ଅଶୋକ ଚକ୍ର
ଅଶୋକ ଚକ୍ର ଧର୍ମଚକ୍ରର ୨୪ଗୋଟି ଦଣ୍ଡର ଚିତ୍ରଣ । ଅଶୋକଙ୍କ ପ୍ରଦତ୍ତ ଅଧ୍ୟାଦେଶ ସଂଖ୍ୟା ମଧ୍ୟ ଚବିଶ ହୋଇଥିବାରୁ ଚକ୍ରଟିର ନାମ ଅଶୋକ ଚକ୍ର ଦିଆଯାଇଛି । ଭାରତୀୟ ଜାତୀୟ ପତାକାର ମଧ୍ୟଭାଗରେ ଅଛି ମାତ୍ର ସ୍ୱାଧୀନତାପୂର୍ବରୁ ସେ ସ୍ଥାନରେ ଚରଖାର ଚିତ୍ର ଥିଲା ।
ପ୍ରତୀକାତ୍ମକ ଇତିହାସ
[ସମ୍ପାଦନା]ଗୋଟିଏ ଗବେଷଣାରୁ ଜଣାଯାଏ ଯେ, ଅଶୋକ ଚକ୍ରର ଚବିଶଟି ଅର ଚବିଶଜଣ ତୀର୍ଥାଙ୍କରଙ୍କୁ ପ୍ରତିନିଧିତ୍ୱ କରିଥାଏ ।[୧] ବୌଦ୍ଧଗୟାରେ ସିଦ୍ଧିପ୍ରାପ୍ତ କରିବାପରେ ଗୌତମ ବୁଦ୍ଧ ବାରାଣସୀ ନିକଟସ୍ଥ ସାରନାଥ ଅଞ୍ଚଳକୁ ଆସିଥିଲେ । ସେଠାରେ ବୁଦ୍ଧଙ୍କୁ ପୂର୍ବରୁ ପରିତ୍ୟାଗ କରିଥିବା ଆସାଜୀ, ମହାନାମ, କୋନ୍ଦନ୍ନା, ଭଦ୍ଡିୟା ଏବଂ ଭାପ୍ପା ଆଦି ଶିଷ୍ୟ ତାଙ୍କୁ ଭେଟିଲେ । ସେହିମାନଙ୍କୁ ହିଁ ଗୌତମ ବୁଦ୍ଧ ଧର୍ମଚକ୍ରର ପ୍ରବର୍ତ୍ତନ[୨] କରି ପ୍ରଥମ ଶିକ୍ଷା ପ୍ରଦାନ କରିଥିଲେ । ପ୍ରଥମ ବାରଟି ଅର ଯନ୍ତ୍ରଣାର ବାରଟି ସ୍ଥରକୁ ବୁଝାଇଥାଏ ପର ବାରଟି ନୋ କଜ ନୋ ଇଫେଣ୍ଟ ତଥା କାରଣଶୂନ୍ୟତା-ପ୍ରଭାବଶୂନ୍ୟତାକୁ ବୁଝାଏ । ବୌଦ୍ଧିକ ଜାଗରଣ ଫଳରେ ମାନସିକ ଅନୁକୂଳତା ଶେଷ ହୁଏ ପ୍ରଥମ ବାରଟି ପ୍ରତୀକ ହେଉଛନ୍ତି:
- ଅବିଦ୍ୟା (ଅଜ୍ଞାନତା)
- ସଂସ୍କାର (ସୂକ୍ଷ୍ମରେ ବିଭିନ୍ନ କୁଦିଗକୁ ବୌଦ୍ଧିକ ଅନୁକୂଳତା)
- ବିଜ୍ଞାନ (ଚେତନା)
- ନାମରୂପ (ପରିଚୟ ଏବଂ ଶରୀର)
- ଷଳାୟତନ (ଛଅଟି ଇନ୍ଦ୍ରିୟ)
- ସ୍ପର୍ଶ
- ବେଦନା
- ତନହା (ଅସନ୍ତୋଷତା)
- ଉପାଦାନ (ଲାଳସା)
- ଭବ (ଭବିଷ୍ୟତ)
- ଜାତି (ଜନ୍ମଗ୍ରହଣ)
- ଜରାମରଣ (ବୃଦ୍ଧାବସ୍ଥା ଏବଂ ମୃତ୍ୟୁ)
ଏହାର ଓଲଟାକ୍ରମରେ ଥିବା ଅନ୍ୟ ବାରଟି ମିଶି ମୋଟ ଚବିଶଟି ପ୍ରତୀକ ରହିଛି ।
ଅଶୋକ ଚକ୍ର ଯଦିଓ ତୃତୀୟ ଶତାବ୍ଦୀରେ ପ୍ରସ୍ତୁତ ହୋଇଥିଲା, ଭାରତ ସ୍ୱାଧୀନତାର କିଛି ଦିନ ପୂର୍ବରୁ ଅର୍ଥାତ ୧୯୪୭ ମସିହା ଜୁଲାଇ ୨୨ ତାରିଖରେ ଏହାକୁ ଜାତୀୟ ପତାକାରେ ସ୍ଥାନିତ କରାଗଲା । ଐତିହାସିକ ବୈଶିଷ୍ଠ୍ୟ ଏବଂ ଜାତୀୟ ପତାକାକୁ ଭାରତୀୟ ଜାତୀୟ କଂଗ୍ରେସରୁ ଭିନ୍ନ କରିବାପାଇଁ ପୂର୍ବରୁ ଥିବା ଗାନ୍ଧୀ ଚରଖାକୁ ବଦଳ କରାଗଲା ।[୩] ଅଶୋକ ଚକ୍ର ମଧ୍ୟ ଭାରତର ପ୍ରତୀକରୂପେ ଗୃହୀତ ସାରନାଥ ଅଶୋକ ସ୍ତମ୍ଭର ନିମ୍ନଦେଶରେ ଦେଖାଯାଏ ଚକ୍ର ମୁଖ୍ୟତଃ ଗତିକୁ ବୁଝାଯାଏ । ଏଣୁ ଅଶୋକ ଚକ୍ର ସମୟକ୍ରମେ ଭାରତର ବିଭିନ୍ନ କ୍ଷେତ୍ରରେ ଅଗ୍ରଗତିକୁ ସୂଚିତ କରେ ।[୪]
ଆଧାର
[ସମ୍ପାଦନା]- ↑ "Emperor Ashoka - Jain A Study". www.speakingtree.in. Retrieved 14 August 2018.
- ↑ "Logopie". Logopie. 19 March 2015. Retrieved 14 August 2018.
- ↑ http://www.easternpanorama.in/index.php?option=com_content&view=article&id=1101:the-ashoka
- ↑ https://www.queryhome.com/gk/8605/what-is-the-meaning-of-ashok-chakra-in-indian-national-flag