Jump to content

ରୋଶନୀ ନାଦର

ଉଇକିପିଡ଼ିଆ‌ରୁ
(Roshni Nadarରୁ ଲେଉଟି ଆସିଛି)
ରୋଶନୀ ନାଦର‌
[[File:
{{{caption}}}
|1000px|alt=
{{{caption}}}
]]
୨୦୧୮ ମସିହାରେ ରୋଶନୀ ନାଦର‌
ଜନ୍ମ୧୯୮୨[]
ଶିକ୍ଷାଉତ୍ତର-ପଶ୍ଚିମ ବିଶ୍ୱବିଦ୍ୟାଳୟ
କେଲୋଜ ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟ
ବୃତ୍ତି(ସମୂହ)ଅଧ୍ୟକ୍ଷ, ଏଚସିଏଲ ଟେକ୍ନୋଲୋଜି
ସକ୍ରିୟ ବର୍ଷ୨୦୦୮-ବର୍ତ୍ତମାନ
ବୈବାହିକ-ସାଥୀଶିଖର ମାଲହୋତ୍ରା
ସନ୍ତାନ
ପିତାମାତାଶିବ ନାଦର
କିରଣ ନାଦର
ୱେବସାଇଟwww.hcltech.com

ରୋଶନୀ ନାଦର ମାଲହୋତ୍ରା (ଜନ୍ମ ୧୯୮୨) ଜଣେ ଭାରତୀୟ କୋଟିପତି ବ୍ୟବସାୟୀ ତଥା ଏଚସିଏଲ ‍(HCL) ଟେକ୍ନୋଲୋଜିର ଚେୟାରମ୍ୟାନ୍ ଅଟନ୍ତି । ସେ ହେଉଛନ୍ତି ପ୍ରଥମ ମହିଳା ଯିଏକି ଭାରତରେ ଏକ ତାଲିକାଭୁକ୍ତ ଆଇଟି କମ୍ପାନୀର ନେତୃତ୍ୱ ନେଇଛନ୍ତି ।[][] ସେ ଏଚସିଏଲ ଗ୍ରୁପର ପ୍ରତିଷ୍ଠାତା ତଥା କୋଟିପତି ବ୍ୟବସାୟୀ ଶିବ ନାଦରଙ୍କର ଏକମାତ୍ର ସନ୍ତାନ ଅଟନ୍ତି ।[] ୨୦୧୯ ମସିହାରେ, ସେ ଫୋର୍ବସ୍ ୱାର୍ଲ୍ଡର ୧୦୦ ଜଣ ପ୍ରଭାବଶାଳୀ ମହିଳାମାନଙ୍କ ତାଲିକାରେ ୫୪ତମ ସ୍ଥାନରେ ଥିଲେ ।[] ୨୦୨୩ ମସିହାରେ, ରୋଶନୀ ଫୋର୍ବସ୍ ୱାର୍ଲ୍ଡର ୧୦୦ ଜଣ ଶକ୍ତିଶାଳୀ ମହିଳାମାନଙ୍କ ତାଲିକାରେ ୬୦ତମ ସ୍ଥାନ ଅଧିକାର କରିଛନ୍ତି ।[]

ପ୍ରାରମ୍ଭ ଜୀବନ

[ସମ୍ପାଦନା]

ରୋଶନୀ ନାଦର ଦିଲ୍ଲୀରେ ବଢ଼ିଥିଲେ । ସେ ବସନ୍ତ ଭ୍ୟାଲି ସ୍କୁଲରେ ଅଧ୍ୟୟନ କରିଥିଲେ ଏବଂ ରେଡି଼ଓ/ ଟିଭି/ ଚଳଚ୍ଚିତ୍ର ଉପରେ ଧ୍ୟାନ ଦେଇ ଉତ୍ତର-ପଶ୍ଚିମ ବିଶ୍ୱବିଦ୍ୟାଳୟରୁ କମ୍ୟୁନିକେଶନରେ ସ୍ନାତକ ହାସଲ କରିଥିଲେ । ସେ କେଲୋଗ ସ୍କୁଲ ଅଫ୍ ମ୍ୟାନେଜମେଣ୍ଟରୁ ଏମବିଏ କରିଥିଲେ ।[]

ବୃତ୍ତି

[ସମ୍ପାଦନା]

ସେ ଏଚସିଏଲରେ ଯୋଗଦେବା ପୂର୍ବରୁ ନିର୍ମାତା ଭାବରେ ବିଭିନ୍ନ କମ୍ପାନୀରେ କାର୍ଯ୍ୟ କରିଥିଲେ ।[] HCLରେ ଯୋଗଦେବାର ଏକ ବର୍ଷ ମଧ୍ୟରେ ସେ HCL ନିଗମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ସିଇଓ ଭାବରେ ଉନ୍ନୀତ ହୋଇଥିଲେ ।[][୧୦] ପରବର୍ତ୍ତୀ ସମୟରେ ତାଙ୍କ ପିତା ଶିବ ନାଦର ପଦ ଛାଡି଼ବା ପରେ ସେ ଏଚସିଏଲ ଟେକ୍ନୋଲୋଜିର ଚେୟାରମ୍ୟାନ୍ ହୋଇଥିଲେ ।[୧୧]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ରୋଶନୀ ଜଣେ ତାଲିମପ୍ରାପ୍ତ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଅଟନ୍ତି ।[୧୨] ୨୦୧୦ ମସିହାରେ, ସେ ଏଚସିଏଲ ସ୍ୱାସ୍ଥ୍ୟସେବାର ଉପାଧ୍ୟକ୍ଷ ଶିଖର ମଲହୋତ୍ରାଙ୍କୁ ବିବାହ କରିଥିଲେ । ସେମାନଙ୍କର ଦୁଇଟି ପୁଅ ଅଛନ୍ତି ।[୧୩]

  1. "Forbes profile: Roshni Nadar Malhotra". Forbes. Retrieved 16 September 2020.
  2. "HCL Tech's Roshni Nadar Is First Woman To Lead A Listed IT Company In India". Bloomberg Quint. 17 July 2020. Archived from the original on 17 July 2020. Retrieved 17 July 2020.
  3. "Roshni Nadar Malhotra, India's Wealthiest Woman, New Chief Of HCL Tech". NDTV.com. Retrieved 2020-07-17.
  4. "HCL gen-next Roshni Nadar appointed vice-chairman of HCL Tech - Times of India". The Times of India. 23 October 2018.
  5. "World's Most Powerful Women". Forbes (in ଇଂରାଜୀ). Retrieved 2019-12-13.
  6. "The World's Most Powerful Women 2023". Forbes (in ଇଂରାଜୀ). December 5, 2023. Retrieved 2024-06-10.
  7. "Roshni Nadar made CEO of HCL Corp". The Hindu. 2009-07-02. Retrieved 2009-07-02.
  8. Singh, S. Ronendra (August 2013). "The rise of an heiress: Roshni Nadar". @businessline (in ଇଂରାଜୀ). Retrieved 2019-01-03.
  9. "5 young guns who will take over top indian companies". Rediff.
  10. "Theindianrepublic.com | Netticasinoiden tasavalta – Markkinoiden hallitsija".
  11. "Shiv Nadar Steps Down As HCL Tech Chairman, His Daughter Roshni Nadar Malhotra To Succeed Him". NDTV.com. Retrieved 2020-07-17.
  12. "Roshni Nadar Takes Over As CEO Of HCL Corp". EFYtimes.com. 2009-07-02. Archived from the original on 2009-08-20. Retrieved 2009-07-02.
  13. Sil, Sreerupa. "Successfully Juggling Roles, Roshni Nadar Malhotra Is A True Woman". BW Businessworld (in ଇଂରାଜୀ). Retrieved 2017-11-02.