Jump to content

ଟେରିଜିଅମ (ଶ୍ୱେତପଟଳ)

ଉଇକିପିଡ଼ିଆ‌ରୁ
(Pterygium (conjunctiva)ରୁ ଲେଉଟି ଆସିଛି)
ଟେରିଜିଅମ (ଶ୍ୱେତପଟଳ)/ Pterygium (conjunctiva)
ସର୍ଫରଙ୍କ ଆଖି/ Surfer's eye[]
ସ୍ୱେଚ୍ଛ ପଟଳ ଦିଗକୁ ଟେରିଜିଅମ ବଢ଼ୁଛି ।
ବିଭାଗଚକ୍ଷୁ ବିଜ୍ଞାନ (Ophthalmology)
ଲକ୍ଷଣସ୍ୱେଚ୍ଛ ପଟଳ (cornea) ଉପରେ ଗୋଲାପୀ, ତ୍ରିଭୁଜାକାର ତନ୍ତୁ ବୃଦ୍ଧି ।[]
ଆକ୍ରାନ୍ତ ସମୟଧୀର ଓ କ୍ରମିକ[]
କାରଣଅଜ୍ଞାତ[]
ବିପଦ କାରକଅଲ୍ଟ୍ରାଭାୟୋଲେଟ (UV light), ଧୂଳି, ଜେନେଟିକ[][][]
ସଠିକ ରୋଗ ନିର୍ଣ୍ଣୟପିଙ୍ଗୁଏକୁଲା (Pinguecula), ଅର୍ବୁଦ, ଟେରିଏନସ ମାର୍ଜିନାଲ କର୍ନିଆଲ ଡିଜେନେରେସନ (Terrien's marginal corneal degeneration) ।[]
ପ୍ରତିକାରକଳା ଚଷମା, ଟୋପି []
ଚିକିତ୍ସାନିର୍ଦ୍ଦିଷ୍ଟ ଚିକିତ୍ସା କିଛି ନାହିଁ, ଆଖି ଓଦା ରଖିବା ଔଷଧ ଓ ଅପରେଶନ । []
Prognosisସୁସାଧ୍ୟ[]
ପୁନଃପୌନିକ୧%ରୁ ୩୩%[]

ଟେରିଜିଅମ (ଇଂରାଜୀ ଭାଷାରେ pterygium) ବେମାରୀରେ ଆଖିର ସ୍ୱେଚ୍ଛ ପଟଳ (cornea) ଉପରେ ଏକ ତ୍ରିକୋଣାକାର ତନ୍ତୁ ଗୁଚ୍ଛ ମାଡ଼ିଯାଏ ।[] ଏହା ନାକ ଦିଗରୁ ଆରମ୍ଭ ହୋଇ ପୁତ୍ତଳି ଦିଗକୁ ମାଡ଼ିଯାଏ ।[] ଏହି ତନ୍ତୁ ବୃଦ୍ଧି ଧୀରେ ଗତି କରେ କିନ୍ତୁ ପୁତ୍ତଳିକୁ (pupil) ଘୋଡ଼େଇଦିଏନାହିଁ ।[] ଅନେକ ସମୟରେ ଉଭୟ ଆଖିରେ ଏହି ରୋଗ ହୁଏ ।[]

ଏହାର କାରଣ ସ୍ପଷ୍ଟ ହୋଇନାହିଁ ।[] ଆଂଶିକ ଭାବରେ ଦୀର୍ଘକାଳୀନ ଅଲ୍ଟ୍ରାଭାୟୋଲେଟ (UV light) ଓ ଧୂଳି ସଂସ୍ପର୍ଶ ଯୋଗୁ ଏହ ହେଉଥିବା ସନ୍ଦେହ କରାଯାଏ ।[][] ଜେନେଟିକ (Genetic) କାରକର ଭୂମିକା ଥିବା ଜଣାଯାଏ ।[] ଏହା ଏକ ମୃଦୁ ବୃଦ୍ଧି (benign growth).[] ଏକା ଭଳି ଦେଖାଯାଉଥିବା ଅନ୍ୟ ରୋଗମାନଙ୍କ ନାମ ଯଥାକ୍ରମେ ପିଙ୍ଗୁଏକୁଲା (Pinguecula), ଅର୍ବୁଦ, ଟେରିଏନସ ମାର୍ଜିନାଲ ଡିଜେନେରେସନ (Terrien's marginal corneal degeneration) । []

ପ୍ରଖର ସୂର୍ଯ୍ୟକିରଣ ପଡ଼ୁଥିବା ସ୍ଥାନମାନଙ୍କରେ ଏହାର ପ୍ରତିଷେଧ ଭାବରେ କଳା ଚଷମା ଓ ଟୋପି ବ୍ୟବ‌ହାର କରିବାକୁ ଉପଦେଶ ଦିଆଯାଏ । ରୋଗ ହୋଇଥିଲେ ତୈଳାକ୍ତ ଆଖି (eye lubricant) ରଖିବାକୁ ଔଷଧ ଦେଲେ ସାହାଯ୍ୟପ୍ରାପ୍ତ ହୁଏ । ଦୃଷ୍ଟିହାନୀ ହେଲେ ଅପରେଶନ କରିବାକୁ ପଡ଼େ ।[] ଅପରେଶନ କଲେ ମଧ୍ୟ ପ୍ରାୟ ଅର୍ଦ୍ଧେକ କେଶ୍‌ରେ ପୁନର୍ବାର ଏହି ରୋଗ ହୁଏ । [][]

ପୃଥିବୀର ବିଭିନ୍ନ ସ୍ଥାନରେ ଏହି ରୋଗ ୧ରୁ ୩୩% ଲୋକଙ୍କୁ ହୁଏ । ବିଷୁବ ମଣ୍ଡଳ (equator) ନିକଟରେ ବାସ କରୁଥିବା ପୁରୁଷଙ୍କୁ ମହିଳାଙ୍କ ଅପେକ୍ଷା ଏହି ରୋଗ ଅଧିକ ହୁଏ । ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ଏହି ରୋଗ ହେବା ସଙ୍କଟ ବୃଦ୍ଧି ହୁଏ ।[] ଖ୍ରୀ:ପୂ: ୧୦୦୦ ସମୟରୁ ଏହି ରୋଗର ବର୍ଣ୍ଣନା ଅଛି । []

  1. Tollefsbol, Trygve (2016). Medical Epigenetics (in ଇଂରାଜୀ). Academic Press. p. 395. ISBN 9780128032404. Archived from the original on 22 ଅକ୍ଟୋବର 2016.
  2. 1 2 3 4 5 6 7 8 9 10 11 12 "Facts About the Cornea and Corneal Disease | National Eye Institute" (in ଇଂରାଜୀ). The National Eye Institute (NEI). ମଇ 2016. Archived from the original on 16 ଅପ୍ରେଲ 2017. Retrieved 16 ଅପ୍ରେଲ 2017.
  3. 1 2 3 Yanoff, Myron; Duker, Jay S. (2009). Ophthalmology (in ଇଂରାଜୀ). Elsevier Health Sciences. p. 364. ISBN 0323043321. Archived from the original on 16 ଅପ୍ରେଲ 2017.
  4. 1 2 Anguria, P; Kitinya, J; Ntuli, S; Carmichael, T (2014). "The role of heredity in pterygium development". International journal of ophthalmology. 7 (3): 563–73. doi:10.3980/j.issn.2222-3959.2014.03.31. PMC 4067677. PMID 24967209.
  5. 1 2 3 Smolin, Gilbert; Foster, Charles Stephen; Azar, Dimitri T.; Dohlman, Claes H. (2005). Smolin and Thoft's The Cornea: Scientific Foundations and Clinical Practice (in ଇଂରାଜୀ). Lippincott Williams & Wilkins. pp. 1003, 1005. ISBN 9780781742061. Archived from the original on 16 ଅପ୍ରେଲ 2017.
  6. 1 2 3 Halperin, Edward C.; Perez, Carlos A.; Brady, Luther W. (2008). Perez and Brady's Principles and Practice of Radiation Oncology (in ଇଂରାଜୀ). Lippincott Williams & Wilkins. p. 778. ISBN 9780781763691. Archived from the original on 16 ଅପ୍ରେଲ 2017.
  7. 1 2 Droutsas, K; Sekundo, W (June 2010). "[Epidemiology of pterygium. A review]". Der Ophthalmologe : Zeitschrift der Deutschen Ophthalmologischen Gesellschaft (in German). 107 (6): 511–2, 514–6. doi:10.1007/s00347-009-2101-3. PMID 20393731.{{cite journal}}: CS1 maint: unrecognized language (link)
  8. Saw, SM; Tan, D (September 1999). "Pterygium: prevalence, demography and risk factors". Ophthalmic epidemiology. 6 (3): 219–28. doi:10.1076/opep.6.3.219.1504. PMID 10487976.