Jump to content

ଆକାଶ (କ୍ଷେପଣାସ୍ତ୍ର)

ଉଇକିପିଡ଼ିଆ‌ରୁ
Akash
The 'Akash' super sonic cruise missile with a range of 25km, passes through the Rajpath during the 58th Republic Day Parade - 2007, in New Delhi on January 26, 2007.jpg
Akash missile display during Republic Day Parade in New Delhi.
Type Mobile Surface-to-air missile system
Place of origin India
Service history
In service 2009-present
Used by Indian Army
Indian Air Force
Production history
Designed Defence Research and Development Organisation
Manufacturer Bharat Dynamics Limited, Bharat Electronics Limited
Produced 2009-present
Number built 3000 missiles till 2011[]
Variants Akash 1S
Specifications
Weight 720 kg (1,590 lb)
Length 578 cm (228 in)
Diameter 30 cm (12 in) - 35 cm (14 in)

Warhead High-explosive, fragmentation
Warhead weight 60 kg (130 lb)
Detonation
mechanism
Radio proximity fuze

Engine Solid booster and integral rocket/ramjet sustainer motor
Propellant Solid fuel
Operational
range
30 km (19 mi)
Flight ceiling 20 km (66,000 ft)
Flight altitude 18 km (59,000 ft)
Speed Mach 3.5[]
Guidance
system
Mid-course: Command guidance with datalink
Terminal: Active radar homing
Launch
platform
T-72 or BMP-2 chassis or Tata Motors Heavy Mobility Trucks[]
Transport BEMLTatra or Tata Motors Heavy Mobility Vehicle[]

ଆକାଶ ( IAST : Ākāśa "ଆକାଶ" ) ହେଉଛି ଏକ ମଧ୍ୟ-ଦୂରଗାମୀ ଗତିଶୀଳ ଭୂପୃଷ୍ଠରୁ-ବାୟୁ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ଯାହା ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO)ଦ୍ୱାରା ବିକଶିତ ହୋଇଛି ଏବଂ ଭାରତ ଡାଇନାମିକ୍ସ ଲିମିଟେଡ୍ (ବି.ଡି.ଏଲ୍.) , ଭାରତ ଇଲେକ୍ଟ୍ରୋନିକ୍ସ (BEL), ଟାଟା ପାୱାର ଷ୍ଟ୍ରାଟେଜିକ୍ ଇଞ୍ଜିନିୟରିଂ ଡିଭିଜନ୍ ଏବଂ ଲାରସେନ୍ ଆଣ୍ଡ ଟୁବ୍ରୋଦ୍ୱାରା ଭାରତରେ ଉତ୍ପାଦିତ ହୋଇଛି ଅନ୍ୟ ରାଡାର, ନିୟନ୍ତ୍ରଣ କେନ୍ଦ୍ର,ପ୍ରକ୍ଷେପଣ ପ୍ରଣାଳୀ ପାଇଁ [] [] [] ନୂତନ ପିଢ଼ିର ଆକାଶ କ୍ଷେପଣାସ୍ତ୍ର ପ୍ରଣାଳୀ ୫୦–୬୦ କିମି (୩୧-୩୭) mi) ଦୂରରେ, ୧୮,୦୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ | ଏଥିରେ ଯୁଦ୍ଧ ବିମାନ, କ୍ରୁଜ୍ କ୍ଷେପଣାସ୍ତ୍ର ଏବଂ ବାୟୁ-ରୁ-ଭୂପୃଷ୍ଠ କ୍ଷେପଣାସ୍ତ୍ର ଏବଂ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଭଳି ବାୟୁ ଲକ୍ଷ୍ୟକୁ ଲକ୍ଷ୍ୟଭେଦ କରିବାର କ୍ଷମତା ରହିଛି। [] ଏହା ଭାରତୀୟ ସେନା ଏବଂ ଭାରତୀୟ ବାୟୁସେନା ସହିତ କାର୍ଯ୍ୟକ୍ଷମ ସେବାରେ ଅଛି |

ଏକ ଆକାଶ ବ୍ୟାଟେରୀରେ ଗୋଟିଏ ରାଜେନ୍ଦ୍ର ୩D ନିଷ୍କ୍ରିୟ ବୈଦୁତିକ ସ୍କାନ୍ ପଂକ୍ତି ରାଡାର(Active electronically scanned array radar) ଏବଂ ଚାରିଟି ପ୍ରକ୍ଷେପକ ଅଛି,ଏବଂ ପ୍ରତ୍ୟେକ ପ୍ରକ୍ଷେପକ (launcher) ସହିତ ତିନୋଟି କ୍ଷେପଣାସ୍ତ୍ର ଅଛି, ସମସ୍ତେ ପରସ୍ପର ସହ ଜଡ଼ିତ | ପ୍ରତ୍ୟେକ ବ୍ୟାଟେରୀ ସର୍ବାଧିକ ୬୪ଟି ଲକ୍ଷ୍ୟ ଉପରେ ନଜର ରଖିପାରିବ ଏବଂ ସେଥିରୁ ସର୍ବାଧିକ ୧୨ଟିକୁ ଆକ୍ରମଣ କରିପାରିବ | ଏହି କ୍ଷେପଣାସ୍ତ୍ରର 60 kg (130 lb) ଏକ ନିକଟବର୍ତ୍ତୀ ଫ୍ୟୁଜ୍ (proximity fuze) ସହିତ ଏକ ଉଚ୍ଚ-ବିସ୍ଫୋରକ (high explosive) ପୂର୍ବ-ଖଣ୍ଡବିଖଣ୍ଡିତ (pre-fragmented) ବିସ୍ଫୋଟକପଦାର୍ଥ (warheaed) ଅଛି | ଆକାଶ ପ୍ରଣାଳୀ ସଂପୂର୍ଣ୍ଣ ଭାବେ ଗତିଶୀଳ ଏବଂ ଯାନବାହନର ଏକ ଗତିଶୀଳ ଦଳକୁ ସୁରକ୍ଷା ଦେବାରେ ସକ୍ଷମ | ଉନ୍ମୋଚନ ପ୍ଲାଟଫର୍ମ ଉଭୟ ଚକଯୁକ୍ତ ଏବଂ ଟ୍ରାକଯୁକ୍ତ ଗାଡ଼ି ସହିତ ଏକୀଭୂତ ହୋଇଛି | ଆକାଶ ପ୍ରଣାଳୀ ମୁଖ୍ୟତ ବାୟୁ-ପ୍ରତିରକ୍ଷା-ପ୍ରଣାଳୀ ଭାବରେ ଡିଜାଇନ୍ ହୋଇଥିବାବେଳେ ଏହାକୁ କ୍ଷେପଣାସ୍ତ୍ର ପ୍ରତିରକ୍ଷା ଭୂମିକାରେ ମଧ୍ୟ ପରୀକ୍ଷଣ କରାଯାଇଛି | ଏହା ୨,୦୦୦ ବର୍ଗକିଲୋମିଟର କ୍ଷେତ୍ର ପାଇଁ ବାୟୁ ପ୍ରତିରକ୍ଷା ଆବରଣ (cover) ପ୍ରଦାନ କରିଥାଏ | ଆକାଶର ଭାରତୀୟ ସୈନ୍ୟବଳର ମିଳିତ ଅର୍ଡ଼ର, ରାଡାର୍ ପ୍ରଣାଳୀ (ଅସ୍ତ୍ର ଠାବକାରୀ ରାଡାର (WLR) ଏବଂ ପହରା) ଅନ୍ତର୍ଭୁକ୍ତ, ₹୨୩,୪୦୦ କୋଟି (US $୪ ବିଲିୟନ) ମୋଟ ମୂଲ୍ୟ ଅଛି। [] [] [୧୦]

ବର୍ଣ୍ଣନା

[ସମ୍ପାଦନା]

ପ୍ରଣାଳୀ

[ସମ୍ପାଦନା]
ଏରୋ ଇଣ୍ଡିଆ ୨୦୧୧ରେ ଆକାଶ କ୍ଷେପଣାସ୍ତ୍ର |

ପ୍ରତ୍ୟେକ ଆକାଶ ବ୍ୟାଟେରୀରେ ଚାରୋଟି ସ୍ୱୟଂ ସଞ୍ଚାଳିତ ପ୍ରକ୍ଷେପକ (launcher) (ପ୍ରତ୍ୟେକ ପ୍ରକ୍ଷେପକରେ ୩ଟି ଆକାଶ କ୍ଷେପଣାସ୍ତ୍ର), ବ୍ୟାଟେରୀ ସ୍ତରର ରାଡାର - ରାଜେନ୍ଦ୍ର ଏବଂ ଏକ ଆଦେଶ କେନ୍ଦ୍ର (ବ୍ୟାଟେରୀ ନିୟନ୍ତ୍ରଣ କେନ୍ଦ୍ର) ଥାଏ | ଦୁଇଟି ବ୍ୟାଟେରୀ ଏକ ବ୍ୟୁହ (ବାୟୁସେନାରେ) ଭାବରେ ନିୟୋଜିତ ହୋଇଥିବାବେଳେ ସର୍ବାଧିକ ଚାରିଟି ଏକ ଆକାଶ ଦଳ (ସ୍ଥଳସେନା ସଂରଚନା) ଗଠନ କରନ୍ତି | ଉଭୟ ସଂରଚନାରେ, ଏକ ଅତିରିକ୍ତ ଦଳ ନିୟନ୍ତ୍ରଣ କେନ୍ଦ୍ର ଯୋଡ଼ା ଯାଇଛି, ଯାହା ବ୍ୟୁହ (squadron) କିମ୍ବା ଦଳ ପାଇଁ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣ ମୁଖ୍ୟାଳୟ ଭାବରେ କାର୍ଯ୍ୟ କରେ | ଗୋଟିଏ ଗତିଶୀଳ ପ୍ଲାଟଫର୍ମ ଉପରେ ଆଧାର କରି,ଦଳ ନିୟନ୍ତ୍ରଣ କେନ୍ଦ୍ର, ବ୍ୟାଟେରୀ ନିୟନ୍ତ୍ରଣ କେନ୍ଦ୍ର ସହିତ ସମ୍ପର୍କ ପ୍ରତିଷ୍ଠା କରେ ଏବଂ ଏକ ବାୟୁ-ପ୍ରତିରକ୍ଷା କ୍ଷେତ୍ର ସ୍ଥାପିତ କରେ | ପ୍ରାରମ୍ଭିକ ଚେତାବନୀ ପାଇଁ, ଦଳ ନିୟନ୍ତ୍ରଣ କେନ୍ଦ୍ର କେନ୍ଦ୍ରୀୟ ଅଧିଗ୍ରହଣ ରାଡାର (Central acquisition radar) ଉପରେ ନିର୍ଭର କରେ | ତଥାପି, ୧୦୦କି.ମି.ରୁ ଅଧିକ ପରିସର (range) ସହିତ ଶସ୍ତା, ୨-D ବ୍ୟାଟେରୀ ନିରୀକ୍ଷଣ ରାଡାର BSR(ବ୍ୟାଟେରୀ ନିରୀକ୍ଷଣ ରାଡାର) ସହିତ ବ୍ୟାଟେରୀ ପୃଥକ ଭାବରେ ମଧ୍ୟ ନିୟୋଜିତ ହୋଇପାରିବ |

ଆକାଶର ଏକ ଉନ୍ନତ ସ୍ୱୟଂଚାଳିତ କାର୍ଯ୍ୟକାରିତା କ୍ଷମତା ଅଛି | ୩D କେନ୍ଦ୍ରୀୟ ଅଧିଗ୍ରହଣ ରାଡାର (Central acquisition radar) ମନକୁ ମନ ପ୍ରାୟ ୧୫୦କି.ମି. ଦୂରତାରେ ଲକ୍ଷ୍ୟ ଉପରେ ନଜର ରଖିବା ଆରମ୍ଭ କରେ | ପ୍ରଣାଳୀ ଏବଂ କର୍ମଚାରୀମାନଙ୍କୁ ପୂର୍ବ-ଚେତାବନୀ ପ୍ରଦାନ କରେ | ଲକ୍ଷ୍ୟ ଟ୍ରାକ୍ ସୂଚନା ଦଳ ନିୟନ୍ତ୍ରଣ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଏ | ଦଳ ନିୟନ୍ତ୍ରଣ କେନ୍ଦ୍ର ସ୍ୱୟଂଚାଳିତ ଭାବରେ ଲକ୍ଷ୍ୟକୁ ଶ୍ରେଣୀଭୁକ୍ତ କରେ | ୧୦୦କି.ମି. ପରିସର ମଧ୍ୟରେ ବ୍ୟାଟେରୀ ନିରୀକ୍ଷଣ ରାଡାର ଲକ୍ଷ୍ୟ ଟ୍ରାକ୍ କରିବା ଆରମ୍ଭ କରେ | ଏହି ତଥ୍ୟ ଦଳ ନିୟନ୍ତ୍ରଣ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଏ | ଦଳ ନିୟନ୍ତ୍ରଣ କେନ୍ଦ୍ର ୨୦୦ଟି ଲକ୍ଷ୍ୟର ଏକାଧିକ-ରାଡାର ଟ୍ରାକିଂ କରିଥାଏ ଏବଂ ଟ୍ରାକ୍ ପାରସ୍ପରିକ ସମ୍ବନ୍ଧ (correlation) ଏବଂ ତଥ୍ୟ ସମ୍ମିଶ୍ରଣ (data fusion) କରିଥାଏ | ଲକ୍ଷ୍ୟ ଅବସ୍ଥାନ ସୂଚନା ବ୍ୟାଟେରୀ ସ୍ତରର ରାଡାରକୁ ପଠାଯାଏ ଯାହା ଲକ୍ଷ୍ୟ ହାସଲ କରିବାକୁ ଏହି ସୂଚନା ବ୍ୟବହାର କରେ |

ବ୍ୟାଟେରୀ ନିୟନ୍ତ୍ରଣ କେନ୍ଦ୍ର ଯାହା ଶୀଘ୍ର ଭାବେ ମନୋନୀତ ତାଲିକାରୁ ଏକ/ଏକାଧିକ ଲକ୍ଷ୍ୟ(ଗୁଡିକୁ) ନିୟୋଜିତ କରିପାରିବ,ଏହାକୁ ଦଳ ନିୟନ୍ତ୍ରଣ କେନ୍ଦ୍ରଦ୍ୱାରା ପ୍ରକୃତ ସମୟରେ ଲକ୍ଷ୍ୟ ପ୍ରଦାନ କରାଯାଇଥାଏ | ଏହି ପ୍ରକ୍ରିୟା ସମୟରେ କ୍ଷେପଣାସ୍ତ୍ରର ଉପଲବ୍ଧତା ଏବଂ କ୍ଷେପଣାସ୍ତ୍ରର ସ୍ୱାସ୍ଥ୍ୟକୁ ମଧ୍ୟ ବିଚାରକୁ ନିଆଯାଏ | ନୂଆ ଲକ୍ଷ୍ୟଗୁଡିକ ସେତେବେଳେ ଧାର୍ଯ୍ୟ କରାଯାଏ ଯେତେବେଳେ ପୂର୍ବରୁ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟଗୁଡ଼ିକ ଧ୍ବଂସ ହେଇଯାଆନ୍ତି | ବିଭିନ୍ନ ଜିନିଷ ଯେପରିକି, ସମ୍ବେଦକ (Sensor), ମାର୍ଗଦର୍ଶନ ଆଦେଶ (guidance command), କ୍ଷେପଣାସ୍ତ୍ର କ୍ଷମତା ଏବଂ ଲକ୍ଷ୍ୟଭେଦ କ୍ଷେତ୍ର ଆଦିଙ୍କ ଗଣନାକୁ ବିଚାରକୁ ନେଇ ପ୍ରଣାଳୀଦ୍ୱାରା ୮୮%ର ଗୋଟିଏ-କ୍ଷେପଣାସ୍ତ୍ରରେ-ସଫଳ-ଲକ୍ଷ୍ୟଭେଦ ସମ୍ଭାବନା ହାସଲ କରାଯାଇଛି |

ସ୍ୱୟଂପ୍ରଚାଳିତ ସ୍ଥିତିରେ (Autonomous mode) ଏବଂ ଦଳଭିତ୍ତିକ ସ୍ଥିତିରେ (group mode) ଆକାଶକୁ ନିୟୋଜିତ କରିବା ପାଇଁ ନିର୍ଦ୍ଦିଷ୍ଟ ଏକାଧିକ-ଲକ୍ଷ୍ୟ ପରିସ୍ଥିତିରେ ବିପଦକୁ ହଟାଇବା ପାଇଁ ଅନେକ ସମ୍ଭାବନା ଅଛି | ଦଳଭିତ୍ତିକ ସ୍ଥିତିରେ (group mode) ପ୍ରକୃତି ଏବଂ ଆଶା କରାଯାଉଥିବା ବିପଦ ଢ଼ାଞ୍ଚାକୁ ନେଇ, ଦୁର୍ବଳ ଅଞ୍ଚଳକୁ ରକ୍ଷା କରିବା ପାଇଁ ଆମ ପାଖରେ ଅନେକ ସଂରଚନା ରହିପାରେ | ସେହିଭଳି, ସ୍ୱୟଂପ୍ରଚାଳିତ ସ୍ଥିତିରେ ଏକାଧିକ ବ୍ୟାଟେରୀ ଅସୁରକ୍ଷିତ ଅଞ୍ଚଳ/ବିନ୍ଦୁଙ୍କୁ ରକ୍ଷା କରିବା ପାଇଁ ନିୟୋଜିତ ହୋଇପାରିବ | ଏକ ଦଳଭିତ୍ତିକ ଗଠନରେ,ଅସୁରକ୍ଷିତ ଅଞ୍ଚଳକୁ ସୁରକ୍ଷିତ ରଖିବା ପାଇଁ, ଚାରୋଟି ବ୍ୟାଟେରୀକୁ ବିଭିନ୍ନ ଜ୍ୟାମିତିକ ଗଠନରେ ନିୟୋଜିତ କରାଯାଇପାରିବ | ଏକ ବାକ୍ସ-ଆକାର ନିୟୋଜନ ଢାଞ୍ଚାରେ, ଏକ ଆକାଶ ଗୋଷ୍ଠୀ ୬୨କି.ମି.x ୬୨କି.ମି. କ୍ଷେତ୍ରକୁ ରକ୍ଷା କରିପାରିବ | ଏକ ସିଧା ରେଖା ସଂରଚନାରେ, ଏହା ୯୮କି.ମି. x ୪୪ କି.ମି.ର ଏକ କ୍ଷେତ୍ରକୁ ଆବୃତ କରେ | ଟ୍ରାପେଜଏଡ-ଆକାର ସଂରଚନା ୫୦୦୦ ବର୍ଗ କିଲୋମିଟର ଆକାରର କ୍ଷେତ୍ରକୁ ଆବୃତ କରେ ଏବଂ ଅନ୍ୟାନ୍ୟ ନିୟୋଜନ ଢ଼ାଞ୍ଚା ତୁଳନାରେ ସର୍ବ ବୃହତ କ୍ଷେତ୍ରକୁ ପ୍ରତିରକ୍ଷା ପ୍ରଦାନ କରେ | [୧୧]

ପ୍ରତ୍ୟେକ ଆକାଶ ବ୍ୟାଟେରୀ ୨୪ଟି କ୍ଷେପଣାସ୍ତ୍ର ସହିତ ଏକାସାଙ୍ଗରେ ଚାରୋଟି ଲକ୍ଷ୍ୟକୁ ନିୟୋଜିତ କରିପାରିବ | ପ୍ରତ୍ୟେକ ବ୍ୟାଟେରୀରେ ତିନୋଟି କ୍ଷେପଣାସ୍ତ୍ର ସହିତ ଚାରୋଟି ପ୍ରକ୍ଷେପକ (launcher) ଥିବାବେଳେ ପ୍ରତ୍ୟେକ ରାଜେନ୍ଦ୍ର ରାଡାର ପ୍ରତି ଲକ୍ଷ୍ୟରେ ସର୍ବାଧିକ ଦୁଇଟି କ୍ଷେପଣାସ୍ତ୍ର ସହିତ ସମୁଦାୟ ଆଠଟି କ୍ଷେପଣାସ୍ତ୍ରକୁ ମାର୍ଗଦର୍ଶନ କରିବାରେ ସକ୍ଷମ ଅଟେ | ଗୋଟିଏ ରାଜେନ୍ଦ୍ର ରାଡାର ସହିତ ସାଧାରଣ ବ୍ୟାଟେରୀଦ୍ୱାରା ସର୍ବାଧିକ ଚାରୋଟି ଲକ୍ଷ୍ୟ ଏକାସାଙ୍ଗରେ ନିୟୋଜିତ ହୋଇପାରିବ ଯଦି ଗୋଟିଏ ଲକ୍ଷ୍ୟରେ ଗୋଟିଏ (କିମ୍ବା ଦୁଇଟି) କ୍ଷେପଣାସ୍ତ୍ର ବଣ୍ଟନ କରାଯାଏ | କେବଳ ଗୋଟିଏ ଆକାଶ କ୍ଷେପଣାସ୍ତ୍ରରେ ଲକ୍ଷ୍ୟଭେଦ ହେବାର ୮୮% ସମ୍ଭାବନା ଅଛି | ଲକ୍ଷ୍ୟଭେଦ ହେବାର ସମ୍ଭାବନାକୁ ୯୮.୫%କୁ ବୃଦ୍ଧି କରିବାକୁ ପାଞ୍ଚ ସେକେଣ୍ଡ ବ୍ୟବଧାନରେ ଦୁଇଟି କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇପାରେ। ବିଭିନ୍ନ ଗାଡ଼ି ମଧ୍ୟରେ ଯୋଗାଯୋଗ ହେଉଛି ବେତାର ଏବଂ ତାରଯୁକ୍ତ ଲିଙ୍କଗୁଡ଼ିକର ମିଶ୍ରଣ | ସମଗ୍ର ପ୍ରଣାଳୀ ଶୀଘ୍ର ପ୍ରସ୍ତୁତ ହେବା ଏବଂ ଶତ୍ରୁ ଆକ୍ରମଣରୁ ବଞ୍ଚି ରହିବା ପାଇଁ ଅତ୍ୟଧିକ ଗତିଶୀଳ ହେବା ପାଇଁ ଡିଜାଇନ୍ କରାଯାଇଛି | ରେଳ, ସଡ଼କ କିମ୍ବା ବାୟୁଦ୍ୱାରା ଆକାଶ ପ୍ରଣାଳୀ ନିୟୋଜିତ ହୋଇପାରିବ |

କ୍ଷେପଣାସ୍ତ୍ର

[ସମ୍ପାଦନା]
ଜୁନ୍ ୧୮, ୨୦୧୪ରେ ବାଲିଶୋର, ଏକୀକୃତ ପରୀକ୍ଷଣ ସ୍ଥଳରୁ ସୀମା ମିଶନ ନିକଟରେ ଅତି କମ୍ ଉଚ୍ଚତାରେ ଆକାଶ କ୍ଷେପଣାସ୍ତ୍ର ସଫଳତାର ସହିତ ପରୀକ୍ଷଣ କରାଯାଇଥିଲା |

ଆକାଶ ହେଉଛି ୩୦କି.ମି.ର ଏକ ଅବରୋଧ ପରିସର (intercept range) ସହିତ ଏକ ଭୂପୃଷ୍ଠରୁ-ବାୟୁ କ୍ଷେପଣାସ୍ତ୍ର | [] ଏହାର ପ୍ରକ୍ଷେପଣ ସମୟରେ ଓଜନ ୭୨୦ କି.ଲୋ., ବ୍ୟାସ ୩୫ ସେ.ମି. ଏବଂ ଲମ୍ବ ୫.୭୮ ମିଟର | ଆକାଶ ପରାଧ୍ବନିକ (supersonic) ବେଗରେ ଉଡି ମ୍ୟାକ ୨.୫ରେ ପହଞ୍ଚେ | ଏହା ୧୮ କି.ମି. ଉଚ୍ଚତାରେ ପହଞ୍ଚିପାରେ ଏବଂ ଉଭୟ ଟ୍ରାକ ଏବଂ ଚକିଯୁକ୍ତ ପ୍ଲାଟଫର୍ମରୁ ନିକ୍ଷେପ କରାଯାଇପାରିବ | ଏକ କ୍ଷେପଣାସ୍ତ୍ର-ଭିତରେ-ଥିବା ମାର୍ଗଦର୍ଶନ ପ୍ରଣାଳୀ ଏକ ସଞ୍ଚାଳକ ପ୍ରଣାଳୀ (actuator system) ସହିତ ମିଶି କ୍ଷେପଣାସ୍ତ୍ରକୁ ୧୫g ଲୋଡ୍ ପର୍ଯ୍ୟନ୍ତ ପରିଚାଳନା କରାଇ ପାରିଥାଏ ଏବଂ ଶେଷ ପର୍ଯ୍ୟାୟରେ ଶତୃବିମାନକୁ ଗୋଡ଼ାଇବା ପାଇଁ ସମର୍ଥ ବନାଏ କରିଥାଏ | ଏକ ଡିଜିଟାଲ୍ ନିକଟତର ଫ୍ୟୁଜ୍ (proximity fuze) ଏକ ୫୫କିଲୋର ପୂର୍ବ-ଖଣ୍ଡବିଖଣ୍ଡିତ ବିସ୍ଫୋଟକପଦାର୍ଥ ସହିତ ଯୋଡି ହୋଇଛି | ଏକ ଆତ୍ମ-ବିନାଶକାରୀ ଉପକରଣ ମଧ୍ୟ ଏଥିରେ ଖଞ୍ଜା ଯାଇଛି | ଏହା ଏକ ଏକୀଭୂତ ରାମଜେଟ୍ ରକେଟ୍ ଇଞ୍ଜିନ୍ଦ୍ୱାରା ଚାଳିତ | ଏକ ରାମଜେଟ୍ ପ୍ରଣୋଦନ ପ୍ରଣାଳୀର ବ୍ୟବହାର ଏହାର ଉଡ଼ାଣ ଗତିରେ ହ୍ରାସ ନକରି ଏକ ବେଗକୁ ବଜାୟ ରଖିବାରେ ସାହାଯ୍ୟ କରିଥାଏ | [୧୨] କ୍ଷେପଣାସ୍ତ୍ର ଏହାର ସମ୍ପୂର୍ଣ୍ଣ୍ଣ ଉଡ଼ାଣରେ ମାର୍ଗଦର୍ଶନ ଗ୍ରହଣ କରୁଥାଏ |[]

ଏହି କ୍ଷେପଣାସ୍ତ୍ରର ଡିଜାଇନ୍ SA-6ର ଡିଜାଇନ୍ ସହିତ କିଛି ସମାନ, ଚାରି ଲମ୍ବା ଟ୍ୟୁବ୍ ରାମଜେଟ୍ ଇନଲେଟ୍ ନକ୍ସା ମଧ୍ୟଭାଗରେ ଡେଣା ମଧ୍ୟରେ ସ୍ଥାପିତ | ବ୍ୟାସ ଅକ୍ଷ(pitch)/ଉଚ୍ଚତା ଅକ୍ଷ(yaw) ପାଇଁ ଚାରିଟି କ୍ଲିପ୍ ହୋଇଥିବା ତ୍ରିକୋଣୀୟ ଚଳନ୍ତା ଡେଣା ମଧ୍ୟଭାଗରେ ସ୍ଥାପିତ | ରୋଲ୍ ନିୟନ୍ତ୍ରଣ ପାଇଁ ଆଏଲେରନ୍ ସହିତ ଚାରୋଟି ଇନଲାଇନ କ୍ଲିପ୍ ହୋଇଥିବା ଡେଲଟା ଫିନ୍ ଲାଞ୍ଜ ପୂର୍ବରୁ ମାଉଣ୍ଟ କରାଯାଏ | ଅବଶ୍ୟ, ଆଭ୍ୟନ୍ତରୀଣ ସ୍କିମେଟିକ୍ ଏକ ଅନ୍ବୋର୍ଡ ଡିଜିଟାଲ୍ କମ୍ପ୍ୟୁଟର ସହିତ ଏକ ଭିନ୍ନ ଲେଆଉଟ୍ ଦେଖାଏ, କୌଣସି ଅର୍ଦ୍ଧ-ସକ୍ରିୟ ସନ୍ଧାନକାରୀ, ଭିନ୍ନ ପ୍ରୋପେଲାଣ୍ଟ, ଭିନ୍ନ ଆକ୍ଟୁଏଟର୍ ଏବଂ କମାଣ୍ଡ ମାର୍ଗଦର୍ଶନ ଡାଟାଲିଙ୍କସମୂହ | ଆକାଶ ଏକ ଅନବୋର୍ଡ ରେଡିଓ-ନିକଟତର ଫ୍ୟୁଜ୍ ବହନ କରେ |

ପ୍ରଣୋଦନ (Propulsion)

[ସମ୍ପାଦନା]

ଆକାଶ, ରୁଷୀୟ 2K12 Kub (SA-୬ Gainful) ପରି ଏକ ଏକୀକୃତ ରାମଜେଟ୍-ରକେଟ୍ ପ୍ରଣୋଦନ ପ୍ରଣାଳୀ ବ୍ୟବହାର କରେ, ଯାହା ପ୍ରାରମ୍ଭିକ ରକେଟ୍ ମୋଟର ପ୍ରଜ୍ବଳନ ସରିବା ପରେ ପରେ, କ୍ଷେପଣାସ୍ତ୍ରକୁ ଲକ୍ଷ୍ୟଭେଦ ପର୍ଯ୍ୟନ୍ତ ନିରନ୍ତର ଆଗକୁ ବଢ଼ାଇ ଥାଏ |

ରାଡାର

[ସମ୍ପାଦନା]
ଗଣତନ୍ତ୍ର ଦିବସ, ୨୦୧୯ରେ ରାଜେନ୍ଦ୍ର ରାଡାର |

ଏହି କ୍ଷେପଣାସ୍ତ୍ରଟି ' ରାଜେନ୍ଦ୍ର' ନାମକ ଏକ ପର୍ଯ୍ୟାୟଯୁକ୍ତ ପଂକ୍ତି ରାଡାର(Phased array radar) ଅଗ୍ନି-ନିୟନ୍ତ୍ରଣ ରାଡାରଦ୍ୱାରା ମାର୍ଗଦର୍ଶିତ, ଯାହାକୁ ପ୍ରାୟ ୬୦ କି.ମି.ର ଟ୍ରାକିଂ ପରିସର ସହିତ ବ୍ୟାଟେରୀ-ସ୍ତର-ରାଡାର (ବ୍ୟା.ସ୍ତ.ରା) କୁହାଯାଏ | [୧୩] ଟ୍ରାକିଂ ଏବଂ କ୍ଷେପଣାସ୍ତ୍ର ମାର୍ଗଦର୍ଶନ ରାଡାର ସଂରଚନାନରେ ୪୦୦୦ରୁ ଅଧିକ ଉପାଦାନର ଏକ ଶୀଘ୍ର-ବୁଲିପାରୁଥିବା ଏକ ପର୍ଯ୍ୟାୟଯୁକ୍ତ ପଂକ୍ତି ଆଣ୍ଟେନା, ବର୍ଣ୍ଣପଟ ଶୁଦ୍ଧ (Spectrally pure) ଟ୍ୟୁବରେ-ଗତିମାନ-ତରଙ୍ଗ (TWT) ଟ୍ରାନ୍ସମିଟର, ତିନୋଟି ଚ୍ୟାନେଲ ପାଇଁ ଦୁଇଟି ପର୍ଯ୍ୟାୟଯୁକ୍ତ ସୁପରହିଟୋଡାଇନ୍ ପାରସ୍ପରିକ ସମ୍ବନ୍ଧ (correlation) ସଂଗ୍ରହୀ (receiver), ଦ୍ରୁତ ଗତି ଡିଜିଟାଲ୍ ସିଗ୍ନାଲ୍ ସଂସାଧକ(processor), ସସମୟ ପରିଚାଳନା (real time management) କମ୍ପ୍ୟୁଟର ଏବଂ ଏକ ଶକ୍ତିଶାଳୀ ରାଡାର ଡାଟା ସଂସାଧକ(processor) ରହିଛି | । [୧୪] ଏହା ପରିସର (range), ଦିଗଂଶ (azimuth) ଏବଂ ଉଚ୍ଚତା କ୍ଷେତ୍ରରେ ୬୪ଟି ଲକ୍ଷ୍ୟ ଟ୍ରାକ୍ କରିପାରିବ ଏବଂ ଚାରିଟି ଲକ୍ଷ୍ୟ ଆଡକୁ ଦ୍ରୁତ ଗତିରେ ଗୋଟେ ପରେ ଗୋଟେ କରି ଏକକାଳୀନ ଆଠଟି କ୍ଷେପଣାସ୍ତ୍ରକୁ ମାର୍ଗଦର୍ଶନ କରିପାରିବ | ରାଡାରରେ ଉନ୍ନତ ବୈଦ୍ୟୁତିକ ପ୍ରତି-ପ୍ରତ୍ୟୁପାୟ (electronic counter countermeasures) ବୈଶିଷ୍ଟ୍ୟ ଅଛି | ଏକ BMP-୨ ଚେସିସ ଉପରେ ରାଜେନ୍ଦ୍ର ଆଧାରିତ ଏବଂ ଭାରତୀୟ ବାୟୁସେନାଦ୍ୱାରା ବ୍ୟବହୃତ ହେବାକୁ ଥିବା ବ୍ୟାଟେରୀ-ସ୍ତର-ରାଡାର୍-II ଭାବରେ ଜଣାଶୁଣା, ଯେତେବେଳେ କି ସେନା ପାଇଁ ଏକ T-୭୨ ଚେସିସ ଉପରେ ଆଧାରିତ ଏବଂ ବ୍ୟାଟେରୀ-ସ୍ତର-ରାଡାର-III ଭାବରେ ଜଣାଶୁଣା

ସେନା ସଂସ୍କରଣରେ ବ୍ୟାଟେରୀ ନିରୀକ୍ଷଣ ରାଡାର ମଧ୍ୟ ରହିଛି | ବ୍ୟାଟେରୀ ନିରୀକ୍ଷଣ ରାଡାର ହେଉଛି ଏକ ଟ୍ରାକ ଯାନ ଆଧାରିତ, ଦୀର୍ଘ-ଦୂରଗାମୀ ସମ୍ବେଦକ (long range sensor) | ଏହା ପରିସର ଭିତରେ ଥିବା ୪୦ଟି ଲକ୍ଷ୍ୟ ଏବଂ ୧୦୦ କି.ମି. ପରିସର ପର୍ଯ୍ୟନ୍ତ ଦିଗଂଶ (azimuth) ଚିହ୍ନଟ ଏବଂ ଟ୍ରାକ୍ କରିପାରିବ | [୧୫]

ବହୁ ଦୂରରେ ଥିବା ଲକ୍ଷ୍ୟ ଅଧିଗ୍ରହଣ ୩D କେନ୍ଦ୍ରୀୟ ଅଧିଗ୍ରହଣ ରାଡାର (୩D CAR)ଦ୍ୱାରା କରାଯାଏ, ଯାହାକି ଏକ ଦୀର୍ଘ ଦୂରଗାମୀ ନିରୀକ୍ଷଣ ରାଡାର ଯାହା ସର୍ବାଧିକ ୨୦୦ଟି ଲକ୍ଷ୍ୟକୁ ଟ୍ରାକ କରୁଥିବା ବେଳେ ସ୍କାନ୍ ସ୍ଥିତିରେ (ଚିହ୍ନଟ, ଟ୍ରାକିଂ ଏବଂ ପ୍ରକ୍ରିୟାକରଣ)ତିନି ପରିମାପରେ (dimensions) ୧୮୦ କି.ମି. ପରିସର(range) ମଧ୍ୟରେ ଟ୍ରାକ କରିପାରିବ | ଏହା ସୁରକ୍ଷିତ ଯୋଗାଯୋଗ ଲିଙ୍କ ମାଧ୍ୟମରେ ଦଳ ନିୟନ୍ତ୍ରଣ କେନ୍ଦ୍ରକୁ ଲକ୍ଷ୍ୟର ଦିଗଂଶ (azimuth), ପରିସର(range) ଏବଂ ଉଚ୍ଚତା ସ୍ଥାନାଙ୍କ(co-ordinates) ପ୍ରଦାନ କରେ | ଅସ୍ତ୍ର ନିୟନ୍ତ୍ରଣ ରାଡାରକୁ ସୂଚାଇବା ପାଇଁ ଏହି ତଥ୍ୟ ବ୍ୟବହୃତ ହୁଏ | [୧୪]

ପ୍ଲାଟଫର୍ମଗୁଡିକ

[ସମ୍ପାଦନା]
</img> ଏକ BMP-୨ ଚେସିସ ଉପରେ ଆକାଶ କ୍ଷେପଣାସ୍ତ୍ର |

ସେନାର ରାଡାର ଏବଂ ପ୍ରକ୍ଷେପକଗୁଡ଼ିକ Ordnance Factories BoardOrdinance factory Medakଦ୍ୱାରା ନିର୍ମିତ T-72 ଚେସିସ ଉପରେ ଆଧାରିତ | ବାୟୁସେନା ସଂସ୍କରଣଗୁଡ଼ିକ ଟ୍ରାକ ଏବଂ ଚକାଯୁକ୍ତ ଯାନର ମିଶ୍ରଣ ବ୍ୟବହାର କରେ | ବାୟୁସେନା ଆକାଶ ପ୍ରକ୍ଷେପକ ଏକ ବିଚ୍ଛିନ୍ନ ହେଇପାରୁଥିବା ଟ୍ରେଲରକୁ ନେଇ ଗଠିତ ଯାହାକି ଏକ ଅଶୋକ ଲେଲ୍ୟାଣ୍ଡ ଟ୍ରକ୍ଦ୍ୱାରା ଟାଣାଯାଇଥାଏ ଏବଂ ଯାହା ସ୍ବୟଂସଞ୍ଚାଳିତ ଭାବରେ ନିଜ ସ୍ଥାନ ନେଇପାରିବ | ବାୟୁସେନା ପ୍ରକ୍ଷେପକ DRDO ସହିତ ମିଳିତ ଭାବରେ ଲାରସେନ୍ ଆଣ୍ଡ ଟୁବ୍ରୋଦ୍ୱାରା ଡିଜାଇନ୍ କରାଯାଇଛି | ଉଭୟ ସେନା ଏବଂ ବାୟୁସେନା ପ୍ରକ୍ଷେପକରେ ତିନୋଟି ପ୍ରକ୍ଷେପଣ-ପାଇଁ-ପ୍ରସ୍ତୁତ(ready-to-fire) ଆକାଶ କ୍ଷେପଣାସ୍ତ୍ର ଅଛି | ପ୍ରକ୍ଷେପକଗୁଡ଼ିକ ଉଭୟ ଉଚ୍ଚତା ଏବଂ ଦିଗଂଶରେ(azimuth) ବୁଲିପାରନ୍ତି | ସେନାର ସ୍ୱୟଂ-ଚାଳିତ ପ୍ରକ୍ଷେପକ (ASPL) ୩୬୦ ଡିଗ୍ରୀରେ ଶୀଘ୍ର ବୁଲିପାରେ ଏବଂ ଏହା ୬-୬୦ ଡିଗ୍ରୀ ମଧ୍ୟରେ ଅଣେଇ ହେଇକି ରହିପାରିବ | ଆକାଶ ବାୟୁସେନା ପ୍ରକ୍ଷେପକ (AAFL) ହେଉଛି ୩୬୦ ଡିଗ୍ରୀରେ ଶୀଘ୍ର ବୁଲିପାରେ, ଉଚ୍ଚତାରେ ଏହା ମୁତୟନ ଉପରେ ନିର୍ଭର କରି ସମସ୍ତ ଦିଗରେ ୮-୭୫ ଡିଗ୍ରୀ ପର୍ଯ୍ୟନ୍ତ କୋଣରେ ପ୍ରକ୍ଷେପଣ କରିପାରେ | [୧୬] ଆକାଶ ବାୟୁସେନା ପ୍ରକ୍ଷେପକ ସମ୍ପୂର୍ଣ୍ଣ୍ଣ ସ୍ୱୟଂଚାଳିତ ଏବଂ ସୁଦୂର କାର୍ଯ୍ୟ ପାଇଁ ଏକ ସମ୍ପୂର୍ଣ୍ଣ ବୈଦ୍ୟୁତିକ ସର୍ଭୋ ଡ୍ରାଇଭ୍ ପ୍ରଣାଳୀ ବ୍ୟବହାର କରେ | ଯୁଦ୍ଧକ୍ଷେତ୍ରରେ ଆକାଶ ଗୋଷ୍ଠୀକୁ ଆତ୍ମନିର୍ଭରଶୀଳ କରିବାକୁ ସକ୍ଷମ କରିବାକୁ, ଅନେକ ସହାୟକ ବିଶେଷଜ୍ଞ ଯାନକୁ ଡିଜାଇନ୍ ଏବଂ ବିକଶିତ କରାଯାଇଛି | ସେମାନେ ଗତିଶୀଳ ଏବଂ ଯୁଧ୍ୟକ୍ଷେତ୍ରଯୋଗ୍ୟ | ସେମାନଙ୍କର ଡିଜାଇନ୍, ସଂପନ୍ନ ହେବାକୁ ଥିବା ଭୂମିକା ଏବଂ କାର୍ଯ୍ୟ ଉପରେ ଆଧାରିତ ଏବଂ ସେହି ଅନୁଯାୟୀ ଯାନଗୁଡିକ ଦଳର ମୁଖ୍ୟାଳୟ (Group headquarter), ବ୍ୟାଟେରୀ, ଆସେମ୍ବଲି ଲାଇନ୍ କ୍ଷେତ୍ର ଏବଂ ରକ୍ଷଣାବେକ୍ଷଣ କର୍ମଶାଳାକୁ ବଣ୍ଟନ କରାଯାଇଛି | କେତେକ ଯାନ ହେଉଛି: କ୍ଷେପଣାସ୍ତ୍ର ପରିବହନ ଯାନ, ପରିବହନ ଏବଂ ଲୋଡିଂ ଯାନ, କ୍ଷେପଣାସ୍ତ୍ର ଚେକଆଉଟ୍ ପାଇଁ ଗତିଶୀଳ ଷ୍ଟେସନ ଯାନ, ବାୟୁ ସଙ୍କୋଚକ (compressor) ଯାନ, ବିଦ୍ୟୁତ୍ ଯୋଗାଣ ଯାନ, ଇଞ୍ଜିନିୟରିଂ ସହାୟତା, ରକ୍ଷଣାବେକ୍ଷଣ ଏବଂ ମରାମତି ଯାନ ଏବଂ ଅନ୍ୟ କେତେକ | ଏହି ବିଶେଷଜ୍ଞ ଯାନଗୁଡିକ ଏକତ୍ରିତ ହୋଇ କ୍ଷେପଣାସ୍ତ୍ର ପ୍ରସ୍ତୁତ କରନ୍ତି, ସେମାନଙ୍କୁ ବ୍ୟାଟେରୀରେ ବିତରଣ କରନ୍ତି, ରକ୍ଷଣାବେକ୍ଷଣ ଖର୍ଚ୍ଚ ଏବଂ ଇନ୍ଧନ ବହନ କରନ୍ତି ଏବଂ ଲଜିଷ୍ଟିକ୍ ଇଞ୍ଜିନିୟରିଂ ସହାୟତା ପ୍ରଦାନ କରନ୍ତି | ସେମାନଙ୍କର ଆବଣ୍ଟନ ସମଗ୍ର ଆକାଶ ଗୋଷ୍ଠୀକୁ ନମନୀୟତା ଏବଂ ଆତ୍ମନିର୍ଭରଶୀଳତା ପ୍ରଦାନ କରେ | [୧୭]

ବିକାଶ ଏବଂ ଇତିହାସ

[ସମ୍ପାଦନା]

ମାର୍କ-୧

[ସମ୍ପାଦନା]

ସହିତ ଆକାଶ କ୍ଷେପଣାସ୍ତ୍ରର ପ୍ରଥମ ପରୀକ୍ଷଣମୂଳକ ଉଡାଣ ୧୯୯୦ରେ କରାଯାଇଥିଲା ଏବଂ ମାର୍ଚ୍ଚ ୧୯୯୭ ପର୍ଯ୍ୟନ୍ତ ବିକାଶମୂଳକ ଉଡାଣ କରାଯାଇଥିଲା

୨୦୦୫ରେ ଏକକାଳୀନ ଗୋଡାଇବା ସ୍ଥିତିରେ ଦୁଇଟି ଆକାଶ କ୍ଷେପଣାସ୍ତ୍ର ଦୁଇଟି ଦ୍ରୁତ ଗତିଶୀଳ ଲକ୍ଷ୍ୟକୁ ବାଧା ଦେଇଥିଲେ | ତ୍ରିପରିମାପୀ କେନ୍ଦ୍ରୀୟ ଅଧିଗ୍ରହଣ ରାଡାର୍ (3D Central acquisition radar) ଦଳଭିତ୍ତିକ କାର୍ଯ୍ୟଦକ୍ଷତା ମଧ୍ୟ ସମ୍ପୂର୍ଣ୍ଣ୍ଣ ଭାବରେ ପ୍ରତିଷ୍ଠିତ ଅଟେ |

₹୧୦୦୦ କୋଟି (€୧୫୦ ନିୟୁତ; $୨୦୦ ନିୟୁତ) ଆକାଶ କ୍ଷେପଣାସ୍ତ୍ର ବିକାଶ କାର୍ଯ୍ୟକ୍ରମର ମୂଲ୍ୟ, ଅନ୍ୟାନ୍ୟ ଦେଶରେ ଥିବା ସମାନ ବିକାଶମୂଳକ ମୂଲ୍ୟଠାରୁ ୮-୧୦ ଗୁଣ କମ୍ | ଆକାଶର କିଛି ସ୍ୱତନ୍ତ୍ର ବୈଶିଷ୍ଟ୍ୟ ଅଛି ଯେପରିକି ଗତିଶୀଳତା, ଲକ୍ଷ୍ୟ ଅବରୋଧ (target intercept) ପର୍ଯ୍ୟନ୍ତ ଶକ୍ତି ଚଳିତ ଉଡ଼ାଣ, ଏକାଧିକ ଲକ୍ଷ୍ୟ ସମ୍ଭାଳି ପରିବା କ୍ଷମତା, ଡିଜିଟାଲ୍-କୋଡେଡ୍ କମାଣ୍ଡ୍ ମାର୍ଗଦର୍ଶନ ଏବଂ ସମ୍ପୂର୍ଣ୍ଣ୍ଣ ସ୍ୱୟଂଚାଳିତ କାର୍ଯ୍ୟକ୍ଷମତା | []

ପ୍ରକାରଗୁଡିକ

[ସମ୍ପାଦନା]
୨୭ ମଇ ୨୦୧୯ରେ ଆକାଶ -୧ ଏସ୍ କ୍ଷେପଣାସ୍ତ୍ର ପରୀକ୍ଷା |
ଆକାଶ-୧ ଏସ୍
[ସମ୍ପାଦନା]

ଏକ ସନ୍ଧାନକାରୀ (missile seeker) ସହିତ କ୍ଷେପଣାସ୍ତ୍ର ପାଇଁ ଭାରତୀୟ ସଶସ୍ତ୍ର ବାହିନୀର ଆବଶ୍ୟକତା ଥିଲା ଯାହା ଆଗନ୍ତୁକ ଲକ୍ଷ୍ୟକୁ ଅଧିକ ସଠିକ୍ ଭାବରେ ଲକ୍ଷ୍ୟ କରିପାରିବ ଯେଉଁଥି ପାଇଁ ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ (DRDO) ଆକାଶ -୧ ଏସ୍ ନାମକ ଜଣେ ସ୍ୱଦେଶୀ ସନ୍ଧାନକାରୀ (Seeker) ସହିତ ଅପଗ୍ରେଡ୍ ଆକାଶ ପ୍ରଦାନ କରିଥିଲା | DRDO ୨୫ ମେ ଏବଂ ୨୭ ମଇ ୨୦୧୯ରେ ଆକାଶ -୧ଏସ୍ ପରୀକ୍ଷା କରି ୩୦କି.ମି.ର ଲକ୍ଷଭେଦ ପରିସର ସହିତ ଯାହାର ୬୦କିଲୋଗ୍ରାମର ବିସ୍ଫୋଟକପଦାର୍ଥ ବହନ କରିବାର କ୍ଷମତା ଅଛି | ଏକୀକୃତ ପରୀକ୍ଷଣ କ୍ଷେତ୍ର (Integrated test range)(ITR),ଚାନ୍ଦିପୁର, ଓଡ଼ିଶାରୁ ଏହି ସମୟ ମଧ୍ୟରେ କ୍ରମାଗତ ଭାବରେ ପ୍ରତିଷ୍ଠିତ ସ୍ୱଦେଶୀ ସନ୍ଧାନକାରୀ ଏବଂ ମାର୍ଗଦର୍ଶନ ପ୍ରଣାଳୀର ସାମଗ୍ରିକ ପ୍ରଦର୍ଶନ ସହିତ | ଏକାଧିକ ଲକ୍ଷ୍ୟ ବିରୁଦ୍ଧରେ ଆକାଶ -୧ଏସ୍କୁ ପାଞ୍ଚ ଥର ପରୀକ୍ଷଣ ଏବଂ ଏହା ସଫଳତାର ସହ ପରୀକ୍ଷା ସମାପ୍ତ କରିଥିଲା | ଏହା ଏକକ ସଟ୍ Kill ସମ୍ଭାବନା ାକଉ ଉଭୟ ନିର୍ଦ୍ଦେଶ ଏବଂ ସକ୍ରିୟ ଟର୍ମିନାଲ seeker ନିୟମାବଳୀର ସମଷ୍ଟି ସମର୍ଥନ ଏବଂ ମୂଲ୍ୟରେ ପ୍ରାୟ ୧୮-୩୦କି.ମି. କୁର ଦୂରରେ େଯାଦ୍ଧା jets ଏବଂ drones ତଳକୁ ଆଘାତର ସକ୍ଷମ  ଯାହା ଅଧିକ ଗତିଶୀଳତା ପାଇଁ ଉଭୟ ଟ୍ରାକ ଏବଂ ଚକିଆ ପ୍ଲାଟଫର୍ମରୁ ବାହାର କରାଯାଇପାରିବ |

ମାର୍କ-୨

[ସମ୍ପାଦନା]

ଆକାଶ Mk-II ଏକ ଦୀର୍ଘ-ପରିସର, ତୀବ୍ର ଏବଂ ଅଧିକ ସଠିକ୍ SAM | ଏହି କ୍ଷେପଣାସ୍ତ୍ରର ଏକ ଇଣ୍ଟରସେପ୍ଟ ପରିସର ୪୦ ହେବ | କିମି ଏବଂ କ୍ଷେପଣାସ୍ତ୍ରର ମାର୍ଗଦର୍ଶନ ପ୍ରଣାଳୀ ଏବଂ ଅଗ୍ନି ନିୟନ୍ତ୍ରଣ ପ୍ରଣାଳୀର ସଠିକତା ବୃଦ୍ଧି | ଏକ ବୃହତ ପ୍ରୋଫାଇଲରେ କାର୍ଯ୍ୟ କରିବାକୁ ଆକାଶ Mk-IIକୁ ଅନୁମତି ଦେବା ପାଇଁ ଏକ ସନ୍ଧାନକାରୀଙ୍କୁ ବୋର୍ଡରେ ରଖିବା ହେଉଛି ବିଚାର କରାଯାଉଥିବା ବିକଳ୍ପ ମଧ୍ୟରୁ ଗୋଟିଏ | ୨୭ ମଇ ୨୦୧୯ରେ DRDO ସଫଳତାର ସହିତ ଆକାଶ ପୃଷ୍ଠର ନୂତନ ସଂସ୍କରଣକୁ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ପ୍ରଣାଳୀରେ ଏକ ନୂତନ ସ୍ୱଦେଶୀ-ବିକଶିତ ସନ୍ଧାନକାରୀ ସହିତ ପରୀକ୍ଷଣ କଲା | ଏହି କ୍ଷେପଣାସ୍ତ୍ର ବାଲାସୋରରେ ପରୀକ୍ଷଣ କରାଯାଇଥିଲା। ଦୁଇ ଦିନ ମଧ୍ୟରେ ଏହି କ୍ଷେପଣାସ୍ତ୍ରର ଦ୍ୱିତୀୟ ସଫଳ ପରୀକ୍ଷଣ ଥିଲା | [୧୮]

ଆକାଶ-ନୂତନ ପିଢ଼ି

[ସମ୍ପାଦନା]

ଏକ ନୂତନ ଡିଜାଇନ୍ ଆକାଶ ସହିତ ଏକ ଉତ୍ତରାଧିକାରୀ କ୍ଷେପଣାସ୍ତ୍ର - ନୂତନ ପିଢ଼ିର (ସଂକ୍ଷିପ୍ତ ଭାବରେ ଆକାଶ-ନୂ.ପି.) ₹ ୪୭୦ କୋଟି ସହିତ ଅନୁମୋଦିତ ହୋଇଥିଲା, ଉନ୍ନତ କ୍ଷମତା ସହିତ ଆକାଶ ଏବଂ ଆକାଶ -୧ ଏସ୍ର ଉତ୍ତରାଧିକାରୀ ହେବା ପାଇଁ ଆକାଶ-ନୂ.ପି.ରେ ଏକ ଉନ୍ନତ ପ୍ରତିକ୍ରିୟା ସମୟ ଏବଂ ପରିପୃଷ୍ଠା ଆକ୍ରମଣରୁ ଉଚ୍ଚ ସ୍ତରର ସୁରକ୍ଷା ରହିବ | ଏହା ଦ୍ୱିତୀୟ ପର୍ଯ୍ୟାୟରେ ଡୁଆଲ୍-ପଲ୍ସ କଠିନ ରକେଟ୍ ମୋଟର ବ୍ୟବହାର କରେ ଯାହା କ୍ଷେପଣାସ୍ତ୍ରର ବର୍ତ୍ତମାନର ସାମଗ୍ରିକ ପରିସରକୁ ୪୦କି.ମି.ରୁ ୮୦କି.ମି.କୁ ବଢ଼ାଇବା ପାଇଁ ବାୟୁ-ନିଶ୍ୱାସପ୍ରାପ୍ତ କଠିନ ରାମଜେଟ୍ ଇଞ୍ଜିନ୍ ତୁଳନାରେ ହାଲୁକା ଅଟେ |

ସ୍ଥିତି

[ସମ୍ପାଦନା]

ପ୍ରତ୍ୟେକ କ୍ଷେପଣାସ୍ତ୍ରର ଆରମ୍ଭ ମୂଲ୍ୟ ୫,୦୦,୦୦୦ ଆମେରିକୀୟ ଡଲାରରୁ କମ୍ ହେବ, ଅର୍ଥାତ୍ ₹ ୨୦ ନିୟୁତ ( ₹ ୨ କୋଟି, ଯାହା ସମାନ ପାଶ୍ଚାତ୍ୟ କ୍ଷେପଣାସ୍ତ୍ରର ମୂଲ୍ୟର ଅଧାରୁ କମ୍ ଅଟେ ଯାହା ସାଧାରଣତଃ $ ୧.୨-୧.୫ ନିୟୁତ ( ₹ ୫-୬ କୋଟି) ମଧ୍ୟରେ ଥାଏ। ଉତ୍ପାଦନ ବୃଦ୍ଧି ହେତୁ ସହିତ ଦାମରେ ହ୍ରାସ ହେବ ବୋଲି ଆଶା କରାଯାଉଛି | ଭାରତୀୟ ସାମରିକ ବଳ ବାୟୁସେନା & ସ୍ଥଳସେନା)ର ମିଳିତ ଅର୍ଡର ₹ ୨୩,୩୦୦ କୋଟି ($ ୫.୧୮ ବିଲିୟନ) ରହିଛି | ୨୪ ମଇ ୨୦୧୨ ରେ, ଭାରତ ସଫଳତାର ସହ ପରୀକ୍ଷଣ କରି ଟେକ୍ନୋଲୋଜି ଏବଂ କାର୍ଯ୍ୟକ୍ଷମତାକୁ ବୈଧ କରିବା ପାଇଁ ଆକାଶ କ୍ଷେପଣାସ୍ତ୍ରକୁ ନିକ୍ଷେପ କରିଥିଲା | [୧୯] ୧ ଜୁନ୍ ୨୦୧୨ ରେ, ବାୟୁସେନା ସଂସ୍କରଣ ୨୫କି.ମି.ର ପ୍ରହାର ପରିସର ସହିତ କ୍ଷେପଣାସ୍ତ୍ରକୁ ଚାନ୍ଦିପୁରରେ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜରୁ ପରୀକ୍ଷଣ କରିଥିଲା | ୩ ଅଗଷ୍ଟ ୨୦୧୪ରେ ଓଡ଼ିଶା ଉପକୂଳର ଚାନ୍ଦିପୁରରେ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜର ଉତକ୍ଷେପଣ କମ୍ପ୍ଲେକ୍ସ -୩ରୁ ଆକାଶ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଥିଲା ଏବଂ ଏହି ପରୀକ୍ଷାକୁ ସମ୍ପୂର୍ଣ୍ଣ୍ଣ ସଫଳ ବୋଲି ବର୍ଣ୍ଣନା କରାଯାଇଥିଲା | [୨୦]

ଭାରତୀୟ ବାୟୁସେନା

[ସମ୍ପାଦନା]

ଡିସେମ୍ବର ୨୦୦୭ ରେ, ଭାରତୀୟ ବାୟୁସେନା ଏହି କ୍ଷେପଣାସ୍ତ୍ର ପାଇଁ ଉପଭୋକ୍ତା ପରୀକ୍ଷା ସମାପ୍ତ କରିଥିଲା | ଦଶ ଦିନର ଅବଧି ମଧ୍ୟରେ ବିସ୍ତାର ହୋଇଥିବା ଏହି ପରୀକ୍ଷଣଗୁଡିକ, ପାଞ୍ଚ ଥର କ୍ଷେପଣାସ୍ତ୍ର ଲକ୍ଷ୍ୟରେ ପହଞ୍ଚିବା ପରେ ସଫଳ ଘୋଷିତ ହୋଇଥିଲା I ଚାନ୍ଦିପୁରରେ ଦଶ ଦିନିଆ ପରୀକ୍ଷା ପୂର୍ବରୁ, ଗ୍ୱାଲିଅର୍ ଏୟାର ଫୋର୍ସ ବେସରେ ECCM ମୂଲ୍ୟାଙ୍କନ ପରୀକ୍ଷା କରାଯାଇଥିଲା ଏବଂ ପୋଖରାନରେ ଗତିଶୀଳତା ପରୀକ୍ଷଣ କରାଯାଇଥିଲା। ଆକାଶର ସ୍ଥିରତା ଯାଞ୍ଚ କରିବାକୁ ଭାରତୀୟ ବାୟୁସେନା ଉପଭୋକ୍ତା ପରୀକ୍ଷଣ ନିର୍ଦ୍ଦେଶନାମାକୁ ବିକଶିତ କରିଥିଲା | ନିମ୍ନଲିଖିତ ପରୀକ୍ଷଣ କରାଯାଇଥିଲା: ନିମ୍ନ-ଉଡ଼ାଣ ନିକଟ ଦୂରତା ଲକ୍ଷ୍ୟ, ଦୂର ଦୂରଗାମୀ ଉଚ୍ଚ-ଉଚ୍ଚତା ଲକ୍ଷ୍ୟ, କ୍ରସିଂ ଏବଂ ନିକଟତର ଲକ୍ଷ୍ୟ ଏବଂ ସମାନ ପ୍ରକ୍ଷେପକରୁ ଦୁଇଟି କ୍ଷେପଣାସ୍ତ୍ରର ନିମ୍ନମାନର ଅବନତି ଲକ୍ଷ୍ୟ ବିରୁଦ୍ଧରେ ଉତକ୍ଷେପଣ | [୨୧]

ବ୍ୟାପକ ଉଡାଣ ପରୀକ୍ଷଣ ପରେ ଆକାଶର ପ୍ରଦର୍ଶନରେ ଭାରତୀୟ ବାୟୁସେନା ସନ୍ତୁଷ୍ଟ ହୋଇ ଏହାକୁ ନିଜ ବଳରେ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନେଇଛି। ଦୁଇଟି ବ୍ୟୁହ ପାଇଁ ପ୍ରଥମେ ଏକ ଅର୍ଡର ରଖାଯାଇଥିଲା, ଏହିଗୁଡିକ ୨୦୦୯ରେ ଅନ୍ତର୍ଭୁକ୍ତ କରାଯାଇଥିଲା | ଭାରତୀୟ ବାୟୁସେନା କ୍ଷେପଣାସ୍ତ୍ର ପ୍ରଦର୍ଶନକୁ ସନ୍ତୋଷଜନକ ମନେ କଲା ଏବଂ ଭାରତର ଉତ୍ତର-ପୂର୍ବ ଥିଏଟର ପାଇଁ ଆଉ ଦୁଇଟି ବ୍ୟୁହ ଗଠନ ପାଇଁ ୧୬ଟି ପ୍ରକ୍ଷେପକ ପାଇଁ ଅର୍ଡର ଦେବ ବୋଲି ଆଶା କରାଯାଉଥିଲା |

ମଇ ୨୦୦୮ରେ, ଭାରତୀୟ ବାୟୁସେନା ଆକାଶ କ୍ଷେପଣାସ୍ତ୍ରର ଦୁଇଟି ବ୍ୟୁହ (ସମୁଦାୟ ୪ଟି ବ୍ୟାଟେରୀ) ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନେଇଥିଲା।

ମାର୍ଚ୍ଚ ୨୦୦୯ରେ, ଟାଟା ପାୱାରର ଷ୍ଟ୍ରାଟେଜିକ୍ ଇଞ୍ଜିନିୟରିଂ ଡିଭିଜନ୍ ( ଟାଟା ପାୱାର୍ SED ) ଘୋଷଣା କରିଥିଲା ଯେ ଆସନ୍ତା ୩୩ ମାସ ମଧ୍ୟରେ ୧୬ଟି ଆକାଶ ପ୍ରକ୍ଷେପକ ପାଇଁ INR 1.82 ବିଲିୟନ ଅର୍ଡର ସୁରକ୍ଷିତ ଅଛି | [୨୨]


ଫେବୃଆରୀ ୨୦୧୦ ରେ, ଭାରତୀୟ ବାୟୁସେନା ଆକାଶ କ୍ଷେପଣାସ୍ତ୍ର ପ୍ରଣାଳୀକୁ ଏହାର ଅସ୍ତ୍ରଶସ୍ତ୍ରର ଏକ ପ୍ରମୁଖ ଅଂଶ ଭାବରେ ଗ୍ରହଣ କରିଥିଲା |

ନଭେମ୍ବର ୨୦୧୪ରେ ଭୂମି-ରୁ-ବାୟୁ ପରାଧ୍ୱନିକ (supersonic) କ୍ଷେପଣାସ୍ତ୍ର ଆକାଶ ଶୁକ୍ରବାର ଦିନ ଏହାର ପ୍ରଶିକ୍ଷଣ ଉପଭୋକ୍ତା ପରୀକ୍ଷଣକୁ ୫ ଦିନ ପାଇଁ ସଫଳତାର ସହିତ ସମାପ୍ତ କରିଛି ଯାହା ଭାରତୀୟ ବାୟୁସେନା (IAF) ଦଳଦ୍ୱାରା ନିର୍ମିତ ସମସ୍ତ ମିଶନ ପାରାମିଟରକୁ ବୈଧ କରିଛି |

୧୦ ଜୁଲାଇ ୨୦୧୫ ରେ, ଆକାଶ ପୃଷ୍ଠରୁ ବାୟୁ କ୍ଷେପଣାସ୍ତ୍ର ଆନୁଷ୍ଠାନିକ ଭାବରେ ଗ୍ୱାଲିଅରରେ ଭାରତୀୟ ବାୟୁସେନାରେ ଅନ୍ତର୍ଭୁକ୍ତ କରାଯାଇଥିଲା।

୧ ସେପ୍ଟେମ୍ବର ୨୦୧୫ ରେ, ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (DAC) ଭାରତୀୟ ବାୟୁସେନା ପାଇଁ ଆକାଶ କ୍ଷେପଣାସ୍ତ୍ରର ସାତଟି ଅତିରିକ୍ତ ବ୍ୟୁହ କ୍ରୟକୁ ମଞ୍ଜୁରୀ ଦେଇଥିଲା। [୨୩]

ଭାୟୁ ଶକ୍ତି ବ୍ୟାୟାମ ୨୦୧୯ରେ ଆକାଶ କ୍ଷେପଣାସ୍ତ୍ରର ରାତ୍ରି ଉତକ୍ଷେପଣ |





ମୁତୟନ

[ସମ୍ପାଦନା]

ଭାରତୀୟ ବାୟୁସେନା ଗ୍ୱାଲିଅର୍ (ମହାରାଜପୁର AFS), ଜାଲପାଇଗୁରୀ (ହାସିମାରା ଏଫଏସ୍), ତେଜପୁର, ଜୋରହାଟ ଏବଂ ପୁଣେ (ଲୋହେଗାଓନ୍ ଏଫଏସ୍)ରେ ଆକାଶଙ୍କୁ ଏହାର ବେସରେ ନିୟୋଜିତ କରିଛି।

ଭାରତ ଏବଂ ଚୀନ ୨୦୨୦ ଚୀନ - ଭାରତ ସଂଘର୍ଷ ମଧ୍ୟରେ ଉତ୍ତେଜନା ବଢୁଥିବାରୁ ଭାରତୀୟ ସେନା ଲଦାଖରେ ଲାଇନ୍ ଅଫ୍ ଆକ୍ଟୁଆଲ୍ ନିୟନ୍ତ୍ରଣ ସହିତ ଆକାଶ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ନିୟୋଜିତ କରିଛି। [୨୪]

ବ୍ୟବହାରକାରୀ

[ସମ୍ପାଦନା]
 ଭାରତ
  • ଭାରତୀୟ ବାୟୁସେନା - ସେବାରେ ୧୩ଟି ବ୍ୟୁହ (Squadron), ଆଉ ୨ଟି ବ୍ୟୁହ ଅର୍ଡର କରାଯାଇଛି | [୨୫] ପ୍ରତ୍ୟେକ ବ୍ୟୁହରେ ୪୦ଟି ପ୍ରକ୍ଷେପକ & ୧୨୫ଟି କ୍ଷେପଣାସ୍ତ୍ର ଅଛି | [୨୬]
  • ଭାରତୀୟ ସେନା - ୨୦୧୫ରେ ବିତରଣ ଶୁଭାରମ୍ଭ ସହିତ ଦୁଇଟି ରେଜିମେଣ୍ଟ ଅର୍ଡର କରାଯାଇଛି | ୨୦୧୮ରେ ସମସ୍ତ ବିତରଣ ଶେଷ ହେଇଛି । [୨୭] [୨୮]

ରପ୍ତାନି

[ସମ୍ପାଦନା]

ଗଣମାଧ୍ୟମରେ ଏହା ମଧ୍ୟ କୁହାଯାଇଛି ଯେ ଫିଲିପାଇନ୍ସ, ବେଲାଋଷ, ମାଲେସିଆ, ଥାଇଲ୍ୟାଣ୍ଡ, ୟୁଏଇ ଏବଂ ଭିଏତନାମ ଆକାଶ କ୍ଷେପଣାସ୍ତ୍ର କ୍ରୟ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ୩୦ ଡିସେମ୍ବର ୨୦୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସୁରକ୍ଷା କ୍ୟାବିନେଟ କମିଟି (ସିସିଏସ) ଆକାଶ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀର ରପ୍ତାନି ସଫା କରିଛି। [୨୯] [୩୦]

ଏହାକୁ ବି ଦେଖ

[ସମ୍ପାଦନା]

ସନ୍ଦର୍ଭ

[ସମ୍ପାଦନା]

 

ବାହ୍ୟ ଲିଙ୍କ୍

[ସମ୍ପାଦନା]
  1. "Indian Army Orders Akash Missile System". Aviation Week. 25 March 2011. Archived from the original on 27 August 2017. Retrieved 28 May 2012.
  2. ୨.୦ ୨.୧ "BEL Akash Missile System". Archived from the original on 20 September 2020. Retrieved 12 May 2020.
  3. ୩.୦ ୩.୧ Sify Archived 27 November 2010 at the Wayback Machine. article dated 2 February 2010, accessed 25 February 2010.
  4. ୪.୦ ୪.୧ AKASH AIR DEFENSE WEAPON SYSTEM Archived 15 January 2008 at the Wayback Machine.
  5. AkashSAM.com Archived 28 December 2012 at the Wayback Machine.
  6. "Guided Threat Systems". International Electronic Countermeasures Handbook. Artech House. 2004. p. 115. ISBN 978-1-58053-898-5. {{cite book}}: |work= ignored (help)
  7. Akash missile successfully test fired for second day, Dated:18 November 2014 Archived 6 July 2015 at the Wayback Machine.
  8. ୮.୦ ୮.୧ Akash Missile System For Indian Army OK'd Archived 27 August 2017 at the Wayback Machine.
  9. Akash Missile Users Give Feedback To DRDO | AVIATION WEEK Archived 27 August 2017 at the Wayback Machine.
  10. http://www.aviationweek.com/aw/generic/story_generic.jsp?topicName=india&id=news/awx/2011/03/25/awx_03_25_2011_p0-301846.xml Archived 27 August 2017 at the Wayback Machine.
  11. Akash Operational Scenarios Archived 7 July 2011 at the Wayback Machine.
  12. The Hindu Archived 4 November 2012 at the Wayback Machine. article dated 11 December 2005, accessed 18 October 2006.
  13. Global Security.
  14. ୧୪.୦ ୧୪.୧ About Akash Archived 7 July 2011 at the Wayback Machine.
  15. Akash Radars Archived 21 July 2011 at the Wayback Machine.
  16. Akash Launchers Archived 21 July 2011 at the Wayback Machine.
  17. Akash Support Vehicles Archived 21 July 2011 at the Wayback Machine.
  18. Anibalasore (odisha) (2019-05-27). "New version of Akash missile test-fired successfully". The Hindu (in Indian English). ISSN 0971-751X. Retrieved 2019-09-10.
  19. "Surface-to-air Akash missile test fired successfully". The Times Of India. Archived from the original on 27 August 2017. Retrieved 24 May 2012.
  20. "Successful surface-to-air 'Akash' missile trial for second day". 13 August 2014. Archived from the original on 13 August 2014.
  21. DRDO report on Akash Archived 9 April 2008 at the Wayback Machine.
  22. "Tata Power unit bags defence order". The Hindu. Chennai, India. 31 March 2009. Archived from the original on 3 April 2009.
  23. "DAC clears projects worth over Rs. 13,000 cr". The Hindu (in Indian English). 2 September 2015. ISSN 0971-751X. Archived from the original on 27 August 2017. Retrieved 30 December 2015.
  24. "India deploys Akash missiles at Ladakh LAC to tackle Chinese threat", Manish Prasad, retrieved 27 June 2020 {{citation}}: |archive-date= requires |archive-url= (help)
  25. Pandit, Rajat (13 September 2019). "Akash missile: Rs 5400 crore deal inked for 7 more squadrons of Akash missiles for IAF". The Times of India (in ଇଂରାଜୀ).
  26. "IAF orders another 750 Akash SAMs". Hindustan Times (in ଇଂରାଜୀ). Indo-Asian News Service. 2 February 2010. Archived from the original on 6 March 2019. Retrieved 4 March 2019.
  27. Peri, Dinakar (30 May 2017). "More Akash systems for Army". The Hindu (in Indian English). Archived from the original on 27 August 2017. Retrieved 4 March 2019.
  28. Nair-Ghaswalla, Amrita (4 May 2018). "Army to get 'enhanced' Akash missiles". The Hindu Business Line (in ଇଂରାଜୀ).
  29. "India, Russia yet to reach breakthrough on Gorshkov". The Times Of India. 9 January 2008. Archived from the original on 27 August 2017.
  30. "Wary of China, India offers Akash surface-to-air missile systems to Vietnam". Archived from the original on 10 January 2017.