Jump to content

ରାଜକୀୟ ସ୍ପର୍ଶ

ଉଇକିପିଡ଼ିଆ‌ରୁ
(Royal touchରୁ ଲେଉଟି ଆସିଛି)
Mary I of England touching for scrofula, 16th-century illustration by Levina Teerlinc

ରାଜକୀୟ ସ୍ପର୍ଶ (ଇଂରାଜୀ ଭାଷାରେ The royal touch ବା (also known as the king's touch)) ଏକ ଚିକିତ୍ସା ପ୍ରଥା ଯେଉଁଥିରେ ଫ୍ରାନ୍ସ (French) ଓ ଇଂଲଣ୍ଡର (English monarchs) ସମ୍ରାଟମାନେ ରାଜ୍ୟର ସବୁ ସ୍ତରର ବିଭିନ୍ନ ରୋଗ‌ଗ୍ରସ୍ତ ପ୍ରଜାମାନଙ୍କୁ ଆରୋଗ୍ୟ କରିବାକୁ ନିଜ ହାତର ସ୍ପର୍ଶ ଦେଉଥିଲେ । [][][][] ଏହି ସ୍ପର୍ଶକୁ ଥମାଟର୍ଜିକ ସ୍ପର୍ଶ (thaumaturgic) କୁହାଯାଉଥିଲା ଓ ଷୋଡ଼ଶ ଶତାବ୍ଦୀ ପରଠାରୁ କାର୍ଯ୍ୟକାରୀ ହେଉଥିଲା; ସାଧାରଣତଃ ବେକରେ ଥିବା ଯକ୍ଷ୍ମାଗ୍ରସ୍ତ ଲସିକା ଗ୍ରନ୍ଥି ପ୍ରଦାହ ଭୋଗୁଥିବା (tuberculous cervical lymphadenitis) ଲୋକମାନଙ୍କୁ ଦିଆଯାଉଥିଲା । [] ଏହି ରୋଗରେ କ୍ୱଚିତ ମୃତ୍ୟୁ ହେଉଥିଲା ଓ ଅଧିକାଂଶ ସମୟରେ ଏହ ସ୍ୱତଃ ଆରୋଗ୍ୟ (remission) ହେଉଥିବା ଫଳରେ ରାଜାଙ୍କ ସ୍ପର୍ଶଯୋଗୁ ଆରୋଗ୍ୟ ହେଉଥିବା ଧାରଣା ଆସୁଥିଲା । [] ସମ୍ରାଟମାନେ ଏହି ପ୍ରଥା ପ୍ରୟୋଗଦ୍ୱାରା ରାଜ୍ୟରେ ତାଙ୍କର ନୂତନ ବଂଶର ବୈଧତା (legitimacy) ଓ ରାଜତ୍ୱର ଗରିମା ଦେଖାଉଥିଲେ ।

ବ୍ୟୁତ୍ପତ୍ତି

[ସମ୍ପାଦନା]
A 15th-century manuscript depicting the tradition that Clovis I healed the scrofulous following his coronation.

ଇଂଲଣ୍ଡର ରାଜା, ରାଣୀ (queens regnant) ଓ ଫ୍ରାନ୍‌ସର ଖୀରସ୍ଥାନ ଶାସକ ରାଜାମାନେ କେବଳ ଏହି ସ୍ୱର୍ଗୀୟ ଉପ‌ହାର ଶକ୍ତିର ଅଧିକାରୀ ଥିବା ଦାବୀ କରୁଥିଲେ, [] ଯାହା ସାହାଯ୍ୟରେ ସେମାନଙ୍କର କେବଳ ଛୁଇଁବା ବା ଆଉଁସିବାଦ୍ୱାରା ରୋଗ ଆରୋଗ୍ୟ କରିବା ଶକ୍ତି ଥିଲା । [] ଭଗବାନଙ୍କର ଏହି ଦୁଇ ରାଜାଙ୍କ ପ୍ରତି ଉଚ୍ଚ ଧରଣର ସମ୍ମାନ ଓ ଆଦର ଥିବା ଏହାଦ୍ୱାରା ପ୍ରମାଣିତ ହେଉଥିବା ଦାବୀ କରାଯାଉଥିଲା କିନ୍ତୁ କେଉଁ ରାଜାଙ୍କୁ ପ୍ରଥମେ ଏହି ଭଗବତ ସମ୍ମାନ ମିଳିଥିଲା, ସେ ବିଷୟରେ ମତୈକ୍ୟ ନଥିଲା । ଇଂଲଣ୍ଡର ସେଣ୍ଟ ଏଡ଼ୱାର୍ଡ଼ ଦି କନଫେସରଙ୍କର (r. ୧୦୪୨–୧୦୬୬) ସର୍ବପ୍ରମେ ଏହି ଆରୋଗ୍ୟ ଶକ୍ତି ଥିବା କୁହାଯାଉଥିଲା । [] ଫରାସୀମାନେ ଏହି ସ୍ୱର୍ଗୀୟ ଶକ୍ତିର ଅଧିକାରୀ ପ୍ରଥମେ ତାଙ୍କ ରାଜା ଫିଲିପ ୧ (r. ୧୦୫୯–୧୧୦୮) ବା ରବର୍ଟ ୨ (r. ୯୮୭–୧୦୩୧) ପାଇଥିବା କଥା ଦାବୀ କରୁଥଲେ କିନ୍ତୁ ସେଣ୍ଟ ଏଡ଼ୱାର୍ଡ଼ ଏହା ବ୍ୟବ‌ହାର କରୁଥିବା କଥା ରବର୍ଟ ୨ ମନା କରୁଥିଲେ । ଫରାସୀଙ୍କ ମତରେ ଇଂଲଣ୍ଡର ହେନରୀ ୧ ପ୍ରଥମେ ଏହାର ବ୍ୟବ‌ହାର କରୁଥିଲେ ଯାବା ଫରାସୀ ସମ୍ରାଟଙ୍କୁ କପି କରି ଏହି ସ୍ୱର୍ଗୀୟ ଉପ‌ହାର କଥା କ‌ହୁଥିଲେ; ପ୍ରଥମେ ଫରାସୀମାନେ ହିଁ ଏହାର ଅଧିକାରୀ ଥିଲେ । []

ପ୍ରଥାର ବିଲୋପ

[ସମ୍ପାଦନା]

ଲୁଇ ୧୩ (Louis XIII (r. ୧୬୧୦–୧୬୪୩)) ଓ ଲୁଇ ୧୪ (Louis XIV (r. ୧୬୪୩–୧୭୧୫)) ଉଭୟ ଏହି ସ୍ପର୍ଶ ଉତ୍ସବରେ ସକ୍ରିୟ ଯୋଗଦାନ କରୁଥିଲେ । ଶେଷୋକ୍ତ ରାଜା ଇଷ୍ଟର ପର୍ବ ଦିନ ୧୬୮୦ରେ ୧୬୦୦ ଲୋକଙ୍କୁ ସ୍ପର୍ଶ କରିଥିଲେ । [] ଭୋଲଟେୟାର (Voltaire (୧୬୯୪–୧୭୭୮) ତିରସ୍କାର ପୂର୍ବକ ଲେଖିଥିଲେ, ଏହି ରାଜକୀୟ ସ୍ପର୍ଶ‌ ଉପରେ ତାଙ୍କର ବିଶ୍ୱାସ ନାହିଁ, କାରଣ ଲୁଇ ୧୪ଙ୍କର ଜଣେ ମିସ୍ଟ୍ରେସ ରାଜାଙ୍କଦ୍ୱାରା ଯଥେଷ୍ଟ ସ୍ପର୍ଶ ପାଇ ମଧ୍ୟ ମୃତ୍ୟୁ ମୁଖରେ ପତିତ ହୋଇଥିଲେ । [] ସନ ୧୭୨୨ ପରେ ରାଜା ଏହାକି ପରିବର୍ତ୍ତନ କରି ଘୋଷଣା କଲେ, ରାଜା ସଂକ୍ରମିତ ବ୍ୟକ୍ତିକୁ ସ୍ପର୍ଶ କରୁଛନ୍ତି କିନ୍ତୁ ଭଗବାନ ତୁମକୁ ଆରୋଗ୍ୟ କରିବେ । ଏହି ନୂତନ ଫର୍ମୁଲା (French: "Le roi te touche, Dieu te guérit.") ଅନୁସାରେ ରାଜାଙ୍କର ଭଗବାନଙ୍କୁ କରୁଥିବା ପ୍ରାର୍ଥନା ସ୍ୱୀକାର ହୋଇପାରେ ନ ହୋଇବିପାରେ ଆର୍ଥାତ୍ ଆରୋଗ୍ୟ ହୋଇପାର ବା ନହୋଇପାର । ଲୁଇ ୧୫ Louis XV (r. ୧୭୧୫–୧୭୭୪) ନିଜେ ଏହି ରାଜକୀୟ ସ୍ପର୍ଶର ପ୍ରଭାବ ଉପରେ ସଂଶୟୀ ଥିଲେ । ତାଙ୍କ ରାଜତ୍ୱରେ ପ୍ରଥମେ ପ୍ରଥମେ ସେ ସ୍ପର୍ଶ ଦେଲେ କିନ୍ତୁ ପରେ ଏହାର ପ୍ରଭାବ ଉପରେ ସନ୍ଦିହାନ ହୋଇ ୧୭୩୯ ପରେ ଆଉ ରୋଗୀଙ୍କୁ ସ୍ପର୍ଶ ଦେଲେ ନାହିଁ । [][] ଏହି ରୀତିକୁ ୩୬ ବର୍ଷ ଧରି ବର୍ଖାସ୍ତ କରାଗଲା ପରେ ଲୁଇ ୧୬ (Louis XVI (r. ୧୭୭୪–୧୭୯୨)) ତାଙ୍କର ରାଜ୍ୟାଭିଷେକ ଦିନ (୧୧ ଜୁନ ୧୭୭୫) ପୁନର୍ବାର ଏହାକୁ ଚାଲୁକରି ତାଙ୍କ ରାଜତ୍ୱ ସମୟରେ ପ୍ରାୟ ୨୪୦୦ ରୋଗୀଙ୍କୁ ସ୍ପର୍ଶ ଦେଇଥିଲେ । ଚାର୍ଲସ୍ ୧୦ (Charles X (r. ୧୮୨୪–୧୮୩୦)) ତାଙ୍କ ରାଜ୍ୟାଭିଷେକ ଦିନ (ମଇ ୨୯, ୧୮୨୫) ୧୨୧ ଜଣ ରୋଗୀଙ୍କୁ ସ୍ପର୍ଶ କରିଥିଲେ । ପରେ ଏହି ସ୍ପର୍ଶ କେବେ ଦିଆଗଲା ନାହିଁ ।

  1. Lane Furdell, Elizabeth (2001). The Royal Doctors, 1485–1714: Medical Personnel at the Tudor and Stuart Courts. University Rochester Press. p. 190. ISBN 1580460518.
  2. ୨.୦ ୨.୧ ୨.୨ ୨.୩ ୨.୪ Sturdy, David J. (1992). The Royal Touch in England. Franz Steiner Verlag. p. 190. ISBN 3515062335. {{cite book}}: |work= ignored (help)
  3. ୩.୦ ୩.୧ Krieger, Dolores (2002). Therapeutic Touch as Transpersonal Healing. Lantern Books. pp. 7–9. ISBN 1590560108.
  4. ୪.୦ ୪.୧ ୪.୨ Finley-Crosswhite, Annette (2003). Princes and Princely Culture: 1450–1650. BRILL. pp. 139–144. ISBN 9004135723.
  5. Hampson, Norman; Crook, Malcolm; Doyle, William; Forrest, Alan I. (2004). Enlightenment and Revolution: Essays in Honour of Norman Hampson. Ashgate Publishing, Ltd. p. 60. ISBN 0754606821.
  6. Roche, Daniel (1998). France in the Enlightenment. Harvard University Press. p. 267. ISBN 0674317475.
  7. McManners, John (1999). Church and Society in Eighteenth-Century France: The Clerical Establishment and Its Social Ramification. Oxford University Press. pp. 13–14. ISBN 0198270038.