ଥାଇରଏଡ କର୍କଟ

ଉଇକିପିଡ଼ିଆ‌ରୁ
(Thyroid cancerରୁ ଲେଉଟି ଆସିଛି)
ଥାଇରଏଡ କର୍କଟ (Thyroid cancer)
ପାପିଲାରି ଥାଇରଏଡ କର୍କଟର (papillary thyroid carcinoma) ମାଇକ୍ରୋଗ୍ରାଫ - ନିର୍ଣ୍ଣୟାତ୍ମକ (Micrograph) ହିସ୍ଟୋପାଥୋଲୋଜିରେ ନିଉକ୍ଲିଅସ କ୍କିଅରିଙ୍ଗ (nuclear) ଓ ଓଭରଲାପିଙ୍ଗ ଦେଖାଯାଉଛି ।
ବିଭାଗକର୍କଟ ରୋଗ ବିଜ୍ଞାନ (Oncology)
ଲକ୍ଷଣବେକରେ (neck) ଗୋଟାଳି ଫୁଲା ଦେଖାଯାଉଛି [୧]
ବିପଦ କାରକରାଡିଏସନ (Radiation) ସଂସ୍ପର୍ଶ, ଗଏଟର (enlarged thyroid) ଓ ପାରିବାରିକ ଇତିହାସ [୧][୨]
ରୋଗ ନିର୍ଣ୍ଣୟ ପଦ୍ଧତିଅଲଟ୍ରାସାଉଣ୍ଡ (Ultrasound), ଫାଇନ ନିଡଲ ଅସ୍ପିରେସନ (fine needle aspiration)[୧]
ସଠିକ ରୋଗ ନିର୍ଣ୍ଣୟଥାଇରଏଡ ନୋଡ୍ୟୁଲ (Thyroid nodule), ମେଟାସ୍ଟାସିସ (metastatic) ରୋଗ[୧][୩]
ଚିକିତ୍ସାଅପରେଶନ, ରାଡିଏସନ ଥେରାପି (radiation therapy), କେମୋଥେରାପି chemotherapyଆ), ଥାଇରଏଡ ହରମୋନ (thyroid hormone), ଟାରଗେଟେଡ ଥେରାପି (targeted therapy) ଓ ଅନୁଧ୍ୟାନ‌କାରୀ ଅପେକ୍ଷା (watchful waiting)[୧]
Prognosisପାଞ୍ଚ ବର୍ଷିଆ ଆୟୁସ (Five year survival rates ୯୮% (ଯୁକ୍ତରାଷ୍ଟ୍ର ଆମେରିକା)[୪]
ପୁନଃପୌନିକ୩.୨ ନିୟୁତ (୨୦୧୫)[୫]
ମୃତ୍ୟୁ ସାନ୍ଦ୍ରତା୩୧,୯୦୦ (୨୦୧୫)[୬]

ଥାଇରଏଡ କର୍କଟ (ଇଂରାଜୀ ଭାଷାରେ Thyroid cancer ଏକ ପ୍ରକାର କର୍କଟ ରୋଗ ଯାହା ଥାଇରଏଡ ଗ୍ରନ୍ଥିର (thyroid gland) ତନ୍ତୁରୁ (tissue) ଉତ୍ଥାନ ହୁଏ ।[୧] ଏହି ରୋଗରେ ଜୀବକୋଷ ଅସାଧାରଣ ଭାବରେ ବୃଦ୍ଧି ଲାଭ କରେ ଓ ଦେହର ଅନ୍ୟ ସ୍ଥାନ‌କୁ ବିସ୍ତାର (spread to other parts of the body|) ଲାଭ କରିବା କ୍ଷମତା ରଖେ ।[୭][୮] ଏହି ରୋଗ ହେଲେ ବେକର (neck) ସାମନା ଭାଗରେ ଏକ ଗୋଲାକାର ଫୁଲା ଦେଖାଯାଏ ।[୧] ଅନ୍ୟ ସ୍ଥାନର କର୍କଟ ରୋଗ ବିସ୍ତାରିତ ହୋଇ ଥାଇରଏଡରେ ହେଲେ ତାହାକୁ ଥାଇରଏଡ କର୍କଟରେ ବର୍ଗୀକରଣ କରାଯାଏ ନାହିଁ ।[୩]

ଅଳ୍ପ ବୟସରେ ରାଡିଏସନ (Radiation) ସଂସ୍ପର୍ଶ, ଗଳାରେ ଗଏଟର ଓ ପାରିବାରିକ ଇତିହାସ ଥିଲେ ଏହି ରୋଗ ସମ୍ଭାବନା ଅଧିକ ରହେ ।[୧][୨] ଚାରି ପ୍ରକାର ଥାଇରଏଡ କର୍କଟ ଦେଖାଯାଏ ଯଥା:- ପାପିଲାରି ଥାଇରଏଡ କର୍କଟ (papillary thyroid cancer), ଫଲିକୁଲାର ଥାଇରଏଡ କର୍କଟ (follicular thyroid cancer), ମେଡୁଲାରି ଥାଇରଏଡ କର୍କଟ (medullary thyroid cancer) ଓ ଆନାପ୍ଲାସ୍ଟିକ ଥାଇରଏଡ କର୍କଟ (anaplastic thyroid cancer) ।[୩] ଅଲଟ୍ରାସାଉଣ୍ଡ (Ultrasound), ଫାଇନ ନିଡଲ ଅସ୍ପିରେସନ (fine needle aspiration) ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ ।[୧] ସନ ୨୦୧୭ ସୁଦ୍ଧା କୌଣସି ଲକ୍ଷଣ ନଥିଲେ ଓ ସାଧାରଣ ସଙ୍କଟ ଥିଲେ ସ୍କ୍ରିନିଙ୍ଗ କରିବାକୁ ଉପଦେଶ ଦିଆଯାଏ ନାହିଁ ।[୯]

ଅପରେଶନ, ରାଡିଏସନ ଥେରାପି (radiation therapy), କେମୋଥେରାପି chemotherapyଆ), ଥାଇରଏଡ ହରମୋନ (thyroid hormone), ଟାରଗେଟେଡ ଥେରାପି (targeted therapy) ଓ ଅନୁଧ୍ୟାନ‌କାରୀ ଅପେକ୍ଷା watchful waiting) ସାହାଯ୍ୟରେ ଏହି ରୋଗର ଚିକିତ୍ସା କରାଯାଏ ।[୩] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ରୋଗରେ ପାଞ୍ଚ ବର୍ଷିଆ ଆୟୁସ (Five year survival rates) ପ୍ରାୟ ୯୮% । [୪]

ସନ ୨୦୧୫ରେ ପୃଥିବୀରେ ପ୍ରାୟ ୩.୨ ନିୟୁତ ଲୋକ ଏହି ରୋଗର ଶିକାର ହୋଇଛନ୍ତି । [୫] ସନ ୨୦୧୨ରେ ୨୯୮,୦୦୦ ନୂଆ ରୋଗୀ ଚିହ୍ନଟ ହୋଇଥିଲେ । [୧୦] ସାଧାରଣତଃ ୩୫ରୁ ୬୫ ବର୍ଷ ବୟସ ମଧ୍ୟରେ ଏହି ରୋଗ ଆକ୍ରମଣ କରେ ।[୪] ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ ଶିକାର ହୁଅନ୍ତି ।[୪] ଏସିଆ ମହାଦେଶର (Asian) ଲୋକଙ୍କୁ ଏ ରୋଗ ଅଧିକ ହୁଏ । [୩] ଚିହ୍ନଟ କରିବାର ଉନ୍ନତ ପଦ୍ଧତି ଯୋଗୁ ବିଗର କିଛି ଦଶନ୍ଧିରେ ଏହି ରୋଗ ହାର ବଢ଼ିଛି । [୧୦] ସନ ୨୦୧୫ରେ ଏହି ରୋଗରେ ୩୧,୯୦୦ ଲୋକ ମୃତ୍ୟୁ ମୁଖରେ ପତିତ ହୋଇଥିଲେ । [୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Thyroid Cancer Treatment". National Cancer Institute (in ଇଂରାଜୀ). 27 ଅପ୍ରେଲ 2017. Archived from the original on 15 ଜୁଲାଇ 2017. Retrieved 18 ଜୁଲାଇ 2017.
  2. ୨.୦ ୨.୧ Carling, T.; Udelsman, R. (2014). "Thyroid Cancer". Annual Review of Medicine. 65: 125–37. doi:10.1146/annurev-med-061512-105739. PMID 24274180.
  3. ୩.୦ ୩.୧ ୩.୨ ୩.୩ ୩.୪ "Thyroid Cancer Treatment". National Cancer Institute (in ଇଂରାଜୀ). 12 ମଇ 2017. Archived from the original on 16 ଜୁଲାଇ 2017. Retrieved 18 ଜୁଲାଇ 2017.
  4. ୪.୦ ୪.୧ ୪.୨ ୪.୩ "Cancer of the Thyroid - Cancer Stat Facts". seer.cancer.gov (in ଇଂରାଜୀ). Archived from the original on 15 ଜୁଲାଇ 2017. Retrieved 18 ଜୁଲାଇ 2017.
  5. ୫.୦ ୫.୧ GBD 2015 Disease and Injury Incidence and Prevalence, Collaborators. (8 October 2016). "Global, regional, and national incidence, prevalence, and years lived with disability for 310 diseases and injuries, 1990-2015: a systematic analysis for the Global Burden of Disease Study 2015". Lancet. 388 (10053): 1545–1602. doi:10.1016/S0140-6736(16)31678-6. PMC 5055577. PMID 27733282. {{cite journal}}: |first1= has generic name (help)CS1 maint: numeric names: authors list (link)
  6. ୬.୦ ୬.୧ GBD 2015 Mortality and Causes of Death, Collaborators. (8 October 2016). "Global, regional, and national life expectancy, all-cause mortality, and cause-specific mortality for 249 causes of death, 1980-2015: a systematic analysis for the Global Burden of Disease Study 2015". Lancet. 388 (10053): 1459–1544. doi:10.1016/s0140-6736(16)31012-1. PMC 5388903. PMID 27733281. {{cite journal}}: |first1= has generic name (help)CS1 maint: numeric names: authors list (link)
  7. "Cancer Fact sheet N°297". World Health Organization. ଫେବୃଆରୀ 2014. Archived from the original on 29 ଡିସେମ୍ବର 2010. Retrieved 10 ଜୁନ 2014.
  8. "Defining Cancer". National Cancer Institute. Archived from the original on 25 ଜୁନ 2014. Retrieved 10 ଜୁନ 2014.
  9. US Preventive Services Task, Force.; Bibbins-Domingo, K; Grossman, DC; Curry, SJ; Barry, MJ; Davidson, KW; Doubeni, CA; Epling JW, Jr; Kemper, AR; Krist, AH; Kurth, AE; Landefeld, CS; Mangione, CM; Phipps, MG; Silverstein, M; Simon, MA; Siu, AL; Tseng, CW (9 May 2017). "Screening for Thyroid Cancer: US Preventive Services Task Force Recommendation Statement". JAMA. 317 (18): 1882–1887. doi:10.1001/jama.2017.4011. PMID 28492905.
  10. ୧୦.୦ ୧୦.୧ World Cancer Report 2014. World Health Organization. 2014. pp. Chapter 5.15. ISBN 9283204298.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ