ପାଲିଫର୍ମିନ
Clinical data | |
---|---|
Trade names | Kepivance |
AHFS/Drugs.com | monograph |
MedlinePlus | a605017 |
Routes of administration | Intravenous bolus injection |
Identifiers | |
ECHA InfoCard | 100.118.147 |
Chemical and physical data | |
Formula | C721H1142N202O204S9 |
Molar mass | ୧୬,୧୯୨.୮୨ g·mol−1 |
(verify) |
ପାଲିଫର୍ମିନ (ଇଂରାଜୀ ଭାଷାରେ Palifermin), କେପିଭାନ୍ସ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା କେମୋଥେରାପି ଜନିତ ପାଟି ପ୍ରଦାହର ଚିକିତ୍ସା ନିମନ୍ତେ ବ୍ୟବହାର କରାଯାଏ ।[୧] ନିର୍ଦ୍ଦିଷ୍ଟ ଭାବରେ ଏହା ଅଟୋଲୋଗସ୍ ଷ୍ଟେମ୍-ସେଲ୍ ପ୍ରତିରୋପଣ ଚିକିତ୍ସାର ଏକ ଅଂଶ ଭାବରେ ଉଚ୍ଚ ମାତ୍ରାର କେମୋଥେରାପି ଗ୍ରହଣ କରୁଥିବା ରକ୍ତ କର୍କଟ ରୋଗ ପାଇଁ ବ୍ୟବହୃତ ହୁଏ ।[୨] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୧] କେମୋଥେରାପି ଦେବାର ୨୪ ଘଣ୍ଟା ମଧ୍ୟରେ ଏହାକୁ ଦିଆଯିବା ଉଚିତ୍ ନୁହେଁ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗଣ୍ଠି ଯନ୍ତ୍ରଣା, ନିଦ୍ରାହୀନତା, ଫୁଲା, ଲାଲ ରଙ୍ଗ ଏବଂ ଅଗ୍ନାଶୟ ପ୍ରଦାହ ହୋଇପାରେ ।[୧] ଏହା ଯୋଗୁ କେତେକ କର୍କଟ ରୋଗର ବୃଦ୍ଧି ଚିନ୍ତା ବୃଦ୍ଧି କରେ ।[୧] ଏହା କେରାଟିନୋସାଇଟ ଅଭିବୃଦ୍ଧି କାରକର (KGF) ଏକ ଉତ୍ପାଦିତ ରୂପ ।[୧] [୩]
୨୦୦୪ ମସିହାରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ପାଲିଫର୍ମିନ ଅନୁମୋଦିତ ହୋଇଥିଲା ।[୧] ୨୦୦୫ ରେ ୟୁରୋପରେ ଏହା ଅନୁମୋଦିତ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ସେହି ଅନୁମୋଦନ ପ୍ରତ୍ୟାହାର କରାଯାଇଥିଲା ।[୪] ୨୦୨୧ ସୁଦ୍ଧା କାନାଡ଼ାରେ ବ୍ୟବହାର ନିମନ୍ତେ ଅନୁମୋଦିତ ହୋଇନଥିଲା ।[୫] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୬ଟି ମାତ୍ରାର ଅନୁକ୍ରମର ମୂଲ୍ୟ ପ୍ରାୟ ୧୭,୭୦୦ ଡଲାର ଥିଲା ।[୬]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Palifermin Monograph for Professionals". Drugs.com (in ଇଂରାଜୀ). Archived from the original on 17 August 2019. Retrieved 22 October 2021.
- ↑ "DailyMed - KEPIVANCE- palifermin injection, powder, lyophilized, for solution". dailymed.nlm.nih.gov. Archived from the original on 19 March 2021. Retrieved 24 October 2021.
- ↑ Beaven AW, Shea TC (September 2007). "The effect of palifermin on chemotherapyand radiation therapy-induced mucositis: a review of the current literature". Supportive Cancer Therapy. 4 (4): 188–97. doi:10.3816/SCT.2007.n.014. PMID 18632516.
- ↑ "Kepivance". Archived from the original on 6 October 2018. Retrieved 22 October 2021.
- ↑ Government of Canada, Health Canada (25 April 2012). "Drug Product Database Online Query". health-products.canada.ca. Archived from the original on 24 October 2021. Retrieved 24 October 2021.
- ↑ "Kepivance Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 19 April 2021. Retrieved 22 October 2021.