ଇଣ୍ଟ୍ରାଭେନସ ସୋଡ଼ିଅମ ବାଇକାର୍ବୋନେଟ

ଉଇକିପିଡ଼ିଆ‌ରୁ
ଇଣ୍ଟ୍ରାଭେନସ ସୋଡ଼ିଅମ ବାଇକାର୍ବୋନେଟ
Clinical data
Trade namesmany
Synonymssodium hydrogen carbonate, monosodium carbonate
AHFS/Drugs.commonograph
Pregnancy
category
  • US: C (Risk not ruled out)
Routes of
administration
intravenous
ATC code
Legal status
Legal status
Pharmacokinetic data
Bioavailability100% (intravenous)
Identifiers
CAS Number
PubChem CID
DrugBank
ChemSpider
  • none
Chemical and physical data
FormulaCHNaO3
Molar mass84.01 g/mol
 ☒NcheckY (what is this?)  (verify)

ଇଣ୍ଟ୍ରାଭେନସ ସୋଡ଼ିଅମ ବାଇକାର୍ବୋନେଟ (ଇଂରାଜୀ ଭାଷାରେ Intravenous sodium bicarbonate, ଅନ୍ୟ ନାମ ସୋଡ଼ିଅମ ହାଇଡ୍ରୋଜେନ କାର୍ବୋନେଟ/sodium hydrogen carbonate) ଏକ ଔଷଧ ଯାହା ବଶେଷତଃ ସାଂଘାତିକ ମେଟାବୋଲିକ ଏସିଡୋସିସ (metabolic acidosis) ରୋଗରେ ବ୍ୟବ‌ହାର କରାଯାଏ ।[୧] ତରଳ ଝାଡ଼ା, ବାନ୍ତି (vomiting) ବା ରେନାଲ ଟ୍ୟୁବୁଲାର ଏସିଡୋସିସ (kidneys) ଇତ୍ୟାଦି ରୋଗ ଯୋଗୁ ରକ୍ତର ପିଏଚ (pH) ୭.୧ରୁ କମ ଥିଲେ ଏହି ଔଷଧ ଦିଆଯାଏ ।[୨] ଅଧିକ ରକ୍ତ ପୋଟାସିଅମ (high blood potassium), ଟ୍ରାଇସାକ୍ଲିକ ଆଣ୍ଟିଡିପ୍ରେସାଣ୍ଟ ଓଭରଡୋଜ (tricyclic antidepressant overdose) ଓ କୋକେନ ଟକ୍ସିସିଟି (cocaine toxicity) ଭଳି ଅନ୍ୟ କେତେକ ବିଷକ୍ରିୟାରେ (poisoning) ଏହା ଦିଆଯାଇପାରେ ।[୧][୩][୪] ଏହା ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ଆକାରରେ ଦିଆଯାଏ ।[୨]

ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ଅଳ୍ପ ରକ୍ତ ପଟାସିଅମ (low blood potassium), ଅଧିକ ରକ୍ତ ସୋଡ଼ିଅମ (high blood sodium) ଓ ଇଡିମା (swelling) ହୋଇପାରେ ।[୧][୪] ଅଳ୍ପ ରକ୍ତ କ୍ୟାଲସିଅମ (low blood calcium) ଥିଲେ ଏହା ଦିଆଯାଏନାହିଁ । ଏହା ଆଲକାଲିନାଇଜିଙ୍ଗ ଏଜେଣ୍ଟ (alkalinizing) ଔଷଧ ପରିବାରର ଏକ ସଦସ୍ୟ । ଏହା ରକ୍ତ ବାଇକାର୍ବୋନେଟ (bicarbonate) ବୃଦ୍ଧି କରିବାଦ୍ୱାରା ଅଧିକ ହାଇଡ୍ରୋଜେନ ଆୟନମାନଙ୍କୁ (hydrogen ion) ବଫର (buffers) କରି ରକ୍ତ ପିଏଚ (blood pH) ବୃଦ୍ଧି କରିବାରେ ସାହାଯ୍ୟ କରେ । [୫]

ବେପାର ନିମନ୍ତେ ସୋଡ଼ିଅମ ବାଇକାର୍ବୋନେଟ ପ୍ରସ୍ତୁତି ସନ ୧୭୯୧ରୁ ୧୮୨୩ ମଧ୍ୟରେ ଆରମ୍ଭ ହେଲା ।[୬] ଶିରାଭ୍ୟନ୍ତର ଚିକିତ୍ସା ବ୍ୟବ‌ହାର ସନ ୧୯୫୦ରୁ ଆରମ୍ଭ କରାଗଲା ।[୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୭] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୫] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ୮.୪%ସଲ୍ୟୁସନର ୧୦ମ:ଲି: ବୋତଲର ମୂଲ୍ୟ ୦.୦୯ରୁ ୨.୫୮ ଆମେରିକୀୟ ଡଲାର ।[୮] ସଂଯୁକ୍ତ ରାଷ୍ଟ୍ରରେ ୧୧.୧୦ ପାଉଣ୍ଡ । [୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ WHO Model Formulary 2008 (PDF). World Health Organization. 2009. p. 489-492. ISBN 9789241547659. Retrieved 8 January 2017.
  2. ୨.୦ ୨.୧ ୨.୨ British national formulary : BNF 69 (69 ed.). British Medical Association. 2015. p. 684. ISBN 9780857111562.
  3. Bruccoleri, RE; Burns, MM (March 2016). "A Literature Review of the Use of Sodium Bicarbonate for the Treatment of QRS Widening". Journal of medical toxicology : official journal of the American College of Medical Toxicology. 12 (1): 121–9. PMID 26159649.
  4. ୪.୦ ୪.୧ ୪.୨ Dart, Richard C. (2014). Medical Toxicology (in ଇଂରାଜୀ). Lippincott Williams & Wilkins. p. 257. ISBN 9780781728454.
  5. ୫.୦ ୫.୧ "Sodium Bicarbonate". The American Society of Health-System Pharmacists. Retrieved 8 January 2017.
  6. Ihde, Aaron J. (1970). The Development of Modern Chemistry (in ଇଂରାଜୀ). 447: Courier Corporation. ISBN 9780486642352.{{cite book}}: CS1 maint: location (link)
  7. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  8. "Sodium Bicarbonate". International Drug Price Indicator Guide. Retrieved 8 December 2016.[permanent dead link]