ନିଦ୍ରା ପକ୍ଷାଘାତ
ନିଦ୍ରା ପକ୍ଷାଘାତ (Sleep paralysis) | |
---|---|
ବିଭାଗ | ନିଦ୍ରା ଭେଷଜ ବିଜ୍ଞାନ (Sleep medicine) |
ଲକ୍ଷଣ | ଜ୍ଞାତସାରରେ ଚାଲିବାକୁ ଅକ୍ଷମ ବା ନିଦ୍ରାଗତ falling asleep[୧][୨] |
ଅବଧି | ଦୁଇ ମିନିଟରୁ କମ୍ [୨] |
ବିପଦ କାରକ | ନାର୍କୋଲେପ୍ସି (Narcolepsy), ଅବସ୍ଟ୍ରକ୍ଟିଭ ସ୍ଲିପ ଆପନିଆ (obstructive sleep apnea), ମଦ୍ୟାପାନ, ନିଦ୍ରା ଅଭାବ (sleep deprivation)[୨][୧] |
ରୋଗ ନିର୍ଣ୍ଣୟ ପଦ୍ଧତି | ନିଦ୍ରା ବର୍ଣ୍ଣନା ଅନୁସାରେ ରୋଗ ନିର୍ଣ୍ଣୟ[୨] |
ସଠିକ ରୋଗ ନିର୍ଣ୍ଣୟ | ନାର୍କୋଲେପ୍ସି (Narcolepsy), ଆଟୋନିକ ବାତ (atonic seizure), ହାଇପୋକାଲେମିକ ପିରିଅଡିକ ପକ୍ଷାଘାତ (hypokalemic periodic paralysis), ନିଦ୍ରା ଭୟ (night terrors)[୨][୧] |
ଚିକିତ୍ସା | ପ୍ରବୋଧନା (Reassurance), ନିଦ୍ରା ସ୍ୱାସ୍ଥ୍ୟରକ୍ଷା (sleep hygiene), କଗନିଟିଭ ବିହେଭିଅରାଲ ଥେରାପି (cognitive behavioral therapy), ଅବସାଦରୋଧୀ (antidepressants)[୧] |
ପୁନଃପୌନିକ | ୮–୫୦%[୨] |
ନିଦ୍ରା ପକ୍ଷାଘାତ (ଇଂରାଜୀ ଭାଷାରେ Sleep paralysis) ଏକ ପ୍ରକାର ବେମାରୀ ଯେଉଁଥିରେ ରୋଗୀ ନିଦ୍ରା ପରବର୍ତ୍ତୀ ସଚେତ ଅବସ୍ଥା (during awakening) ବା ନିଦ୍ରା ପୂର୍ବବର୍ତ୍ତୀ ସଚେତ ଅବସ୍ଥାରେ (falling asleep) ଚଳପ୍ରଚଳ ବା କଥା କହିବାକୁ ଅକ୍ଷମ ହୁଏ ।[୧][୨] ସମୟ ସମୟରେ ରୋଗୀର ହାଲ୍ୟୁସିନେସନ (hear, feel, or see things that are not there|) ହୁଏ ଯେଉଁଥିରେ ସେ ନଥିବା ଜିନିଷକୁ ଶୁଣେ, ଅନୁଭବ କରେ ଓ ଦେଖେ ।[୧] ଏହ ଫଳରେ ତା ମନରେ ଭୟ (fear) ଜାତ ହୁଏ । [୧] ଏହି ଭଳି ଘଟଣା ଦୁଇ ମିନିଟରୁ କମ୍ ସମୟ ରହେ । [୨] ଏହି ଘଟଣା ଥରେ ବା ବାରମ୍ବାର ହୁଏ । [୧]
ଏହି ରୋଗ ଅନ୍ୟଥା ସୁସ୍ଥ ଲୋକ, ନାର୍କୋଲେପ୍ସି (Narcolepsy), ଅବସ୍ଟ୍ରକ୍ଟିଭ ସ୍ଲିପ ଆପନିଆ (obstructive sleep apnea), ମଦ୍ୟାପାନ, ନିଦ୍ରା ଅଭାବ (sleep deprivation) ଥିବା ଲୋକର ହୋଇପାରେ । [୨] ଏହି ରୋଗକୁ ଟ୍ରିଗର କରିବା ଅବସ୍ଥାମାନଙ୍କର ନାମ: ନିଦ୍ରାହୀନତା (sleep deprivation), ମାନସିକ ଚାପ (psychological stress) ବା ଅନିୟମିତ ନିଦ୍ରା ଚକ୍ର (sleep cycles) ।[୨] ଏହା ଆରଇଏମ ନିଦ୍ରାର (REM sleep) କାର୍ଯ୍ୟ ଅସୁବିଧା ଯୋଗୁ ହେଉଥିବା ବିଚାର କରାଯାଏ । [୨] ରୋଗର ବର୍ଣ୍ଣନା ଅନୁସାରେ ରୋଗ ନିର୍ଣ୍ଣୟ ହୋଇଯାଏ । [୨] ଏକ ଭଳି ଲକ୍ଷଣ ଦେଖାଯାଉଥିବା ଅନ୍ୟ ରୋଗମାନଙ୍କରେ ନାମ: ନାର୍କୋଲେପ୍ସି (Narcolepsy), ଆଟୋନିକ ବାତ (atonic seizure), ହାଇପୋକାଲେମିକ ପିରିଅଡିକ ପକ୍ଷାଘାତ (hypokalemic periodic paralysis) ।[୨]
ଏହାର ବିଭିନ୍ନ ଚିକିତ୍ସା ବିଧିର ଫଳ ଭଲ ଭାବରେ ଅନୁଶୀଳନ ହୋଇନାହିଁ ।[୧] ରୋଗୀକୁ ଆଶ୍ୱାସନା ଦେଇ କୁହାଯାଏ, ଏହା ଅନେକ ଲୋକଙ୍କର ହୁଏ ଓ ସାଂଘାତିକ ନୁହେଁ ।[୧] ଅନ୍ୟ ଚିକିତ୍ସା ମଧ୍ୟରେ ନିଦ୍ରା ସ୍ୱାସ୍ଥ୍ୟରକ୍ଷା (sleep hygiene), କଗନିଟିଭ ବିହେଭିଅରାଲ ଥେରାପି (cognitive behavioral therapy), ଅବସାଦରୋଧୀ (antidepressants) ଔଷଧ ପ୍ରୟୋଗ କରାଯାଏ ।[୧]
ଯେ କୌଣସି ସମୟରେ ୮-୫୦% ଲୋକ ଏହି ରୋଗ ଅନୁଭବ କରନ୍ତି । [୨][୩] ପ୍ରାୟ ୫% ଲୋକଙ୍କର ଏହି ଅବସ୍ଥା ନିୟମିତ ଭାବରେ ହୁଏ ।[୨] ପୁରୁଷ ଓ ମହିଳାମାନେ ସମ ଭାବରେ ଆକ୍ରାନ୍ତ ହୁଅନ୍ତି ।[୨] ପୁରା ଇତିହାସରେ ଏହି ରୋଗର ବର୍ଣ୍ଣନା ଅଛି । [୧] ଆଲିଏନ ଆବଡକସନ (alien abduction) ଭଳି ଗଳ୍ପ ଓ ଅନ୍ୟାନ୍ୟ ଘଟଣାରେ (paranormal events) ଏହି ରୋଗର ଭୂମିକା ଥିବା ବିଶ୍ୱାସ କରାଯାଏ ।[୧]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ Sharpless, BA (2016). "A clinician's guide to recurrent isolated sleep paralysis". Neuropsychiatric disease and treatment. 12: 1761–67. doi:10.2147/NDT.S100307. PMC 4958367. PMID 27486325.
{{cite journal}}
: CS1 maint: unflagged free DOI (link) - ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ Avidan, Alon Y.; Zee, Phyllis C. (2011). Handbook of Sleep Medicine (in ଇଂରାଜୀ) (2 ed.). Lippincott Williams & Wilkins. p. Chapter 5. ISBN 9781451153859.
- ↑ Sharpless, Brian A.; Barber, Jacques P. (October 2011). "Lifetime prevalence rates of sleep paralysis: A systematic review". Sleep Medicine Reviews. 15 (5): 311–315. doi:10.1016/j.smrv.2011.01.007. PMC 3156892. PMID 21571556.
ବାହ୍ୟ ଲିଙ୍କ
[ସମ୍ପାଦନା]ଶ୍ରେଣୀବିଭାଗ |
---|
- Sleep information and links Archived 2016-03-06 at the Wayback Machine. from Stanford University
- Sleep Paralysis and Associated Hypnagogic and Hypnopompic Experiences from University of Waterloo