ସୁକୁମାର ସେନ

ଉଇକିପିଡ଼ିଆ‌ରୁ
(Sukumar Senରୁ ଲେଉଟି ଆସିଛି)


ସୁକୁମାର ସେନ
ଜନ୍ମ ଓ ଜନ୍ମସ୍ଥାନ(1900-01-16)୧୬ ଜାନୁଆରୀ ୧୯୦୦
ମୃତ୍ୟୁ୩ ମାର୍ଚ୍ଚ ୧୯୯୨(1992-03-03) (ବୟସ ୯୨)

ସୁକୁମାର ସେନ (ବଙ୍ଗଳା: সুকুমার সেন; ୧୬ ଜାନୁଆରୀ ୧୯୦୦ – ୦୩ ମାର୍ଚ୍ଚ ୧୯୯୨) ଜଣେ ବଙ୍ଗାଳୀ ସାହିତ୍ୟିକ ଥିଲେ । ସେ ପାଲି, ପ୍ରାକୃତ ଓ ସଂସ୍କୃତ ଭାଷାରେ ମଧ୍ୟ ପ୍ରବୀଣ ଥିଲେ ।

ଜୀବନୀ[ସମ୍ପାଦନା]

ସୁକୁମାର ୧୯୦୦ ମସିହାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ହରେନ୍ଦ୍ର ନାଥ ସେନ ଓ ମାତାଙ୍କ ନାମ ନବନଳିନୀ ଦେବୀ ଥିଲା । ପିତାଙ୍କ ବୃତି ଥିଲା ଓକିଲାତି । ତାଙ୍କର ପୈତୃକ ଘର ପଶ୍ଚିମ ବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲାର ଗୋତାନ । ସୁକୁମାର ବର୍ଦ୍ଧମାନ ମୁନିସିପାଲ ହାଇସ୍କୁଲରେ ପାଠ ପଢ଼ିଥିଲେ । ୧୯୧୯ ମସିହାରେ ସେ କଲିକତା ବିଶ୍ୱବିଦ୍ୟାଳୟ ଅଧିନସ୍ଥ ବର୍ଦ୍ଧମାନ ରାଜ କଲେଜରୁ ଏଫଏ ପାସ କରିଥିଲେ । ୧୯୨୧ ମସିହାରେ ସେ ସରକାରୀ ସଂସ୍କୃତ ମହାବିଦ୍ୟାଳୟରୁ ସ୍ନାତକ ସମାପ୍ତ କରିଥିଲେ । ୧୯୨୩ରେ "ତୁଳନାତ୍ମକ ଭାଷାଶାସ୍ତ୍ର" ପଢ଼ିଥିଲେ । ଏହି ପାଠ୍ୟକ୍ରମରେ ଭାଷାବିତ "ସୁନୀତି କୁମାର ଚାଟର୍ଜୀ" ଓ "ଇରା ଜାହାଙ୍ଗୀର ସୋରାବଜୀ ତାରାପୁରୱାଲା" ସୁକୁମାରଙ୍କ ଶିକ୍ଷକ ଥିଲେ । ପରେ ସେ "ପ୍ରେମଚାନ୍ଦ ରାୟଚାନ୍ଦ" ବୃତ୍ତି ପାଇ ପିଏଚଡି ହାସଲ କରିଥିଲେ । ୧୯୬୪ ମସିହାରେ ସୁକୁମାର ବିଶ୍ୱବିଦ୍ୟାଳୟରୁ ଅବସର ଗ୍ରହଣ କରିଥିଲେ ।

ବୃତିଗତ ଜୀବନ[ସମ୍ପାଦନା]

୧୯୩୦ ମସିହାରେ ସୁକୁମାର କଲିକତା ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା ଆରମ୍ଭ କରିଥିଲେ । ଏଠାରେ ସେ ୩୫ ବର୍ଷ କାଳ ଅଧ୍ୟାପନା କରିଥିଲେ । ସୁନୀତି କୁମାର ଚାଟର୍ଜୀଙ୍କ ପରେ, ୧୯୫୪ ମସିହାରେ ସେ ତୁଳନାତ୍ମକ ଭାଷାଶାସ୍ତ୍ର ବିଭାଗର ଦ୍ୱିତୀୟ "ଖଇରା ପ୍ରଫେସର" ହେବାର ମର୍ଯ୍ୟଦା ଲାଭ କରିଥିଲେ । ତାଙ୍କ କାର୍ଯ୍ୟକାଳ ସମୟରେ ଦେଶ ବିଦେଶର ବହୁ ଗବେଷକ ଏହି ଅନୁଷ୍ଠାନକୁ ଆସି ଅଧ୍ୟୟନ ଓ ଅନୁସଂଧାନ କାର୍ଯ୍ୟ କରିଥିଲେ ।

ସୁକୁମାର "ୟୁଜ ଅଫ କେସେସ ଇନ୍ ବେଦିକ ପ୍ରୋଜ" (୧୯୨୮) ଓ "ବୁଦ୍ଧିଷ୍ଟ ହାଇବ୍ରିଡ ସଂସ୍କୃତ(୧୯୨୮)" ପୁସ୍ତକରେ ଇଣ୍ଡୋ-ଆର୍ଯ୍ୟନ ଭାଷାର ଲିଖନ ଶୈଳୀ ବାବଦରେ ଆଲୋଚନା କରିଥିଲେ । ବଙ୍ଗାଳୀ ସାହିତ୍ୟକୁ, ସୁକୁମାର ନିଜ ରଚନା ମାଧ୍ୟମରେ ସମୃଦ୍ଧ କରିଥିଲେ । ତାଙ୍କ ରଚନା "ଗଳ୍ପ ସମଗ୍ର" (୨୦୦୯) ବହିରେ ସଂକଳିତ କରାଯାଇଥିଲା ।

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ସ୍ୱର୍ଣ୍ଣ ପଦକ - ୧୯୮୪( ଏସିଆଟିକ ସୋସାଇଟି, ଲଣ୍ଡନ । ଏହି ପଦକ ପାଇବାରେ ସୁକୁମାର ଏସିଆ ମହାଦେଶର ପ୍ରଥମ ବ୍ୟକ୍ତି ଥିଲେ )
  • ରବୀନ୍ଦ୍ର ପୁରସ୍କାର - ୧୯୬୩
  • ଆନନ୍ଦ ପୁରସ୍କାର - ୧୯୬୬, ୧୯୮୪
  • ବିଦ୍ୟାସାଗର ପୁରସ୍କାର - ୧୯୮୧
  • ଦେଶିକୋତ୍ତମ - ୧୯୮୨
  • ପଦ୍ମ ଭୂଷଣ - ୧୯୯୦
  • ଯଦୁନାଥ ସରକାର ପଦକ ( ଏସିଆଟିକ ସୋସାଇଟି, କଲିକତା)
  • କେନ୍ଦ୍ର ସାହିତ୍ୟ ଏକାଡେମୀ ଫେଲୋସିପ - ୧୯୭୩
  • ଆଶୁତୋଷ ସ୍ମୃତି ସ୍ୱର୍ଣ୍ଣ ପଦକ
  • ସରୋଜିନୀ ପଦକ

ରଚନାବଳୀ[ସମ୍ପାଦନା]

  1. ଭାଷାର ଇତିବୃତ[୧]
  2. Women's Dialect in Bengali
  3. ବଙ୍ଗଳା ସ୍ଥାନ ନାମ[୨]
  4. ରାମ କଥାର ପ୍ରାକ ଇତିହାସ[୩]
  5. ଭରତ କଥାର ଗ୍ରନ୍ଥି ମୋଚନ
  6. A History of Brajabuli Literature
  7. ବଙ୍ଗଳା ସାହିତ୍ୟର ଇତିହାସ[୪]
  8. ବଙ୍ଗଳା ସାହିତ୍ୟର କଥା[୫]
  9. ବଙ୍ଗଳା ସାହିତ୍ୟେ ଗଦ୍ୟ[୬]
  10. ବଙ୍ଗ ଭୂମିକା
  11. ବଙ୍ଗଳା ଇସଲାମି ସାହିତ୍ୟ
  12. ଦିନେରେ ପରେ ଦିନ ଯେ ଗେଲୋ

ଆଧାର[ସମ୍ପାଦନା]

  1. Sukumar Sen (1993). Bhāshāra itibr̥tta. Ānanda Pābaliśārsa. ISBN 978-81-7215-123-2.
  2. Sukumar Sen (1990). Place Name of West Bengal. International School of Dravidian Linguistics.
  3. Sukumar Sen (1977). Origin and Development of the Rāma Legend. Rupa.
  4. বাঙ্গালা সাহিত্যের ইতিহাস. 1955.
  5. বাঙ্গালা সাহিত্যের কথা. 1939.
  6. বাঙ্গালা সাহিত্যে গদ্য. 1939.