ରବର୍ଟ କଚ୍
ରବର୍ଟ କଚ୍ | |
---|---|
ଜନ୍ମ | ହେନେରିକ୍ ହରମନ୍ ରବର୍ଟ କଚ୍ ୧୧ ଡିସେମ୍ବର ୧୮୪୩ |
ମୃତ୍ୟୁ | ୨୭ ମଇ ୧୯୧୦ | (ବୟସ ୬୬)
ଜାତୀୟତା | ଜର୍ମାନ୍ |
ପ୍ରସିଦ୍ଧି | ରୋଗଜୀବାଣୁତତ୍ତ୍ୱ(bacteriology)ର ଆବିଷ୍କାର ଜୀବାଣୁତତ୍ତ୍ୱର କଚ୍ଙ୍କ ସ୍ୱୀକାର୍ଯ୍ୟ ତଥ୍ୟ ଆନ୍ଥ୍ରାକ୍ସ, ଯକ୍ଷ୍ମା ଏବଂ ହଇଜା |
ପୁରସ୍କାର | ଶରୀରତତ୍ତ୍ୱ ବା ଆୟୁର୍ବିଜ୍ଞାନ ବିଭାଗରେ ନୋବେଲ୍ ପୁରସ୍କାର (୧୯୦୫) |
ବିଜ୍ଞାନୀ ଜୀବନ | |
କ୍ଷେତ୍ର | ଜୀବିର୍ଣୁବିଜ୍ଞାନ |
କର୍ମାନୁଷ୍ଠାନ | ସର୍ବଭୌମ ସ୍ୱାସ୍ଥ୍ୟ କାର୍ଯ୍ୟାଳୟ, ବର୍ଲିନ, ବର୍ଲିନ ବିଶ୍ୱବିଦ୍ୟାଳୟ |
ଡକ୍ଟରୀ ଉପଦେଷ୍ଟା | ଜର୍ଜ ମାଇଷ୍ନର୍[୧] |
ଶିକ୍ଷକୀୟ ଉପଦେଷ୍ଟା | ଫ୍ରେଡ଼୍ରିକ୍ ଗୁସ୍ଟେଭ୍ ଜ୍ୟାକବ୍ ହେନ୍ଲେ କାର୍ଲ ଏୱାଲ୍ଡ ହାସ୍ସେ ରୁଡୋଲ୍ଫ ୱର୍ଚୋ |
ଆଦର୍ଶ | ଫ୍ରେଡ଼୍ରିକ୍ ଲଫ୍ଲର୍ |
ଦସ୍ତଖତ | |
ସଂକ୍ଷେପରେ ଜୀବନ
[ସମ୍ପାଦନା]ହେନେରିକ୍ ହରମନ୍ ରବର୍ଟ କଚ୍ ହେଉଛନ୍ତି ଜଣେ ଜର୍ମାନ ଡାକ୍ତର ।ଯକ୍ଷ୍ମା ବିଷୟରେ ଗୁଣାତ୍ମକ ଗବେଷଣା ପାଇଁ ୧୯୦୫ ମସିହାରେ ତାଙ୍କୁ ଶରୀରତତ୍ତ୍ୱ ବା ଆୟୁର୍ବିଜ୍ଞାନ ବିଭାଗରେ ନୋବେଲ ପୁରସ୍କାର ଦିଆଯାଇଥିଲା । ଜର୍ମାନ୍ର ହେନ୍ଭର୍ ରାଜ୍ୟର କ୍ଳାଉସ୍ଥାଲ୍ ସହରରେ ୧୮୪୩ ମସିହା ଡିସେମ୍ବର ୧୧ ତାରିଖରେ ରବର୍ଟ କଚ୍ ଜନ୍ମ ଗ୍ରହଣ କରିଥିଲେ । ବାପା ହେନେରିକ୍ ହରମନ୍ କଚ୍ ଓ ମାତା ମାଥାଇମ୍ ଜୁଲି ହେନରିଟ୍ ବିଅରିଖୱେଣ୍ଡଙ୍କ ଜନ୍ମିତ ୧୩ ପିଲାପିଲିଙ୍କ ମଧ୍ୟରୁ ରବର୍ଟ କଚ୍ ହେଉଛନ୍ତି ତୃତୀୟ ପୁତ୍ର । ୧୮୧୮ ମସିହାରେ ପ୍ରାଥମିକ ଶିକ୍ଷା ଆରମ୍ଭ କରି ପ୍ରତ୍ୟେକ ଶ୍ରେଣୀରେ ନିଜକୁ ଶ୍ରେଷ୍ଠ ଛାତ୍ର ଭାବରେ ନିଜକୁ ପ୍ରମାଣିତ କରିଥଲେ । ୧୮୬୨ ମସିହାରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ମାତ୍ର ବୁଡ଼ାଜାହାଜରେ ଜଣେ ଡ଼ାକ୍ତର ଭାବରେ କାମ କରିବାକୁ ତାଙ୍କର ଇଚ୍ଛା ଥିଲା । ତେଣୁ ଗତିନ୍ଜନ୍ ବିଶ୍ୱବିଦ୍ୟାଳୟରେ ଆୟୁର୍ବିଜ୍ଞାନ ପଢ଼ି ୧୮୬୬ ମସିହାରେ ଡ଼ିଗ୍ରୀ ହାସଲ କରିଥିଲେ । ୬୬ ବର୍ଷ ବୟସରେ ମେ ୨୭ ତାରିଖ, ୧୯୧୦ ମସିହାରେ ବଡ଼େନ୍-ବଡ଼େନ୍ ସହରରେ କଚ୍ ପ୍ରାଣ ତ୍ୟାଗ କରିଥିଲେ ।
କଚ୍ଙ୍କ ଗବେଷଣା
[ସମ୍ପାଦନା]ବୀଜାଣୁ ବା ବ୍ୟାକ୍ଟେରିଆ ଉପରେ ରବର୍ଟ କଚ୍ ଗବେଷଣା କରି ଲୁଇ ପାଶ୍ଚରଙ୍କ ସୃଷ୍ଟ ବୀଜାଣୁ ବିଜ୍ଞାନକୁ ପ୍ରତିଷ୍ଟିତ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିପାରିଥିଲେ । ଗୋଜାତି ପଶୁମାନଙ୍କ ମଧ୍ୟରେ ଆନ୍ଥ୍ରାକ୍ସ ରୋଗର ସଂକ୍ରମଣ ବିଷୟକୁ ଅନୁଧ୍ୟାନ କରି ବେସିଲସ୍ ଏନ୍ଥ୍ରାସିସ୍ ବୀଜାଣୁକୁ କଚ୍ ସଂକ୍ରମିତ ପଶୁର ରକ୍ତରୁ ଅଲଗା କରିଥିଲେ । ଏଭଲି ବୀଜାଣୁକୁ ଅବମିଶ୍ରିତ ପୋଷକରେ ବୃଦ୍ଧି କରାଯାଇଥିଲା । ଏହି ବୀଜାଣୁ ନିଜସ୍ୱ ପୋଷଦଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଅଲଗା ହୋଇ ରହିଲେ ଅକ ପ୍ରକାର କୋଷ ପେଟୀଦ୍ୱାରା ଆବୃତ ହେଉଥିବାର ଦର୍ଶାଇଥିଲେ । ବିଜାଣୁର ଏହି ଅବସ୍ଥାକୁ ଅନ୍ତର ରେଣୁ କୁହାଯାଏ । ଏଗୁଡ଼ିକ ମାଟିରେ ବହୁତ ସମୟ ପର୍ଯ୍ୟନ୍ତ ଜୀବନ୍ତ ରହିପାରନ୍ତି ଯାହାକି ଉପଯୁକ୍ତ ପରିବେଶର ଗୋଜାତୀ ପଶୁଙ୍କୁ ହଠାତ ସଂକ୍ରମଣ କରେ । ଏହାଦ୍ୱାରା ମହାମାରୀ ଭାବରେ ଆନ୍ଥ୍ରାକ୍ସ ବ୍ୟାପିଯାଏ ।
ରବର୍ଟ କଚ୍ ୧୮୮୩ ମସିହାରେ ଫ୍ରାନ୍ସ ଗବେଷକମାନଙ୍କ ସହିତ ମିଶି ହଇଜା ରୋଗ ବିଷୟରେ ଗବେଷଣା କରିଥିଲେ ଏବଂ ଏହି ରୋଗ କରୁଥିବା ବୀଜାଣୁକୁ ଚିହ୍ନଟ କରିଥିଲେ । ସେ ସମୟରେ ବଳବତ୍ତର ଥିବା ମିଆଜ୍ମା ତତ୍ତ୍ୱ ପାଇଁ ଏଭଳି ଆବିଷ୍କାରକୁ ଗୁରୁତ୍ୱ ଦିଆଯାଇନଥିଲା ।
ଯକ୍ଷ୍ମା ରୋଗ ଘଟାଉଥିବା ବୀଜାଣୁ ମାଇକୋବ୍ୟାକ୍ଟେରିଅମ୍ ଟ୍ୟୁବେକୁଲେସିସ୍କୁ ୧୮୮୨ ମସିହାରେ କଚ୍ ଆବିଷ୍କାର କରାଇଥିଇଲେ ଓ ରୋଗୀ ଦେହରୁ ବୀଜାଣୁ ପୃଥକ୍ କରି ଅବମିଶ୍ରିତ ପୋଷକ ତିଆରି କରିପାରିଥିଲେ । ସେ ବ୍ୟବହାର କରିଥିବା ଅଗର୍ ପ୍ଲେଟ୍ ପଦ୍ଧତି ଆଜି ମଧ୍ୟ ବିଜ୍ଞାନ ପ୍ରୟୋଗଶାଳାରେ ବ୍ୟବହାର କରାଯାଉଛି ।
"ବୀଜାଣୁ ହିଁ ରୋଗର କାରକ" ମତବାଦର ରବର୍ଟ କଚ୍ ଥିଲେ ଉଦ୍ୟକ୍ତା । ତାଙ୍କଦ୍ୱାରା ପ୍ରଣିତ "କଚ୍ଙ୍କ ସ୍ୱୀକାର୍ଯ୍ୟ ତଥ୍ୟ" ହିଁ କଚ୍ଙ୍କୁ ନୋବେଲ୍ ପୁରସ୍କାର ଜିତାଇ ଥିଲା । ତଥ୍ୟର ମୁଖ୍ୟ ବିଷୟ: ରୋଗଗ୍ରସ୍ତ ଜୀବଠାରେ ବହୁ ପରମାଣୁର ସନ୍ଧାନ ମିଳେ । ସୁସ୍ଥ ଜୀବ ପାଖରେ ତାହା ନଥାଏ । ଅଣୁଜୀବକୁ ରୋଗୀଙ୍କ ପାଖରୁ ଅଲଗା କରି ଅବମିଶ୍ରିତ ପୋଷକରେ ବଢ଼ାଇ ହେବ । ଏଭଳି ପୋଷକ ଅଣୁଜୀବକୁ ସୁସ୍ଥ ଜୀବ ଦେହକୁ ପ୍ରବେଶ କରାଇଲେ ତା' ଦେହରେ ସେହି ରୋଗ ଦେଖାଦିଏ ।
୧୮୯୮ ମସିହାରେ ପୃସିଆରେ ନୂଆ ଭାବରେ ଗଢ଼ା ଯାଇଥିବା ସଂକ୍ରାମକ ରୋଗ ପ୍ରତିଷ୍ଠାନର କଚ୍ ପ୍ରଥମ ନିର୍ଦ୍ଦେଶକ ହୋଇଥିଲେ । ଏହି ପ୍ରତିଷ୍ଠାନଟି ପରବତ୍ତୀ କାଳରେ ରବର୍ଟ କଚ୍ ପ୍ରତିଷ୍ଠାନ ଭାବରେ ନାମିତ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ ID Tree profile Robert Koch
- ↑ Thomas D. Brock (୧୯୮୮). Robert Koch: A Life in Medicine and Bacteriology. ASM Press. p. ୨୯୬. ISBN 9781555811433.
He loved seeing new things, but showed no interest in politics. Religion never entered his life.
{{cite book}}
:|access-date=
requires|url=
(help); Check date values in:|accessdate=
(help)