ୍ଥାନ ଥିଲା ।

ଶବ୍ଦ ବ୍ୟୁତ୍ପତ୍ତି[ସମ୍ପାଦନା]

ଅନେକ ସମୟରେ କାମଧେନୁ ବଦଳରେ ସୁରଭି ନାମ ବ୍ୟବ‌ହାର କରାଯାଏ ଯେଉଁ ନାମ ସାଧାରଣ ଗାଈ ନିମନ୍ତେ ମଧ୍ୟ ବ୍ୟବ‌ହୃତ ହୁଏ ।[୩] ପ୍ରଫେସର ଜାକୋବିଙ୍କ ମତରେ ଗାଈମାନଙ୍କ ଦେହରୁ ବାହାରୁଥିବା ଏକ ପ୍ରକାର ବାସ୍ନା ବାହାରୁଥିବା ଯୋଗୁ ତାଙ୍କର ସୁରଭି ନାମ ରହିଛି ।[୪] ମନିଏର ଉଇଲିଅମ ସଂସ୍କୃତ ଅଭିଧାନ (Monier Williams Sanskrit–English Dictionary, 1899) ଅନୁସାରେ ସୁରଭି ଅର୍ଥ ସୁଖଦାୟକ ଓ ସୁବାସ‌ଯୁକ୍ତ ବାସ୍ନା ଯାହା ଧରିତ୍ରୀ ଓ ଗାଈ ଦେହରୁ ବାହାରେ । ଏହି ସୁରଭି ନାମ କାମଧେନୁ ନିମନ୍ତେ ପ୍ର‌ଯୁଜ୍ୟ ହୋଇପାରେ ଯେହେତୁ ତାଙ୍କୁ ଗୋଜାତିର ମାତା ଭାବରେ ଗ୍ରହଣ କରାଯାଇଛି ଓ ଅନେକ ସମୟରେ ତାଙ୍କୁ ମାତ୍ରିକା (Matrika) ଦେବୀ ରୂପରେ ମଧ୍ୟ ବର୍ଣ୍ଣନା କରାଯାଇଛି । [୫] ତାଙ୍କର ଅନ୍ୟ ଦୁଇଟି ନାମ ଅଛି, ଯଥା:- ସବଳ ଓ କପିଳ ।[୬]

କାମନାରୁ ଯାତ ସମସ୍ତ ପଦାର୍ଥକୁ କାମଦୁହ ବା କାମଦୁହା ମଧ୍ୟ କୁହାଯାଏ ଯାହାର ଅର୍ଥ ସମସ୍ତ ଆବଶ୍ୟକତା ଯାହାଠାରୁ ମିଳିପାରେ ।[୬][୭] ମହାଭାରତ ଓ ଦେବୀ ଭାଗବତ ପୁରାଣରେ ଭୀଷ୍ମ ଜନ୍ମ ସମ୍ପର୍କରେ କାମଧେନୁ ବଦଳରେ ନନ୍ଦିନୀ ନାମର ପ୍ରୟୋଗ କରାଯାଇଛି । [୮] ଅନ୍ୟ କେତେକ ସ୍ଥାନରେ ନନ୍ଦିନୀକୁ କାମଧେନୁ-ସୁରଭିର ଝିଅ ଭାବରେ ବର୍ଣ୍ଣନା କରାଯାଇଛି । ବେଟ୍ଟମ ମଣୀ (Vettam Mani) ମତରେ ନନ୍ଦିନୀ ଓ ସୁରଭି ନାମଦ୍ୱୟ କାମଧେନୁର ପ୍ରତିଶବ୍ଦ ।[୩]

ଆଧାର[ସମ୍ପାଦନା]

  1. "Kamdhenu Cow | Kamadhenu Wish Fulfilling Cow". AstroKapoor (in ଇଂରାଜୀ). Retrieved 2019-06-07.
  2. Astro, Kapoor (2019-11-25). "Kamadhenu Cow".
  3. ୩.୦ ୩.୧ Mani pp. 379–81
  4. Jacobi, H. (1908–1927). "Cow (Hindu)". In James Hastings (ed.). Encyclopaedia of Religion and Ethics. 4. pp. 225–6.
  5. Monier-Williams, Monier (2008) [1899]. "Monier Williams Sanskrit-English Dictionary". Universität zu Köln. p. 1232.
  6. ୬.୦ ୬.୧ Biardeau, Madeleine (1993). "Kamadhenu: The Religious Cow, Symbol of Prosperity". In Yves Bonnefoy (ed.). Asian mythologies. University of Chicago Press. p. 99. ISBN 978-0-226-06456-7.
  7. Monier-Williams, Monier (2008) [1899]. "Monier Williams Sanskrit-English Dictionary". Universität zu Köln. p. 272.
  8. Vijñanananda, Swami (1921–22). "The S'rîmad Devî Bhâgawatam: Book 2: Chapter 3". Sacred texts archive. Retrieved 13 November 2010.