ଓଲେନା ଜେଲେନସ୍କା

ଉଇକିପିଡ଼ିଆ‌ରୁ
ଓଲେନା ଜେଲେନସ୍କା
Олена Зеленська
୨୦୨୧ ମସିହାର ଛବି
ୟୁକ୍ରେନର ପ୍ରଥମ ମହିଳା
Assumed office
୨୦ ମଇ ୨୦୧୯20 May 2019[୧]
ରାଷ୍ଟ୍ରପତିଭ୍ଲାଦିମିର ଜେଲେନସ୍କି
ପୂର୍ବ ଅଧିକାରୀମେରିନା ପୋରୋଶେଙ୍କୋ
ବ୍ୟକ୍ତିଗତ ସବିଶେଷ
ଜନ୍ମ
ଓଲେନା ଭୋଲୋଡିମିରିଭିନା କିୟାସ୍କୋ

(1978-02-06) ୬ ଫେବୃଆରୀ ୧୯୭୮ (ବୟସ ୪୬)
କ୍ରିଭି ରି, ୟୁକ୍ରେନ, ସୋଭିଏତ ୟୁନିୟନ
ଜୀବନ ସାଥୀ
ଭ୍ଲାଦିମିର ଜେଲେନସ୍କି
(m. ୨୦୦୩)
ସନ୍ତାନ
ସମ୍ପର୍କୀୟଆଲେକ୍ସାଣ୍ଡର ଜେଲେନସ୍କି(ଶ୍ୱଶୁର)
ଶିକ୍ଷାନୁଷ୍ଠାନକ୍ରିଭି ରି ଜାତୀୟ ବିଶ୍ୱବିଦ୍ୟାଳୟ
ବୃତ୍ତିପଟ୍ଟକଥା ଲେଖିକା
ପୁରସ୍କାରବିବିସିଦ୍ୱାରା ଘୋଷିତ ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ୧୦୦ ମହିଳାଙ୍କ ମଧ୍ୟରୁ ଜଣେ - ୨୦୨୨[୨]

ଓଲେନା ଭୋଲୋଡିମିରିଭିନା ଜେଲେନସ୍କା (ଜନ୍ମ : ୬ ଫେବୃଆରୀ ୧୯୭୮) ଜଣେ ୟୁକ୍ରେନୀୟ ପଟ୍ଟକଥା ଲେଖିକା ଓ ବର୍ତ୍ତମାନ ୟୁକ୍ରେନର ପ୍ରଥମ ମହିଳା ଅଟନ୍ତି । ସେ ୟୁକ୍ରେନର ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କିଙ୍କର ଧର୍ମପତ୍ନୀ[୩] ଟାଇମ ମାଗାଜିନ ୨୦୨୩ ମସିହାରେ ଜେଲେନସ୍କାଙ୍କୁ ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ୧୦୦ ମହିଳାଙ୍କ ତାଲିକା ମଧ୍ୟରେ ଅନ୍ତର୍ଭୁକ୍ତ କରିଥିଲା ।[୪]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଓଲେନା, ୧୯୭୮ ମସିହା ଫେବୃଆରୀ ୬ ତାରିଖରେ ୟୁକ୍ରେନର କ୍ରିଭି ରିଠାରେ ଜନ୍ମଗ୍ରହଣ କରିଥିଲେ ।[୫][୬] ସେ କ୍ରିଭି ରି ଜିମନାସିୟମରେ ପାଠ ପଢିଥିଲେ ଓ ସେଠାରେ ସେ ନିଜ ସ୍ୱାମୀ ଭ୍ଲାଦିମିର ଜେଲେନସ୍କିଙ୍କୁ ଭେଟିଥିଲେ ।[୬][୭] ୨୦୦୦ ମସିହାରେ ସେ କ୍ରିଭି ରି ବୈଷୟିକ ବିଶ୍ୱବିଦ୍ୟାଳୟରୁ ଅର୍ବାନ ଆଣ୍ଡ କଂଷ୍ଟ୍ରକ୍ସନ ମ୍ୟାନେଜମେଣ୍ଟରେ ଡିପ୍ଲୋମା ହାସଲ କରିଥିଲେ । ତା ସହିତ ସେ ପିଆନୋ ବଜାଇବାରେ ମଧ୍ୟ ଶିକ୍ଷାହାସଲ କରିଥିଲେ ।[୮]

୨୦୨୦ ମସିହା ଅକ୍ଟୋବର ୬ ତାରିଖରେ ଭ୍ଲାଦିମିର ଜେଲେନସ୍କି ଓ ଓଲେନା ଜେଲେନସ୍କା ଇସ୍ତାନବୁଲଠାରେ ଏକ ପ୍ରାଥନା ସଭାରେ

୨୦୦୩ ମସିହାରେ ଓଲେନା ଓ ଭ୍ଲାଦିମିର ଜେଲେନସ୍କି ବିବାହ କରିଥିଲେ ।[୯][୮] ସେମାନଙ୍କର ଆଲେକ୍ସାଣ୍ଡ୍ରା( ଜନ୍ମ : ୧୫ ଜୁଲାଇ ୨୦୦୪) ନାମରେ ଗୋଟିଏ ଝିଅ ଓ କ୍ରାୟିଲୋ ( ଜନ୍ମ : ୨୧ ଜାନୁଆରୀ ୨୦୧୩) ନାମରେ ଗୋଟିଏ ପୁଅ ଅଛି ।[୯] ଏମାନଙ୍କ ବ୍ୟତିତ ତାଙ୍କ ପରିବାରରେ ଅନେକ ପୋଷ୍ୟ ଜନ୍ତୁ ମଧ୍ୟ ଅଛନ୍ତି ।[୧୦] ଓଲେନାଙ୍କର କ୍ରୀଡ଼ା, ପୁସ୍ତକ ପଠନ ଓ ସିନେମାଟୋଗ୍ରାଫି ଆଦିରେ ରୁଚି ରହିଛି ।[୧୧] ଓଲେନା ଓ ଭ୍ଲାଦିମିରଙ୍କର ପରିବାର ୟୁକ୍ରେନର ରାଜଧାନୀ କିଭରେ ରୁହନ୍ତି ।[୧୨]

ଟେଲିଭିଜନ ପ୍ରଡକ୍ସନ କମ୍ପାନୀ କେଭର୍ଟାଲ ୯୫ର ପ୍ରତିଷ୍ଠା ଦିନରୁ ଓଲେନା ସେମାନଙ୍କପାଇଁ ପଟ୍ଟକଥା ଲେଖି ଆସୁଛନ୍ତି ।

ଓଲେନା ଜେଲେନସ୍କା ଫାଉଣ୍ଡେସନ[ସମ୍ପାଦନା]

ହିଲାରି କ୍ଲିଣ୍ଟନ ଏବଂ ଓଲେନା ଜେଲେନସ୍କା ଫାଉଣ୍ଡେସନର ଏକ ସଭାରେ

୨୦୨୨ ମସିହା ସେପ୍ଟେମ୍ବର ୨୨ ତାରିଖରେ ଓଲେନା ନିଜ ଫାଉଣ୍ଡେସନ ବିଷୟରେ ମିଳିତ ଜାତିସଂଘରେ ଘୋଷଣା କରିଥିଲେ ।[୧୩] ଏହି ଫାଉଣ୍ଡେସନର ମୁଖ୍ୟ ଉଦ୍ଦେଶ୍ୟ, ୟୁକ୍ରେନବାସୀଙ୍କର ପୁନରୁତ୍ଥାନ । ଫାଉଣ୍ଡେସନ ନିଶ୍ଚିତ କରିବାକୁ ଚାହେଁ ଯେ, ୟୁକ୍ରେନର ପ୍ରତ୍ୟେକ ନାଗରିକ ଶାରୀରିକ, ମାନସିକ ଭାବରେ ନିଜକୁ ମୁକ୍ତ ଅନୁଭବ କରନ୍ତୁ ଏବଂ ନିଜ ଶିକ୍ଷା, ବୃତ୍ତି ଓ ସର୍ବୋପରୀ ୟୁକ୍ରେନର ଭବିଷ୍ୟତ ଗଠନ ଦିଗରେ ମନୋନିବେଶ କରନ୍ତୁ ।[୧୪] ଏହି ଅନୁଷ୍ଠାନ ତିନୋଟି ମୁଖ୍ୟ ଦିଗ ଯଥା 'ଔଷଧ', 'ଶିକ୍ଷା' ଓ 'ମାନବୀୟ ସହାୟତା' ଦିଗରେ କାମ କରିଥାଏ ।

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ସିଓ ସମ୍ମାନ - ୨୦୨୨ ( ବିଶ୍ୱ ଶାନ୍ତି ଦିଗରେ ପ୍ରୟାସ ପାଇଁ ପୋଲାଣ୍ଡର ଫ୍ରଷ୍ଟ ପତ୍ରିକା ପ୍ରଦତ୍ତ)[୧୫]
  • ଏଲେ ପତ୍ରିକାଦ୍ୱାରା ବିଶ୍ୱର ୧୦୦ ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ - ୯ ନଭେମ୍ବର ୨୦୨୨[୧୬]
  • ହିଲାରୀ କ୍ଲିଣ୍ଟନ ସମ୍ମାନ - ୬ ଡିସେମ୍ବର ୨୦୨୨[୧୭]
  • ବିବିସିଦ୍ୱାରା ବିଶ୍ୱର ୧୦୦ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ଅନ୍ତର୍ଭୁକ୍ତ - ଡିସେମ୍ବର ୨୦୨୨[୧୮]
  • ଫାଇନ୍ସିଆଲ ଟାଇମ୍ସଦ୍ୱାର ବିଶ୍ୱର ଶ୍ରେଷ୍ଠ ୨୫ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ଅନ୍ତର୍ଭୁକ୍ତ - ନଭେମ୍ବର ୨୦୨୩[୧୯][୨୦]

ଆଧାର[ସମ୍ପାଦନା]

  1. "'Beautiful Melania': Elena Zelenskaya became the first lady of Ukraine and published the first photos on Instagram. PHOTO, VIDEO". ForumDaily Woman (in ଇଂରାଜୀ). 20 May 2019. Retrieved 21 October 2023.
  2. "BBC 100 Women 2022: Who is on the list this year?". BBC News (in ବ୍ରିଟିଶ୍‌ ଇଂରାଜୀ). Retrieved 2022-12-10.
  3. "Main facts about Ukraine's next first lady Olena Zelenska". KyivPost. 24 April 2019. Archived from the original on 26 September 2020. Retrieved 26 April 2019.
  4. Jill Biden (2023-04-13). "Olena Zelenska". time.com. Time Person of the Year.
  5. "СПІКЕРИ – Олена Зеленська – Перша леді України". Ukrainian Women's Congress. 9 December 2019. Archived from the original on 1 September 2021. Retrieved 1 September 2021.
  6. ୬.୦ ୬.୧ Walker, Shaun (18 June 2022). "Ukraine's first lady Olena Zelenska on being Russia's target No 2: 'When you see their crimes, maybe they really are capable of anything'". The Guardian. Retrieved 19 June 2022.
  7. "Volodymyr Zelensky".
  8. ୮.୦ ୮.୧ Rose, Hilary (15 March 2022). "Olena Zelenska, Ukraine's shy first lady, steps up". The Times. Retrieved 19 June 2022.
  9. ୯.୦ ୯.୧ "ru:Зеленский Владимир" (in ରୁଷିୟ). Archived from the original on 2 January 2019. Retrieved 19 August 2020.
  10. "Olena Zelenska told about relationship with her husband and reluctance to be the first lady". 1plus1.ua (in ୟୁକ୍ରାନିଆନ୍). 2019-05-20. Retrieved 2023-07-02.
  11. "Olena Zelenska told what she wants to do after her husband's victory". fakty.com.ua (in ୟୁକ୍ରାନିଆନ୍). 2019-04-22. Retrieved 2023-07-02.
  12. Carroll, Oliver (19 June 2022). ""Our son wants to be a soldier": an interview with Ukraine's first lady". 1843. The Economist. Retrieved 20 June 2022.
  13. Francisco Salazar (September 27, 2022). "Metropolitan Opera Hosts Olena Zelenska's Foundation Event". operawire.com.
  14. "Олена Зеленська презентувала благодійну Фундацію у Нью-Йорку: фото образу першої леді". Channel 24. September 23, 2022.
  15. "Ołena Zełenska dziękuje redakcji "Wprost". "Chcę podzielić się tą nagrodą ze wszystkimi ukraińskimi kobietami"". wprost.pl (in ପୋଲିଶ୍). Wprost. 2022-06-22.
  16. "Олена Зеленська увійшла до 100 найвпливовіших жінок за версією редакторів ЕLLE". elle.ua (in ୟୁକ୍ରାନିଆନ୍). ELLE. 2022-11-09.
  17. Olafimihan Oshin (2022-11-30). "Hillary Clinton to honor Ukrainian first lady, Nobel Peace Prize co-winner". thehill.com. The Hill.
  18. "BBC 100 Women 2022: Who is on the list this year?". BBC News (in ବ୍ରିଟିଶ୍‌ ଇଂରାଜୀ). Retrieved 2022-12-10.
  19. "First Lady of Ukraine is included in the list of the 25 most influential women in the world according to the Financial Times". president.gov.ua. 2023-11-30.
  20. "The FT's 25 most influential women of 2023". ft.com. Financial Times. 2023-11-30.