Jump to content

ପାଣିପାଗ

ଉଇକିପିଡ଼ିଆ‌ରୁ
(Weatherରୁ ଲେଉଟି ଆସିଛି)
Thunderstorm near Garajau, Madeira

ପାଣିପାଗ (ଇଂରାଜୀ ଭାଷାରେ Weather) ବାୟୁମଣ୍ଡଳର (atmosphere) ଏକ ଅବସ୍ଥାକୁ ବୁଝାଏ ଯେଉଁଥିରୁ ପାଗ କେତେ ଡିଗ୍ରୀ ଗରମ ବା ଥଣ୍ଡା, ଓଦା ବା ଶୁଷ୍କ, ଶାନ୍ତ ବା ତୋଫାନୀ, ପରିଷ୍କାର ବା ମେଘୁଆ ରହିବ, ତାହାର ବର୍ଣ୍ଣନା ମିଳେ । [] ଅଧିକାଂଶ ପାଗ ପରିବର୍ତ୍ତନ ବାୟୁମଣ୍ଡଳର ସ୍ଟ୍ରାଟୋସ୍ଫିଅରର (stratosphere) ଠିକ୍ ତଳ ଭାଗରେ ଥିବା ଟ୍ରୋଫୋସ୍ଫିଅରରେ (troposphere) ହୁଏ ।[][] ଦୈନନ୍ଦିନ ଉତ୍ତାପ ଓ ପ୍ରେସିପିଟେସନ (precipitation) କାର୍ଯ୍ୟକଳାପକୁ ପାଣିପାଗ କୁହାଯାଏ ଓ ଦୀର୍ଘ ସମୟରେ ପାଗର ହାରାହାରି ଅବସ୍ଥାକୁ ଜଳବାୟୁ (climate) କୁହାଯାଏ । [] ନିର୍ଦ୍ଧିଷ୍ଟ ଭାବରେ କୌଣସି ବିଷୟର ଅବତାରଣା ନଥିଲେ ପାଣିପାଗକୁ ପୃଥିବୀର (Earth) ପାଣିପାଗ ବୁଝାଏ ।

ପାଣିପାଗର ପରିବର୍ତ୍ତନ, ବାୟୁ ଚାପ, ଏକ ସ୍ଥାନରୁ ଅନ୍ୟ ସ୍ଥାନର ଉତ୍ତାପ ଓ ଆର୍ଦ୍ରତାର ଫରକ ଉପରେ ନିର୍ଭର କରେ । ପୃଥିବୀର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସୂର୍ଯ୍ୟ ସ‌ହ ତିଆରି ହେଉଥିବା କୋଣ ଯାହା ସ୍ଥାନ ବା ଲାଟିଚ୍ୟୁଡ (latitude) ଅନୁସାରେ ପରିବର୍ତ୍ତିତ ହେବା ଯୋଗୁ ଏହି ପାଣିପାଗର ପାର୍ଥକ୍ୟ ଆସେ । ମେରୁ ଅଞ୍ଚଳ ଓ ବିଷୁବମଣ୍ଡଳୀୟ ସ୍ଥାନର ଶକ୍ତିଶାଳୀ ଉତ୍ତାପ ପାର୍ଥକ୍ୟ ଯୋଗୁ ଦି ହାଡଲି ସେଲ, ଦି ଫେରେଲ ସେଲ, ଦି ପୋଲାର ସେଲ ଓ ଜେଟ ସ୍ଟ୍ରିମ ଭଳି ବିରାଟ ବାୟୁମଣ୍ଡଳୀୟ ସଞ୍ଚାଳନ ହୁଏ । ଜେଟ ସ୍ଟ୍ରିମର ପ୍ରବାହ ସୃଷ୍ଟି କରୁଥିବା ଅସ୍ଥିରତା ଯୋଗୁ ମିଡ-ଲାଟିଚ୍ୟୁଡରେ (mid-latitudes) ହେଉଥିବା ଏକ୍ସଟ୍ରାଟେରିଟୋରିଆଲ (extratropical cyclones) ସୃଷ୍ଟି ହୁଏ । ପୃଥିବୀର ଅକ୍ଷ (axis) ଅର୍ବିଟାଲ ପ୍ଲେନ ଆଡ଼କୁ ସାମାନ୍ୟ ଢଳି ରହିଥିବାରୁ ସୂର୍ଯ୍ୟାଲୋକ ଏକ ବର୍ଷରେ ବିଭିନ୍ନ କୋଣ ଅଙ୍କନ କରଥିବାରୁ ପାଗ ଭିନ୍ନ ଭିନ୍ନ ହୋଇଥାଏ । ପୃଥିବୀ ପୃଷ୍ଠରେ ଉତ୍ତାପ ବାର୍ଷିକ ପରିସୀମା (−୪୦ °Fରୁ ୧୦୦ °F) ମଧ୍ୟରେ ରହେ । ହଜାର ହଜାର ବର୍ଷ ଧରି ପୃଥିବୀର ସୂର୍ଯ୍ୟ ଚତୁର୍ଦ୍ଦିଗରେ କରୁଥିବା ପରିକ୍ରମା ଫଳରେ ପୃଥିବୀକୁ ମିଳୁଥିବା ସୌରଶକ୍ତି (solar energy) ପ୍ରଭାବିତ ହୁଏ; ତେଣୁ ଦୀର୍ଘକାଳୀନ ପ୍ରଭାବ ପଡ଼ି ଜଳବାୟୂର (climate change) ପରିବର୍ତ୍ତନ ହୁଏ ।

ଉତ୍ତାପ ପରିବର୍ତ୍ତନ ହେଲେ ଚାପ ପରିବର୍ତ୍ତନ ହୁଏ । ଅଧିକ ଉଚ୍ଚତା ବିଶିଷ୍ଟ ସ୍ଥାନ ନିମ୍ନ ସ୍ଥାନ ଅପେକ୍ଷ ଥଣ୍ଡା ରହେ । ଉତ୍ତପ୍ତ ପୃଥିବୀ ସଂସ୍ପର୍ଶରେ ଆସିବାରୁ ବାୟୁମଣ୍ଡଳ ଉତ୍ତପ୍ତ ହୁଏ କିନ୍ତୁ ରାଡିଏସନ ଯୋଗୁ ଉତ୍ତାପ ସମାନ ରହେ । ଗୋଟିଏ ସ୍ଥାନରେ ଭବିଷ୍ୟତର ଭିନ୍ନ ଭିନ୍ନ ସମୟରେ ପୃଥିବୀ ଅବସ୍ଥାର (atmosphere ) ବୈଜ୍ଞାନିକ ଓ ଟେକନୋଲୋଜି ବ୍ୟବ‌ହାର କରାଯାଇଥିବା ଭବିଷ୍ୟବାଣୀକୁ ପାଣିପାଗ କୁହାଯାଏ । ଏହି ପାଣିପାଗ ସିସ୍ଟମ ଏକ ଅରାଜକ ପ୍ରଣାଳୀ, ତେଣୁ ଏହି ପ୍ରଣାଳୀର ଏକ କ୍ଷୁଦ୍ର ପରିବର୍ତ୍ତନ ହେବା ଫଳରେ ସମୁଦାୟ ପ୍ରଣାଳୀରେ ବିରାଟ ପ୍ରଭାବ ପଡ଼ିଯାଏ । ଇତିହାସରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ମାନବ ପାଗ ନିୟନ୍ତ୍ରଣ କରିବାରେ ଚେଷ୍ଟିତ ଅଛି ଓ ପାଣିପାଗ ଅନୁସାରେ କୃଷି ତ‌ଥା ଉଦ୍ୟୋଗର ପରିବର୍ତ୍ତନ ହେଉଛି ।

ଅନ୍ୟାନ୍ୟ ଗ୍ରହ ମାନଙ୍କରେ କିପରି ପାଗର ପ୍ରଭାବ ରହିଛି, ତାହା ଅନୁଶୀଳନ କରି ପୃଥିବୀରେ କିପରି ହେଉଛି ଜାଣିବା ଓ ବୁଝିବାରେ ବୋଧଗମ୍ୟ ହେଉଛି ।

  1. Merriam-Webster Dictionary. Weather. Retrieved on 27 June 2008.
  2. Glossary of Meteorology. Hydrosphere. Archived 15 March 2012 at the Wayback Machine. Retrieved on 27 June 2008.
  3. Glossary of Meteorology. Troposphere. Archived 28 September 2012 at the Wayback Machine. Retrieved on 27 June 2008.
  4. "Climate". Glossary of Meteorology. American Meteorological Society. Retrieved 14 May 2008.