ଭାରତୀୟ ସଶସ୍ତ୍ର ସେନା

ଉଇକିପିଡ଼ିଆ ରୁ
Jump to navigation Jump to search
ଭାରତୀୟ ସଶସ୍ତ୍ର ସେନା
ଭାରତୀୟ ସଶସ୍ତ୍ର ସେନାଙ୍କୁ ଦର୍ଶାଉଥିବାର ଚିହ୍ନ

ଭାରତ ସରକାର ଭାରତ ତଥା ଏହାର ପ୍ରତ୍ୟେକ ଭାଗର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଉତ୍ତରଦାୟୀ ଅଟନ୍ତି । ଭାରତୀୟ ଶସ୍ତ୍ର ସେନା ମାନଙ୍କ ସର୍ବୋଚ୍ଚ କମାଣ୍ଡ ଭାରତର ରାଷ୍ଟ୍ରପତିଙ୍କ ପାଖେ ଅଛନ୍ତି । ରାଷ୍ଟ୍ରର ରକ୍ଷା କରିବାର ଦାଇତ୍ୱ ମନ୍ତ୍ରୀମଣ୍ଡଳ ମାନଙ୍କ ପାଖେ ରହିଥାଏ । ଏହାର ନିର୍ବାହନ ରକ୍ଷା ମନ୍ତ୍ରାଳୟଙ୍କ ପାଖେ କରାଯାଏ, ଯିଏ ସଶସ୍ତ୍ର ମାନଙ୍କୁ ଦେଶର ରକ୍ଷା ସମ୍ବନ୍ଧରେ ତାଙ୍କର ଦାଇତ୍ୱ ନିର୍ବାହନ କରିବା ପାଇଁ ନୀତିଗତ ରୂପରେଖ ଏବଂ ଆବଶ୍ୟକୀୟ ସୂଚନା ପ୍ରଦାନ କରିଥାଏ । ଭାରତୀୟ ଶସ୍ତ୍ର ସେନାରେ ତିନୋଟି ପ୍ରଭାଗ ରହିଛି - ଭାରତୀୟ ଜଳସେନା, ଭାରତୀୟ ସ୍ଥଳସେନା, ଭାରତୀୟ ବାୟୁସେନା ଏବଂ ଏହାର ଅତିରିକ୍ତ, ଭାରତୀୟ ସଶସ୍ତ୍ର ବଳ, ଭାରତୀୟ ତଟରକ୍ଷକ ବଳ ଏବଂ ଅର୍ଧସୈନିକ ସଂଗଠନ [୧](ଅସମ ରାଇଫଲ୍ସ ଏବଂ ସ୍ପେଶାଲ ଫ୍ରଣ୍ଟିୟର ଫୋର୍ସ) ଏବଂ ବିଭିନ୍ନ ଅନ୍ତର ସେବା ଆଦେଶ ଓ ସଂସ୍ଥାନରେ ଏହି ପ୍ରକାରର ସାମରିକ ବଳ କମାଣ୍ଡ ଆଣ୍ଡାମାନ-ନିକୋବର କମାଣ୍ଡ ଏବଂ ସମନ୍ବିତ ରୂପରେ ଦିଫେନ୍ସ ଷ୍ଟାଫ ସମର୍ଥନ କରୁଛନ୍ତି । ଭାରତର ରାଷ୍ଟ୍ରପତି ଭାରତୀୟ ସଶସ୍ତ୍ର ମାନଙ୍କ ସର୍ବୋଚ୍ଚ କମାଣ୍ଡର ଅଟନ୍ତି । ୧୪ଲକ୍ଷରୁ ଅଧିକ ସକ୍ରିୟ କର୍ମୀମାନଙ୍କ ବଳ ସହିତ,[୨] ଏହା ଦୁନିଆର ସବୁଠାରୁ ବଡ ତିନୋଟି ସୈନ୍ୟ ବଳ ଅଟେ ଏବଂ ଦୁନିଆର ସବୁଠାରୁ ବଡ ସ୍ୱୟଂ ସେବକ ସେନା ଅଟେ ।[୩] ଅନ୍ୟ ବହୁ ସ୍ୱତନ୍ତ୍ର ଏବଂ ଆନୁସଙ୍ଗିକ ସେନା ସେବକ - ଭାରତୀୟ ସୀମା ସୁରକ୍ଷା ବଳ, ଅସମ ରାଇଫଲ୍ସ, ରାଷ୍ଟ୍ରୀୟ ରାଇଫଲ୍ସ, ଭାରତୀୟ ତିବତ୍ତ ସୀମା ପୋଲିସ ଇତ୍ୟାଦି ।

ଭାରତୀୟ ସେନାମାନଙ୍କ ପ୍ରମୁଖ କମାଣ୍ଡର "ଭାରତର ରାଷ୍ଟ୍ରପତି" ଶ୍ରୀ ପ୍ରଣବ ମୁଖାର୍ଜୀ ଅଟନ୍ତି । ସେ ଦୁନିଆର ସବୁଠାରୁ ବଡ ଏବଂ ପ୍ରମୁଖ ସେନା ମାନଙ୍କ ମଧ୍ୟରୁ ଜଣେ । ସଂଖ୍ୟା ଦୃଷ୍ଟିରେ "ଭାରତୀୟ ସ୍ଥଳ ସେନା"ର ଯବାନ ମାନଙ୍କ ସଂଖ୍ୟା ଦୁନିଆରେ ଚୀନ ପରେ ସବୁଠାରୁ ଅଧିକ ଅଟେ । ଯେବେଠାରୁ ଭାରତୀୟ ସେନା ମାନଙ୍କ ଗଠନ ହୋଇଛି, ଭାରତ ଦୁଇ ବିଶ୍ୱଯୁଦ୍ଧରେ ଭାଗ ନେଇଛି । ଭାରତର ଆଜାଦି ପରେ ଭାରତୀୟ ସେନା ପାକିସ୍ତାନ ବିପକ୍ଷରେ ତିନୋଟି ଯୁଦ୍ଧ ଜିତିଛନ୍ତି (୧୯୪୮, ୧୯୬୫, ତଥା ୧୯୭୧) ତଥା ଚୀନ ଠାରୁ ୧୯୬୨ ମସିହାରେ ଗୋଟିଏ ଥର ହାରିଥିଲେ । ୧୯୯୯ ମସିହାରେ ଏହା ଛଡା ଏକ ଛୋଟ ଯୁଦ୍ଧ (କାର୍ଗିଲ ଯୁଦ୍ଧ) ପାକିସ୍ତାନ ସହିତ ଆଉଥରେ ଲଢାଗଲା , ଯାହାପରେ ପାକିସ୍ତାନରେ "ନବାଜ ଶରୀଫ"ର ନାମ ଓଲଟି ଯାଇ "ପରବେଜ ମୁଶରଫ" ସତ୍ତାସିନ ହୋଇଥିଲା ।


ଭାରତୀୟ ସେନା "ପରମାଣୁ ଅସ୍ତ୍ର"ରୁ ବଡ ଅଟନ୍ତି ଏବଂ ସେମାନଙ୍କ ପାଖେ ଉଚିତ ମିସାଇଲ ଟେକନିକ ମଧ୍ୟ ଉପଲବ୍ଧ ରହିଛି ।

ଭାରତୀୟ ସେନାଙ୍କ ତରଫରୁ ଦିଆଯାଉଥିବା ସର୍ବୋଚ୍ଚ ସମ୍ମାନ "ପରମବୀର ଚକ୍ର" ଅଟେ ।

ସେନା ମାନଙ୍କ ବ୍ୟୟ[ସମ୍ପାଦନା]

ବିତ ବର୍ଷ ୨୦୧୪ - ୨୦୧୫ ମସିହାରେ କେନ୍ଦ୍ରୀୟ ଅନ୍ତରୀମ ବଜେଟରେ ରକ୍ଷା ଆବଣ୍ଟନରେ ୧୦ ପ୍ରତିଶତ ବଢ଼ାଇ ୨୨୪,୦୦୦ କୋଟି ଟଙ୍କା ଆବଣ୍ଟନ କରାଗଲା । ୨୦୧୩ - ୨୦୧୪ ବଜେଟରେ ଏହି ରାଶି ୨୦୩,୬୭୨ ଟଙ୍କା ଥିଲା । [୧] ୨୦୧୨ - ୨୦୧୩ରେ ରକ୍ଷା ସେବକଙ୍କ ପାଇଁ ୧,୯୩,୪୦୭ କୋଟି ଟଙ୍କା2012-13 [୨]ର ପ୍ରବନ୍ଧନ କରାଯାଇଥିଲା , ଯେତେବେଳେ କି ୨୦୧୧ - ୨୦୧୨ ମସିହାରେ ଏହି ରାଶି ୧,୬୪,୪୧୫ କୋଟି[୩] ଥିଲା ।

ବିତ୍ତ ବର୍ଷ 2008-2009 2009-2010 2011-2012 2012-2013 2013-2014 2014-2015 2015-2016 2016-2017 2017-2018
ବଜେଟ (କୋଟି ଟଙ୍କା}) 1,05,600[୩] 1,41,703[୩] 1,64,415[୩] 1,93,407[୨] 2,03,672[୧] 2,24,000[୧] 2,46,727 [୪] 2,58,000 [୫] 2,47,114 [୬]

ରକ୍ଷା ଉତ୍ପାଦନର ଅଧୁନିକି କରଣରେ ୨୦୦୭ - ୨୦୦୮ ମସିହାରେ ୯୪୪.୯୫ କୋଟି ଖର୍ଚ୍ଚ କରାଗଲା ଯାହା ବଢି ୨୦୦୮ - ୨୦୦୯ ମସିହାରେ ୧୩୭୦.୯୯ ତଥା ୨୦୦୯ - ୨୦୧୦ ମସିହାରେ ୧୨୪୩.୪୭ କୋଟି ହୋଇଗଲା ।[୩]

ଭାରତୀୟ ସେନା ମାନଙ୍କ ଶାଖା[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]

  • ଭାରତୀୟ ସୈନ୍ୟ ଶକ୍ତି (ଗୁଗୁଲ ପୁସ୍ତକ, ଲେଖକ - ଦିନକର କୁମାର, ଜେନେରାଲ ବି.ପି ମଲ୍ଲିକ)
  • ଭାରତୀୟ ସେନାଙ୍କ ଗୌରବ ଶାଳୀ ଇତିହାସ (By Ian Cardozo)
  • ଭାରତୀୟ ରକ୍ଷକ - ଭାରତୀୟ ସେନାଙ୍କ ସମସ୍ତ ଅଙ୍ଗର ଅଧିକାରୀକ ଜାଲର ମୁଖପୃଷ୍ଠ

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "ରକ୍ଷା ଆବଣ୍ଟନ 10 ପ୍ରତିଶତ ବଢଗଲା". ପତ୍ର ସୂଚନା କାର୍ଯ୍ୟାଳୟ, ଭାରତ ସରକାର. 17 ଫେବୃୟାରୀ 2014. Retrieved 18 ଫେବୃୟାରୀ 2014.  Check date values in: |accessdate=, |date= (help)
  2. ୨.୦ ୨.୧ "ରକ୍ଷା ସେବକ ମାନଙ୍କ ପାଇଁ ପ୍ରବନ୍ଧନ". ପତ୍ରସୂଚନା କାର୍ଯ୍ୟାଳୟ, ଭାରତ ସରକାର. 16 ମାର୍ଚ୍ଚ 2012. Retrieved 18 ଫେବୃୟାରୀ 2014.  Check date values in: |accessdate=, |date= (help)
  3. ୩.୦ ୩.୧ ୩.୨ ୩.୩ ୩.୪ "Defence Budget". ପତ୍ରସୂଚନା କାର୍ଯ୍ୟାଳୟ, ଭାରତ ସରକାର. 7 ମାର୍ଚ୍ଚ 2011. Retrieved 18 ଫେବୃୟାରୀ 2014.  Check date values in: |accessdate=, |date= (help)