ପରି ମଣି

ଉଇକିପିଡ଼ିଆ‌ରୁ
(Pari Maniରୁ ଲେଉଟି ଆସିଛି)
ପରି ମଣି
୨୦୧୮ରେ ବାଂଲାଦେଶ ଟ୍ରିବୁନରେ ପରି
ଜନ୍ମ (1992-10-24) ୨୪ ଅକ୍ଟୋବର ୧୯୯୨ (ବୟସ ୩୧)
ନରାଇଲ, ଖୁଲନା, ବଙ୍ଗଳାଦେଶ
ଜାତୀୟତାବାଂଲାଦେଶୀ
ବୃତ୍ତିସମୂହ
  • ଅଭିନେତ୍ରୀ
  • ମଡେଲ
ସକ୍ରିୟ ବର୍ଷ୨୦୧୩-ଏବେଯାଏଁ
ଉଚ୍ଚତା୫ ଫୁଟ ୫ ଇଞ୍ଚ
ଜୀବନସାଥୀତାମିମ ହାସମ

ପରି ମଣି (ବଙ୍ଗଳା: পরীমনি) ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ । ସେ ପ୍ରଥମେ ତାଙ୍କର ପେଶା ମଡେଲିଂରୁ ଆରମ୍ଭ କରିଥିଲେ ଓ ପରେ ଦୂରଦର୍ଶନରେ ପ୍ରସାରିତ ନାଟକରେ କାର୍ଯ୍ୟ କରିଥିଲେ ଏବଂ ପରବର୍ତ୍ତୀ ସମୟରେ କଥାଚିତ୍ର ଜଗତରେ ଅଭିନୟ କରିଥିଲେ । ୨୦୧୫ ମସିହାରେ ସେ ବଙ୍ଗଳଦେଶର କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ୨୦୧୫ ମସିହା ଫେବୃଆରୀ ମାସ ୧୩ ତାରିଖରେ ପରିଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଭଲବଶା ସୀମାହୀନ ମୁକ୍ତିଲାଭ କରିଥିଲା । ଏହାପୂର୍ବରୁ ସେ ଏକ କ୍ଷୁଦ୍ର ଚଳଚ୍ଚିତ୍ରରେ ଅଭିନୟ କରିଥିଲେ, ଯାହର ଶୀର୍ଷକ ଥିଲା ରାଣା ପ୍ଲାଜା । ଏହି ଚଳଚ୍ଚିତ୍ରରେ ତାଙ୍କ ସ‌ହ ସାଇମନ ସଦ୍ଦିକ ଅଭିନୟ କରିଥିଲେ ଏବଂ ନାଜ୍‌ରୁଲ ଇସଲାମ ଖାନ୍ ନିର୍ଦ୍ଦେଶନା ଦେଇଥିଲେ, ମାତ୍ର ଏଥିରେ ଥିବା ନାକାରାତ୍ମକ ଭାବ ଏବଂ କିଛି ଦୃଶ୍ୟ ଯୋଗୁଁ ବଙ୍ଗଳାଦେଶର ସେନ୍‌ସର ବୋର୍ଡ଼ ଏହି କଥାଚିତ୍ରଟିର ମୁକ୍ତିଲାଭ ଉପରେ ରୋକ ଲଗାଇଥିଲେ । ରାଶ୍ୱନ ଆର୍. ନିପାଙ୍କ ନିର୍ଦ୍ଦେଶନାରେ ସରକାରୀ ଅନୁଦାନରେ ନିର୍ମିତ ଏକ ଚଳଚ୍ଚିତ୍ର ମହୁଆ ସୁନ୍ଦରୀର ସେ ସ‌ହ-ପ୍ରଯୋଜିକା ଥିଲେ ।[୧][୨][୩]

ଅଭିନୟ[ସମ୍ପାଦନା]

୨୦୧୨ ମସିହାରେ ପରି ମଣି ତାଙ୍କର ଉଚ୍ଚ ଶିକ୍ଷା ଶେଷ କରିବାଥିଲେ ଏବଂ ତା'ପରେ ସେ ମଡେଲିଂରେ ଯୋଗ ଦେଇ ତାଙ୍କର ପେଶା ଆରମ୍ଭ କରିଥିଲେ । ଏହାପରେ ସେ ଦୂରଦର୍ଶନର କିଛି ନାଟକରେ ଅଭିନୟ କରିଥିଲେ । ବିଭିନ୍ନ ଦୂରଦର୍ଶନ ଚେନାଲରେ ପ୍ରସାରିତ ହୋଇଥିବା ନାଟକ ସେକେଣ୍ଡ ଇନିଂସ୍ ଭଳି ଆଉ ୪ଟି ବଙ୍ଗଳା ନାଟକରେ ସେ ଅଭିନୟ କରିଥିଲେ । ୨୦୧୩ ମସିହାରେ ସେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ରାଣା ପ୍ଲାଜାରେ କାମ କରିବା ଆରମ୍ଭ କରିଥିଲେ, ଯାହାକି ୨୦୧୩ରେ ବଙ୍ଗଳାଦେଶରେ ରାଣା ପ୍ଲାଜାରେ ଘଟିଥିବା ଦୁର୍ଘଟଣା ଉପରେ ଆଧାରିତ ଥିଲା ।[୪] ମାତ୍ର ଏହି କଥାଚିତ୍ରଟି ମୁକ୍ତିଲାଭ କରିବାକୁ ସେନ୍‌ସର୍ ବୋର୍ଡ଼ଦ୍ୱାରା ଅନୁମୋଦନ ମିଳିନଥିଲା । ତେଣୁ ତାଙ୍କର ପ୍ରଥମ ଚଳଚ୍ଚିତ୍ର ମୁକ୍ତିଲାଭ କରିପାରିନଥିଲା ଫଳରେ ତାଙ୍କ ଅଭିନୀତ ଅନ୍ୟ ଏକ ଚଳଚ୍ଚିତ୍ର ଭଲବଶା ସୀମାହୀନ ୧୩ ଫେବୃଆରୀ ୨୦୧୫ରେ ମୁକ୍ତିଲାଭ କରିଥିଲା । ଏହାପରେ ସେ ଦୂରଦର୍ଶନ ନାଟକମାନଙ୍କରେ ଅଭିନୟ ବନ୍ଦ କରିଦେଇଥିଲେ ଏବଂ ବଡ଼ ପରଦାରେ ଅଭିନୟ ଜାରି ରଖିଥିଲେ । ପରିଙ୍କ ଅନୁସାରେ, "ମୁଁ ଭଲବଶା ସୀମାହୀନ କଥାଚିତ୍ର ଜରିଆରେ ବଡ଼ ପରଦାରେ ପାଦ ଦେଇଛି ଏବଂ ମୋର ଆଶା ଅନୁସାରେ ଲୋକମାନେ ଏହି କଥାଚିତ୍ରଟିକୁ ପସନ୍ଦ କରିବେ ।" ଜାୟେଦ ଖାନ, ଅନିସୁର ରହମାନ ମିଲନ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ । ଶାହା ଆଲମ ମଣ୍ଡଳ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।

ଏହାପରେ ସେ ପାଗଳ ଦିୱାନା, ଲଭର୍ ନଂ ୱାନ୍, ନଗର ମସ୍ତାନ, ମହୁଆ ସୁନ୍ଦରୀ, ଅମର ମନ ଜୁରେ ତୁଇ, ଇନୋସେଣ୍ଟ ଲଭ୍, ସର୍‌ପ୍ରାଇଜ୍, ପ୍ରାବାସୀ ଡନ୍, ଭଲବସାର ଅନେକ ଜ୍ୱାଳ, ରକ୍ତ, ଧୁମକେତୁ, କେତେ ସ୍ୱପ୍ନ କେତେ ଆଶା, ଶୋନା ବନ୍ଧୁ ଆଦି କଥାଚିତ୍ରରେ ସେ ଅଭିନୟ କରିଥିଲେ । ଏତଦ୍‌ ବ୍ୟତୀତ ସେ ପ୍ରେମ ଅମର ପ୍ରିୟା କଥାଚିତ୍ରରେ ଜଣେ ପ୍ରଚ୍ଛଦପଟ ଗାୟିକା ଭାବରେ କଣ୍ଠଦାନ ମଧ୍ୟ କରିଥିଲେ ।

ଆଧାର[ସମ୍ପାଦନା]

  1. মহুয়া সুন্দরী’র প্রি-ট্রেইলার [Mohua Sundori Pre-trailers]. Dhallywood24.com (in Bengali). Archived from the original on 1 February 2015. {{cite web}}: Invalid |script-title=: missing prefix (help)
  2. "Bangladeshi Hot Actress Pori Moni Sexy Picture Collections" (in ଆମେରିକୀୟ ଇଂରାଜୀ). Retrieved 2018-04-18.
  3. "Pori Full Video Song | Roshan | Pori Moni | Kanika Kapoor | Akassh | Rokto Bengali Movie 2016 - Tube71.Com". Tube71.Com (in ଆମେରିକୀୟ ଇଂରାଜୀ). Archived from the original on 2018-07-05. Retrieved 2018-05-12.
  4. "অভিনয়ের প্রমাণ দিয়েছি 'রানা প্লাজা'য় : পরীমনি". রানা প্লাজা’য় : পরীমনি.[permanent dead link]

ବାହାର ଆଧାର[ସମ୍ପାଦନା]