Jump to content

ପୀପଲ ବାବା

ଉଇକିପିଡ଼ିଆ‌ରୁ
(Peepal Babaରୁ ଲେଉଟି ଆସିଛି)
ପୀପଲ ବାବା
Peepal Baba
ଜନ୍ମ (1966-01-26) ୨୬ ଜାନୁଆରୀ ୧୯୬୬ (ବୟସ ୫୮)
ଜାତୀୟତାଭାରତୀୟ
ଶିକ୍ଷାଇଂରାଜୀ ସାହିତ୍ୟ ଓ ସାମ୍ବାଦିକତାରେ ସ୍ନାତକୋତ୍ତର
ପ୍ରସିଦ୍ଧିଗିଭ୍ ମି ଟ୍ରିଜ୍ ଟ୍ରଷ୍ଟ
ୱେବସାଇଟwww.peepalbaba.org

ପୀପଲ ବାବା ବା ସ୍ୱାମୀ ପ୍ରେମ ପରିବର୍ତ୍ତନ ଜଣେ ଭାରତୀୟ ପରିବେଶବିତ୍ । ସେ ତାଙ୍କ ଟିମ୍ ସହ ଭାରତର ୧୮ଟି ରାଜ୍ୟର ୨୦୨ଟି ଜିଲ୍ଲାରେ ୨୦ ନିୟୁତରୁ ଅଧିକ ବୃକ୍ଷରୋପଣ କରିଛନ୍ତି । ସେ 'ଗିଭ୍ ମି ଟ୍ରିସ୍ ଟ୍ରଷ୍ଟ'ର ପ୍ରତିଷ୍ଠାତା ଯାହା ପରବର୍ତ୍ତୀ ୨୦୧୧ରେ ଏକ ବେସରକାରୀ ସଂଗଠନ ଭାବରେ ପଞ୍ଜୀକୃତ ହୋଇଥିଲା ।

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ସେ ୨୬ ଜାନୁଆରୀ ୧୯୬୬ରେ ଚଣ୍ଡିଗଡ଼ରେ ଭାରତୀୟ ସେନାର ଜଣେ ଡାକ୍ତରଙ୍କ ଘରେ ଜନ୍ମଗ୍ରହଣ କରିଥିଲେ ।[] ତାଙ୍କ ଇଂରାଜୀ ଶିକ୍ଷକ ତାଙ୍କୁ ୧୧ ବର୍ଷ ବୟସରେ ୧୯୭୭ ମସିହାରେ ଗଛ ଲଗାଇବା ପାଇଁ ପ୍ରେରଣା ଦେଇଥିଲେ ।[][] ୨୬ ଜାନୁଆରୀ ୧୯୭୭ରେ ପୁଣେର ଏକ ହବି କ୍ଲବରେ ସେ ତାଙ୍କର ପ୍ରଥମ ଗଛ ଲଗାଇଥିଲେ । ସେବେଠାରୁ ସେ ବୃକ୍ଷରୋପଣ କରି ଆସୁଛନ୍ତି ।[] ସେ ଇଂରାଜୀ ସାହିତ୍ୟ ଓ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି ।[]

ସେ ୧୯୮୪ ମସିହାରେ ଓଶୋ ରଜନୀଶଙ୍କଠାରୁ ସନ୍ନ୍ୟାସୀ ଗ୍ରହଣ କରିଥିଲେ, ଯିଏ ତାଙ୍କୁ "ସ୍ୱାମୀ ପ୍ରେମ ପରିବର୍ତ୍ତନ" ନାମ ଦେଇଥିଲେ ।[] ବର୍ଷ ବର୍ଷ ଧରି ସ୍ୱାଧୀନ ଭାବେ ନିଜେ ବୃକ୍ଷରୋପଣ କରିବା ପରେ ସେ ୨୦୧୦ମସିହାରେ ଗିଭ୍ ମି ଟ୍ରିସ୍ ଟ୍ରଷ୍ଟ ପ୍ରତିଷ୍ଠା କରିଥିଲେ। ପରେ ୨୦୧୧ମସିହାରେ ସେ ଏକ ବେସରକାରୀ ସଂଗଠନ ଭାବେ ପଞ୍ଜୀକୃତ ହୋଇଥିଲା ।[]

କୋଭିଡ ମହାମାରୀ ସମୟରେ ସେ ଓ ତାଙ୍କ ଟିମ୍ ସାମାଜିକ ଦୂରତା ନିୟମ ପାଳନ କରି ବୃକ୍ଷରୋପଣ ଅଭିଯାନ ଜାରି ରଖିଥିଲେ ।[] ପାଖାପାଖି ୪୩ ବର୍ଷ ମଧ୍ୟରେ ସେ ଓ ତାଙ୍କ ଟିମ୍ ଭାରତର ୧୮ଟି ରାଜ୍ୟର ୨୦୨ଟି ଜିଲ୍ଲାରେ ୨୦ ନିୟୁତ ଗଛ ଲଗାଇବାରେ ସଫଳ ହୋଇଛନ୍ତି ।[][]

  1. ୧.୦ ୧.୧ "We Should Not Be Talking About Smart Cities, We Should Be Talking About Smart Villages: Peepal Baba", Business World, 6 June 2020
  2. Badodekar, Komal (5 June 2020). "Environment Day : Peepal Baba has planted and conserved over 1.25 crore Peepal trees". Ground Report (in ଆମେରିକୀୟ ଇଂରାଜୀ). Retrieved 1 August 2023.
  3. ୩.୦ ୩.୧ "Bottled fresh air is harmful for your lungs: Peepal Baba", India Today, 3 December 2018
  4. "Meet Peepal Baba, the indefatigable tree planter, on UN World Environment Day, 5 June 2018", coastweek.com, 5 June 2018
  5. "Several trees across Delhi and counting", Hindustan Times, 27 January 2013
  6. "Van Mahotsav Special: A Story Of Peepal Baba, The Man Who Has Planted Over 20 Million Trees", NDTV, 4 July 2018
  7. ୭.୦ ୭.୧ "कोरोना संकट के बीच पीपल बाबा का 'पेड़ लगाओ अभियान' जारी", Lokmat News, 20 May 2020

ବାହାର ଲିଙ୍କ୍

[ସମ୍ପାଦନା]