ଓଲେନା ଜେଲେନସ୍କା
ଓଲେନା ଜେଲେନସ୍କା | |
---|---|
Олена Зеленська | |
ୟୁକ୍ରେନର ପ୍ରଥମ ମହିଳା | |
Assumed office ୨୦ ମଇ ୨୦୧୯20 May 2019[୧] | |
ରାଷ୍ଟ୍ରପତି | ଭ୍ଲାଦିମିର ଜେଲେନସ୍କି |
ପୂର୍ବ ଅଧିକାରୀ | ମେରିନା ପୋରୋଶେଙ୍କୋ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଓଲେନା ଭୋଲୋଡିମିରିଭିନା କିୟାସ୍କୋ ୬ ଫେବୃଆରୀ ୧୯୭୮ କ୍ରିଭି ରି, ୟୁକ୍ରେନ, ସୋଭିଏତ ୟୁନିୟନ |
ଜୀବନ ସାଥୀ |
ଭ୍ଲାଦିମିର ଜେଲେନସ୍କି
(m. ୨୦୦୩) |
ସନ୍ତାନ | ୨ |
ସମ୍ପର୍କୀୟ | ଆଲେକ୍ସାଣ୍ଡର ଜେଲେନସ୍କି(ଶ୍ୱଶୁର) |
ଶିକ୍ଷାନୁଷ୍ଠାନ | କ୍ରିଭି ରି ଜାତୀୟ ବିଶ୍ୱବିଦ୍ୟାଳୟ |
ବୃତ୍ତି | ପଟ୍ଟକଥା ଲେଖିକା |
ପୁରସ୍କାର | ବିବିସିଦ୍ୱାରା ଘୋଷିତ ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ୧୦୦ ମହିଳାଙ୍କ ମଧ୍ୟରୁ ଜଣେ - ୨୦୨୨[୨] |
ଓଲେନା ଭୋଲୋଡିମିରିଭିନା ଜେଲେନସ୍କା (ଜନ୍ମ : ୬ ଫେବୃଆରୀ ୧୯୭୮) ଜଣେ ୟୁକ୍ରେନୀୟ ପଟ୍ଟକଥା ଲେଖିକା ଓ ବର୍ତ୍ତମାନ ୟୁକ୍ରେନର ପ୍ରଥମ ମହିଳା ଅଟନ୍ତି । ସେ ୟୁକ୍ରେନର ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କିଙ୍କର ଧର୍ମପତ୍ନୀ[୩] ଟାଇମ ମାଗାଜିନ ୨୦୨୩ ମସିହାରେ ଜେଲେନସ୍କାଙ୍କୁ ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ୧୦୦ ମହିଳାଙ୍କ ତାଲିକା ମଧ୍ୟରେ ଅନ୍ତର୍ଭୁକ୍ତ କରିଥିଲା ।[୪]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ଓଲେନା, ୧୯୭୮ ମସିହା ଫେବୃଆରୀ ୬ ତାରିଖରେ ୟୁକ୍ରେନର କ୍ରିଭି ରିଠାରେ ଜନ୍ମଗ୍ରହଣ କରିଥିଲେ ।[୫][୬] ସେ କ୍ରିଭି ରି ଜିମନାସିୟମରେ ପାଠ ପଢିଥିଲେ ଓ ସେଠାରେ ସେ ନିଜ ସ୍ୱାମୀ ଭ୍ଲାଦିମିର ଜେଲେନସ୍କିଙ୍କୁ ଭେଟିଥିଲେ ।[୬][୭] ୨୦୦୦ ମସିହାରେ ସେ କ୍ରିଭି ରି ବୈଷୟିକ ବିଶ୍ୱବିଦ୍ୟାଳୟରୁ ଅର୍ବାନ ଆଣ୍ଡ କଂଷ୍ଟ୍ରକ୍ସନ ମ୍ୟାନେଜମେଣ୍ଟରେ ଡିପ୍ଲୋମା ହାସଲ କରିଥିଲେ । ତା ସହିତ ସେ ପିଆନୋ ବଜାଇବାରେ ମଧ୍ୟ ଶିକ୍ଷାହାସଲ କରିଥିଲେ ।[୮]
୨୦୦୩ ମସିହାରେ ଓଲେନା ଓ ଭ୍ଲାଦିମିର ଜେଲେନସ୍କି ବିବାହ କରିଥିଲେ ।[୯][୮] ସେମାନଙ୍କର ଆଲେକ୍ସାଣ୍ଡ୍ରା( ଜନ୍ମ : ୧୫ ଜୁଲାଇ ୨୦୦୪) ନାମରେ ଗୋଟିଏ ଝିଅ ଓ କ୍ରାୟିଲୋ ( ଜନ୍ମ : ୨୧ ଜାନୁଆରୀ ୨୦୧୩) ନାମରେ ଗୋଟିଏ ପୁଅ ଅଛି ।[୯] ଏମାନଙ୍କ ବ୍ୟତିତ ତାଙ୍କ ପରିବାରରେ ଅନେକ ପୋଷ୍ୟ ଜନ୍ତୁ ମଧ୍ୟ ଅଛନ୍ତି ।[୧୦] ଓଲେନାଙ୍କର କ୍ରୀଡ଼ା, ପୁସ୍ତକ ପଠନ ଓ ସିନେମାଟୋଗ୍ରାଫି ଆଦିରେ ରୁଚି ରହିଛି ।[୧୧] ଓଲେନା ଓ ଭ୍ଲାଦିମିରଙ୍କର ପରିବାର ୟୁକ୍ରେନର ରାଜଧାନୀ କିଭରେ ରୁହନ୍ତି ।[୧୨]
ଟେଲିଭିଜନ ପ୍ରଡକ୍ସନ କମ୍ପାନୀ କେଭର୍ଟାଲ ୯୫ର ପ୍ରତିଷ୍ଠା ଦିନରୁ ଓଲେନା ସେମାନଙ୍କପାଇଁ ପଟ୍ଟକଥା ଲେଖି ଆସୁଛନ୍ତି ।
ଓଲେନା ଜେଲେନସ୍କା ଫାଉଣ୍ଡେସନ
[ସମ୍ପାଦନା]୨୦୨୨ ମସିହା ସେପ୍ଟେମ୍ବର ୨୨ ତାରିଖରେ ଓଲେନା ନିଜ ଫାଉଣ୍ଡେସନ ବିଷୟରେ ମିଳିତ ଜାତିସଂଘରେ ଘୋଷଣା କରିଥିଲେ ।[୧୩] ଏହି ଫାଉଣ୍ଡେସନର ମୁଖ୍ୟ ଉଦ୍ଦେଶ୍ୟ, ୟୁକ୍ରେନବାସୀଙ୍କର ପୁନରୁତ୍ଥାନ । ଫାଉଣ୍ଡେସନ ନିଶ୍ଚିତ କରିବାକୁ ଚାହେଁ ଯେ, ୟୁକ୍ରେନର ପ୍ରତ୍ୟେକ ନାଗରିକ ଶାରୀରିକ, ମାନସିକ ଭାବରେ ନିଜକୁ ମୁକ୍ତ ଅନୁଭବ କରନ୍ତୁ ଏବଂ ନିଜ ଶିକ୍ଷା, ବୃତ୍ତି ଓ ସର୍ବୋପରୀ ୟୁକ୍ରେନର ଭବିଷ୍ୟତ ଗଠନ ଦିଗରେ ମନୋନିବେଶ କରନ୍ତୁ ।[୧୪] ଏହି ଅନୁଷ୍ଠାନ ତିନୋଟି ମୁଖ୍ୟ ଦିଗ ଯଥା 'ଔଷଧ', 'ଶିକ୍ଷା' ଓ 'ମାନବୀୟ ସହାୟତା' ଦିଗରେ କାମ କରିଥାଏ ।
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ସିଓ ସମ୍ମାନ - ୨୦୨୨ ( ବିଶ୍ୱ ଶାନ୍ତି ଦିଗରେ ପ୍ରୟାସ ପାଇଁ ପୋଲାଣ୍ଡର ଫ୍ରଷ୍ଟ ପତ୍ରିକା ପ୍ରଦତ୍ତ)[୧୫]
- ଏଲେ ପତ୍ରିକାଦ୍ୱାରା ବିଶ୍ୱର ୧୦୦ ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ - ୯ ନଭେମ୍ବର ୨୦୨୨[୧୬]
- ହିଲାରୀ କ୍ଲିଣ୍ଟନ ସମ୍ମାନ - ୬ ଡିସେମ୍ବର ୨୦୨୨[୧୭]
- ବିବିସିଦ୍ୱାରା ବିଶ୍ୱର ୧୦୦ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ଅନ୍ତର୍ଭୁକ୍ତ - ଡିସେମ୍ବର ୨୦୨୨[୧୮]
- ଫାଇନ୍ସିଆଲ ଟାଇମ୍ସଦ୍ୱାର ବିଶ୍ୱର ଶ୍ରେଷ୍ଠ ୨୫ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ଅନ୍ତର୍ଭୁକ୍ତ - ନଭେମ୍ବର ୨୦୨୩[୧୯][୨୦]
ଆଧାର
[ସମ୍ପାଦନା]- ↑ "'Beautiful Melania': Elena Zelenskaya became the first lady of Ukraine and published the first photos on Instagram. PHOTO, VIDEO". ForumDaily Woman (in ଇଂରାଜୀ). 20 May 2019. Retrieved 21 October 2023.
- ↑ "BBC 100 Women 2022: Who is on the list this year?". BBC News (in ବ୍ରିଟିଶ୍ ଇଂରାଜୀ). Retrieved 2022-12-10.
- ↑ "Main facts about Ukraine's next first lady Olena Zelenska". KyivPost. 24 April 2019. Archived from the original on 26 September 2020. Retrieved 26 April 2019.
- ↑ Jill Biden (2023-04-13). "Olena Zelenska". time.com. Time Person of the Year.
- ↑ "СПІКЕРИ – Олена Зеленська – Перша леді України". Ukrainian Women's Congress. 9 December 2019. Archived from the original on 1 September 2021. Retrieved 1 September 2021.
- ↑ ୬.୦ ୬.୧ Walker, Shaun (18 June 2022). "Ukraine's first lady Olena Zelenska on being Russia's target No 2: 'When you see their crimes, maybe they really are capable of anything'". The Guardian. Retrieved 19 June 2022.
- ↑ "Volodymyr Zelensky".
- ↑ ୮.୦ ୮.୧ Rose, Hilary (15 March 2022). "Olena Zelenska, Ukraine's shy first lady, steps up". The Times. Retrieved 19 June 2022.
- ↑ ୯.୦ ୯.୧ "ru:Зеленский Владимир" (in ରୁଷିୟ). Archived from the original on 2 January 2019. Retrieved 19 August 2020.
- ↑ "Olena Zelenska told about relationship with her husband and reluctance to be the first lady". 1plus1.ua (in ୟୁକ୍ରାନିଆନ୍). 2019-05-20. Retrieved 2023-07-02.
- ↑ "Olena Zelenska told what she wants to do after her husband's victory". fakty.com.ua (in ୟୁକ୍ରାନିଆନ୍). 2019-04-22. Retrieved 2023-07-02.
- ↑ Carroll, Oliver (19 June 2022). ""Our son wants to be a soldier": an interview with Ukraine's first lady". 1843. The Economist. Retrieved 20 June 2022.
- ↑ Francisco Salazar (September 27, 2022). "Metropolitan Opera Hosts Olena Zelenska's Foundation Event". operawire.com.
- ↑ "Олена Зеленська презентувала благодійну Фундацію у Нью-Йорку: фото образу першої леді". Channel 24. September 23, 2022.
- ↑ "Ołena Zełenska dziękuje redakcji "Wprost". "Chcę podzielić się tą nagrodą ze wszystkimi ukraińskimi kobietami"". wprost.pl (in ପୋଲିଶ୍). Wprost. 2022-06-22.
- ↑ "Олена Зеленська увійшла до 100 найвпливовіших жінок за версією редакторів ЕLLE". elle.ua (in ୟୁକ୍ରାନିଆନ୍). ELLE. 2022-11-09.
- ↑ Olafimihan Oshin (2022-11-30). "Hillary Clinton to honor Ukrainian first lady, Nobel Peace Prize co-winner". thehill.com. The Hill.
- ↑ "BBC 100 Women 2022: Who is on the list this year?". BBC News (in ବ୍ରିଟିଶ୍ ଇଂରାଜୀ). Retrieved 2022-12-10.
- ↑ "First Lady of Ukraine is included in the list of the 25 most influential women in the world according to the Financial Times". president.gov.ua. 2023-11-30.
- ↑ "The FT's 25 most influential women of 2023". ft.com. Financial Times. 2023-11-30.