କପିଳା ବାତ୍ସାୟନ
କପିଳା ବାତ୍ସାୟନ (୨୫ ଡିସେମ୍ବର ୧୯୨୮ - ୧୬ ସେପ୍ଟେମ୍ବର ୨୦୨୦) ଭାରତୀୟ ଶାସ୍ତ୍ରୀୟ ନୃତ୍ୟ, କଳା, ସ୍ଥାପତ୍ୟ ଏବଂ କଳା ଇତିହାସର ଜଣେ ଅଗ୍ରଣୀ ବିଦ୍ୱାନ ଥିଲେ । ସେ ଭାରତରେ ସଂସଦର ସଦସ୍ୟ ତଥା ଅମଲାତନ୍ତ୍ର ଭାବରେ କାର୍ଯ୍ୟ କରିଥିଲେ ଏବଂ ଇନ୍ଦିରା ଗାନ୍ଧୀ ଜାତୀୟ କଳା କେନ୍ଦ୍ରର ପ୍ରତିଷ୍ଠାତା ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।
୧୯୭୦ ମସିହାରେ, କପିଳା କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ଫେଲୋସିପ ଗ୍ରହଣ କରିଥିଲେ । ଏହି ଫେଲୋସିପ ସଙ୍ଗୀତ, ନୃତ୍ୟ ଏବଂ ନାଟକ ପାଇଁ ଭାରତର ଜାତୀୟ ଏକାଡେମୀ, କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀଦ୍ୱାରା ପ୍ରଦାନ କରାଯାଇଥିବା ସର୍ବୋଚ୍ଚ ସମ୍ମାନ ଅଟେ । ଏହା ପରେ ସେ ୧୯୯୫ ମସିହାରେ ଲଲିତ କଳା ଏକାଡେମୀ ଫେଲୋସିପ ଗ୍ରହଣ କରିଥିଲେ । ୨୦୧୧ ମସିହାରେ, ଭାରତ ସରକାର ତାଙ୍କୁ ଭାରତର ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଭୂଷଣ ପ୍ରଦାନ କରିଥିଲେ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ତାଙ୍କ ପିତାଙ୍କ ନାମ ରାମ ଲାଲ ଏବଂ ମାତାଙ୍କ ନାମ ସତ୍ୟବତୀ ମଲିକ ଥିଲା । ସେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ।[୧] ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଇଂରାଜୀ ସାହିତ୍ୟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ ।[୨] ଏହା ପରେ, ସେ ମିଗିଗାନ ବିଶ୍ୱବିଦ୍ୟାଳୟ, ଆନ୍ ଆର୍ବରରୁ ଶିକ୍ଷାର ସ୍ନାତକୋତ୍ତର ଏବଂ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ପିଏଚଡି କରିଥିଲେ । କବି ତଥା କଳା ସମାଲୋଚକ କେଶବ ମଲିକ ତାଙ୍କର ବଡ଼ ଭାଇ ଥିଲେ ଏବଂ ସେ ବିଶିଷ୍ଟ ହିନ୍ଦୀ ଲେଖକ ସଚ୍ଚିଦାନନ୍ଦ ବାତ୍ସାୟନ 'ଅଜ୍ଞେୟ'ଙ୍କୁ (୧୯୧୧–୧୯୮୭) ବିବାହ କରିଥିଲେ । ସେମାନେ ୧୯୫୬ ମସିହାରେ ବିବାହ କରିଥିଲେ ଏବଂ ୧୯୬୯ ମସିହାରେ ଅଲଗା ହୋଇଯାଇଥିଲେ ।
ମୃତ୍ୟୁ
[ସମ୍ପାଦନା]କପିଳା ବାତ୍ସାୟନ ୨୦୨୦ ମସିହା ସେପ୍ଟେମ୍ବର ୧୬ ତାରିଖରେ ୯୨ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।
ବୃତ୍ତିଗତ ଜୀବନ
[ସମ୍ପାଦନା]କପିଳା, ଦି ସ୍କୋୟାର୍ ଏବଂ ସର୍କଲ୍ ଅଫ୍ ଇଣ୍ଡିଆନ୍ ଆର୍ଟସ (୧୯୯୭), ଭାରତ: ଦ ନାଟ୍ୟ ଶାସ୍ତ୍ର (୧୯୯୬), ଏବଂ ମାତ୍ରଲକ୍ଷଣମ (୧୯୮୮) ସମେତ ଅନେକ ପୁସ୍ତକର ରଚୟିତା ।[୩]
୧୯୮୭ ମସିହାରେ, ସେ ଦିଲ୍ଲୀରେ ଅବସ୍ଥିତ ଭାରତର ପ୍ରମୁଖ କଳା ସଂଗଠନ ଇନ୍ଦିରା ଗାନ୍ଧୀ ନ୍ୟାସନାଲ ସେଣ୍ଟର ଫର ଆର୍ଟର (ଇନ୍ଦିରା କଳାକେନ୍ଦ୍ର) ପ୍ରତିଷ୍ଠାତା ଟ୍ରଷ୍ଟି ତଥା ସଦସ୍ୟ ସଚିବ ଭାବରେ ଅବସ୍ଥାପିତ ହୋଇଥିଲେ ।[୩] ଏହା ପରେ, ୧୯୯୩ ମସିହାରେ, ସେ ଏହାର ଏକାଡେମିକ ନିର୍ଦ୍ଦେଶକ ଭାବରେ ନିଯୁକ୍ତ ହୋଇଥିଲେ ଓ ଏହି ପଦବୀରେ ସେ ୨୦୦୦ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ୨୦୦୫ ମସିହାରେ, ସେ ପୁଣି ଏହି ଅନୁଷ୍ଠାନର ଅଧ୍ୟକ୍ଷା ଭାବରେ ନିଯୁକ୍ତି ପାଇଥିଲେ ।[୪] ସେ ଶିକ୍ଷା ମନ୍ତ୍ରଣାଳୟରେ ଭାରତ ସରକାରଙ୍କ ସଚିବ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ଓ ଏହି ପଦବୀରେ ଥାଇ ସେ ବହୁ ସଂଖ୍ୟକ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ପ୍ରତିଷ୍ଠା କରିବାରେ ସହାୟକ ହୋଇଥିଲେ । ସେ ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ ଏସିଆ ପ୍ରକଳ୍ପର ଅଧ୍ୟକ୍ଷା ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।
୨୦୦୬ ମସିହାରେ କପିଳା ରାଜ୍ୟସଭାକୁ ମନୋନୀତ ହୋଇଥିଲେ ଓ ସେହି ବର୍ଷ ମାର୍ଚ୍ଚ ମାସରେ ସେଠାରୁ ଇସ୍ତଫା ଦେଇଥିଲେ ।[୫] ୨୦୦୭ ମସିହା ଅପ୍ରେଲ ମାସରେ ସେ ପୁଣି ରାଜ୍ୟସଭାକୁ ମନୋନୀତ ହୋଇ, ଫେବୃଆରୀ ୨୦୧୨ରେ କାର୍ଯ୍ୟକାଳ ଶେଷ ହେବା ପର୍ଯ୍ୟନ୍ତ ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ ।[୬]
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ସଙ୍ଗୀତ ନାଟକ ଏକାଡେମୀ ଫେଲୋସିପ - ୧୯୭୦[୭]
- ଜନ ଡି ରକଫେଲର ତୃତୀୟ ପାଣ୍ଠୀ ଫେଲୋସିପ - ୧୯୭୦ (ଆମେରିକା ଏବଂ ଇଣ୍ଡୋନେସିଆର ସାଂସ୍କୃତିକ ଅନୁଷ୍ଠାନ ଓ ସମସାମୟିକ କଳା ବିକାଶର ସର୍ବେକ୍ଷଣ ପାଇଁ ଏହି ଫେଲୋସିପ ଦିଆଯାଇଥିଲା)
- ଜବାହରଲାଲ ନେହେରୁ ଫେଲୋସିପ - ୧୯୭୫[୮]
- ଜନ୍ ଡି ରକଫେଲର୍ ତୃତୀୟ ପୁରସ୍କାର - ୧୯୯୨ (ଆନ୍ତର୍ଜାତୀୟ ବୁଝାମଣା ଓ ଭାରତରେ ନୃତ୍ୟ ଏବଂ କଳା ଇତିହାସର ଅଭ୍ୟାସ ଏବଂ ଅଧ୍ୟୟନରେ ଉଲ୍ଲେଖନୀୟ ଅବଦାନ ଏସୀୟ ସାଂସ୍କୃତିକ ପରିଷଦଦ୍ୱାରା ପ୍ରଦତ୍ତ)[୯]
- ନୃତ୍ୟ ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟା ଅବଦାନ ପାଇଁ ସମ୍ମାନ (କଂଗ୍ରେସ ରିସର୍ଚ୍ଚ ଇନ ଡାନ୍ସ ତରଫରୁ ପ୍ରଦତ୍ତ)
- ରାଜୀବ ଗାନ୍ଧୀ ଜାତୀୟ ସଦଭାବନା ସମ୍ମାନ - ୨୦୦୦[୧୦]
- ପଦ୍ମ ବିଭୂଷଣ - ୨୦୧୧[୧୧]
ରଚନାବଳୀ
[ସମ୍ପାଦନା]- Kapila Vatsyayan; Jayadeva (1980). Jāur Gīta-Govinda: a dated sixteenth century Gīta-Govinda from Mewar. National Museum.
- Kapila Vatsyayan (1982). Dance Sculpture in Sarangapani Temple. Society for Archaeological, Historical, and Epigraphical Research.
- Kapila Vatsyayan (1987). Traditions of Indian folk dance. Clarion Books associated with Hind Pocket Books.
- Kapila Vatsyayan (1991). Concepts of Space: Ancient and Modern. Abhinav Publications. ISBN 978-81-7017-252-9.
- Kapila Vatsyayan (1992). Indian classical dance. Publications Division, Ministry of Information and Broadcasting, Govt. of India. ISBN 978-81-230-0589-8.
- Kapila Vatsyayan; Baidyanath Saraswati; Subhash Chandra Malik; Madhu Khanna (1994). Art, the Integral Vision: A Volume of Essay in Felicitation of Kapila Vatsyayan. D. K. Print World (P) Limited. ISBN 978-81-246-0029-0.
- Kapila Vatsyayan (1995). Paramparik bharatiya rangmanch: anant dharane. National Book Trust. ISBN 978-81-237-1432-5.
- Kapila Vatsyayan (1995). The Indian Arts, Their Ideational Background and Principles of Form. Affiliated East-West Press.
- Kapila Vatsyayan (1995). Prakŗti: The Integral Vision. D K Printworld (P) Limited. ISBN 978-81-246-0036-8.
- Kapila Vatsyayan (1997). The Square and the Circle of the Indian Arts. Abhinav Publications. ISBN 978-81-7017-362-5.
- Kapila Vatsyayan (2004). Dance in Indian Painting. Abhinav Publications. ISBN 978-81-7017-153-9.
- Kapila Vatsyayan (2006). Bharata The Natyasastra. Sahitya Akademi. ISBN 978-81-260-1808-6.
- Kapila Vatsyayan (2007). Classical Indian dance in literature and the arts. Sangeet Natak Akademi.
- Kapila Vatsyayan (ed.) (2011). Transmissions and Transformations: Learning Through the Arts in Asia. Primus Books. pp. 9–. ISBN 978-93-80607-14-6.
{{cite book}}
:|author=
has generic name (help) - Kapila Vatsyayan (2011). The Darbhanga Gita-Govinda. Abhinav Publications. ISBN 978-81-7017-447-9.
- Kapila Vatsyayan (2011). Asian Dance: Multiple Levels. B.R. Rhythms. ISBN 978-81-88827-23-7.
- Kapila Vatsyayan (2013). Plural Cultures and Monolothic Structures. Primus Books. ISBN 978-93-80607-45-0.
ଆଧାର
[ସମ୍ପାଦନା]- ↑ "Members Biodata". Rajya Sabha. Retrieved 8 July 2013.
- ↑ Uttara Asha Coorlawala (12 January 2000). "Kapila Vatsyayan – Formative Influences". narthaki. Retrieved 8 July 2013.
- ↑ ୩.୦ ୩.୧ Bouton, Marshall & Oldenburg, Philip, Eds. (2003). India Briefing: A Transformative Fifty Years, p. 312. Delhi: Aakar Publications.
- ↑ "Congress appoints Kapila Vatsyayan as IGNCA chairperson, completes tit-for-tat with NDA". India Today. 31 October 2005. Retrieved 8 July 2013.
- ↑ "Vatsyayan resigns from RS". Rediff.com India News. 24 March 2006. Retrieved 8 July 2013.
- ↑ "Swaminathan, Vatsyayan nominated to Rajya Sabha". The Hindu. 11 April 2007. Archived from the original on 1 October 2007. Retrieved 8 July 2013.
- ↑ "SNA: List of Sangeet Natak Akademi Ratna Puraskar winners (Akademi Fellows)". Official website. Archived from the original on 4 March 2016.
- ↑ "Official list of Jawaharlal Nehru Fellows (1969-present)". Jawaharlal Nehru Memorial Fund.
- ↑ "ACC: List of John D. Rockefeller 3rd Awardees". Official website. Archived from the original on 26 ଜୁଲାଇ 2014.
- ↑ "Secularism under assault, says Sonia". The Hindu. 21 August 2001.
- ↑ "Padma Awards Announced" (Press release). Ministry of Home Affairs. 25 January 2011. Retrieved 25 January 2011.