ଉଇକିପିଡ଼ିଆ:ଭିଡିଓୱିକି/ହେପାଟାଇଟିସ ସି

ଉଇକିପିଡ଼ିଆ‌ରୁ
ଭିଡିଓୱିକି/ହେପାଟାଇଟିସ ସି (Tutorial)
Link to Commons
Steps for video creation
Step 1Preview my changes (10 sec)
Step 2Upload to Commons (10 min)

ଉପକ୍ରମ[ସମ୍ପାଦନା]

ହେପାଟାଇଟିସ ସି ଏକ ସଂକ୍ରାମକ ରୋଗ ଯାହା ହେପାଟାଇଟିସ ସି ଭୂତାଣୁ ଯୋଗୁ ହୁଏ ଓ ଯକୃତକୁ ଆକ୍ରମଣ କରେ ।[୧]

ପ୍ରାରମ୍ଭିକ ଲକ୍ଷଣ[ସମ୍ପାଦନା]

ସଂକ୍ରମଣ ଆରମ୍ଭରେ କୌଣସି ଲକ୍ଷଣ ନ ଦେଖାଯାଇପାରେ ବା ସାମାନ୍ୟ ଲକ୍ଷଣ ଦେଖାଯାଏ ।[୨] ବେଳେବେଳେ ଜ୍ୱର, ଗାଢ଼ ପରିସ୍ରା, ଉଦର ଯନ୍ତ୍ରଣା ବା ହଳଦିଆ ଚର୍ମ ଦେଖାଯାଏ ଯାହାକୁ କାମଳ କୁହାଯାଏ । [୨]

ଭୂତାଣୁ ନିର୍ମୁଳ ହୁଏନି[ସମ୍ପାଦନା]

ପ୍ରାୟ ୮୦% ଲୋକଙ୍କର ପ୍ରାରମ୍ଭିକ ସଂକ୍ରମଣ ଆରମ୍ଭ ହୋଇଗଲେ ଭୂତାଣୁ ସମ୍ପୁର୍ଣ୍ଣ ନିର୍ମୁଳ ହୋଇପାରେନି ଓ ଯକୃତରେ ରହିଯାଏ । [୨]

ସ୍ଥାୟୀ ପ୍ରଭାବ[ସମ୍ପାଦନା]

ଅନେକ ବର୍ଷ ରୋଗ ରହିଗଲେ ଜଟିଳ ହୋଇ ସ୍ଟିଏଟୋହେପାଟାଇଟିସ ବା ଚର୍ବିଳ ଯକୃତ, ସିରୋସିସ୍ ଓ ହେପାଟୋସେଲ୍ୟୁଲାର କର୍କଟ ବା ଯକୃତ କର୍କଟ ହୋଇପାରେ ।[୨] ସାରା ପୃଥିବୀରେ ସିରୋସିସ୍ ରୋଗର ୨୭% ଓ ହେପାଟୋସେଲ୍ୟୁଲାର କର୍କଟ ରୋଗର ୧୫% ଏହି ହେପାଟାଇଟିସ ସି ବେମାରୀ ଯୋଗୁ ହୁଏ ।[୩]

ଅନ୍ୟାନ୍ୟ ପ୍ରଭାବ[ସମ୍ପାଦନା]

ଯକୃଟ ଅକମୀ ହୋଇଗଲେ ଦ୍ୱନ୍ଦ୍ୱ, ଆସାଇଟିସ ବା ଉଦରରେ ତରଳ ପଦାର୍ଥ ଜମିଯାଏ ଓ ଏସୋଫେଜିଆଲ ଭାରିସେସ ବା ପାକସ୍ଥଳୀ ଭାରିସେସ ହେବା ଫଳରେ ରକ୍ତନଳୀ ସ୍ଫୀତ ହୋଇ ସାଂଘାତିକ ରକ୍ରସ୍ରାବ ହୋଇପାରେ ।[୧]

ବିସ୍ତାର[ସମ୍ପାଦନା]

ଶିରାଭ୍ୟନ୍ତର ଔଷଧ ବ୍ୟବ‌ହାର, ଡାକ୍ତରୀ ଯନ୍ତ୍ରପାତିର ଅନୁପ‌ଯୁକ୍ତ ବିଶୁଦ୍ଧିକରଣ, ଡାକ୍ତରୀ ଛୁଞ୍ଚି ଜନିତ କ୍ଷତ ଓ ରକ୍ତ ପରିଧାନ ସମୟରେ ରକ୍ତରୁ ରକ୍ତକୁ ଏହି ଭୂତାଣୁ ସଞ୍ଚରିତ ହୋଇଥାଏ । [୨][୪] ସଂକ୍ରମିତ ମାତାଠାରୁ ଶିଶୁକୁ ଜନ୍ମ ସମୟରେ ଏହାର ବିସ୍ତାର ହୋଇପାରେ । [୨]

ଆକସ୍ମିକ ସଂସ୍ପର୍ଶ ଓ ରକ୍ତ ସ୍କ୍ରୀନିଙ୍ଗ[ସମ୍ପାଦନା]

ବାହ୍ୟ ସଂସ୍ପର୍ଶରେ ଆସିଲେ ରୋଗ ବିସ୍ତାର ହୁଏ ନାହିଁ ଓ ଉପ‌ଯୁକ୍ତ ସ୍କ୍ରୀନିଙ୍ଗ ପରେ ରକ୍ତ ପରିଧାନ କଲେ ୨ ନିୟୁତରେ ଜଣକର ସଂକ୍ରମଣ ସଙ୍କଟ ରହିପାରିବ । [୨]

ହେପାଟାଇଟିସ ପରିବାର[ସମ୍ପାଦନା]

ହେପାଟାଟିସ ଏ, ବି, ସି, ଡି ଓ ଇ, ଏହି ପାଞ୍ଚ ପ୍ରକାର ହେପାଟାଟିସ ଭୂତାଣୁ ମଧ୍ୟରୁ ଏହା ଗୋଟିଏ ।[୫]

ରୋଗ ନିର୍ଣ୍ଣୟ[ସମ୍ପାଦନା]

ରକ୍ତ ପରୀକ୍ଷା କରି ଭୂତାଣୁର ଆରଏନଏ ପାଇଲେ ବା ଏହାର ଆଣ୍ଟିବଡି ମିଳିଲେ ରୋଗ ନିର୍ଣ୍ଣୟ ହୋଇଯାଏ । [୨] ରୋଗ ସଙ୍କଟ ଥିବା ସମସ୍ତ ଲୋକଙ୍କର ପରୀକ୍ଷା କରିବାକୁ ସୁପାରିସ କରାଯାଏ ।[୨]

ପ୍ରତିଷେଧ[ସମ୍ପାଦନା]

ହେପାଟାଇଟିସ ବିରୁଦ୍ଧରେ କୌଣସି ଟିକା ଅଦ୍ୟାବଧି ପ୍ରସ୍ତୁତ ହୋଇନାହିଁ । [୨][୬] ଏହା ନିମନ୍ତେ ଶିରାଭ୍ୟନ୍ତର ଔଷଧ ବ୍ୟ‌ବ‌ହାରକାରୀ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କର ସତର୍କତା ଅବଲମ୍ବନ, କଣ୍ଡୋମ ବ୍ୟବ‌ହାର ଓ ଦାନ କରାଯାଉଥିବା ରକ୍ତର ଉପ‌ଯୁକ୍ତ ସ୍କ୍ରୀନିଙ୍ଗ କରି ପ୍ରତିଷେଧ ଅବଲମ୍ବନ କରାଯାଇପାରେ ।[୭]

ଚିକିତ୍ସା[ସମ୍ପାଦନା]

ସୋଫୋସବୁଭିର ବା ସିମେପ୍ରେଭିର ଭଳି ଭୂତାଣୁ ବିରୋଧୀ ଔଷଧ ବ୍ୟବ‌ହାର କରି ୯୫% ଲୋକ କ୍ରନିକ ବା ସ୍ଥାୟୀ ସଂକ୍ରମଣରୁ ଆରୋଗ୍ୟ ଲାଭ କରିପାରିବେ ।[୨][୭] ଏହି ଔଷଧ ଗୁଡ଼ିକ ଦାମିକା କିନ୍ତୁ ପ୍ରଭାବଶାଳୀ ।[୭]

ପୁର୍ବ ପିଢ଼ୀ ଚିକିତ୍ସା[ସମ୍ପାଦନା]

ପୁର୍ବ ପିଢ଼ୀ ଚିକିତ୍ସାରେ ଦିଆଯାଉଥିବା ପେଜିଣ୍ଟରଫେରନ ଓ ରିବାଭିରିନ ଔଷଧଗୁଡ଼ିକ ବ୍ୟୟସାପେକ୍ଷ କିନ୍ତୁ ଆରୋଗ୍ୟ ହାର ୫୦%ରୁ କମ୍ ଓ ପାର୍ଶ୍ୱ ପ୍ରତିକ୍ରିୟା ଅଧିକ ରହୁଛି ।[୭][୮]

ଯକୃତ ଫେଲ୍‌ର ଚିକିତ୍ସା[ସମ୍ପାଦନା]

ସିରୋସିସ୍ ବା ଯକୃତ କର୍କଟ ରୋଗ ବିକଶିତ ହୋଇଥିଲେ ଯକୃତ ପ୍ରତ୍ୟାରୋପଣ ଆବଶ୍ୟକ ହୋଇଥାଏ ।[୯] ଯକୃତ ପ୍ରତ୍ୟାରୋପଣ କରିବା ନିମନ୍ତେ ହେପାଟାଇଟିସ ସି ଏକ ଅଗ୍ରଣୀ ରୋଗ କିନ୍ତୁ ଅପରେଶନ ପରେ ଭୂତାଣୁର ପୁନରାବୃତ୍ତି ହୁଏ ।[୯]

ରୋଗାନୁଶୀଳନ[ସମ୍ପାଦନା]

ସନ ୨୦୧୫ରେ ପୃଥିବୀର ୨% ଲୋକ ହେପାଟାଇଟିସ ସି ରୋଗାକ୍ରାନ୍ତ ହେବା ଫଳରେ ଯକୃତ କର୍କଟ ହୋଇ ୧୬୭,୦୦୦ ଲୋକ ଓ ସିରୋସୋସ୍ ହୋଇ ୩୨୬,୦୦୦ ଲୋକ ମୃତ୍ୟୁ ବରଣ କରିଛନ୍ତି ।[୧୦][୧୧] ଏହି ରୋଗ ମୂଖ୍ୟତଃ ଆଫ୍ରିକା, ମଧ୍ୟ ଓ ପୂର୍ବ ଏସିଆରେ ଦେଖାଯାଏ ।[୭]

ଇତିହାସ[ସମ୍ପାଦନା]

ପୂର୍ବରୁ ଅଣହେପାଟାଇଟିସ ଏ ବା ବି ନାମକରଣ ହୋଇଥିବା ଏହି ରୋଗର ହେପାଟାଇଟିସ ସି ନାମକରଣ ୧୯୭୦ରେ ପ୍ରସ୍ତାବିତ ହୋଇ ସନ ୧୯୮୯ରେ ପ୍ରମାଣିତ ହୋଇଥିଲା ।[୧୨] ହେପାଟାଇଟିସ ସି ରୋଗ କେବଳ ମାନବ ଓ ସିମ୍ପାଞ୍ଜିଙ୍କୁ ଆକ୍ରମଣ କରିଥାଏ ।[୧୩]

  1. ୧.୦ ୧.୧ Ryan KJ, Ray CG, eds. (2004). Sherris Medical Microbiology (4th ed.). McGraw Hill. pp. 551–2. ISBN 978-0-8385-8529-0.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ "Hepatitis C FAQs for Health Professionals". CDC. January 8, 2016. Archived from the original on 21 January 2016. Retrieved 4 February 2016.
  3. Alter, MJ (2007-05-07). "Epidemiology of hepatitis C virus infection". World Journal of Gastroenterology. 13 (17): 2436–41. doi:10.3748/wjg.v13.i17.2436. PMC 4146761. PMID 17552026.{{cite journal}}: CS1 maint: unflagged free DOI (link)[permanent dead link]
  4. Maheshwari, A; Thuluvath, PJ (February 2010). "Management of acute hepatitis C". Clinics in Liver Disease. 14 (1): 169–76, x. doi:10.1016/j.cld.2009.11.007. PMID 20123448.
  5. "Viral Hepatitis: A through E and Beyond". National Institute of Diabetes and Digestive and Kidney Diseases. April 2012. Archived from the original on 2 February 2016. Retrieved 4 February 2016.
  6. Webster, Daniel P; Klenerman, Paul; Dusheiko, Geoffrey M (2015). "Hepatitis C". The Lancet. 385 (9973): 1124–1135. doi:10.1016/S0140-6736(14)62401-6. ISSN 0140-6736. PMC 4878852. PMID 25687730.
  7. ୭.୦ ୭.୧ ୭.୨ ୭.୩ ୭.୪ "Hepatitis C Fact sheet N°164". WHO. July 2015. Archived from the original on 31 January 2016. Retrieved 4 February 2016.
  8. Kim, A (September 2016). "Hepatitis C Virus". Annals of Internal Medicine (Review). 165 (5): ITC33–ITC48. doi:10.7326/AITC201609060. PMID 27595226.
  9. ୯.୦ ୯.୧ Rosen, HR (2011-06-23). "Clinical practice. Chronic hepatitis C infection". The New England Journal of Medicine. 364 (25): 2429–38. doi:10.1056/NEJMcp1006613. PMID 21696309.
  10. GBD 2015 Disease and Injury Incidence and Prevalence, Collaborators. (8 October 2016). "Global, regional, and national incidence, prevalence, and years lived with disability for 310 diseases and injuries, 1990-2015: a systematic analysis for the Global Burden of Disease Study 2015". Lancet. 388 (10053): 1545–1602. doi:10.1016/S0140-6736(16)31678-6. PMC 5055577. PMID 27733282. {{cite journal}}: |first1= has generic name (help)CS1 maint: numeric names: authors list (link)
  11. GBD 2015 Mortality and Causes of Death, Collaborators. (8 October 2016). "Global, regional, and national life expectancy, all-cause mortality, and cause-specific mortality for 249 causes of death, 1980-2015: a systematic analysis for the Global Burden of Disease Study 2015". Lancet. 388 (10053): 1459–1544. doi:10.1016/S0140-6736(16)31012-1. PMC 5388903. PMID 27733281. {{cite journal}}: |first1= has generic name (help)CS1 maint: numeric names: authors list (link)
  12. Houghton M (November 2009). "The long and winding road leading to the identification of the hepatitis C virus". Journal of Hepatology. 51 (5): 939–48. doi:10.1016/j.jhep.2009.08.004. PMID 19781804.
  13. Shors, Teri (2011-11-08). Understanding viruses (2nd ed.). Burlington, MA: Jones & Bartlett Learning. p. 535. ISBN 978-0-7637-8553-6. Archived from the original on 2016-05-15.