ସୁରେନ୍ଦ୍ରନାଥ ମିଶ୍ର

ଉଇକିପିଡ଼ିଆ‌ରୁ
(Surendranath Mishraରୁ ଲେଉଟି ଆସିଛି)
ସୁରେନ୍ଦ୍ରନାଥ ମିଶ୍ର
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୧୯୯୫
ପୂର୍ବ ଅଧିକାରୀକୈଳାଶ ଚନ୍ଦ୍ର ମହାପାତ୍ର
ପର ଅଧିକାରୀହରିହର ସାହୁ
ନିର୍ବାଚନ ମଣ୍ଡଳୀବେଗୁନିଆ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1953-09-20)୨୦ ସେପ୍ଟେମ୍ବର ୧୯୫୩
ମୃତ୍ୟୁ୨୪ ଜାନୁଆରୀ ୨୦୨୧(2021-01-24) (ବୟସ ୬୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ଦଳ
ଜୀବନ ସାଥୀଶାନ୍ତି ମିଶ୍ର
ବାପା/ବୋଉକୃଷ୍ଣ ଚରଣ ମିଶ୍ର (ବାପା)
ବୃତ୍ତିରାଜନୀତିଜ୍ଞ

ସୁରେନ୍ଦ୍ରନାଥ ମିଶ୍ର (୨୦ ସେପ୍ଟେମ୍ବର ୧୯୫୩ - ୨୪ ଜାନୁଆରୀ ୨୦୨୧) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସୁରେନ୍ଦ୍ରନାଥ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୧୯୯୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ବେଗୁନିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ସୁରେନ୍ଦ୍ରନାଥ ମିଶ୍ର ୧୯୫୩ ମସିହାର ସେପ୍ଟେମ୍ବର ମାସ ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କୃଷ୍ଣ ଚରଣ ମିଶ୍ର ଏବଂ ପତ୍ନୀଙ୍କ ନାମ ଶାନ୍ତି ମିଶ୍ର ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ସୁରେନ୍ଦ୍ରନାଥ ଓଡ଼ିଶା ରାଜନୀତିରେ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ ।[୧] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୧]

ମୃତ୍ୟୁ[ସମ୍ପାଦନା]

ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ୨୦୨୧ ମସିହା ଜାନୁଆରୀ ୨୪ ତାରିଖ ଦିନ ସୁରେନ୍ଦ୍ରନାଥ ମୃତ୍ୟୁବରଣ କରିଥିଲେ ।[୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Shri Surendranath Mishra". odishaassembly.nic.in. Odisha Assembly. Retrieved 15 May 2020.
  2. "ପୂର୍ବତନ ବିଧାୟକ ସୁରେନ୍ଦ୍ର ନାଥ ମିଶ୍ରଙ୍କ ଦେହାନ୍ତ". dharitriepaper.in. Retrieved 25 January 2021.