ଉଇକିପିଡ଼ିଆ:ଭିଡିଓୱିକି/ହେପାଟାଇଟିସ ସି
ଭିଡିଓୱିକି/ହେପାଟାଇଟିସ ସି (Tutorial) | |
---|---|
Link to Commons | |
Steps for video creation | |
Step 1 | Preview my changes (10 sec) |
Step 2 | Upload to Commons (10 min) |
ଉପକ୍ରମ
[ସମ୍ପାଦନା]ହେପାଟାଇଟିସ ସି ଏକ ସଂକ୍ରାମକ ରୋଗ ଯାହା ହେପାଟାଇଟିସ ସି ଭୂତାଣୁ ଯୋଗୁ ହୁଏ ଓ ଯକୃତକୁ ଆକ୍ରମଣ କରେ ।[୧]
ପ୍ରାରମ୍ଭିକ ଲକ୍ଷଣ
[ସମ୍ପାଦନା]ସଂକ୍ରମଣ ଆରମ୍ଭରେ କୌଣସି ଲକ୍ଷଣ ନ ଦେଖାଯାଇପାରେ ବା ସାମାନ୍ୟ ଲକ୍ଷଣ ଦେଖାଯାଏ ।[୨] ବେଳେବେଳେ ଜ୍ୱର, ଗାଢ଼ ପରିସ୍ରା, ଉଦର ଯନ୍ତ୍ରଣା ବା ହଳଦିଆ ଚର୍ମ ଦେଖାଯାଏ ଯାହାକୁ କାମଳ କୁହାଯାଏ । [୨]
ଭୂତାଣୁ ନିର୍ମୁଳ ହୁଏନି
[ସମ୍ପାଦନା]ପ୍ରାୟ ୮୦% ଲୋକଙ୍କର ପ୍ରାରମ୍ଭିକ ସଂକ୍ରମଣ ଆରମ୍ଭ ହୋଇଗଲେ ଭୂତାଣୁ ସମ୍ପୁର୍ଣ୍ଣ ନିର୍ମୁଳ ହୋଇପାରେନି ଓ ଯକୃତରେ ରହିଯାଏ । [୨]
ସ୍ଥାୟୀ ପ୍ରଭାବ
[ସମ୍ପାଦନା]ଅନେକ ବର୍ଷ ରୋଗ ରହିଗଲେ ଜଟିଳ ହୋଇ ସ୍ଟିଏଟୋହେପାଟାଇଟିସ ବା ଚର୍ବିଳ ଯକୃତ, ସିରୋସିସ୍ ଓ ହେପାଟୋସେଲ୍ୟୁଲାର କର୍କଟ ବା ଯକୃତ କର୍କଟ ହୋଇପାରେ ।[୨] ସାରା ପୃଥିବୀରେ ସିରୋସିସ୍ ରୋଗର ୨୭% ଓ ହେପାଟୋସେଲ୍ୟୁଲାର କର୍କଟ ରୋଗର ୧୫% ଏହି ହେପାଟାଇଟିସ ସି ବେମାରୀ ଯୋଗୁ ହୁଏ ।[୩]
ଅନ୍ୟାନ୍ୟ ପ୍ରଭାବ
[ସମ୍ପାଦନା]ଯକୃଟ ଅକମୀ ହୋଇଗଲେ ଦ୍ୱନ୍ଦ୍ୱ, ଆସାଇଟିସ ବା ଉଦରରେ ତରଳ ପଦାର୍ଥ ଜମିଯାଏ ଓ ଏସୋଫେଜିଆଲ ଭାରିସେସ ବା ପାକସ୍ଥଳୀ ଭାରିସେସ ହେବା ଫଳରେ ରକ୍ତନଳୀ ସ୍ଫୀତ ହୋଇ ସାଂଘାତିକ ରକ୍ରସ୍ରାବ ହୋଇପାରେ ।[୧]
ବିସ୍ତାର
[ସମ୍ପାଦନା]ଶିରାଭ୍ୟନ୍ତର ଔଷଧ ବ୍ୟବହାର, ଡାକ୍ତରୀ ଯନ୍ତ୍ରପାତିର ଅନୁପଯୁକ୍ତ ବିଶୁଦ୍ଧିକରଣ, ଡାକ୍ତରୀ ଛୁଞ୍ଚି ଜନିତ କ୍ଷତ ଓ ରକ୍ତ ପରିଧାନ ସମୟରେ ରକ୍ତରୁ ରକ୍ତକୁ ଏହି ଭୂତାଣୁ ସଞ୍ଚରିତ ହୋଇଥାଏ । [୨][୪] ସଂକ୍ରମିତ ମାତାଠାରୁ ଶିଶୁକୁ ଜନ୍ମ ସମୟରେ ଏହାର ବିସ୍ତାର ହୋଇପାରେ । [୨]
ଆକସ୍ମିକ ସଂସ୍ପର୍ଶ ଓ ରକ୍ତ ସ୍କ୍ରୀନିଙ୍ଗ
[ସମ୍ପାଦନା]ବାହ୍ୟ ସଂସ୍ପର୍ଶରେ ଆସିଲେ ରୋଗ ବିସ୍ତାର ହୁଏ ନାହିଁ ଓ ଉପଯୁକ୍ତ ସ୍କ୍ରୀନିଙ୍ଗ ପରେ ରକ୍ତ ପରିଧାନ କଲେ ୨ ନିୟୁତରେ ଜଣକର ସଂକ୍ରମଣ ସଙ୍କଟ ରହିପାରିବ । [୨]
ହେପାଟାଇଟିସ ପରିବାର
[ସମ୍ପାଦନା]ହେପାଟାଟିସ ଏ, ବି, ସି, ଡି ଓ ଇ, ଏହି ପାଞ୍ଚ ପ୍ରକାର ହେପାଟାଟିସ ଭୂତାଣୁ ମଧ୍ୟରୁ ଏହା ଗୋଟିଏ ।[୫]
ରୋଗ ନିର୍ଣ୍ଣୟ
[ସମ୍ପାଦନା]ରକ୍ତ ପରୀକ୍ଷା କରି ଭୂତାଣୁର ଆରଏନଏ ପାଇଲେ ବା ଏହାର ଆଣ୍ଟିବଡି ମିଳିଲେ ରୋଗ ନିର୍ଣ୍ଣୟ ହୋଇଯାଏ । [୨] ରୋଗ ସଙ୍କଟ ଥିବା ସମସ୍ତ ଲୋକଙ୍କର ପରୀକ୍ଷା କରିବାକୁ ସୁପାରିସ କରାଯାଏ ।[୨]
ପ୍ରତିଷେଧ
[ସମ୍ପାଦନା]ହେପାଟାଇଟିସ ବିରୁଦ୍ଧରେ କୌଣସି ଟିକା ଅଦ୍ୟାବଧି ପ୍ରସ୍ତୁତ ହୋଇନାହିଁ । [୨][୬] ଏହା ନିମନ୍ତେ ଶିରାଭ୍ୟନ୍ତର ଔଷଧ ବ୍ୟବହାରକାରୀ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କର ସତର୍କତା ଅବଲମ୍ବନ, କଣ୍ଡୋମ ବ୍ୟବହାର ଓ ଦାନ କରାଯାଉଥିବା ରକ୍ତର ଉପଯୁକ୍ତ ସ୍କ୍ରୀନିଙ୍ଗ କରି ପ୍ରତିଷେଧ ଅବଲମ୍ବନ କରାଯାଇପାରେ ।[୭]
ଚିକିତ୍ସା
[ସମ୍ପାଦନା]ସୋଫୋସବୁଭିର ବା ସିମେପ୍ରେଭିର ଭଳି ଭୂତାଣୁ ବିରୋଧୀ ଔଷଧ ବ୍ୟବହାର କରି ୯୫% ଲୋକ କ୍ରନିକ ବା ସ୍ଥାୟୀ ସଂକ୍ରମଣରୁ ଆରୋଗ୍ୟ ଲାଭ କରିପାରିବେ ।[୨][୭] ଏହି ଔଷଧ ଗୁଡ଼ିକ ଦାମିକା କିନ୍ତୁ ପ୍ରଭାବଶାଳୀ ।[୭]
ପୁର୍ବ ପିଢ଼ୀ ଚିକିତ୍ସା
[ସମ୍ପାଦନା]ପୁର୍ବ ପିଢ଼ୀ ଚିକିତ୍ସାରେ ଦିଆଯାଉଥିବା ପେଜିଣ୍ଟରଫେରନ ଓ ରିବାଭିରିନ ଔଷଧଗୁଡ଼ିକ ବ୍ୟୟସାପେକ୍ଷ କିନ୍ତୁ ଆରୋଗ୍ୟ ହାର ୫୦%ରୁ କମ୍ ଓ ପାର୍ଶ୍ୱ ପ୍ରତିକ୍ରିୟା ଅଧିକ ରହୁଛି ।[୭][୮]
ଯକୃତ ଫେଲ୍ର ଚିକିତ୍ସା
[ସମ୍ପାଦନା]ସିରୋସିସ୍ ବା ଯକୃତ କର୍କଟ ରୋଗ ବିକଶିତ ହୋଇଥିଲେ ଯକୃତ ପ୍ରତ୍ୟାରୋପଣ ଆବଶ୍ୟକ ହୋଇଥାଏ ।[୯] ଯକୃତ ପ୍ରତ୍ୟାରୋପଣ କରିବା ନିମନ୍ତେ ହେପାଟାଇଟିସ ସି ଏକ ଅଗ୍ରଣୀ ରୋଗ କିନ୍ତୁ ଅପରେଶନ ପରେ ଭୂତାଣୁର ପୁନରାବୃତ୍ତି ହୁଏ ।[୯]
ରୋଗାନୁଶୀଳନ
[ସମ୍ପାଦନା]ସନ ୨୦୧୫ରେ ପୃଥିବୀର ୨% ଲୋକ ହେପାଟାଇଟିସ ସି ରୋଗାକ୍ରାନ୍ତ ହେବା ଫଳରେ ଯକୃତ କର୍କଟ ହୋଇ ୧୬୭,୦୦୦ ଲୋକ ଓ ସିରୋସୋସ୍ ହୋଇ ୩୨୬,୦୦୦ ଲୋକ ମୃତ୍ୟୁ ବରଣ କରିଛନ୍ତି ।[୧୦][୧୧] ଏହି ରୋଗ ମୂଖ୍ୟତଃ ଆଫ୍ରିକା, ମଧ୍ୟ ଓ ପୂର୍ବ ଏସିଆରେ ଦେଖାଯାଏ ।[୭]
ଇତିହାସ
[ସମ୍ପାଦନା]ପୂର୍ବରୁ ଅଣହେପାଟାଇଟିସ ଏ ବା ବି ନାମକରଣ ହୋଇଥିବା ଏହି ରୋଗର ହେପାଟାଇଟିସ ସି ନାମକରଣ ୧୯୭୦ରେ ପ୍ରସ୍ତାବିତ ହୋଇ ସନ ୧୯୮୯ରେ ପ୍ରମାଣିତ ହୋଇଥିଲା ।[୧୨] ହେପାଟାଇଟିସ ସି ରୋଗ କେବଳ ମାନବ ଓ ସିମ୍ପାଞ୍ଜିଙ୍କୁ ଆକ୍ରମଣ କରିଥାଏ ।[୧୩]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ Ryan KJ, Ray CG, eds. (2004). Sherris Medical Microbiology (4th ed.). McGraw Hill. pp. 551–2. ISBN 978-0-8385-8529-0.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ "Hepatitis C FAQs for Health Professionals". CDC. January 8, 2016. Archived from the original on 21 January 2016. Retrieved 4 February 2016.
- ↑ Alter, MJ (2007-05-07). "Epidemiology of hepatitis C virus infection". World Journal of Gastroenterology. 13 (17): 2436–41. doi:10.3748/wjg.v13.i17.2436. PMC 4146761. PMID 17552026.
{{cite journal}}
: CS1 maint: unflagged free DOI (link)[permanent dead link] - ↑ Maheshwari, A; Thuluvath, PJ (February 2010). "Management of acute hepatitis C". Clinics in Liver Disease. 14 (1): 169–76, x. doi:10.1016/j.cld.2009.11.007. PMID 20123448.
- ↑ "Viral Hepatitis: A through E and Beyond". National Institute of Diabetes and Digestive and Kidney Diseases. April 2012. Archived from the original on 2 February 2016. Retrieved 4 February 2016.
- ↑ Webster, Daniel P; Klenerman, Paul; Dusheiko, Geoffrey M (2015). "Hepatitis C". The Lancet. 385 (9973): 1124–1135. doi:10.1016/S0140-6736(14)62401-6. ISSN 0140-6736. PMC 4878852. PMID 25687730.
- ↑ ୭.୦ ୭.୧ ୭.୨ ୭.୩ ୭.୪ "Hepatitis C Fact sheet N°164". WHO. July 2015. Archived from the original on 31 January 2016. Retrieved 4 February 2016.
- ↑ Kim, A (September 2016). "Hepatitis C Virus". Annals of Internal Medicine (Review). 165 (5): ITC33–ITC48. doi:10.7326/AITC201609060. PMID 27595226.
- ↑ ୯.୦ ୯.୧ Rosen, HR (2011-06-23). "Clinical practice. Chronic hepatitis C infection". The New England Journal of Medicine. 364 (25): 2429–38. doi:10.1056/NEJMcp1006613. PMID 21696309.
- ↑ GBD 2015 Disease and Injury Incidence and Prevalence, Collaborators. (8 October 2016). "Global, regional, and national incidence, prevalence, and years lived with disability for 310 diseases and injuries, 1990-2015: a systematic analysis for the Global Burden of Disease Study 2015". Lancet. 388 (10053): 1545–1602. doi:10.1016/S0140-6736(16)31678-6. PMC 5055577. PMID 27733282.
{{cite journal}}
:|first1=
has generic name (help)CS1 maint: numeric names: authors list (link) - ↑ GBD 2015 Mortality and Causes of Death, Collaborators. (8 October 2016). "Global, regional, and national life expectancy, all-cause mortality, and cause-specific mortality for 249 causes of death, 1980-2015: a systematic analysis for the Global Burden of Disease Study 2015". Lancet. 388 (10053): 1459–1544. doi:10.1016/S0140-6736(16)31012-1. PMC 5388903. PMID 27733281.
{{cite journal}}
:|first1=
has generic name (help)CS1 maint: numeric names: authors list (link) - ↑ Houghton M (November 2009). "The long and winding road leading to the identification of the hepatitis C virus". Journal of Hepatology. 51 (5): 939–48. doi:10.1016/j.jhep.2009.08.004. PMID 19781804.
- ↑ Shors, Teri (2011-11-08). Understanding viruses (2nd ed.). Burlington, MA: Jones & Bartlett Learning. p. 535. ISBN 978-0-7637-8553-6. Archived from the original on 2016-05-15.