ଇଟିଲି ପିଠା
ଅନ୍ୟ ନାମ | ଇଡଲି |
---|---|
ପରଷା | Main course |
ମୂଳ ସ୍ଥାନ | ଭାରତୀୟ ଉପ-ମହାଦ୍ୱୀପ |
ଅଞ୍ଚଳ ବା ରାଜ୍ୟ | ଦକ୍ଷିଣ-ଭାରତ |
ସମ୍ବନ୍ଧିତ ଜାତୀୟ ଖାଦ୍ୟ | ଭାରତ, ସିଙ୍ଗାପୁର, ଶ୍ରୀଲଙ୍କା, ମାଲେସିଆ |
ପରଷିବା ଉତ୍ତାପ | ଏହା ଗରମ ସମ୍ବର ଓ ଚଟଣୀ ସହିତ ପରସା ଯାଏ |
ମୁଖ୍ୟ ଉପାଦାନ | ଚାଉଳ, ବିରି |
ପ୍ରକାର ଭେଦ | ବଟ୍ଟନ ଇଟିଲି, ଟାଟ୍ଟେ ଇଟିଲି, ସନ୍ନା ଇଟିଲି, ସମ୍ବର ଇଟିଲି, ରାଭା ଇଟିଲି |
|
ଇଟିଲି (pronunciation (help·info)) (ଇଂରାଜି ଭାଷା)ରେ (IPA:ɪdliː), ଏକ ଦକ୍ଷିଣ-ଭାରତୀୟ ବ୍ୟଞ୍ଜନ ଅଟେ । ଏହା ଧଳା ରଙ୍ଗର ନରମ, ଫୁଲକା ଓ ୨-୩ ଇଞ୍ଚ ବ୍ୟାସ ଯୁକ୍ତ ହୋଇଥାଏ । ଏହା ଭାରତୀୟ ଉପ-ମହାଦ୍ୱୀପର ସମଗ୍ର ଭାରତ ଓ ଉତ୍ତର ଶ୍ରୀଲଙ୍କାରେ ଜଳଖିଆ ଭାବେ ଖିଆଯାଏ । ଏହି କେକ ସଦୃଶ ପିଠା ମୁଖ୍ୟତଃ ବଜାରରେ ମିଳୁଥିବା ସ୍ୱତନ୍ତ୍ର "ଇଟିଲି ଛାଞ୍ଚ"ରେ ପ୍ରସ୍ତୁତ କରାଯାଏ । ଇଟିଲିକୁ ବିଶ୍ୱର ସର୍ବୋଚ୍ଚ ସ୍ୱାସ୍ଥ୍ୟ ବର୍ଦ୍ଧକ ଖାଦ୍ୟ ବୋଲି ବିଶ୍ୱାସ କରାଯାଏ ।
ଇଟିଲିର ବହୁ ପ୍ରକାର ଭିନ୍ନତା ରହିଛି, ଯେଉଁଥିରେ ରାଭା ଇଟିଲି ସାମିଲ ରହିଛି । ଏହା ସୁଜିରୁ ପ୍ରସ୍ତୁତ ହୋଇଥାଏ । କ୍ଷେତ୍ରୀୟ ରୂ ପରେ ଓଡ଼ିଶାରେ ସନ୍ନା, କୋଙ୍କଣ ଓ ଏଣ୍ଡୁରି ପିଠା ସାମିଲ ରହିଛି ।
ଇତିହାସ
[ସମ୍ପାଦନା]ଇଟିଲିର ଦକ୍ଷିଣ ଭାରତୀୟ ଭୋଜନରେ ଲମ୍ବା ଇତିହାସ ରହିଛି । ଏହାର ଉଲ୍ଲେଖ ଶିବକୋଟ ଆଚାର୍ଯ୍ୟଙ୍କ "କନ୍ନଡ଼" ପ୍ରଲେଖରେ ୯୨୦CEରେ ମିଳିଥାଏ, [୧] ଓ ଜଣାଯାଏ କି,ଏହା କେବଳ ଚୋପାଛଡା ବିରିର ବଟା ମିଶ୍ରଣରୁ ପ୍ରସ୍ତୁତ କରାଯାଏ । ଚମ୍ବୁଦରାୟ-ଦ୍ୱିତୀୟ, ପ୍ରାଚୀନତମ କନ୍ଣଡ ବିଶ୍ୱକୋଷ ଲୋକପ୍ରକାରର ରଚୟିତା ସଂ ୧୦୨୫ ମସିହାରେ ଇଟିଲି ପ୍ରସ୍ତୁତିର ବିଧି ବର୍ଣ୍ଣନା କରିଛନ୍ତି । କଳାବିରିକୁ ଗୋଟିଏ ରାତି ପାଣିରେ ବତୁରାଇ ପରେ ତାହାକୁ ବାଟି ସେଥିରେ ଦହି ଓ ମସଲା ମିଶାଇ ଏକ ସ୍ୱତନ୍ତ୍ର ଇଟିଲି ଛାଞ୍ଚରେ ପ୍ରସ୍ତୁତ କରାଯାଏ ।[୨] କନ୍ଣଡ଼ ରାଜା ଏବଂ ଜ୍ଞାନୀ "ସୋମେଶ୍ୱେ ତୃତୀୟ" ବର୍ତ୍ତମାନ କର୍ଣ୍ଣାଟକରେ ରାଜ କରୁଛନ୍ତି । ସେ ମଧ୍ୟ ନିଜ ବିଶ୍ୱକୋଷରେ ଇଟିଲିକୁ ସ୍ଥାନ ଦେଇଛନ୍ତି । ଏହି କୋଷକୁ ସେ ମାନସୋଲ୍ଲାସ ନାମରେ ୧୧୩୦ଇଂରେ ବନେଇଥିଲେ । ସେଥିରେ ଚାଉଳକୁ ମିଶାଇବାର କୌଣସି ମଧ୍ୟ ଜ୍ଞାତ ସତ୍ରହବିଂ ଶତାବ୍ଦୀ ପର୍ଯ୍ୟନ୍ତ ମିଳିନଥିଲା । ପରେ ଖୋଜା ହେବାପରେ ଜଣାପଡିଲା କି, ଚାଉଳ ମିଶାଇବାଦ୍ୱାରା କିଣ୍ୱନ ପ୍ରକ୍ରୀୟାର ଗତି ଧରିଥାଏ । ହୁଏତ ସାମଗ୍ରୀରେ କିଛି ପରିବର୍ତ୍ତନ ଆସିଥାଏ କିନ୍ତୁ ପାକବିଧି ସମାନ ଅଟେ ।
ପ୍ରସ୍ତୁତୀ
[ସମ୍ପାଦନା]Nutritional value per serving | |
---|---|
Serving size | 1 piece (30 gm) |
Energy | 167 kJ (40 kcal) |
Carbohydrates | 7.89 g |
- Dietary fiber | 1.5 g |
Fat | 0.19 g |
- saturated | 0.037 g |
- monounsaturated | 0.035 g |
- polyunsaturated | 0.043 g |
Protein | 1.91 g |
Potassium | 63 mg (1%) |
Sodium | 207 mg (14%) |
Percentages are relative to US recommendations for adults. Source: [୩] |
ପ୍ରଥମେ ଚାଉଳ ଓ ବିରିକୁ ୫-୬ ଘଣ୍ଟା ପାଣିରେ ବତୁରାଇ ରଖାଯାଉ । ପରେ ଚାଉଳ ଓ ବିରିକୁ ଭଲଭାବେ ଧୋଇ ଭଲଭାବେ ଗ୍ରାଇଣ୍ଡିଙ୍ଗ କରିଦିଆଯାଉ । ପରେ ସେଥିରେ ଆବଶ୍ୟକ ଅନୁଯାଇ ଲୁଣ ପକାଇ ଭଲଭାବେ ଘାଣ୍ଟି ୧-୨ ଘଣ୍ଟା ରଖିଦିଆଯଉ । ଇଟିଲି ଛାଞ୍ଚରେ କିଛି ପାଣିଦେଇ ଚୁଲାରେ ବସାଇ ଫୁଟାଇ ଦିଆଯାଉ । ପରେ ସେହି ଛାଞ୍ଚରେ ତେଲଦେଇ ପ୍ରସ୍ତୁତ ଆଣକୁ ପକେଇ ୧୦-୨୫ ମିନିଟ ପର୍ଯ୍ୟନ୍ତ ଢାଙ୍କୁଣି ଘୋଡାଇ ଦିଆଯାଉ । ଇଟିଲିକୁ ନଡିଆ ପୂର ଦେଇ ମଧ୍ୟ ପ୍ରସ୍ତୁତ କରାଯାଇ ପାରେ । ଅନ୍ୟ ଏକ ପାରମ୍ପରିକ ଉପାୟ ରୂପେ ଇଟିଲିକୁ ପତ୍ର ସାହାଯ୍ୟରେ ମଧ୍ୟ ପ୍ରସ୍ତୁତ କରାଯାଏ ।[୪]
ପରସା
[ସମ୍ପାଦନା]ସାଧାରଣତଃ ସାଧା ଇଟିଲିର ସ୍ୱାଦ ହାଲୁକା ହୋଇଥାଏ , ଏଥିପାଇଁ ଏକ ମସଲାର ଆବଶ୍ୟକତା ମନେକରିଥାଏ । ଏହାକୁ ପ୍ରାୟତଃ ସମ୍ବର ସହିତ ପରସା ଯାଏ । କିନ୍ତୁ କିଛି କ୍ଷେତ୍ରରେ ବ୍ୟକ୍ତିଗତ ସ୍ୱାଦ ଅନୁଯାଇ ପ୍ରାୟ ଭିନ୍ନ ହୋଇଥାଏ । ସେଥିପାଇଁ ଏହାକୁ ନଡିଆ ଚଟଣୀ, ପୁଦିନା ଚଟଣୀ କିମ୍ବା ମସଲା ଯୁକ୍ତ ତରକାରୀ କିମ୍ବା ଡାଲେମା ସହିତ ପରସା ଯାଏ ।
ଆଧାର
[ସମ୍ପାଦନା]- ↑ "History of Dosa and Idli". Archived from the original on 2010-08-26. Retrieved 2018-07-27.
- ↑ Farnworth (2003), p. 11.
- ↑ http://www.fatsecret.co.in/calories-nutrition/generic/idli
- ↑ "Idlis in jackfruit leaves". Aayi's Recipes. 2006. Retrieved 14 October 2014.