ଆଲେକ୍ଜାଣ୍ଡର ଫ୍ଲେମିଙ୍ଗ
ଜନ୍ମ | |
---|---|
ମୃତ୍ୟୁ | ୧୧ ମାର୍ଚ୍ଚ ୧୯୫୫ London, England | (ବୟସ ୭୩)
ଜାତୀୟତା | Scottish |
ଜାତୀୟତା | United Kingdom |
ଶିକ୍ଷାନୁଷ୍ଠାନ | Royal Polytechnic Institution St Mary's Hospital Medical School Imperial College London |
ପ୍ରସିଦ୍ଧି | Discovery of penicillin |
ପୁରସ୍କାର |
|
ବିଜ୍ଞାନୀ ଜୀବନ | |
କ୍ଷେତ୍ର | Bacteriology, immunology |
ଦସ୍ତଖତ | |
ସାର ଆଲେକ୍ଜାଣ୍ଡର ଫ୍ଲେମିଙ୍ଗ, ଏଫ୍.ଆର୍.ସି.ଏସ୍.ଇଂଲାଣ୍ଡ, ଏଫ୍.ଆର୍.ଏସ୍.[୧], ଏଫ୍.ଆର.ଏସ୍.ଇ. (୬ ଅଗଷ୍ଟ ୧୮୮୧ - ୧୧ ମାର୍ଚ୍ଚ ୧୯୫୫) ସ୍କଟଲ୍ୟାଣ୍ଡର ବାସିନ୍ଦା ଥିଲେ ଓ ଜଣେ ଜୀବବିଜ୍ଞାନୀ, ଔଷଧ ବିଜ୍ଞାନୀ ତଥା ଉଦ୍ଭିଦ ବିଜ୍ଞାନୀ ଥିଲେ । ସେ ବାକ୍ଟେରିଓଲୋଜି, ଇମ୍ମ୍ୟୁନୋଲୋଜି ଓ କେମୋଥେରାପି ବିଷୟମାନଙ୍କରେ ଅନେକ ସନ୍ଦର୍ଭ ଲେଖିଛନ୍ତି । ତାଙ୍କର ବିଖ୍ୟାତ ଆବିଷ୍କାର ମଧ୍ୟରେ ୧୯୨୩ ମସିହାରେ ଲାଇସୋଜାଇମ ଏଞ୍ଜାଇମ ଥିଲା । ୧୯୨୮ ମସିହାରେ ପେନିସିଲିଅମ୍ ନୋଟାଟମରୁ ପେନିସିଲିନ୍ ଆବିଷ୍କାର କରିଥିଲେ । ଏହି ଆବିଷ୍କାର ନିମନ୍ତେ ସେ ୧୯୪୫ ମସିହାରେ ଫିଜିଓଲୋଜି କିମ୍ବା ମେଡିସିନରେ ହୋବାର୍ଡ ଫ୍ଲୋରେ ଓ ଏର୍ନ୍ସ୍ଟ ବୋରିସ୍ ଚେନଙ୍କ ସହ ନୋବେଲ ପୁରସ୍କାର ପାଇଥିଲେ ।[୨][୩][୪]
ଜୀବନୀ
[ସମ୍ପାଦନା]ପ୍ରାକ ଜୀବନ ଓ ଶିକ୍ଷା
[ସମ୍ପାଦନା]ଆଲେକ୍ଜାଣ୍ଡର ଫ୍ଲେମିଙ୍ଗ ସ୍କଟଲାଣ୍ଡର ଡାର୍ଭେଲ ପାଖାରେ ଲୋଚଫିଲ୍ଡ ଫାର୍ମରେ ଜନ୍ମ ଗ୍ରହଣ କରିଥିଲେ । ସେ ତାଙ୍କ ପିତାଙ୍କ ଦ୍ୱିତୀୟ ସ୍ତ୍ରୀଙ୍କର ତୃତୀୟ ସନ୍ତାନ ଥିଲେ । ତାଙ୍କ ପିତା ଆଲେକ୍ଜାଣ୍ଡର ଫ୍ଲେମିଙ୍ଗଙ୍କାର ମାତାଙ୍କୁ ବିବାହ କଲାବେଳେ ବୟସ ୫୯ ହୋଇଥିଲା । ତାଙ୍କୁ ୭ ବର୍ଷ ବୟସ ହୋଇଥିଲା ବେଳେ ପିତାଙ୍କର ମୃତ୍ୟୁ ହୋଇଥିଲା ।
ଫ୍ଲେମିଙ୍ଗ ଲାଉଡୁନ ମୁର ସ୍କୁଲ ଓ ଡାର୍ଭେଲ ସ୍କୁଲରେ ଶିକ୍ଷା ଲାଭ କରି ଦୁଇ ବର୍ଷର ବୃତ୍ତି ପାଇଲେ । ତା ପରେ ସେ ଲଣ୍ଡନ ଯାଇ ରୟଲ ପଲିଟେକନିକ ଇନସ୍ଟିଚ୍ୟୁଟରେ ଯୋଗ ଦେଇଥିଲେ । ଗୋଟିଏ ଜାହାଜ କମ୍ପାନୀରେ ଚାରି ବର୍ଷ କାମ କଲାପରେ ସେ କିଛି ପୈତୃକ ଧନ ପାଇଲେ । ତାଙ୍କର ବଡ଼ ଭାଇ ଟମ ଜଣେ ଡାକ୍ତର ଥିଲେ ଓ ତାଙ୍କୁ ଡାକ୍ତରୀ ବିଦ୍ୟା ପଢିବାକୁ ଉତ୍ସାହିତ କଲେ । ପାଡିଙ୍ଗଟନର ସେଣ୍ଟ ମେରି ମେଡିକାଲ ସ୍କୁଲରୁ ୧୯୦୬ ମସିହାରେ ଏମ୍.ବି.ବି.ଏସ୍. ଡିଗ୍ରୀ ହାସଲ କଲେ ।
ଏହା ପରେ ସେ ସାର ଆଲମ୍ରୋଥ ରାଇଟଙ୍କର ସହାୟକ ବ୍ୟାକ୍ଟେରିଓଲୋଜିସ୍ଟ ଭାବେ ଯୋଗ ଦେଲେ । ସେ ୧୯୦୮ ମସିହାରେ ବ୍ୟାକ୍ଟେରିଓଲୋଜିରେ ସ୍ୱର୍ଣ୍ଣ ପଦକ ସହ ବି.ଏସ୍.ସି ଡିଗ୍ରୀ ପାଇଲେ । ପ୍ରଥମ ବିଶ୍ୱ ଯୁଦ୍ଧରେ କ୍ୟାପଟେନ ହିସାବରେ ଯୁଦ୍ଧ କରି ଫେରିବା ପରେ ୧୯୨୮ ମସିହାରେ ତାଙ୍କୁ ୟୁନିଭରସିଟି ଅଫ ଲଣ୍ଡନରେ ପ୍ରଫେସର ପଦବୀ ମିଳିଲା ।
ଗବେଷଣା
[ସମ୍ପାଦନା]ଆକସ୍ମିକ ଆବିସ୍କାର
[ସମ୍ପାଦନା]ସ୍ଟାଫିଲୋକୋକସ ଜୀବାଣୁର ପ୍ରପର୍ଟି ବିଷୟ ନୁସନ୍ଧାନ ୧୯୨୭ ମସିହାରେ କରୁଥିଲେ । ଲାବୋରେଟରୀର ଜିନିଷପତ୍ର ଇତଃସ୍ତତ ଭାବରେ ଥାଏ । ଅନେକ ଗୁଡିଏ ସ୍ଟାଫିଲୋକୋକସ କଲଚର ପ୍ଲେଟ ଥିଲା । ସେପ୍ଟେମ୍ବର ୩ ତାରିଖ ୧୯୨୮ ମସିହାରେ ଛୁଟିରୁ ଫେରି ସେ ଦେଖିଲେ ଗୋଟିଏ କଲଚର ପ୍ଲେଟରେ ଫିମ୍ପି ଲାଗିଯାଇଛି ଓ ଫିମ୍ପି ଲାଗିଥିବା ସ୍ଟାଫିଲୋକୋକସ ମନ୍ଦା ଚାରିପାଖରେ କିଛି ଅଂଶ ମରିଯାଇଛି । ସେହି ଫିମ୍ପି ଥିବା ସ୍ଥାନଠାରୁ ଦୂରରେ ଥିବା ସ୍ଟାଫିଲୋକୋକସ ମନ୍ଦା ମରିନାହିଁ । ସେହି ଫିମ୍ପିକୁ କଲଚର କରି ଦେଖିଲେ ତାହା ମଧ୍ୟରୁ ଏକ ପ୍ରକାର ରସ ନିର୍ଗତ ହେଉଛି । ଏହି ଫିମ୍ପିର ନାମକୁ ସେ ପେନିଲିଅମ ଜେନସ ନାମ ଦେଇ ରଖିଲେ ଓ ସେହି ରସ ଭଳି ପଦାର୍ଥକୁ ୭ ମାର୍ଚ୍ଚ ୧୯୨୯ ମସିହାରେ ପେନିସିଲିନ ନାମ ଦେଲେ ।
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଫ୍ଲେମିଙ୍ଗ ୧୯୪୫ ମସିହାରେ ନୋବେଲ ପୁରସ୍କାର ପାଇଥିଲେ । ତାଙ୍କ ସହ ସହ ବିଜେତା ଭାବେ ଫ୍ଲୋରେ ଓ ଚେନ ମଧ୍ୟ ଏହି ପୁରସ୍କାର ପାଇଥିଲେ[୫] ।
- ପୋଣ୍ଟିଫିକାଲ୍ ଏକାଡେମି ଅଫ ସାଇନ୍ସରେ ସଭ୍ୟ ଥିଲେ ।
- ରୟଲ ସୋସାଇଟି ଅଫ୍ ଲଣ୍ଡନର ଫେଲୋ ଥିଲେ ।
- ଇଂଲଣ୍ଡର ରୟଲ କଲେଜ ଅଫ୍ ସର୍ଜନଦ୍ୱାରା ହଣ୍ଟେରିଆନ ପ୍ରଫେସର ପଦବୀ ପାଇଥିଲେ ।
- କିଙ୍ଗ ଜର୍ଜ VI ତାଙ୍କୁ ୧୯୪୪ ମସିହାରେ ନାଇଟ ବ୍ୟାଚେଲର ଉପାଧି ଦେଇଥିଲେ ।
- ତାଙ୍କୁ ଅର୍ଡର ଅଫ୍ ଆଲ୍ଫୋନ୍ସୋ X ଦି ବାଇଜ୍ର ନାଇଟ ଗ୍ରାଣ୍ଡ କ୍ରସ କରା ଯାଇଥିଲା ।
- ଟାଇମ ମାଗାଜିନ ତାଙ୍କୁ ବିଂଶ ଶତାବ୍ଦୀର ବିଶିଷ୍ଟ ଲୋକ ଭାବେ ଘୋଷଣା କରିଥିଲା ।
- ୨୦୦୨ ମସିହାରେ ବି.ବି.ସି. ତାଙ୍କୁ ଇଂଲାଣ୍ଡର ୧୦୦ ବିଶିଷ୍ଟ ଲୋକ ହିସାବାରେ ଗଣ ଭୋଟଦ୍ୱାରା ସମ୍ମନିତ କରିଥିଲା ।
- ମାଡ୍ରିଡର ବୁଲ୍ରିଙ୍ଗ୍ ସମ୍ମୁଖରେ ତାଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି ।
- ପ୍ରେଗ ସହରର ଗୋଟିଏ ଛକକୁ ତାଙ୍କ ନାମ ଅନୁସାରେ ନାମ କରଣ କରାଯାଇଛି ।
- ସୋଫିଆ ବୁଲଗେରିଆର ଗୋଟିଏ ସ୍କୁଲର ନାମକୁ ତାଙ୍କର ନାମ ଦିଆଯାଇଛି ।
- ୨୦୦୯ ମସିହାରେ ୫ ପାଉଣ୍ଡ ନୋଟରେ ତାଙ୍କର ଛବି ସ୍ଥାନ ପାଇଥିଲା [୬]।
- ଗୋଟିଏ ଆସ୍ଟେରଏଡର ନାମ '୯୧୦୦୬ ଫ୍ଲେମିଙ୍ଗ' ଦିଆଯାଇଛି ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ doi:10.1098/rsbm.1956.0008
This citation will be automatically completed in the next few minutes. You can jump the queue or expand by hand - ↑ "Alexander Fleming Biography". Les Prix Nobel. The Nobel Foundation. 1945. Retrieved 27 March 2011.
- ↑ Hugh, TB (2002). "Howard Florey, Alexander Fleming and the fairy tale of penicillin". The Medical Journal of Australia. 177 (1): 52–53, author 53 53. doi:10.5694/j.1326-5377.2002.tb04643.x. PMID 12436980.
- ↑ Cruickshank, Robert (1955). "Sir Alexander Fleming, F.R.S". Nature. 175 (4459): 663. Bibcode:1955Natur.175..663C. doi:10.1038/175663a0.
- ↑ "100,000 visitors in 6 days". National Museums Scotland. 3 August 2011. Archived from the original on 23 February 2012. Retrieved 4 March 2012.
- ↑ "Banknote designs mark Homecoming". BBC News. 14 January 2008. Archived from the original on 25 January 2009. Retrieved 20 January 2009.