Jump to content

ରୂପମତୀ

ଉଇକିପିଡ଼ିଆ‌ରୁ
(Roopmatiରୁ ଲେଉଟି ଆସିଛି)
ରୂପମତୀଙ୍କ ସ‌ହିତ ମାଲ‌ୱା ସୁଲତାନ 'ବାଜ ବାହାଦୂର' (Baz Bahadur)

ରୂପମତୀ (ଇଂରାଜୀ ଭାଷାରେ Rani Roopmati) ଜଣେ କବୟିତ୍ରୀ ଥିଲେ ଯିଏ ମାଲ‌ୱା ସୁଲତାନ 'ବାଜ ବାହାଦୂର'ଙ୍କ ପତ୍ନୀ ଥଲେ । ମାଲ‌ୱା ଲୋକ‌କଥାରେ ସୁଲତାନ ଓ ରୂପମତୀଙ୍କର ପ୍ରେମ ବିଷୟରେ ମୁଖ୍ୟତଃ ଚର୍ଚ୍ଚା ହୋଇଥାଏ । ରୂପମତୀଙ୍କର ଅଲୌକିକ ସୌନ୍ଦର୍ଯ୍ୟ ବିଷୟ ଶୁଣି ମାଣ୍ଡୁ (Mandu) ବିଜୟ କରିବାକୁ ଆଦମ ଖାନ ପ୍ରଲୋଭିତ ହୋଇଥିଲା । ଆଦମ ଖାନ ବିଜୟ ପଥରେ ବାହାରିଲେ ଓ ଫୋର୍ଟରେ ବାଜ ବାହାଦୂର ଅ‌ହିତ ସାକ୍ଷାତ ହେଲା । ବାଜ ବାହାଦୂରଙ୍କର ଗୋଟିଏ ଛୋଟ ସୈନ୍ୟ ବାହିନୀ ଥିଲା । ତେଣୁ ସେ ଅକ୍ଳେଶରେ ହାରିଗଲେ । ରୂପମତୀ ବିଷ ଖାଇ ଆତ୍ମହତ୍ୟା କଲେ । ଏହିପରି ଭାବରେ ଏକ ସଙ୍ଗୀତମୟ, କାବ୍ୟିକ, ପ୍ରେମର ଯୁଦ୍ଧ ହୋଇ ଅବଶେଷରେ ମୃତ୍ୟୁ ହୋଇଗଲା ।[] ଏହି ପ୍ରେମ କାହାଣୀକୁ ଅନେକ ଲୋକ‌କଥା କ‌ହନ୍ତି କିନ୍ତୁ ବ‌ହୁତ ଲୋକ ଏହାକୁ ସତ୍ୟ କାହାଣୀ କ‌ହନ୍ତି ।

ଜୀବନୀ

[ସମ୍ପାଦନା]
ସନ ୧୫୬୧ରେ ମୋଗଲ ସୈକିକଙ୍କଦ୍ୱାରା ପରାଜିତ ବାଜ ବାହାଦୂର ହେବାର ଦୃଶ୍ୟ:ରାଣୀ ରୂପମତୀ ଓ ତାଙ୍କର ସଖୀ ତ‌ଥା ପରିଚାରିକାମାନେ ସେହି ଦୃଶ୍ୟ ଅବଲୋକନ କରୁଥିବାର ଦୃଶ୍ୟ । ଏହା ଆକବରନାମାରେ ବର୍ଣ୍ଣିତ ହୋଇଛି (Akbarnama

ବାଜ ବାହାଦୂର ସର୍ବଦା ସଙ୍ଗୀତକୁ ‌ବ‌ହୁତ ଭଲ ପାଉଥିଲେ । ମାଣ୍ଡୁ ରାଜ୍ୟର ସେ ଶେଷ ସ୍ୱାଧୀନ ରାଜା ଥିଲେ । ଜଙ୍ଗଲରେ ଶିକାର କରୁଥିବା ବେଳେ ବାଜ ବାହାଦୂର ଥରେ ଗୋଟିଏ ଗାଈ ଚରାଳୀ କ୍ରୀଡ଼ାରତା ଝିଅକୁ ତାର ସାଥିମାନଙ୍କ ସ‌ହିତ ଗୀତ ଗାଇ ଗାଇ ବୁଲୁଥିବାର ଦେଖିଲେ । ସେହି ଝିଅର ଅନୁପମ ସୌନ୍ଦର୍ଯ୍ୟ ଓ ଗୀତର କଣ୍ଠସ୍ୱରରେ ବିମୋହିତ ହୋଇ ସେ ରୂପମତୀଙ୍କୁ ତାଙ୍କ ସାଥିରେ ତାଙ୍କ ରାଜଧାନୀରେ ଥିବା ଉଆସକୁ ଆସିବାକୁ ନିମନ୍ତ୍ରଣ କଲେ । ମାଣ୍ଡୁ ଯିବାକୁ ଏକ ସର୍ତ୍ତରେ ରୂପମତୀ ରାଜି ହୋଇଥିଲେ: ପବିତ୍ର ନର୍ମଦା ପାଖରେ ଗୋଟିଏ ଉଆସରେ ସେ ତାଙ୍କ ବାସ କରିବ ଯେଉଁଠାରୁ ତାଙ୍କୁ ପ୍ରେମିକ ବାଜ ବାହାଦୂର ଦେଖିପାରିବେ । ଏହି ଭଳି ଭାବରେ ମାଣ୍ଡୁ ପାଖରେ ରେବା କୁଣ୍ଡ ତିଆରି ହୋଇଥିଲା ।

ଦୁର୍ଭାଗ୍ୟ ବଶତଃ ମୁସଲମାନ ରାଜପୁତ୍ର ବାଜ ବାହାଦୂର ସାଥିରେ ସେହି ହିନ୍ଦୁ ଗାଈ ଚରାଳୀର ପ୍ରେମ ଅଧିକ ଦିନ ସ୍ଥାୟୀ ହୋଇପାରିଲାନି ଓ ଅସଫଳ ହୋଇଗଲା । ମୁଗଲ ସମ୍ରାଟ ଆକବର ସେହି ମାଣ୍ଡୁ ରାଜ୍ୟ ଆକ୍ରମଣ କରି ରୂପମତୀ ଓ ବାଜ ବାହାଦୂରକୁ ଅଧୀନସ୍ଥ କରିବାକୁ ସ୍ଥିର କଲେ । ମୋଗଲ ସମ୍ରାଟ ଆକବର ମଧ୍ୟ ପ୍ରଦେଶରେ ଥିବା ସେହି ମାଣ୍ଡୁ (Mandu) ରାଜ୍ୟକୁ ଅଧିକାର କରିବାକୁ ଆଦମ ଖାନ‌କୁ ପଠେଇଲେ । ବାଜ ବାହାଦୂର ଏକ ସ୍ୱଳ୍ପ ସଂଖ୍ୟକ ସୈନ୍ୟ ବାହିନୀକୁ ନେଇ ଯୁଦ୍ଧ କଲେ ଓ ବିରାଟ ମୋଗଲ ସେନା ବାହିନୀ ଆଗରେ ଠିଆ ନହୋଇପାରି ସ‌ହଜରେ ପରାଜିତ ହୋଇଥିଲେ ।

ବାଜ ବାହାଦୂର ସାହାଯ୍ୟ ମାଗିବା ଉଦ୍ଦେଶ୍ୟରେ ଚିତ୍ତୋରଗଡ଼କୁ ପଳାୟନ କଲେ । ଆଦମ ଖାନ ମାଣ୍ଡୁକୁ ଆସିବା ପରେ ରୂପମତୀର ସୌନ୍ଦର୍ଯ୍ୟ ଦେଖି ବିମୋହିତ ହୋଇଯାଇଥିଲେ । ଧରା ନ ପଡ଼ିବା ନିମନ୍ତେ ରାଣୀ ରୂପମତୀ ପ୍ରେମ କାହାଣୀର ଅନ୍ତ କରି ନିର୍ଲିପ୍ତ ଭାବରେ ବିଷ ପାନ ପୂର୍ବକ ଇହଲୀଳା ସମ୍ବରଣ କରିଥିଲେ ।[]

ରାଣୀ ରୂପମତୀ ରଚିତ କବିତା

[ସମ୍ପାଦନା]

ସନ ୧୫୯୯ରେ ଶରାଫ-ଉଦ-ଦିନ ମିର୍ଜାଙ୍କ ସେବାରେ ଥିବା ଅହମଦ-ଉଲ-ଉମ୍ରି ତୁର୍କୋମନ ପ୍ରଥମେ ପର୍ସିଆ ଭାଷାରେ ରାଣୀ ରୂପମତୀଙ୍କର କାହାଣୀ ଲେଖିଥିଲେ । ତାଙ୍କ ରଚିତ ୨୫ଟି କବିତା ସଂଗ୍ରହ କରି ତାଙ୍କ ନିଜର ରଚନାବଳୀରେ ମଶ୍ରଣ କରିଦେଲେ । ମୂଳ ପାଣ୍ଡୁଲିପିଟି ତାଙ୍କ ନାତି ଫୁଲାଦ ଖାନ ହାତରେ ପଡ଼ିବା ପରେ ନିଜ ସାଙ୍ଗ ମିର ଜାଫର ଅଲି ସାଥିରେ ମିଶି ସନ ୧୬୫୩ରେ ସେହି ପାଣ୍ଡୁଲିପିର ଏକ ପ୍ରତିଲିପି (କପି) ତିଆରି କଲେ । ମିର ଜାଫର ଅଲିର କପି ପରେ ଦିଲ୍ଲୀର ମେହବୁବ ଅଲି ପାଖକୁ ହସ୍ତାନ୍ତର ହୋଇଥିଲା ଓ ତାଙ୍କ ମୃତ୍ୟୁ ହେବା ପରେ ଦିଲ୍ଲୀରେ ଥିବା ଏକ ମହିଳାଙ୍କ ପାଖକୁ ହସ୍ତାନ୍ତର ହୋଇଥିଲା । ଏହା ପରେ ଭୋପାଲର ଜେମାଦାର ଇନାୟତ ଅଲି ସେହି ମହିଳାଙ୍କଠାରୁ ପାଣ୍ଡୁଲିପିକୁ ନେଇ ଦିଲ୍ଲୀ ଯାଇଥିଲେ । ପରବର୍ତ୍ତୀ କାଳରେ ସେହି ପାଣ୍ଡୁଲିପି ସି.ଇ. ଲୁଆର୍ଡ଼ ହାତରେ ପଡ଼ିଥିଲେ ଓ ତାହାକୁ ଏଲ.ଏମ. କ୍ରମ୍ପ ଇଂରାଜୀ ଭାଷାରେ ସନ ୧୯୨୬ରେ ଅନୁବାଦ କରି ତାହାର ଶୀର୍ଷକ ରଖିଥିଲେ: ପଦ୍ମ ମହିଳା ମାଣ୍ଡୁର ରାଣୀ ରୂପମତୀ: ଅସାମାନ୍ୟ ବିଶ୍ୱସ୍ତ‌ତାର କାହାଣୀ (The Lady of the Lotus: Rupmati, Queen of Mandu: A Strange Tale of Faithfulness in 1926)। ସେହି ପାଣ୍ଡୁଲିପିରେ ୧୨ଟି ଦୋହା, ୧୦ଟି କବିତା ଓ ୩ଟି ସ‌ୱିଇୟା ଲିଖିତ ଥିଲା । []

  1. ୧.୦ ୧.୧ "Rewa kund". Archived from the original on 14 March 2006. Retrieved 20 June 2006.
  2. Khare, M.D. (ed.) (1981). Malwa through the Ages, Bhopal: Directorate of Archaeology and Museums, Government of M.P., pp.365-7