ଭାରତର ଉଚ୍ଚତମ ନ୍ୟାୟାଳୟ
ଭାରତର ଉଚ୍ଚତମ ନ୍ୟାୟାଳୟ (ISO: Bhārata kā Sarvōcca Nyāyālaya) ହେଉଛି ଭାରତର ସର୍ବୋଚ୍ଚ ନ୍ୟାୟିକ କ୍ଷେତ୍ର ଓ ଭାରତ ଗଣରାଜ୍ୟର ସର୍ବୋଚ୍ଚ ଅଦାଲତ। ଏହା ଭାରତର ସମସ୍ତ ଦେୱ୍ୱାନୀ ଓ ଫୌଜଦାରୀ ମାମଲା ପାଇଁ ଶେଷ ଅପିଲ ଅଦାଲତ। ଏହା ସହିତ ଏହାଙ୍କ ପାଖରେ ନ୍ୟାୟିକ ପୁନରାବଲୋକନର କ୍ଷମତା ରହିଛି । ଭାରତର ସର୍ବୋଚ୍ଚ ନ୍ୟାୟାଳୟ, ଭାରତର ମୁଖ୍ୟ ବିଚାରପତି ଏବଂ ସର୍ବାଧିକ ୩୩ ଜଣ ଅନ୍ୟାନ୍ୟ ବିଚାରପତିଙ୍କୁ ନେଇ ଗଠିତ । ଏହି ନ୍ୟାୟିକ ଅନୁଷ୍ଠାନର ମୌଳିକ, ଅପିଲ ସମ୍ବନ୍ଧୀୟ ଏବଂ ପରାମର୍ଶାତ୍ମକ କ୍ଷେତ୍ରାଧିକାର ରୂପେ ବ୍ୟାପକ କ୍ଷମତା ରଖିଛି ।[୧]
ସର୍ବୋଚ୍ଚ ସଂବିଧାନିକ ଅଦାଲତ ଭାବେ, ଏହା ପ୍ରାୟତଃ ବିଭିନ୍ନ ରାଜ୍ୟର ଉଚ୍ଚ ନ୍ୟାୟାଳୟ ଏବଂ ନ୍ୟାୟାଧିକରଣର ରାୟବିରୋଧରେ ଅପିଲଗୁଡ଼ିକ ଗ୍ରହଣ କରିଥାଏ । ପରାମର୍ଶାତ୍ମକ ଅଦାଲତ ଭାବରେ, ଏହା ସେହିସବୁ ମାମଲା ବିଚାର ପାଇଁ ଗ୍ରହଣ କରେ ଯାହାକୁ ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ପରାମର୍ଶ ପାଇଁ ଉଲ୍ଲେଖ କରାଯାଇଥାଏ । ନ୍ୟାୟିକ ପୁନରାବଲୋକନର ଅଧୀନରେ, ଏହା ସାଧାରଣ ଆଇନ ଓ ସଂବିଧାନ ସଂଶୋଧନ ସମ୍ପର୍କୀୟ ଆଇନ ସବୁକୁ "ମୂଳ ସଂରଚନା ସିଦ୍ଧାନ୍ତ" ତତ୍ତ୍ୱ ଅନୁଯାୟୀ ଆବଶ୍ୟକ ସ୍ଥଳେ ବାତିଲ କରେ ।
ଏହା ଭରତର ନାଗରିକଙ୍କର ମୌଳିକ ଅଧିକାର ସୁରକ୍ଷିତ କରିବାକୁ ଏବଂ କେନ୍ଦ୍ର ସରକାର ଓ ବିଭିନ୍ନ ରାଜ୍ୟ ସରକାର ମଧ୍ୟରେ ବିଧି ଆଧାରିତ ବିବାଦଗୁଡ଼ିକ ସମାଧାନ କରିବାକୁ ଗଠିତ । ଏହାଙ୍କ ରାୟ ଅନ୍ୟାନ୍ୟ ଭାରତୀୟ ଅଦାଲତ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ ବାଧ୍ୟତା ମୂଳକ ଭାବେ ଲାଗୁ ହୁଏ । ସଂବିଧାନର ଅନୁଚ୍ଛେଦ ୧୪୨ ଅନୁଯାୟୀ, ସର୍ବୋଚ୍ଚ ନ୍ୟାୟାଳୟ କୌଣସି ଆଦେଶ ପାରିତ କରିବା ପାଇଁ ସହଜାତ ନ୍ୟାୟିକ କ୍ଷେତ୍ରାଧିକାର ପ୍ରୟୋଗ କରିପାରେ, ଯାହା ସଂପୂର୍ଣ୍ଣ ନ୍ୟାୟର ହିତରେ ଆବଶ୍ୟକ ମନେ ହୋଇଥାଏ ଓ ଯାହାକୁ ରାଷ୍ଟ୍ରପତି ଅନୁସରଣ କରିବାକୁ ବାଧ୍ୟ ହୁଅନ୍ତି । ଭାରତ ଗଣରାଜ୍ୟ ଘୋଷିତ ହେବାର ଦୁଇଦିନ ପରଠାରୁ ଅର୍ଥାତ ୨୮ ଜାନୁଆରୀ ୧୯୫୦ ଠାରୁ ତତକାଳୀନ "ପ୍ରିଭି କାଉନ୍ସିଲର ନ୍ୟାୟିକ ସମିତି" ବଦଳରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟକୁ ଅପିଲର ସର୍ବୋଚ୍ଚ ଅଦାଲତ ଭାବେ ମାନ୍ୟତା ଦିଆଯାଇଛି ।
ଇତିହାସ
[ସମ୍ପାଦନା]ଅଧୀକାର କ୍ଷେତ୍ର
[ସମ୍ପାଦନା]ଗଠନ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "History | Supreme Court of India | India". www.sci.gov.in (in ଆମେରିକୀୟ ଇଂରାଜୀ). Retrieved 2024-12-25.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |