Jump to content

ଅମୀନ ସୟାନୀ

ଉଇକିପିଡ଼ିଆ‌ରୁ
ଅମୀନ ସୟାନୀ
ଅମୀନ ସୟାନୀଙ୍କ ୨୦୧୨ ମସିହାର ଛବି
ଜନ୍ମ୨୧ ଡିସେମ୍ବର ୧୯୩୨
Died୨୦ ଫେବୃଆରୀ ୨୦୨୪(2024-02-20) (ବୟସ ୯୧)
ମୁମ୍ବାଇ, ମହାରାଷ୍ଟ୍ର, ଭାରତ
Educationସିନ୍ଦିଆ ସ୍କୁଲ
Alma materସେଣ୍ଟ ଜାଭିୟର ମହାବିଦ୍ୟାଳୟ, ମୁମ୍ବାଇ
ପେଷାରେଡ଼ିଓ ପ୍ରସାରକ
କାର୍ଯ୍ୟକାଳ୧୯୫୧
ଜୀବନସାଥୀରମା
ୱେବ୍‌ସାଇଟ୍ଅମୀନ ସୟାନୀ

ଅମୀନ ସୟାନୀ (୨୧ ଡିସେମ୍ବର ୧୯୩୨ – ୨୦ ଫେବୃଆରୀ ୨୦୨୪)[୧] ଜଣେ ବେତାର ପ୍ରଯୋଜକ ଓ ଉପସ୍ଥାପକ ଥିଲେ । ରେଡ଼ିଓ ସିଲୋନର କାର୍ଯ୍ୟକ୍ରମ ବିନାକା ଗୀତମାଳା ମାଧ୍ୟମରେ ସେ ଭାରତ ଓ ଭାରତୀୟ ଉପମହାଦେଶର ଘରେ ଘରେ ପରିଚିତ ଥିଲେ ।[୨] ଶ୍ରୋତାମାନଙ୍କ ସମ୍ବୋଧନ କରିବା ସମୟରେ, ପାରମ୍ପାରିକ ସମ୍ବୋଧନ ଭାଇ ଓ ଭଉଣୀମାନେଙ୍କ ବଦଳାଇ, ସୟାନୀ ଭଉଣୀ ଓ ଭାଇମାନେ କହିବା ଆରମ୍ଭ କରିଥିଲେ ଓ ଏହା ଖୁବ ଜନପ୍ରିୟ ହୋଇଥିଲା । ୧୯୫୧ ମସିହାରୁ କାମ ଆରମ୍ଭ କରି, ସେ ପ୍ରାୟ ୫୪୦୦୦ରୁ ଅଧିକ ରେଡ଼ିଓ କାର୍ଯ୍ୟକ୍ରମ ଓ ୧୯୦୦୦ ଅଧିକ ରେଡ଼ିଓ ଜିଙ୍ଗଲ୍ସ ପ୍ରଯୋଜନା ଓ ଉପସ୍ଥାପନା କରିଥିଲେ ।

ବୃତ୍ତିଗତ ଜୀବନ

[ସମ୍ପାଦନା]

ଅମୀନଙ୍କୁ ତାଙ୍କ ବଡ଼ ଭାଇ ହମୀଦ ସୟାନୀ ରେଡ଼ିଓ ସହିତ ପରିଚିତ କରାଇଥିଲେ । ପରେ ସେ ଜଣେ ଉପସ୍ଥାପକ ଭାବେ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଥିଲେ । ସେ ଭୁତ ବଙ୍ଗଳା, ଗୀନ ଦେବୀୟାଁ, ବକ୍ସର, ଏବଂ କତଲ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଓ ସେଥିରେ ମଧ୍ୟ ସେ ରେଡ଼ିଓ ବା ଅନ୍ୟ କାର୍ଯ୍ୟକ୍ରମରର ଉପସ୍ଥାପକ ଭୂମିକା କରିଥିଲେ । ସେ ତାଙ୍କ ମା କୁସୁମ ସୟାନୀଙ୍କୁ ରହବୀର(୧୯୪୦-୧୯୬୦) ନାମକ ପତ୍ରିକା ସମ୍ପାଦନାରେ ସାହାଯ୍ୟ କରୁଥିଲେ । ୧୯୬୦ରୁ ୧୯୬୨ ପର୍ଯ୍ୟନ୍ତ ସେ ଟାଟା ତୈଳ କମ୍ପାନୀରେ ମଧ୍ୟ କାମ କରିଥିଲେ । ୨୦୧୪ ମସିହା ପର୍ଯ୍ୟନ୍ତ ସେ ରେଡ଼ିଓରେ ସକ୍ରିୟ ଥିଲେ ।[୩][୪]

ରେଡ଼ିଓରେ ପ୍ରଯୋଜନା ଓ ଉପସ୍ଥାପନା

[ସମ୍ପାଦନା]

ସୟାନୀ ପ୍ରଯୋଜନା ବା ଉପସ୍ଥାପନା କରିଥିବା କିଛି ଲୋକପ୍ରିୟ ବେତାର କାର୍ଯ୍ୟକ୍ରମ ଥିଲା :

  • ସିବାକା (ବିନାକା) ଗୀତମାଲା
  • ଏସ କୁମାରକା ଫିଲ୍ମ ମୁକଦ୍ଦମା ଆଣ୍ଡ ଫିଲ୍ମୀ ମୁଲାକାତ
  • ସରୋଦୋଁ କା ସାଥୀ
  • ବର୍ଣ୍ଣଭିଟା କୁଇଜ କଣ୍ଟେଷ୍ଟ
  • ଶାଲିମାର ଯୋଡ଼ି
  • ମରାଠା ଦରବାର
  • ସଙ୍ଗୀତକେ ସିତାରୋଁ କି ମେହଫିଲ

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ପଦ୍ମଶ୍ରୀ - ୨୦୦୯[୫]
  • ଲିଭିଂ ଲିଜେଣ୍ଡ ସମ୍ମାନ - ୨୦୦୬ (ଫିକି)
  • କାନ ହଲ ଅଫ ଫେମ ସମ୍ମାନ - ୨୦୦୩ ( ଟାଇମ୍ସ ଅଫ ଇଣ୍ଡିଆ ଗୃପ)
  • ଗୋଲ୍ଡେନ ଆବୀ ସମ୍ମାନ - ୨୦୦୦( ଆଡ଼ର୍ଭଟାଇଜିଂ କ୍ଲବ, ବମ୍ବେ)
  • ହଲ ଅଫ ଫେମ ସମ୍ମାନ - ୧୯୯୩ (ଆଇ ଏ ଏ ଏଫ ଏ)
  • ବର୍ଷରେ ଶ୍ରେଷ୍ଠ ବ୍ୟକ୍ତିତ୍ୱ - ୧୯୯୨ ( ଲିମ୍କା ବୁକ ଅଫ ରେକର୍ଡ଼ସ)
  • ସ୍ୱର୍ଣ୍ଣ ପଦକ - ୧୯୯୧ ( ଇଣ୍ଦିଆନ ସୋସାଇଟି ଅଫ ଆଡ଼ଭର୍ଟାଇଜର୍ସ)
  1. ↑ Ameen Sayani, Iconic Radio Presenter And Voice Of 'Geetmala', Passes Away At 91
  2. ↑ "Veteran broadcaster Ameen Sayani gets Padma Shri". Thaindian News. 26 January 2009. Archived from the original on 1 February 2009. Retrieved 26 January 2009.
  3. ↑ "Ameen Sayani's Geetmala Ki Chhaon Mein". Screen. Archived from the original on 29 January 2009. Retrieved 26 January 2009.
  4. ↑ http://www.ameensayani.com/sangeet.htm[permanent dead link]
  5. ↑ Vinay Kumar (26 January 2009). "Kakodkar, Madhavan Nair, Bindra, Nirmala among Padma awardees". The Hindu. Archived from the original on 29 January 2009. Retrieved 26 January 2009.

ବାହର ଲିଙ୍କ

[ସମ୍ପାଦନା]