ଆଜନ୍ମ ତୃଟି
ଆଜନ୍ମ ତୃଟି (Birth defect) | |
---|---|
କନଜେନିଟାଲ ଡିଜଅର୍ଡ଼ର (Congenital disorder), କନଜେନିଟାଲ ଡିଜିଜ (congenital disease), କନଜେନିଟାଲ ଡିଫର୍ମିଟି (congenital deformity), କନଜେନିଟାଲ ଅସଙ୍ଗତି (congenital anomaly)[୧] | |
ବିଭାଗ | ମେଡିକାଲ ଜେନେଟିକ (Medical genetics), ଶିଶୁ ରୋଗ ବିଜ୍ଞାନ (pediatrics) |
ଲକ୍ଷଣ | ଶାରୀରିକ ଅକ୍ଷମତା (Physical disability), ବୌଦ୍ଧିକ ଅକ୍ଷମତା (intellectual disability), ବିକାଶ ଅକ୍ଷମତା (developmental disability)[୩] |
ଆକ୍ରାନ୍ତ ସମୟ | ଜନ୍ମରୁ ଥାଏ[୩] |
କାରଣ | ଜେନେଟିକ (Genetic, କେତେକ ଔଷଧ ବା ରାସାୟନିକ ଦ୍ରବ୍ୟ ପ୍ରଭାବ, ଗର୍ଭାବସ୍ଥାରେ କେତେକ ସଂକ୍ରମଣ [୪] |
ବିପଦ କାରକ | ଫଲିକ ଏସିଡ (folic acid) ଅଭାବ, ମଦ୍ୟାପାନ (alcohol) ବା ଧୂମ୍ରପାନ (smoking), ଅଣନିୟନ୍ତ୍ରିତ ମଧୁମେହ, ୩୫ ବର୍ଷ ବୟସ ପରେ ମାଆ ହେବା [୫][୬] |
ଚିକିତ୍ସା | ଥେରାପି (Therapy), ଔଷଧ, ଅପରେଶନ, ଆସିସ୍ଟିଭ ଟେକନୋଲୋଜି (assistive technology([୭] |
ପୁନଃପୌନିକ | ଯୁକ୍ତରାଷ୍ଟ୍ର ଆମେରିକାରେ ୩% ନବଜାତ [୨] |
ମୃତ୍ୟୁ ସାନ୍ଦ୍ରତା | ୬୨୮,୦୦୦ (୨୦୧୫)[୮] |
ଆଜନ୍ମ ତୃଟି ବା ଜନ୍ମ ଦୋଷ ବା ଜନ୍ମଗତ ଅକ୍ଷମତା (ଇଂରାଜୀ ଭାଷାରେ birth defect, also known as a congenital disorder) ଏକ ରୋଗ ଯେଉଁଥିରେ ଯେଉଁ କାରଣରୁ ହେଉନା କାହିଁକି ଜନ୍ମରୁ ତୃଟି ଥାଏ । [୩] ଏହି ତୃଟି ଶାରୀରିକ ଅକ୍ଷମତା (Physical disability), ବୌଦ୍ଧିକ ଅକ୍ଷମତା (intellectual disability) ବା ବିକାଶ ଅକ୍ଷମତା (developmental disability) ହୋଇପାରେ ।[୩] ଅକ୍ଷମତା ସାମାନ୍ୟରୁ ସାଂଘାତିକ ପର୍ଯ୍ୟନ୍ତ ହୋଇପାରେ ।[୬] ଜନ୍ମ ଦୋଷ ଦୁଇ ପ୍ରକାର ଥାଏ ଯଥା:- ଗଠନ ମୂଳକ ଦୋଷ ଯେଉଁଥିରେ ଦେହର ଆକାର ସମସ୍ୟା ଥାଏ ଓ କାର୍ଯ୍ୟକାରୀ ଦୋଷ (functional disorder) ଯେଉଁଥିରେ ଦେହର ଅଂଶ କାମ କରିବାରେ ସମସ୍ୟା ଦେଖାଯାଏ ।[୯] କାର୍ଯ୍ୟକାରୀ ଦୋଷ ମଧ୍ୟରେ ମେଟାବୋଲିକ ରୋଗ (metabolic) ଓ ଅବକ୍ଷୟ (degenerative disorders) ରୋଗ ଥାଏ ।[୯] କେତେକ ରୋଗୀଙ୍କର ଉଭୟ ଗଠନ ମୂଳକ ଓ କାର୍ଯ୍ୟକାରୀ ଦୋଷ ଥାଏ ।[୯]
ଆଜନ୍ମ ତୃଟି ହେବାର କାରଣ ମଧ୍ୟରେ ଜେନେଟିକ (genetic) ବା କ୍ରୋମୋଜୋମ ରୋଗ (chromosomal disorders), କେତେକ ଔଷଧ ବା ରାସାୟନିକ ଦ୍ରବ୍ୟ ସଂସ୍ପର୍ଶ ବା କେତେକ ଗର୍ଭାବସ୍ଥାର ସଂକ୍ରମଣ (infections during pregnancy) ଦାୟୀ ହୁଅନ୍ତି ।[୪] ଫଲିକ ଏସିଡ (folic acid) ଅଭାବ, ମଦ୍ୟାପାନ (alcohol) ବା ଧୂମ୍ରପାନ (smoking), ଅଣନିୟନ୍ତ୍ରିତ ମଧୁମେହ, ୩୫ ବର୍ଷ ବୟସ ପରେ ମାଆ ହେବାରେ ଏହି ସଙ୍କଟ ସୃଷ୍ଟି ହୁଏ ।[୫][୬] କେତେକ କେଶ୍ରେ ଏକାଧିକ ସଙ୍କଟ କାରକ ଥିବା ଦେଖାଯାଏ ।[୬] ଏହି ରୋଗ ଜନ୍ମରୁ ଦେଇପାରେ ବା ନବଜାତ ସ୍କ୍ରିନିଙ୍ଗ ପରୀକ୍ଷା (screening tests) କରି ନିର୍ଣ୍ଣୟ କରାଯାଏ ।[୧୦] ପ୍ରାକ ପ୍ରସବ କାଳରେ ଅନେକ ତୃଟି ପ୍ରିନାଟାଲ ଟେଷ୍ଟଦ୍ୱାରା (prenatal tests) ଚିହ୍ନଟ ହୋଇପାରିବ ।[୧୦]
ତୃଟି ଅନୁସାରେ ଚିକିତ୍ସା କରାଯାଏ ।[୭] ଆବଶ୍ୟକାତ ଅନୁଯାୟୀ ଥେରାପି (Therapy), ଔଷଧ, ଅପରେଶନ, ଆସିସ୍ଟିଭ ଟେକନୋଲୋଜି (assistive technology କରାଯାଏ ।[୭] ସନ ୨୦୧୫ରେ ପ୍ରାୟ ୯୬ ନିୟୁତ ଲୋକଙ୍କର ଜନ୍ମ ତୃଟି ଥିଲା ।[୧୧] କେବଳ ଯୁକ୍ତରାଷ୍ଟ୍ର ଆମେରିକାରେ ୩% ନବଜାତ ଶିଶୁଙ୍କଠାରେ ଏହା ଦେଖାଯାଏ ।[୨] ଏହି ଚିହ୍ନଟ ଫଳରେ ସନ ୧୯୯୦ରେ ୭୫୧,୦୦୦ ମୃତ୍ୟୁ ହୋଇଥିବା ସ୍ଥଳେ ସନ ୨୦୧୫ରେ ଏହା କମିଯାଏ ୬୨୮,୦୦୦ ମୃତ୍ୟୁ ହୋଇଛି । [୧୨][୮] ସର୍ବାଧିକ ମୃତ୍ୟୁ ଜନ୍ମଗତ ହୃତ୍ପିଣ୍ଡ ରୋଗ (congenital heart disease, ୩୦୩,୦୦୦), ତା'ପରେ ନିଉରାଲ ଟ୍ୟୁବ ତୃଟି (neural tube defects, ୬୫,୦୦୦) ଯୋଗୁ ହୁଏ ।[୮]
ଏହା ମଧ୍ୟ ଦେଖନ୍ତୁ
[ସମ୍ପାଦନା]- Malformative syndrome
- ICD-10 Chapter Q: Congenital malformations
- Idiopathic
- List of congenital disorders
- List of ICD-9 codes 740-759: Congenital anomalies
- March of Dimes
- Mitochondrial disease
- Supernumerary body part
ଆଧାର
[ସମ୍ପାଦନା]- ↑ Ruth A. Hannon (2010). Porth pathophysiology : concepts of altered health states (1st Canadian ed.). Philadelphia, PA: Wolters Kluwer Health/Lippincott Williams & Wilkins. p. 128. ISBN 978-1-60547-781-7.
- ↑ ୨.୦ ୨.୧ ୨.୨ "Birth Defects". Dec 15, 2015. Retrieved 17 Jan 2016.
- ↑ ୩.୦ ୩.୧ ୩.୨ ୩.୩ "Birth Defects: Condition Information". www.nichd.nih.gov. Retrieved 8 December 2017.
- ↑ ୪.୦ ୪.୧ "What causes birth defects?". www.nichd.nih.gov. Retrieved 8 December 2017.
- ↑ ୫.୦ ୫.୧ "How many people are affected by/at risk for birth defects?". www.nichd.nih.gov. Retrieved 8 December 2017.
- ↑ ୬.୦ ୬.୧ ୬.୨ ୬.୩ "Facts Birth Defects". Centers for Disease Control and Prevention (in ଆମେରିକୀୟ ଇଂରାଜୀ). 7 September 2017. Retrieved 8 December 2017.
- ↑ ୭.୦ ୭.୧ ୭.୨ "What are the treatments for birth defects?". www.nichd.nih.gov. Retrieved 8 December 2017.
- ↑ ୮.୦ ୮.୧ ୮.୨ GBD 2015 Mortality and Causes of Death, Collaborators. (8 October 2016). "Global, regional, and national life expectancy, all-cause mortality, and cause-specific mortality for 249 causes of death, 1980-2015: a systematic analysis for the Global Burden of Disease Study 2015". Lancet. 388 (10053): 1459–1544. doi:10.1016/s0140-6736(16)31012-1. PMC 5388903. PMID 27733281.
{{cite journal}}
:|first1=
has generic name (help)CS1 maint: numeric names: authors list (link) - ↑ ୯.୦ ୯.୧ ୯.୨ "What are the types of birth defects?". www.nichd.nih.gov. Retrieved 8 December 2017.
- ↑ ୧୦.୦ ୧୦.୧ "How do health care providers diagnose birth defects?". www.nichd.nih.gov. Retrieved 8 December 2017.
- ↑ GBD 2015 Disease and Injury Incidence and Prevalence, Collaborators. (8 October 2016). "Global, regional, and national incidence, prevalence, and years lived with disability for 310 diseases and injuries, 1990-2015: a systematic analysis for the Global Burden of Disease Study 2015". Lancet. 388 (10053): 1545–1602. doi:10.1016/S0140-6736(16)31678-6. PMC 5055577. PMID 27733282.
{{cite journal}}
:|first1=
has generic name (help)CS1 maint: numeric names: authors list (link) - ↑ GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990–2013: a systematic analysis for the Global Burden of Disease Study 2013". Lancet. 385 (9963): 117–71. doi:10.1016/S0140-6736(14)61682-2. PMC 4340604. PMID 25530442.
{{cite journal}}
:|first1=
has generic name (help)CS1 maint: numeric names: authors list (link)
ବାହ୍ୟ ଲିଙ୍କ
[ସମ୍ପାଦନା]ଶ୍ରେଣୀବିଭାଗ |
---|