Jump to content

ଅନୁରାଧା ଆଚାର୍ଯ୍ୟ

ଉଇକିପିଡ଼ିଆ‌ରୁ
(Anuradha Acharyaରୁ ଲେଉଟି ଆସିଛି)
ଅନୁରାଧା ଆଚାର୍ଯ୍ୟ
ଜନ୍ମ୧୯୭୨ (age ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।–ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୧" ।
ବିକାନର୍, ଭାରତ
Citizenshipଭାରତୀୟ
Alma materଆଇଆଇଟି ଖରଗପୁର
ଚିକାଗୋର ଇଲିନୋଇସ୍ ୟୁନିଭରସିଟି
ଜଣାଶୁଣାଜେନୋମିକ୍ସ
ପୁରସ୍କାରୟଙ୍ଗ ଗ୍ଲୋବାଲ ଲିଡର, ବିଶ୍ୱ ଅର୍ଥନୈତିକ ଫୋରମ୍
ୱେବ୍‌ସାଇଟ୍ଅନୁ ଆଚାର୍ଯ୍ୟଙ୍କ ବ୍ଲଗ୍ [୧]

ଅନୁରାଧା ଆଚାର୍ଯ୍ୟ (ଜନ୍ମ ୧୯୭୨) ଜଣେ ଭାରତୀୟ ଉଦ୍ୟୋଗପତି । ସେ ଓକିମମ ବାଇଓ ସଲ୍ୟୁସନ ଓ ମପମିଜିନମ ଭଳି ଉଦ୍ୟୋଗର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ।[୨] ସେ ୨୦୧୧ ମସିହାରେ, ୱାର୍ଲ ଇକୋନୋମିକ୍ ଫୋରମ‌ଦ୍ୱାରା ୟଙ୍ଗ୍ ଗ୍ଲୋବାଲ୍ ଲିଡର୍ ପୁରସ୍କାର ପାଇଥିଲେ ।[୩]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ଅନୁରାଧା ବିକାନେରରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କର ଅଧିକାଂଶ ଜୀବନ ଖଗଡ଼ପୁରରେ କଟିଛି ।[୪] ୧୯୯୫ ମସିହାରେ, ସେ ଆଇଆଇଟି ଖଡ଼ଗପୁରରୁ ସ୍ନାତକ କରିଥିଲେ ।[୫] ଏହାପରେ ସେ ଚିକାଗୋର ଇଲ୍ଲିନୋଏସ ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର କରିଥିଲେ ।[୬]

ପରିଚୟ

[ସମ୍ପାଦନା]

୨୦୦୬ ମସିହାରେ ରେଡ୍ ହେରିଙ୍ଗ୍ ମାଗାଜିନ୍ ୩୫ ବର୍ଷରୁ କମ୍ ୨୫ଟି ଟେକ୍ ଟାଇଟନ୍ ତାଲିକାରେ ଆଚାର୍ଯ୍ୟଙ୍କୁ ସ୍ଥାନ ଦେଇଥିଲା ।[୭] ବାଇଓସ୍ପେକ୍ଟ୍ରମ୍ ପତ୍ରିକାଦ୍ୱାରା ତାଙ୍କୁ ଏଣ୍ଟ୍ରୋପ୍ରିନ୍ୟୁର୍ ଅଫ୍ ଦି ଇଅର୍ ପୁରସ୍କାର ପ୍ରଦାନ କରାଯାଇଥିଲା ।[୮] ୨୦୦୮ ମସିହାରେ ତାଙ୍କୁ ଏଷ୍ଟିଆ ଲାଇଫ୍ ସାଇନ୍ସ ଇନ୍ନୋଭେଟର୍ ପୁରସ୍କାର ମିଳିଥିଲା ।[୯] ଇକୋନୋମିଷ୍ଟ ଫୋରମ‌ଦ୍ୱାରା ତାଙ୍କୁ ୨୦୧୧ ମସିହାରେ ୟଙ୍ଗ୍ ଗ୍ଲୋବାଲ୍ ଲିଡର୍ ଭାବରେ ସମ୍ମାନିତ କରାଯାଇଥିଲା ।[୧୦] ୨୦୧୫ ମସିହାରେ ଇକୋନୋମିକ୍ସ ଟାଇମ୍ସଦ୍ୱାରା ତାଙ୍କୁ ଇଟି ଓମେନ୍ ଏହେଡ୍ ସମ୍ମାନରରେ ସମ୍ମାନିତ କରାଯାଇଥିଲା ।[୧୧] ୨୦୧୮ ମସିହାରେ ଫୋର୍ବସ୍ ପତ୍ରିକାଦ୍ୱାରା ପ୍ରକାଶ କରାଯାଇଥିବା ଡବ୍ୟୁ-ପାୱାର୍ ତାଲିକାରେ ସେ ସ୍ଥାନିତ ହୋଇଥିଲେ ।

ପୁସ୍ତକ ଓ ସ୍ତମ୍ଭ ରଚନା

[ସମ୍ପାଦନା]

ବ୍ୟବସାୟ ତଥା ଗବେଷଣ ବ୍ୟତୀତ ସେ କବିତା ଲେଖନ୍ତି । ତାଙ୍କର କବିତା ସଂକଳନ ପୁସ୍ତକ 'ଆଟମିକ୍ ପୋହେ - ରେଣ୍ଡମ୍ ରାଇମ୍ସ ଏଟ୍ ଅଡ଼୍ ଟାଇମ୍ସ - ଓନ ସାଇନ୍ସ, ନନ୍ ସାଇନ୍ସ ଓ ନନ୍‌ସେନ୍ସ' ପ୍ରକାଶିତ ହୋଇଛି ।[୧୨] ଫାର୍ମାସିଟିକାଲ୍ ଆଉଟ୍‌ସୋର୍ସିଂ: ଡିସ୍କୋଭରି ଆଣ୍ଡ୍ ପ୍ରକ୍ଲିନିକାଲ୍ ସର୍ଭିସ୍‌ରେ ସେ ଏକ ଗବେଷଣାତ୍ମକ ବିଷୟ ଲେଖିଛନ୍ତି ।[୧୩] ନେଚର୍ ବାଇଓଟେକ୍ନୋଲୋଜିରେ ସେ 'ହ୍ୱାଟ୍ ମର୍ଜର୍‌ସ୍ କ୍ୟାନ୍ ଡୁ ଫର୍ ୟୁ' ଶୀର୍ଷକ ଏକ ପ୍ରସଙ୍ଗ ଲେଖିଛନ୍ତି ।[୧୪] ଏହା ବ୍ୟତୀତ ହିନ୍ଦୁ ବିଜିନେସ୍ ଲାଇନ୍‌ ଭଳି ଜଣାଶୁଣା ଖବର କାଗଜର ସେ ଜଣେ ନିୟମିତ ସ୍ତମ୍ଭକାର ଭାବରେ ବେପାର ବଣିଜ ଉପରେ ଅନେକ ପ୍ରକାରର ଲେଖା ଲେଖୁଛନ୍ତି ।[୧୫]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ଅନୁରାଧାଙ୍କ ବାପା ଜଣେ ଅଧ୍ୟାପକ ଥିଲେ । ସେ ସୁଭାଷ ଇଙ୍ଗାରେଡ୍ଡିଙ୍କୁ ବିବାହ କରିଛନ୍ତି, ଯିଏକି ଓକିମମ ବାଇଓ ସଲ୍ୟୁସନର ସହ-ପ୍ରତିଷ୍ଠାତା ତଥା ମୁଖ୍ୟ ଅର୍ଥକାରୀ ଭାବରେ କରୁଛନ୍ତି ।[୧୬]

  1. ↑ "Janampatri to Genomepatri – Anu Acharya". Janampatri to Genomepatri – Anu Acharya.
  2. ↑ "Anu Acharya". weforum.org.
  3. ↑ "Ocimum Biosolutions Inc. CEO, Anuradha Acharya, Honored as 2011 Young Global Leader". BioSpace (in ଆମେରିକୀୟ ଇଂରାଜୀ). Retrieved 2024-03-20.[permanent dead link]
  4. ↑ Kashyaap, Sindhu (29 October 2019). "Meet Anu Acharya, the woman engineer bringing code and data to the Indian genome Read more at: https://yourstory.com/2019/10/techie-tuesday-anu-acharya-woman-engineer-mapmygenome-coding" (in Indian English). Your Story. Retrieved 20 March 2024. {{cite web}}: External link in |title= (help); Invalid |url-status=Live (help)
  5. ↑ A toast to IIT Kharagpur Archived 14 February 2012 at the Wayback Machine.
  6. ↑ "Movers and Shakers with Anuradha Acharya". frost.com.
  7. ↑ Titans in Waiting Archived 4 February 2014 at the Wayback Machine.
  8. ↑ "Biospectrum Biotech Industry Awards declared". ciol.com. Archived from the original on 22 September 2011. Retrieved 23 February 2012.
  9. ↑ Astia Award Winners Archived 23 February 2012 at the Wayback Machine.
  10. ↑ Ocimum Biosolutions's CEO Anuradha Acharya honoured as 2011 Young Global Leader Archived 2012-01-01 at the Wayback Machine.
  11. ↑ www.ETtech.com. "ET startup awards: Anu Acharya becomes the "Women Ahead" – ETtech". The Economic Times. Archived from the original on 2018-07-04. Retrieved 2024-03-20.
  12. ↑ Acharya, Anu (6 October 2015). Atomic Pohe: Random Rhymes between the lines. On Science, Non Science and Nonsense. CreateSpace Independent Publishing Platform. ISBN 978-1-5176-2669-3.
  13. ↑ Outsourcing: Discovery and Preclinical Services (Pharmaceutical Outsourcing, Volume I)
  14. ↑ Acharya, Anu (2011). "What Mergers can do for you". Bioentrepreneur: 1–3. doi:10.1038/bioe.2011.4.
  15. ↑ "Musical ability—it's all in the genes". thehindubusinessline.com. 30 November 2014.
  16. ↑ "Disclosure". www.ifc.org.

ବାହାର ଆଧାର

[ସମ୍ପାଦନା]