ଉର୍ବଶୀ ବୁଟାଲିଆ
ଉର୍ବଶୀ ବୁଟାଲିଆ | |
---|---|
ଜନ୍ମ | ୧୯୫୨ |
ଶିକ୍ଷାନୁଷ୍ଠାନ |
|
ବୃତ୍ତି(ସମୂହ) | ପ୍ରକାଶକ ଏବଂ ଐତିହାସିକ "କାଲି ଫର ଓମେନ"ର ସହ ପ୍ରତିଷ୍ଠାତା (୧୯୮୪) "ଜୁବାନ" ପୁସ୍ତକର ପ୍ରତିଷ୍ଠାତା (୨୦୦୩) |
ସମ୍ପର୍କୀୟ | ପଙ୍କଜ ବୁଟାଲିଆ |
ୱେବସାଇଟ | zubaanbooks |
ଉର୍ବଶୀ ବୁଟାଲିଆ (ଜନ୍ମ ୧୯୫୨) ଜଣେ ଭାରତୀୟ ନାରୀବାଦୀ ଲେଖକ, ପ୍ରକାଶକ ଏବଂ କାର୍ଯ୍ୟକର୍ତ୍ତା ଅଟନ୍ତି । ସେ ଭାରତର ମହିଳା ଆନ୍ଦୋଳନରେ କାର୍ଯ୍ୟ କରିବା ସହିତ ଦି ଅଲ୍ ସାଇଡ୍ ଅଫ୍ ସାଇଲେନ୍ସ: ଭଏସ୍ ଫ୍ରମ ଏବଂ ଦି ପାର୍ଟିସନ ଅଫ୍ ଇଣ୍ଡିଆ ଆଣ୍ଡ ସ୍ପିକିଙ୍ଗ ପେସ: ଓମେନ ଭଏସ ଫ୍ରମ କାଶ୍ମୀର ଭଳି ପୁସ୍ତକ ଲେଖିବା ପାଇଁ ଜଣାଶୁଣା ଅଟନ୍ତି । ରିତୁ ମେନନଙ୍କ ସହ ସେ ୧୯୮୪ ମସିହାରେ ଭାରତର ପ୍ରଥମ ନାରୀବାଦୀ ପ୍ରକାଶନ ପାଇଁ "କାଲି ଫର ଓମ୍ୟାନ" ପ୍ରତିଷ୍ଠା କରିଥିଲେ । ୨୦୦୩ ମସିହାରେ, ସେ "ଜୁବାନ" ପୁସ୍ତକ ପ୍ରତିଷ୍ଠା କରିଥିଲେ ।[୧]
୨୦୧୧ ମସିହାରେ, ବୁଟାଲିଆ ଏବଂ ମେନନଙ୍କୁ ସାହିତ୍ୟ ଏବଂ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ଭାରତର ଚତୁର୍ଥ ସର୍ବୋଚ୍ଚ ନାଗରିକ ପୁରସ୍କାର, ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା ।[୨]
ପ୍ରାଥମିକ ଜୀବନ ଓ ଶିକ୍ଷା
[ସମ୍ପାଦନା]ବୁଟାଲିଆ ହରିୟାଣାର ଅମ୍ବାଲାରେ ପଞ୍ଜାବୀ ଐତିହ୍ୟର ଏକ ପ୍ରଗତିଶୀଳ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ସୁଭଦ୍ରା ଏବଂ ଯୋଗୀନ୍ଦର ସିଂ ବୁଟାଲିଆଙ୍କର ଚାରି ସନ୍ତାନଙ୍କ ମଧ୍ୟରୁ ତୃତୀୟ ଥିଲେ । ତାଙ୍କ ମା ମହିଳାମାନଙ୍କ ପାଇଁ ଏକ ପରାମର୍ଶ କେନ୍ଦ୍ର ପରିଚାଳନା କରିଥିଲେ । ବୁଟାଲିଆଙ୍କର ଜଣେ ବଡ଼ ଭଉଣୀ ବେଲା ଏବଂ ଦୁଇ ଭାଇ ପଙ୍କଜ ଏବଂ ରାହୁଲ ଅଛନ୍ତି । ପଙ୍କଜ ବୁଟାଲିଆ ଜଣେ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ନିର୍ମାତା ଯିଏକି ବୃନ୍ଦାବନରେ ରହୁଥିବା ବିଧବାମାନଙ୍କ ଅବସ୍ଥା ବିଷୟରେ ଏକ ଡକ୍ୟୁମେଣ୍ଟାରୀ ପାଇଁ ଜଣାଶୁଣା ଅଟନ୍ତି ।
୧୯୭୧ ମସିହାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ମିରାଣ୍ଡା ହାଉସରୁ ସାହିତ୍ୟରେ ବିଏ, ୧୯୭୩ ମସିହାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସାହିତ୍ୟରେ ମାଷ୍ଟର ଡିଗ୍ରୀ ଏବଂ ୧୯୭୭ ମସିହାରେ ଲଣ୍ଡନ ବିଶ୍ୱବିଦ୍ୟାଳୟରୁ ଦକ୍ଷିଣ ଏସୀୟ ଅଧ୍ୟୟନରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ ।[୩] ସେ ଇଂରାଜୀ, ଇଟାଲୀ ଏବଂ ଫ୍ରେଞ୍ଚ ସହିତ ହିନ୍ଦୀ, ପଞ୍ଜାବୀ ଏବଂ ବଙ୍ଗଳା ଭାଷା କହିପାରନ୍ତି ।[୪]
ବୃତ୍ତି
[ସମ୍ପାଦନା]ବୁଟାଲିଆ ଦିଲ୍ଲୀର ଅକ୍ସଫୋର୍ଡ ୟୁନିଭରସିଟି ପ୍ରେସ ସହିତ କାମ କରିବା ଆରମ୍ଭ କରିଥିଲେ । ସେ ୧୯୮୨ ମସିହାରେ ଲଣ୍ଡନସ୍ଥିତ ଜେଡ ବୁକର ସମ୍ପାଦକ ଭାବରେ ହେବା ପୂର୍ବରୁ ସେ ଅକ୍ସଫୋର୍ଡ ମୁଖ୍ୟାଳୟରେ ଏକ ବର୍ଷ କାର୍ଯ୍ୟ କରିଥିଲେ । ତା’ପରେ ସେ ଭାରତକୁ ପ୍ରତ୍ୟାବର୍ତ୍ତନ କରିବା ପରେ ରିତୁ ମେନନଙ୍କ ସହ ୧୯୮୪ ମସିହାରେ ଏକ ନାରୀବାଦୀ ପ୍ରକାଶନ ଗୃହର ପ୍ରତିଷ୍ଠା କରିଥିଲେ ।[୫]
ବୁଟାଲିଆ ମହିଳା, ସମାଜ ଏବଂ ଭାରତ ପରିବର୍ତ୍ତନ ଉପରେ ପାଠ୍ୟକ୍ରମ ମାଧ୍ୟମରେ ଅଶୋକା ବିଶ୍ୱବିଦ୍ୟାଳୟର ୟଙ୍ଗ ଇଣ୍ଡିଆ ଫେଲୋସିପ୍ରେ ଶିକ୍ଷାଦାନରେ ନିଜକୁ ନିୟୋଜିତ କରିଥିଲେ ।
ବୁଟାଲିଆଙ୍କର ଆଗ୍ରହର ମୁଖ୍ୟ କାରଣ ହେଉଛି ନାରୀବାଦୀ ଏବଂ ବାମପନ୍ଥୀ ଦୃଷ୍ଟିକୋଣରୁ ବିଭାଜନ ଏବଂ ମୌଖିକ ଇତିହାସ ।[୬] ସେ ଲିଙ୍ଗ, ସାମ୍ପ୍ରଦାୟିକତା, ମୌଳିକତା ଏବଂ ଗଣମାଧ୍ୟମ ବିଷୟରେ ଲେଖିଛନ୍ତି । ତାଙ୍କର ଲେଖା ଦି ଗାର୍ଡିଆନ୍, ନ୍ୟୁ ଇଣ୍ଟରନ୍ୟାସନାଲିଷ୍ଟ, ଦି ଷ୍ଟେଟ୍ସମ୍ୟାନ୍, ଟାଇମ୍ସ ଅଫ୍ ଇଣ୍ଡିଆ, ଆଉଟଲୁକ୍ ଏବଂ ଇଣ୍ଡିଆ ଟୁଡେ ଭଳି ଅନେକ ଖବରକାଗଜ ଏବଂ ପତ୍ରିକାରେ ପ୍ରକାଶ ପାଇଛି ।
ବୁଟାଲିଆ ଅକ୍ସଫାମ ଇଣ୍ଡିଆ ପାଇଁ ଜଣେ ପରାମର୍ଶଦାତା ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଭୋକେସନାଲ୍ ଷ୍ଟଡିଜ୍ କଲେଜରେ ରିଡର୍ ପଦବୀରେ ଅବସ୍ଥାପିତ ଅଛନ୍ତି ।
କାଲି ଫର ଓମେନ
[ସମ୍ପାଦନା]ମହିଳାମାନଙ୍କ ପାଇଁ କାଲି ଫର ଓମେନ, ଭାରତର ପ୍ରଥମ ସ୍ୱତନ୍ତ୍ର ନାରୀବାଦୀ ପ୍ରକାଶନ ଅଟେ, ଯାହା ବୁଟାଲିଆ ଓ ମେନନଙ୍କ ସହ ମିଳିତ ଭାବରେ ୧୯୮୪ ମସିହାରେ ତୃତୀୟ ବିଶ୍ୱର ମହିଳାମାନଙ୍କ ଉପରେ ଜ୍ଞାନର ବୃଦ୍ଧି ପାଇଁ ଏକ ଟ୍ରଷ୍ଟ ଭାବରେ ପ୍ରତିଷ୍ଠା କରାଯାଇଥିଲା ।
ଜୁବାନ ପୁସ୍ତକ
[ସମ୍ପାଦନା]ଜୁବାନ ପୁସ୍ତକ ହେଉଛି "କାଲି ଫର ଓମେନ"ର ଏକ ଛାପ ଅର୍ଥାତ ଭାରତର ପ୍ରଥମ ନାରୀବାଦୀ ପ୍ରକାଶନ ସଂସ୍ଥା ଅଟେ ।[୭][୮][୯] 'ଜୁବାନ୍' ଶବ୍ଦ ହିନ୍ଦୁସ୍ତାନୀରୁ ଆସିଛି ଏବଂ ଏହାର ଅର୍ଥ ହେଉଛି, ଜିଭ, କିନ୍ତୁ ଏହାର ଅନ୍ୟାନ୍ୟ ଅର୍ଥ ଅଛି, ଯେପରିକି ସ୍ୱର, ଭାଷା, ବକ୍ତବ୍ୟ ଏବଂ ଉପଭାଷା ଅଟେ ।
ସକ୍ରିୟତା
[ସମ୍ପାଦନା]ବୁଟାଲିଆ ମହିଳା ଇନଷ୍ଟିଚ୍ୟୁଟ୍ ଫର ଫ୍ରିଡମ୍ ଅଫ୍ ପ୍ରେସ୍ (WIFP)ର ସହଯୋଗୀ ଅଟନ୍ତି ।[୧୦]
ପୁରସ୍କାର ଏବଂ ସ୍ୱୀକୃତି
[ସମ୍ପାଦନା]- ୨୦୦୦ ମସିହାରେ, ବୁଟାଲିଆ ପ୍ରକାଶନରେ ମହିଳାଙ୍କଠାରୁ ପାଣ୍ଡୋରା ପୁରସ୍କାର ଲାଭ କରିଥିଲେ ।[୧୧]
- ୨୦୧୧ ମସିହାରେ ବୁଟାଲିଆଙ୍କୁ ଭାରତ ସରକାର ପଦ୍ମଶ୍ରୀ ପ୍ରଦାନ କରିଥିଲେ ।
- ୨୦୧୭ ମସିହାରେ, ଗୋଟେ ଇନଷ୍ଟିଚ୍ୟୁଟ୍ ବୁଟାଲିଆଙ୍କୁ ଏକ ମେଡାଲ୍, ଫେଡେରାଲ୍ ରିପବ୍ଲିକ୍ ଅଫ୍ ଜର୍ମାନୀର ଏକ ସରକାରୀ ସାଜସଜ୍ଜା ପ୍ରଦାନ କରିଥିଲା ଯାହା "ଜର୍ମାନ ଭାଷାର ଅତୁଳନୀୟ ଦକ୍ଷତା ପ୍ରଦର୍ଶନ କରିବା ସହିତ ଆନ୍ତର୍ଜାତୀୟ ସାଂସ୍କୃତିକ ବିନିମୟରେ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରିଥାଏ" ।[୧୨]
ଆଧାର
[ସମ୍ପାଦନା]- ↑ Daftuar, Swati (28 October 2010). "Identity matters". The Hindu. Retrieved 26 April 2013.
- ↑ "Press Information Bureau". www.pib.nic.in. Retrieved 2019-03-07.
- ↑ "Bio – Butalia". Lettre Ulysses Award for the Art of Reportage. Retrieved 26 April 2013.
- ↑ "Lettre Ulysses Award | Urvashi Butalia, India". www.lettre-ulysses-award.org. Retrieved 2019-03-07.
- ↑ Ghoshal, Somak (14 June 2013). "Urvashi Butalia: I want to prove that feminist publishing can survive commercially". Livemint. Retrieved 16 August 2013.
- ↑ Sundus, Areeba (8 November 2018). "Urvashi Butalia: The Historian Who Revived The Forgotten Voices of Partition". Feminism In India (FII). Retrieved 28 April 2021.
- ↑ Smruti Koppikar (16 August 2013). "Noted feminist to step down as director of Zubaa". Hindustan Times. Archived from the original on 16 August 2013. Retrieved 20 October 2014.
- ↑ Ghoshal, Somak (January 20, 2019). "Urvashi Butalia | I want to prove that feminist publishing can survive commercially". Live Mint.
- ↑ "A Note from Zubaan Books". sacw.net. Archived from the original on 6 March 2014. Retrieved 20 October 2014.
- ↑ "Associates | The Women's Institute for Freedom of the Press". www.wifp.org (in ଆମେରିକୀୟ ଇଂରାଜୀ). Retrieved 21 June 2017.
- ↑ "Urvashi Butalia". Heinrich-Böll-Stiftung (in ଇଂରାଜୀ). Retrieved 2019-03-07.
- ↑ "Awardee: Urvashi Butalia" (PDF). Goethe Institut.