Jump to content

ଅନୁରାଧା ଆଚାର୍ଯ୍ୟ

ଉଇକିପିଡ଼ିଆ‌ରୁ
ଅନୁରାଧା ଆଚାର୍ଯ୍ୟ
ଜନ୍ମ୧୯୭୨
ବିକାନର୍, ଭାରତ
ଜାତୀୟତାIndia ଭାରତୀୟ
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନଆଇଆଇଟି ଖରଗପୁର
ଚିକାଗୋର ଇଲିନୋଇସ୍ ୟୁନିଭରସିଟି
ପ୍ରସିଦ୍ଧିଜେନୋମିକ୍ସ
ପୁରସ୍କାରୟଙ୍ଗ ଗ୍ଲୋବାଲ ଲିଡର, ବିଶ୍ୱ ଅର୍ଥନୈତିକ ଫୋରମ୍
ୱେବସାଇଟଅନୁ ଆଚାର୍ଯ୍ୟଙ୍କ ବ୍ଲଗ୍ []

ଅନୁରାଧା ଆଚାର୍ଯ୍ୟ (ଜନ୍ମ ୧୯୭୨) ଜଣେ ଭାରତୀୟ ଉଦ୍ୟୋଗପତି । ସେ ଓକିମମ ବାଇଓ ସଲ୍ୟୁସନ ଓ ମପମିଜିନମ ଭଳି ଉଦ୍ୟୋଗର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ।[] ସେ ୨୦୧୧ ମସିହାରେ, ୱାର୍ଲ ଇକୋନୋମିକ୍ ଫୋରମ‌ଦ୍ୱାରା ୟଙ୍ଗ୍ ଗ୍ଲୋବାଲ୍ ଲିଡର୍ ପୁରସ୍କାର ପାଇଥିଲେ ।[]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ଅନୁରାଧା ବିକାନେରରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କର ଅଧିକାଂଶ ଜୀବନ ଖଗଡ଼ପୁରରେ କଟିଛି ।[] ୧୯୯୫ ମସିହାରେ, ସେ ଆଇଆଇଟି ଖଡ଼ଗପୁରରୁ ସ୍ନାତକ କରିଥିଲେ ।[] ଏହାପରେ ସେ ଚିକାଗୋର ଇଲ୍ଲିନୋଏସ ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର କରିଥିଲେ ।[]

ପରିଚୟ

[ସମ୍ପାଦନା]

୨୦୦୬ ମସିହାରେ ରେଡ୍ ହେରିଙ୍ଗ୍ ମାଗାଜିନ୍ ୩୫ ବର୍ଷରୁ କମ୍ ୨୫ଟି ଟେକ୍ ଟାଇଟନ୍ ତାଲିକାରେ ଆଚାର୍ଯ୍ୟଙ୍କୁ ସ୍ଥାନ ଦେଇଥିଲା ।[] ବାଇଓସ୍ପେକ୍ଟ୍ରମ୍ ପତ୍ରିକାଦ୍ୱାରା ତାଙ୍କୁ ଏଣ୍ଟ୍ରୋପ୍ରିନ୍ୟୁର୍ ଅଫ୍ ଦି ଇଅର୍ ପୁରସ୍କାର ପ୍ରଦାନ କରାଯାଇଥିଲା ।[] ୨୦୦୮ ମସିହାରେ ତାଙ୍କୁ ଏଷ୍ଟିଆ ଲାଇଫ୍ ସାଇନ୍ସ ଇନ୍ନୋଭେଟର୍ ପୁରସ୍କାର ମିଳିଥିଲା ।[] ଇକୋନୋମିଷ୍ଟ ଫୋରମ‌ଦ୍ୱାରା ତାଙ୍କୁ ୨୦୧୧ ମସିହାରେ ୟଙ୍ଗ୍ ଗ୍ଲୋବାଲ୍ ଲିଡର୍ ଭାବରେ ସମ୍ମାନିତ କରାଯାଇଥିଲା ।[୧୦] ୨୦୧୫ ମସିହାରେ ଇକୋନୋମିକ୍ସ ଟାଇମ୍ସଦ୍ୱାରା ତାଙ୍କୁ ଇଟି ଓମେନ୍ ଏହେଡ୍ ସମ୍ମାନରରେ ସମ୍ମାନିତ କରାଯାଇଥିଲା ।[୧୧] ୨୦୧୮ ମସିହାରେ ଫୋର୍ବସ୍ ପତ୍ରିକାଦ୍ୱାରା ପ୍ରକାଶ କରାଯାଇଥିବା ଡବ୍ୟୁ-ପାୱାର୍ ତାଲିକାରେ ସେ ସ୍ଥାନିତ ହୋଇଥିଲେ ।

ପୁସ୍ତକ ଓ ସ୍ତମ୍ଭ ରଚନା

[ସମ୍ପାଦନା]

ବ୍ୟବସାୟ ତଥା ଗବେଷଣ ବ୍ୟତୀତ ସେ କବିତା ଲେଖନ୍ତି । ତାଙ୍କର କବିତା ସଂକଳନ ପୁସ୍ତକ 'ଆଟମିକ୍ ପୋହେ - ରେଣ୍ଡମ୍ ରାଇମ୍ସ ଏଟ୍ ଅଡ଼୍ ଟାଇମ୍ସ - ଓନ ସାଇନ୍ସ, ନନ୍ ସାଇନ୍ସ ଓ ନନ୍‌ସେନ୍ସ' ପ୍ରକାଶିତ ହୋଇଛି ।[୧୨] ଫାର୍ମାସିଟିକାଲ୍ ଆଉଟ୍‌ସୋର୍ସିଂ: ଡିସ୍କୋଭରି ଆଣ୍ଡ୍ ପ୍ରକ୍ଲିନିକାଲ୍ ସର୍ଭିସ୍‌ରେ ସେ ଏକ ଗବେଷଣାତ୍ମକ ବିଷୟ ଲେଖିଛନ୍ତି ।[୧୩] ନେଚର୍ ବାଇଓଟେକ୍ନୋଲୋଜିରେ ସେ 'ହ୍ୱାଟ୍ ମର୍ଜର୍‌ସ୍ କ୍ୟାନ୍ ଡୁ ଫର୍ ୟୁ' ଶୀର୍ଷକ ଏକ ପ୍ରସଙ୍ଗ ଲେଖିଛନ୍ତି ।[୧୪] ଏହା ବ୍ୟତୀତ ହିନ୍ଦୁ ବିଜିନେସ୍ ଲାଇନ୍‌ ଭଳି ଜଣାଶୁଣା ଖବର କାଗଜର ସେ ଜଣେ ନିୟମିତ ସ୍ତମ୍ଭକାର ଭାବରେ ବେପାର ବଣିଜ ଉପରେ ଅନେକ ପ୍ରକାରର ଲେଖା ଲେଖୁଛନ୍ତି ।[୧୫]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ଅନୁରାଧାଙ୍କ ବାପା ଜଣେ ଅଧ୍ୟାପକ ଥିଲେ । ସେ ସୁଭାଷ ଇଙ୍ଗାରେଡ୍ଡିଙ୍କୁ ବିବାହ କରିଛନ୍ତି, ଯିଏକି ଓକିମମ ବାଇଓ ସଲ୍ୟୁସନର ସହ-ପ୍ରତିଷ୍ଠାତା ତଥା ମୁଖ୍ୟ ଅର୍ଥକାରୀ ଭାବରେ କରୁଛନ୍ତି ।[୧୬]

  1. "Janampatri to Genomepatri – Anu Acharya". Janampatri to Genomepatri – Anu Acharya.
  2. "Anu Acharya". weforum.org.
  3. "Ocimum Biosolutions Inc. CEO, Anuradha Acharya, Honored as 2011 Young Global Leader". BioSpace (in ଆମେରିକୀୟ ଇଂରାଜୀ). Retrieved 2024-03-20.[permanent dead link]
  4. Kashyaap, Sindhu (29 October 2019). "Meet Anu Acharya, the woman engineer bringing code and data to the Indian genome Read more at: https://yourstory.com/2019/10/techie-tuesday-anu-acharya-woman-engineer-mapmygenome-coding" (in Indian English). Your Story. Retrieved 20 March 2024. {{cite web}}: External link in |title= (help); Invalid |url-status=Live (help)
  5. A toast to IIT Kharagpur Archived 14 February 2012 at the Wayback Machine.
  6. "Movers and Shakers with Anuradha Acharya". frost.com.
  7. Titans in Waiting Archived 4 February 2014 at the Wayback Machine.
  8. "Biospectrum Biotech Industry Awards declared". ciol.com. Archived from the original on 22 September 2011. Retrieved 23 February 2012.
  9. Astia Award Winners Archived 23 February 2012 at the Wayback Machine.
  10. Ocimum Biosolutions's CEO Anuradha Acharya honoured as 2011 Young Global Leader Archived 2012-01-01 at the Wayback Machine.
  11. www.ETtech.com. "ET startup awards: Anu Acharya becomes the "Women Ahead" – ETtech". The Economic Times. Archived from the original on 2018-07-04. Retrieved 2024-03-20.
  12. Acharya, Anu (6 October 2015). Atomic Pohe: Random Rhymes between the lines. On Science, Non Science and Nonsense. CreateSpace Independent Publishing Platform. ISBN 978-1-5176-2669-3.
  13. Outsourcing: Discovery and Preclinical Services (Pharmaceutical Outsourcing, Volume I)
  14. Acharya, Anu (2011). "What Mergers can do for you". Bioentrepreneur: 1–3. doi:10.1038/bioe.2011.4.
  15. "Musical ability—it's all in the genes". thehindubusinessline.com. 30 November 2014.
  16. "Disclosure". www.ifc.org.

ବାହାର ଆଧାର

[ସମ୍ପାଦନା]