ଓଡ଼ିଶା ଗଣିତ ସଂସଦ

ଉଇକିପିଡ଼ିଆ‌ରୁ
(Odisha ganita sansadରୁ ଲେଉଟି ଆସିଛି)

ଓଡ଼ିଶା ଗଣିତ ସଂସଦ ୧୯୭୨ ମସିହାରେ ସ୍ଥାପନା କରାଗଲା । ଏହା ଗଠନ ହେବା ପରଠାରୁ ପ୍ରତ୍ୟେକ ବାର୍ଷିକ ଅଧିବେଶନରେ ସ୍କୁଲ , କଲେଜ ଓ ବିଶ୍ୱବିଦ୍ୟାଳୟ ସ୍ତରୀୟ ଗଣିତ ପାଠ୍ୟକ୍ରମ ନବୀକରଣ ପାଇଁ ଆଲୋଚନା ଚକ୍ର ଅନୁଷ୍ଠିତ ହୁଏ ଓ ବିଭିନ୍ନ ଗଠନ ମୂଳକ ପ୍ରସ୍ତାବ ଗ୍ରହଣ କରାଯାଏ । ଏହି ପ୍ରସ୍ତାବଗୁଡ଼ିକ ବିଭିନ୍ନ ପାଠ୍ୟକ୍ରମ କମିଟି କାର୍ଯ୍ୟକାରୀ କରାଇଥାନ୍ତି । ଏହା ଫଳରେ ଓଡ଼ିଶାରେ ଗଣିତ ପାଠ୍ୟକ୍ରମ ଅତ୍ୟନ୍ତ ଉନ୍ନତ ମାନର ହୋଇପାରିଛି । ଏହା ଛଡା ଓଡ଼ିଶାରେ ଗଣିତ ଗବେଷଣାକୁ ତ୍ୱରାନ୍ୱିତ କରିବା ପାଇଁ ୧୯୮୧ ମସିହାରୁ Journal of Odisha Mathematical Society ଓ ଗଣିତକୁ ଲୋକପ୍ରିୟ କରାଇବା ପାଇଁ ୧୯୮୪ରୁ ଗଣିତ ବିଚିତ୍ରାର ମୁଦ୍ରଣ ଆରମ୍ଭ ହେଲା ।[୧]

ଓଡ଼ିଶା ଗଣିତ ସଂସଦର ଲୋଗୋ

କର୍ମକର୍ତ୍ତା[ସମ୍ପାଦନା]

ପୁରୁଣା ସଭାପତି[ସମ୍ପାଦନା]

  • ପ୍ରଫେସର ବାମାଚରଣ ଦାସ (୧୯୭୫ - ୧୯୮୧)
  • ପ୍ରଫେସର ଘନଶ୍ୟାମ ସାମଲ
  • ପ୍ରଫେସର ତ୍ରିବିକ୍ରମ ପତି (୧୯୯୩ - ୨୦୦୧)[୧]

ବର୍ତ୍ତମାନ କର୍ମକର୍ତ୍ତା[ସମ୍ପାଦନା]

  • ସଭାପତି : ପ୍ରଫେସର ସୁଦର୍ଶନ ନନ୍ଦ , କିଟ୍ ବିଶ୍ୱବିଦ୍ୟାଳୟ , ଭୁବନେଶ୍ୱର
  • ଉପସଭାପତି : ଡଃ ତ୍ରିଲୋଚନ ବିଶ୍ୱାଳ , ବିବେକାନନ୍ଦ ବୈଷୟକ ପ୍ରତିଷ୍ଠାନ , ଭୁବନେଶ୍ୱର
  • ସମ୍ପାଦକ : ଡଃ ଜୟନ୍ତ କୁମାର ଦାଶ , ଆଇ.ଟି.ଇ.ଆର , ଭୁବନେଶ୍ୱର
  • ମୁଖ୍ୟ କାର୍ଯ୍ୟାଳୟ ସମ୍ପାଦକ : ପ୍ରଫେସର ଜଗନ୍ନାଥ ପଟେଲ , ଉତ୍କଳ ବିଶ୍ୱବିଦ୍ୟାଳୟ , ଭୁବନେଶ୍ୱର
  • ଯୁଗ୍ମ ସମ୍ପାଦକ : ଡଃ ସବ୍ୟସାଚୀ ପାଣି , ଆଇ.ଆଇ.ଟି , ଭୁବନେଶ୍ୱର
ଶ୍ରୀ ସମ୍ପଦ କୁମାର ପରିଡ଼ା , ଏନ.ଏମ.ଆଇ.ଇ.ଟି , ଭୁବନେଶ୍ୱର
  • କୋଷାଧ୍ୟକ୍ଷ : ଡଃ ପ୍ରୟାଗ ପ୍ରସାଦ ମିଶ୍ର , ସିଲିକନ ବୈଷୟକ ପ୍ରତିଷ୍ଠାନ , ଭୁବନେଶ୍ୱର
  • କ୍ଷେତ୍ର ସଂଯୋଜକ, ଓଡ଼ିଶା : ଡଃ ହାଡ଼ିବନ୍ଧୁ ପଟ୍ଟନାୟକ , ଶୈଳବାଳା ମହିଳା ମହାବିଦ୍ୟାଳୟ , କଟକ

ଆଧାର[ସମ୍ପାଦନା]

  1. ୧.୦ ୧.୧ ଗଣିତ ବିଚିତ୍ରା , ଭାଗ-୩୦ , ସଂଖ୍ୟା-୩ୟ , ସେପ୍ଟେମ୍ବର-୨୦୧୨ , ପୃଷ୍ଠା-୮ , ପ୍ରଥମ ଅନୁଚ୍ଛେଦ

ବାହାର ଲିଙ୍କ[ସମ୍ପାଦନା]