ଅମୀନ ସୟାନୀ
ଅମୀନ ସୟାନୀ | |
---|---|
ଜନ୍ମ | ୨୧ ଡିସେମ୍ବର ୧୯୩୨ |
ମୃତ୍ୟୁ | ୨୦ ଫେବୃଆରୀ ୨୦୨୪ ମୁମ୍ବାଇ, ମହାରାଷ୍ଟ୍ର, ଭାରତ | (ବୟସ ୯୧)
ଜାତୀୟତା | ଭାରତୀୟ |
ଶିକ୍ଷା | ସିନ୍ଦିଆ ସ୍କୁଲ |
ଶିକ୍ଷାନୁଷ୍ଠାନ | ସେଣ୍ଟ ଜାଭିୟର ମହାବିଦ୍ୟାଳୟ, ମୁମ୍ବାଇ |
ବୃତ୍ତି | ରେଡ଼ିଓ ପ୍ରସାରକ |
ସକ୍ରିୟ ବର୍ଷ | ୧୯୫୧ |
ବୈବାହିକ-ସାଥୀ | ରମା |
ୱେବସାଇଟ | ଅମୀନ ସୟାନୀ |
ଅମୀନ ସୟାନୀ (୨୧ ଡିସେମ୍ବର ୧୯୩୨ – ୨୦ ଫେବୃଆରୀ ୨୦୨୪)[୧] ଜଣେ ବେତାର ପ୍ରଯୋଜକ ଓ ଉପସ୍ଥାପକ ଥିଲେ । ରେଡ଼ିଓ ସିଲୋନର କାର୍ଯ୍ୟକ୍ରମ ବିନାକା ଗୀତମାଳା ମାଧ୍ୟମରେ ସେ ଭାରତ ଓ ଭାରତୀୟ ଉପମହାଦେଶର ଘରେ ଘରେ ପରିଚିତ ଥିଲେ ।[୨] ଶ୍ରୋତାମାନଙ୍କ ସମ୍ବୋଧନ କରିବା ସମୟରେ, ପାରମ୍ପାରିକ ସମ୍ବୋଧନ ଭାଇ ଓ ଭଉଣୀମାନେଙ୍କ ବଦଳାଇ, ସୟାନୀ ଭଉଣୀ ଓ ଭାଇମାନେ କହିବା ଆରମ୍ଭ କରିଥିଲେ ଓ ଏହା ଖୁବ ଜନପ୍ରିୟ ହୋଇଥିଲା । ୧୯୫୧ ମସିହାରୁ କାମ ଆରମ୍ଭ କରି, ସେ ପ୍ରାୟ ୫୪୦୦୦ରୁ ଅଧିକ ରେଡ଼ିଓ କାର୍ଯ୍ୟକ୍ରମ ଓ ୧୯୦୦୦ ଅଧିକ ରେଡ଼ିଓ ଜିଙ୍ଗଲ୍ସ ପ୍ରଯୋଜନା ଓ ଉପସ୍ଥାପନା କରିଥିଲେ ।
ବୃତ୍ତିଗତ ଜୀବନ
[ସମ୍ପାଦନା]ଅମୀନଙ୍କୁ ତାଙ୍କ ବଡ଼ ଭାଇ ହମୀଦ ସୟାନୀ ରେଡ଼ିଓ ସହିତ ପରିଚିତ କରାଇଥିଲେ । ପରେ ସେ ଜଣେ ଉପସ୍ଥାପକ ଭାବେ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଥିଲେ । ସେ ଭୁତ ବଙ୍ଗଳା, ଗୀନ ଦେବୀୟାଁ, ବକ୍ସର, ଏବଂ କତଲ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଓ ସେଥିରେ ମଧ୍ୟ ସେ ରେଡ଼ିଓ ବା ଅନ୍ୟ କାର୍ଯ୍ୟକ୍ରମରର ଉପସ୍ଥାପକ ଭୂମିକା କରିଥିଲେ । ସେ ତାଙ୍କ ମା କୁସୁମ ସୟାନୀଙ୍କୁ ରହବୀର(୧୯୪୦-୧୯୬୦) ନାମକ ପତ୍ରିକା ସମ୍ପାଦନାରେ ସାହାଯ୍ୟ କରୁଥିଲେ । ୧୯୬୦ରୁ ୧୯୬୨ ପର୍ଯ୍ୟନ୍ତ ସେ ଟାଟା ତୈଳ କମ୍ପାନୀରେ ମଧ୍ୟ କାମ କରିଥିଲେ । ୨୦୧୪ ମସିହା ପର୍ଯ୍ୟନ୍ତ ସେ ରେଡ଼ିଓରେ ସକ୍ରିୟ ଥିଲେ ।[୩][୪]
ରେଡ଼ିଓରେ ପ୍ରଯୋଜନା ଓ ଉପସ୍ଥାପନା
[ସମ୍ପାଦନା]ସୟାନୀ ପ୍ରଯୋଜନା ବା ଉପସ୍ଥାପନା କରିଥିବା କିଛି ଲୋକପ୍ରିୟ ବେତାର କାର୍ଯ୍ୟକ୍ରମ ଥିଲା :
- ସିବାକା (ବିନାକା) ଗୀତମାଲା
- ଏସ କୁମାରକା ଫିଲ୍ମ ମୁକଦ୍ଦମା ଆଣ୍ଡ ଫିଲ୍ମୀ ମୁଲାକାତ
- ସରୋଦୋଁ କା ସାଥୀ
- ବର୍ଣ୍ଣଭିଟା କୁଇଜ କଣ୍ଟେଷ୍ଟ
- ଶାଲିମାର ଯୋଡ଼ି
- ମରାଠା ଦରବାର
- ସଙ୍ଗୀତକେ ସିତାରୋଁ କି ମେହଫିଲ
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ପଦ୍ମଶ୍ରୀ - ୨୦୦୯[୫]
- ଲିଭିଂ ଲିଜେଣ୍ଡ ସମ୍ମାନ - ୨୦୦୬ (ଫିକି)
- କାନ ହଲ ଅଫ ଫେମ ସମ୍ମାନ - ୨୦୦୩ ( ଟାଇମ୍ସ ଅଫ ଇଣ୍ଡିଆ ଗୃପ)
- ଗୋଲ୍ଡେନ ଆବୀ ସମ୍ମାନ - ୨୦୦୦( ଆଡ଼ର୍ଭଟାଇଜିଂ କ୍ଲବ, ବମ୍ବେ)
- ହଲ ଅଫ ଫେମ ସମ୍ମାନ - ୧୯୯୩ (ଆଇ ଏ ଏ ଏଫ ଏ)
- ବର୍ଷରେ ଶ୍ରେଷ୍ଠ ବ୍ୟକ୍ତିତ୍ୱ - ୧୯୯୨ ( ଲିମ୍କା ବୁକ ଅଫ ରେକର୍ଡ଼ସ)
- ସ୍ୱର୍ଣ୍ଣ ପଦକ - ୧୯୯୧ ( ଇଣ୍ଦିଆନ ସୋସାଇଟି ଅଫ ଆଡ଼ଭର୍ଟାଇଜର୍ସ)
ଆଧାର
[ସମ୍ପାଦନା]- ↑ Ameen Sayani, Iconic Radio Presenter And Voice Of 'Geetmala', Passes Away At 91
- ↑ "Veteran broadcaster Ameen Sayani gets Padma Shri". Thaindian News. 26 January 2009. Archived from the original on 1 February 2009. Retrieved 26 January 2009.
- ↑ "Ameen Sayani's Geetmala Ki Chhaon Mein". Screen. Archived from the original on 29 January 2009. Retrieved 26 January 2009.
- ↑ http://www.ameensayani.com/sangeet.htm[permanent dead link]
- ↑ Vinay Kumar (26 January 2009). "Kakodkar, Madhavan Nair, Bindra, Nirmala among Padma awardees". The Hindu. Archived from the original on 29 January 2009. Retrieved 26 January 2009.