ସାନନ୍ଦ ମାରାଣ୍ଡି
ଦେଖଣା
(Sanand Marandiରୁ ଲେଉଟି ଆସିଛି)
ସାନନ୍ଦ ମାରାଣ୍ଡି | |
|---|---|
| ବିଧାୟକ: ୧୪ଶ, ୧୫ଶ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୨୦୦୯ – ୨୦୧୯ | |
| ପୂର୍ବ ଅଧିକାରୀ | ବିମଳ ଲୋଚନ ଦାସ |
| ନିର୍ବାଚନ ମଣ୍ଡଳୀ | ବାରିପଦା |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୨୬ ଜୁନ ୧୯୭୧ |
| ନାଗରିକତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ବିଜୁ ଜନତା ଦଳ |
| ଜୀବନ ସାଥୀ | କାଜଲ ମାରାଣ୍ଡି |
| ବାପା/ବୋଉ | ଗଙ୍ଗାଧର ମାରାଣ୍ଡି (ବାପା) |
| ବୃତ୍ତି | ରାଜନୀତିଜ୍ଞ |
ସାନନ୍ଦ ମାରାଣ୍ଡି (ଜନ୍ମ: ୨୬ ଜୁନ ୧୯୭୧) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି । ୨୦୦୯ ଓ ୨୦୧୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ବାରିପଦା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୪ଶ ଓ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ସାନନ୍ଦ ମାରାଣ୍ଡି ୧୯୭୧ ମସିହାର ଜୁନ ମାସ ୨୬ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ଗଙ୍ଗାଧର ମାରାଣ୍ଡି ଏବଂ ତାଙ୍କ ପତ୍ନୀଙ୍କ ନାମ କାଜଲ ମାରାଣ୍ଡି ।[୧] ତାଙ୍କ ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ସାନନ୍ଦ ମାରାଣ୍ଡି ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି ।[୧]