ତାରୀନ ଜାହାଁ
ତାରୀନ ଜାହାଁ | |
---|---|
তারিন জাহান | |
ଜନ୍ମ | ୨୬ ଜୁଲାଇ ୧୯୭୬ |
ଜାତୀୟତା | ବଙ୍ଗଳାଦେଶୀ |
ବୃତ୍ତି(ସମୂହ) | ଅଭିନେତ୍ରୀ ମଡେଲ କଣ୍ଠଶିଳ୍ପୀ |
ସକ୍ରିୟ ବର୍ଷ | ୧୯୮୮-ଏବେଯାଏଁ |
ବୈବାହିକ-ସାଥୀ |
ସୋହେଲ୍ ଅର୍ମାନ
(m. ୨୦୦୧; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।) |
ପୁରସ୍କାର | ମେରିଲ୍ ପ୍ରଥମ ଆଲୋ ପୁରସ୍କାର (୩ ଥର) |
ତାରୀନ ଜାହାଁ (ଜନ୍ମ: ୨୬ ଜୁଲାଇ ୧୯୭୬) [୧] ଜଣେ ବାଂଲାଦେଶୀ ଅଭିନେତ୍ରୀ, ମଡେଲ ଏବଂ ଗାୟକ ।[୨] ସେ ମୁଖ୍ୟତଃ ବଙ୍ଗଳାଦେଶୀ ଦୂରଦର୍ଶନର ବିଭିନ୍ନ କାର୍ଯ୍ୟକ୍ରମରେ ଅଭିନୟ କରନ୍ତି । ୧୯୮୭ କିମ୍ବା ୧୯୮୮ ମସିହାରେ, ସେ ଅଭିନୟ, ନୃତ୍ୟ ଏବଂ ଉପସ୍ଥାପିକା ପାଇଁ ନିର୍ମିତ ହୋଇଥିବା ଏକ ଦୂରଦର୍ଶନ ପ୍ରତିଯୋଗିତା କାର୍ଯ୍ୟକ୍ରମ ନୂତନ୍ କୁରିରେ ପ୍ରଥମେ ଭାଗନେଇଥିଲେ । ସେବେଠାରୁ ସେ ଶିଶୁ କଳାକାର ଭାବରେ ଦୂରଦର୍ଶନରେ କାମ କରିବା ଆରମ୍ଭ କରିଥିଲେ । ସେ ମେରିଲ୍ ପ୍ରଥମ ଆଲୋ ପୁରସ୍କାର ୨୦୦୬, ୨୦୦୭ ଓ ୨୦୧୨ ମସିହାରେ ତିନିଥର ଜିତିଛନ୍ତି ।[୩] ସେ ଦୁଇଟି କଥାଚିତ୍ରରେ କାମ କରିବା ସହ ଥରେ ବଙ୍ଗଳାଦେଶର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଜିତିଛନ୍ତି ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]୧୯୮୭ କିମ୍ବା ୧୯୮୮ ମସିହାରେ ସେ ବଙ୍ଗଳାଦେଶୀ ଦୂରଦର୍ଶନରେ କାମ କରିବା ଆରମ୍ଭ କରିଥିଲେ । ସେ ପ୍ରଥମେ ନୂତନ୍ କୁରି ନାମକ ଏକ ରିଆଲିଟି ଶୋ'ରେ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ସେ ଅଭିନୟ, ନୃତ୍ୟ ଏବଂ କାହାଣୀକାର ଭାବରେ କାମ କରିବା ଆରମ୍ଭ କରିଥିଲେ । ସେ ଉସ୍ତାଦ ହାସନ ଇକ୍ରମ ଉଲ୍ଲାଃଙ୍କଠାରୁ ସଙ୍ଗୀତ ଶିକ୍ଷା କରୁଥିଲେ ।[୪] ମାତ୍ର ସାଢ଼େ ତିନି ବର୍ଷ ବୟସରୁ ସେ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ, ସେତେବେଳେ ତାଙ୍କ ମାଆ ତାହମିନ୍ ବେଗମ୍ ତାଙ୍କୁ ତପନ ଦାସ ଗୁପ୍ତାଙ୍କ ପାଖକୁ ନୃତ୍ୟ ଶିଖିବାକୁ ପଠାଉଥିଲେ । ପାଞ୍ଚ ଭାଇଭଉଣୀମାନଙ୍କ ମଧ୍ୟରେ ସେ ସବୁଠାରୁ ସାନ ଥିଲେ ।[୫][୬] ସେ ଲାଲମାଟିଆ ମହିଳା କଲେଜରୁ ସାମାଜିକ କାର୍ଯ୍ୟରେ ସ୍ନାତକୋତ୍ତର କରିଥିଲେ ।[୭]
ବୃତ୍ତିଗତ ଜୀବନ
[ସମ୍ପାଦନା]ଅଭିନୟ
[ସମ୍ପାଦନା]ତାରୀନ ୧୯୮୮ ମସିହାରେ ବଙ୍ଗଳାଦେଶୀ ଦୂରଦର୍ଶନ ଜଗତରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଧାରାବାହିକ ଥିଲା ଏଇ ଶୁଭ ଦିନ ରାତ୍ରି, ଯେଉଁଥିରେ ସେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ ଏବଂ ପରେ ସେ ଶାହିଦୁଲ୍ଲାଃ କୈସରଙ୍କ ଏକ ଉପନ୍ୟାସ ଉପନ୍ୟାସ ଉପରେ ଆଧାରିତ ଧାରାବାହିକ ସଂଶପ୍ତକରେ କାର୍ଯ୍ୟ କରିଥିଲେ । ଏଟିଏନ୍ ବାଂଲାରେ ପ୍ରସାରିତ ଏକ ଧାରାବାହିକ କଥାଲବୁରିରେ ତୌକିର୍ ଅହମ୍ମଦଙ୍କ ସହ ସେ ଜଣେ ନାୟିକା ଭାବରେ ଦୂରଦର୍ଶନରେ କାମ କରିଥିଲେ ।
ଫୁଲ ବାଗନେର ସପ୍, କଥା ଚିଲୋ ଅନ୍ୟରୋକମ୍, ୟୁ-ଟର୍ଣ୍ଣ, ମାୟା, ହରାନୋ ଆକାଶ, ରାଜକନ୍ୟା, ସବୁଜ ବେଲ୍ବେଟ୍, ଏବଂ ଅଗ୍ନି ବୋଲକ ଭଳି ଧାରାବାହିରେ ସେ ଅଭିନୟ କରିଛନ୍ତି । ଏଥି ସହିତ ସେ ପ୍ରୀତି ଜତନ ଏବଂ କାଜଲେର ଦିନରାତ୍ରି ନାମକ ଦୁଇଟି ଟେଲିଫିଲ୍ମରେ କାମ କରିଛନ୍ତି ।[୮] କାଜଲେର ଦିନରାତ୍ରି ପାଇଁ ସେ ବଙ୍ଗଳାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଛନ୍ତି ।[୯]
ଜାହାଁ ପ୍ରିୟଙ୍କା ତ୍ରିବେଦୀ ଏବଂ ପ୍ରିୟଙ୍କା ବାନାର୍ଜୀଙ୍କ ପାଇଁ ଦୁଇଟି ଭାରତୀୟ-ବଙ୍ଗଳା ଚଳଚ୍ଚିତ୍ରରେ କଣ୍ଠଦାନ କରିଛନ୍ତି । ସେ ଏକ ବଙ୍ଗଳା ଚଳଚ୍ଚିତ୍ରରେ ଶବନୁରଙ୍କ ପାଇଁ ଡବିଂ କରିଥିଲେ ।
ଜାହାଁ ଏବଂ ତାଙ୍କର ଦୁଇ ଭଉଣୀ ଶମିମା ନାହରିନ୍ ଜାହାଁ ତୁହିନ୍ ଏବଂ ନାହିନ୍ କାଜୀ 'ତାନା' ନାମକ ଏକ ପ୍ରଯୋଜନା ସଂସ୍ଥା ନିର୍ମାଣ କରିଥିଲେ, ଯେଉଁଥିରେ ତାରୀନ୍ ଜାହାଁଙ୍କର 'ତା' ଏବଂ ନାହିନ୍ କାଜୀଙ୍କ 'ନା'କୁ ନେଇ ଗଠନ କରିଥିଲେ । କିନ୍ତୁ ତାରୀନ୍ ଜାହଁ ଏହି ପ୍ରଯୋଜନା ସସ୍ଥାକୁ ଛାଡ଼ି ତାଙ୍କ ନିଜର ଏକ ପ୍ରଯୋଜନା ସଂସ୍ଥା 'ଏ ନ୍ୟୁ ଟ୍ରି ଏଣ୍ଟରଟେନ୍ମେଣ୍ଟ' ଗଠନ କରିଛନ୍ତି ।[୧୦]
କଣ୍ଠଶିଳ୍ପୀ
[ସମ୍ପାଦନା]୨୦୧୧ ମସିହାରେ ଇଦ୍ ଉଲ୍ ଆଡାରେ ଆକାଶ ଦେବୋ କେକେ ନାମକ ତାଙ୍କର ପ୍ରଥମ ଏକକ ଆଲବମ୍ ମୁକ୍ତିଲାଭ କରିଥିଲା । ଏହି ଆଲବମ୍ରେ ୧୦ଟି ଗୀତ ଥିଲା ଯେଉଁଥିରୁ ଚାରିଟି ଦ୍ୱୈତ କଣ୍ଠରେ ଥିଲା । ଏହି ଚାରୋଟି ଗୀତର କଲିକତାର ରାଘବ ଚାଟାର୍ଜୀ ଓ ରପଙ୍କର ବାଗଚି ଏବଂ ବାଂଲାଦେଶର ଇବରାର୍ ଟିପୁ ଓ ତପନ ଚୌଧୁରୀ ଜାହାଁଙ୍କ ସହ କଣ୍ଠଦାନ କରିଥିଲେ । ସମସ୍ତ ଗୀତ ବିଭିନ୍ନ ଥିମ୍ ଉପରେ ଆଧାରିତ ଥିଲା । ମନ, ଯନ୍ତ୍ରଣା, ବର୍ଷା, ଆଶା, କଷ୍ଟ, ଆକାଶ, ଅନୁରୋଧ, ମାତା ଏବଂ ଅନ୍ୟାନ୍ୟ ବସ୍ତୁ ଉପରେ ଏହି ଗୀତଗୁଡ଼ିକ ନିର୍ମିତ ହୋଇଥିଲା ।[୪] ସେ ତାଙ୍କ ପିତାଙ୍କୁ "ଆମର୍ ପ୍ରଥମ୍ ଦେଖା ନାୟକ" ନାମକ ଏକ ଗୀତ ଉତ୍ସର୍ଗ କରିଥିଲେ, ଯାହାର ରଚନା କରିଥିଲେ ଜୁଲଫିକର ରସେଲ ଲେଖିଥିଲେ ଏବଂ ଇବ୍ରାର ଟିପୁ ସ୍ୱର ଦେଇଥିଲେ ।[୧୧] ତାଙ୍କର ଅନ୍ୟ ଏକ ଗୀତ "ସୋପ୍ନୋ ଗୁଲୋ ଜନାକ ପୋକର ମତ" ନାମକ ଏକ ନାଟକର ଟାଇଟଲ୍ ଗୀତ ମଧ୍ୟ ଗାଇଥିଲେ।[୧୨]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ସେ ଚଳଚ୍ଚିତ୍ର ନିର୍ମାତା ଅମଜାଦ୍ ହୁସେନ୍ଙ୍କ ପୁଅ ସୋହେଲ୍ ଅରମାନ୍ଙ୍କୁ ୨୦୦୧ ମସିହାରେ ବିବାହ କରିଥିଲେ ।[୧୩]
ଆଧାର
[ସମ୍ପାଦନା]- ↑ Masud, Mehedi (25 July 2013). তারিনের দিনরাত্রি [Tarin's Lifestyle]. Prothom Alo (in Bengali). Dhaka. Archived from the original on 4 March 2016. Retrieved 12 October 2015.
- ↑ "Launched her debut album in August 2011". Dhaka Mirror. 4 August 2011. Retrieved 12 October 2015.[permanent dead link]
- ↑ ঈদে তারিনের নাটক ‘হে নিস্তব্ধ পূর্ণিমা যামিনি’ [Tarin's 'Hey Nistobdho Purnima Jamini' on Eid]. Bijoy Bangla24 (in Bengali). Dhaka. 26 July 2013. Archived from the original on 21 November 2015. Retrieved 7 November 2015.
- ↑ ୪.୦ ୪.୧ "Tarin's different preparation…". Dhaka Mirror. 2011-08-04. Retrieved 12 October 2015.
- ↑ এই সময়ের তারিন. Samakal (in Bengali). Archived from the original on 2021-04-18. Retrieved 2020-11-11.
- ↑ তারিন জাহান - প্রিয়.কম. priyo.com (in Bengali).
- ↑ "Tareen honoured at her own college". The New Nation. 10 December 2019. Archived from the original on 17 April 2021. Retrieved 11 November 2020.
- ↑ বদলে যাওয়া তারিন. Ekushey TV. 2018-07-21.
- ↑ তারিনের ‘ডেলেশিয়া হত্যা’ [Tarin's 'Delishia Hotya']. Priyo News (in Bengali). Dhaka. 2014-11-30. Retrieved 12 October 2015.
- ↑ তারিন [Tarin]. Priyo News (in Bengali). Dhaka. Retrieved 12 October 2015.
- ↑ বাবাকে তারিনের উপহার! [Tarin's gift to her Father]. Priyo News (in Bengali). Dhaka. 2014-04-09. Retrieved 12 October 2015.
- ↑ Khan, Fahud (7 March 2013). নাটকের গানে কণ্ঠ দিলেন তারিন [Tarin rendered voice in Drama Track]. Priyo News (in Bengali). Dhaka. Retrieved 12 October 2015.
- ↑ ঢালিউডে আলোচিত বিবাহ বিচ্ছেদ [Notable divorces in Dhallywood]. Channel i (in Bengali). 2016-06-05. Retrieved 2019-11-30.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ତାରୀନ ଜାହାଁ