Jump to content

ଉତ୍ତର କୋରିଆ

ଉଇକିପିଡ଼ିଆ‌ରୁ
(North Koreaରୁ ଲେଉଟି ଆସିଛି)

ଉତ୍ତର କୋରିଆ, ଆଧିକାରିକ ରୂପେ ଗଣତାନ୍ତ୍ରିକ ଜନଗଣତନ୍ତ୍ରୀୟ କୋରିଆ ଗଣରାଜ୍ୟ ଭାବେ ଜଣାଶୁଣା, ପୂର୍ବ ଏସିଆର ଏକ ଦେଶ ଅଟେ। ଏହା କୋରିଆ ଉପଦ୍ଵୀପର ଉତ୍ତର ଅର୍ଦ୍ଧାଂଶକୁ ଅବୃତ୍ତ କରିଅଛି। ଉତ୍ତରରେ ୟାଲୁ (ଆମ୍ନୋକ) ଓ ତୁମେନ ନଦୀ ଚୀନ ଓ ରୂଷ ସହିତ ଏହାର ସୀମା ନିର୍ଦ୍ଧାରିତ କରିଥାଏ ଏବଂ ଦକ୍ଷିଣରେ କୋରିଆ ନିରସ୍ତ୍ରୀକୃତ ଅଞ୍ଚଳ ଦକ୍ଷିଣ କୋରିଆ ସହିତ ଏହାର ସୀମା ନିର୍ଦ୍ଧାରିତ କରିଥାଏ। ଦେଶଟିର ପଶ୍ଚିମରେ ପୀତ ସାଗର (ୟେଲୋ ସି') ତଥା ପୂର୍ବରେ ଜାପାନ ସାଗର ଉପସ୍ଥିତ। ସ୍ବାଧୀନତା ପରବର୍ତ୍ତୀ କାଳରୁ (୧୯୪୮ ମସିହାଠାରୁ) ଉତ୍ତର କୋରିଆ ସମ୍ପୂର୍ଣ କୋରିଆ ଉପଦ୍ଵୀପ ଓ ନିକଟବର୍ତ୍ତୀ ଦ୍ଵୀପମାନଙ୍କରେ ନିଜର ଅଧିକାର ଜମାଇବାର ଦାବି କରିଆସୁଥିଲା ଓ କୋରିଆର ଏକମାତ୍ର ନ୍ୟାୟସଙ୍ଗତ ସରକାର ହେବାର ଦାବି କରିଆସୁଥିଲା। କିନ୍ତୁ ୨୦୨୩ ମସିହାରେ କୋରିଆ ପୁନଃମିଶ୍ରଣର ଆକାଂକ୍ଷାକୁ ପୂର୍ଣରୂପରେ ବର୍ଜିତ କରିବା ଫଳସ୍ଵରୂପ ଆନୁଷ୍ଠାନିକ ରୂପରେ ଉତ୍ତର କୋରିଆ ଦକ୍ଷିଣ କୋରିଆକୁ "ଶତ୍ରୁ ରାଷ୍ଟ୍ର" ର ମାନ୍ୟତା ଦେଇଥିଲା। ଉତ୍ତର କୋରିଆର ରାଜଧାନୀ ଓ ବୃହତ୍ତମ ସହର ପ୍ୟୋଙ୍ଗୟାଙ୍ଗ ଅଟେ।

ଗଣତାନ୍ତ୍ରିକ ଜନଗଣତନ୍ତ୍ରୀୟ କୋରିଆ ଗଣରାଜ୍ୟ

조선민주주의인민공화국
Chosǒnminjujuǔiinmin'gonghwaguk
Flag of ଉତ୍ତର କୋରିଆ
ରାଷ୍ଟ୍ରୀୟ ପ୍ରତୀକ of ଉତ୍ତର କୋରିଆ
ପତାକା ରାଷ୍ଟ୍ରୀୟ ପ୍ରତୀକ
ଜାତୀୟ ସଙ୍ଗୀତ: ଏଗୁକ୍କା (애국가)
"ଦେଶାତ୍ମବୋଧକ ସଙ୍ଗୀତ"
ଉତ୍ତର କୋରିଆ ଦ୍ଵାରା ନିୟନ୍ତ୍ରିତ ଭୂମିଭାଗ
ଉତ୍ତର କୋରିଆ ଦ୍ଵାରା ନିୟନ୍ତ୍ରିତ ଭୂମିଭାଗ
ରାଜଧାନୀପ୍ୟୋଙ୍ଗୟାଙ୍ଗ
39°2′N 125°45′E / 39.033°N 125.750°E / 39.033; 125.750
ସରକାରୀ ଭାଷାକୋରିଆନ୍ (ମୁନ୍ହ୍ୱାଓ)
ଅଧିକାରିକ ଲିପିଚୋସୋନ୍‌ଗୁଲ୍
ଜାତୀୟତାଉତ୍ତର କୋରିଆନ୍
Governmentଏକଦଳୀୟ ସାମ୍ୟବାଦୀ ରାଷ୍ଟ୍ର
 କୋରିଆ ଶ୍ରମିକ ଦଳ ସଚିବ
କିମ୍ ଜୋଙ୍ଗ-ଉନ୍
 ପ୍ରଧାନମନ୍ତ୍ରୀ
ପାକ୍ ଥେ-ସୋଙ୍ଗ୍
 ସୁପ୍ରିମ୍ ପିପଲ୍ସ ଆସେମ୍ବଲି ସ୍ଥାୟୀ ସମିତି ଅଧ୍ୟକ୍ଷ
ଚୋଏ ୟୋଙ୍ଗ-ହାଏ
ବିଧାନ ମଣ୍ଡଳସୁପ୍ରିମ୍ ପିପଲ୍ସ ଆସେମ୍ବଲି
ସ୍ଥାପନା ଇତିହାସ
 ଜାପାନର ଆତ୍ମସମର୍ପଣ
୨ ସେପ୍ଟେମ୍ବର ୧୯୪୫
 ୩୮ତମ ସମାନାନ୍ତର ଉତ୍ତରରେ ସୋଭିଏତ ପ୍ରଶାସନ
୩ ଅକ୍ଟୋବର ୧୯୪୫
 ପ୍ରାରମ୍ଭିକ ଜନସମିତି ଗଠନ
୮ ଫେବୃଆରୀ ୧୯୪୬
 ଗଣତାନ୍ତ୍ରିକ ଜନଗଣରାଜ୍ୟ କୋରିଆ ସ୍ଥାପନା
୯ ସେପ୍ଟେମ୍ବର ୧୯୪୮
 ବର୍ତ୍ତମାନ ସଂବିଧାନ ଗ୍ରହଣ
୨୭ ଡିସେମ୍ବର ୧୯୭୨
କ୍ଷେତ୍ରଫଳ
 ମୋଟ
[convert: invalid number] (୯୮ତମ)
 ଜଳଭାଗ (%)
୦.୧୧
ଲୋକସଂଖ୍ୟା
 ୨୦୨୪ estimate
୨,୬୨,୯୮,୬୬୬ (୫୪ତମ)
 ୨୦୦୮ census
୨,୪୦,୫୨,୨୩୧
 ଘନତା
[convert: invalid number] (୬୮ତମ)
ମୋଟ ଘରୋଇ ଉତ୍ପାଦ  (ସମତୁଲ୍ୟ କ୍ରୟଶକ୍ତି)୨୦୨୩ estimate
 ମୋଟ
୪୦ ବିଲିଅନ୍ ଆମେରିକୀୟ ଡଲାର (ଆନୁମାନିକ)
 ମୁଣ୍ଡପିଛା
୬୦୦ ଆମେରିକୀୟ ଡଲାର
ମୋଟ ଘରୋଇ ଉତ୍ପାଦ (ସାଙ୍କେତିକ)୨୦୨୪ estimate
 ମୋଟ
୩୨.୦୩୬ ବିଲିଅନ୍ ଆମେରିକୀୟ ଡଲାର
 ମୁଣ୍ଡପିଛା
୧,୨୬୧ ଆମେରିକୀୟ ଡଲାର
ଜିନି ଗୁଣାଙ୍କ  (୨୦୨୦)୧୬.୬
Error: Invalid Gini value
ମାନବ ବିକାଶ ସୂଚନାଙ୍କ
Error: Invalid HDI value
ମୁଦ୍ରାକୋରିଆନ୍ ପିପଲ୍ସ ୱନ୍ (₩) (KPW)
ସମୟ ମଣ୍ଡଳUTC+୦୯:୦୦
ରାସ୍ତା ଚାଲିବା ପାଖଡାହାଣ ପାର୍ଶ୍ୱ
ଟେଲିଫୋନ କୋଡ଼+୮୫୦
ISO 3166 codeKP
Internet TLD.kp

କୋରିଆ ଉପଦ୍ଵୀପରେ ନିମ୍ନ ପାଲିଓଲିଥିକ ଯୁଗରୁ ମନୁଷ୍ୟ ବସବାସ କରୁଥିବାର ପ୍ରମାଣ ମିଳିଅଛି। ପ୍ରଥମ କୋରିଆ ରାଷ୍ଟ୍ର ସମ୍ପର୍କରେ ଖ୍ରୀ.ପୂ. ସପ୍ତମ ଶତାବ୍ଦୀର ଚୀନ ଅଭିଲେଖମାନଙ୍କରେ ସ୍ଛାନ ମିଳିଥାଏ। ଖ୍ରୀ. ସପ୍ତମ ଶତାବ୍ଦୀରେ କୋରିଆର ତିନୋଟି ସାମ୍ରାଜ୍ୟ (ସିଲ୍ଲା,ବାଲ୍ହାଇ ଓ ଗୋଗୁର୍ୟୋ)ର ମିଶ୍ରଣ ଫଳରେ ଗୋର୍ୟୋ ସାମ୍ରାଜ୍ୟ ପ୍ରତିଷ୍ଠିତ ହୋଇଥିଲା ଯାହା ୯୧୮ ରୁ ୧୩୯୨ ମସିହା ପର୍ଯନ୍ତ ଶାସନ କରିଥିଲା। ତାହା ପରେ ଜୋସେଅନ ସାମ୍ରାଜ୍ୟ (୧୩୯୨-୧୮୯୭) ଓ ପରିଶେଷରେ ୧୯୧୦ରେ ଜାପାନୀ ଅନ୍ତର୍ଗତିକରଣ ପୂର୍ବରୁ କୋରିଆ ସାମ୍ରାଜ୍ୟ ଉପଦ୍ଵୀପତି ଉପରେ ଶାସନ କରିଆସୁଥିଲା। ୧୯୪୫ ମସିହାରେ ଦ୍ଵିତୀତୟ ବିଶ୍ଵଯୁଦ୍ଧର ଅନ୍ତରେ ଜାପାନୀ ଆତ୍ମସମଅର୍ପଣ ପରେ କୋରିଆକୁ ୩୮ ତମ ପ୍ୟାରାଲେଲ ଅନୁସାରେ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା। ଉତ୍ତର ଭାଗଟିକୁ ସୋଭିଏତ ସଂଘ ଓ ଦକ୍ଷିଣ ଭାଗଟିକୁ ଯୁକ୍ତରାଷ୍ଟ୍ର ନିୟନ୍ତ୍ରଣ କରିଥିଲେ। ୧୯୪୮ ମସିହାରେ କୋରିଆରେ ଦୁଇଟି ଅଲଗା ଅଅଳ୍ଗ ସରକାର ଗଠନ କରାଗଲା: ଉତ୍ତରରେ ସାମ୍ୟବାଦୀ, ସୋଭିଏତ ସମର୍ଥିତ ଗଣତାନ୍ତ୍ରିକ ଜନଗଣତନ୍ତ୍ରୀୟ କୋରିଆ ଗଣରାଜ୍ୟ ଓ ଦକ୍ଷିଣରେ ପାଶ୍ଚାତ୍ୟ ସମର୍ଥିତ କୋରିଆ ଗଣରାଜ୍ୟ। କିନ୍ତୁ ଉପଦ୍ଵୀପକୁ ଏକାଠି କରିବାର ଆଶା ରଖିଥବା ଉତ୍ତର କୋରିଆ ଦକ୍ଷିଣ କୋରିଆ ଉପରେ ୧୯୫୦ ମସିହାରେ ଆକ୍ରମଣ କରିଥିଲା, ଯାହା ପରବର୍ତ୍ତୀ କାଳରେ କୋରିଆ ଯୁଦ୍ଧ (୧୯୫୦-୧୯୫୩) ରୂପେ ଜଣାଯାଇଥିଲା। ୧୯୫୩ ମସିହାରେ କୋରିଆ ସଂଯୁକ୍ତ ସମ୍ମତି ସନ୍ଧି ଏକ ଯୁଦ୍ଧବିରତି ଆଣିଥିଲା ଏବଂ ଏକ ନିରସ୍ତ୍ରୀକୃତ ଅଞ୍ଚଳ ମଧ୍ୟ ସ୍ଥାପିତ କରିଥିଲା କିନ୍ତୁ ଆଜି ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ଆଧିକୃତ ଶାନ୍ତି ସନ୍ଧି କେବେ ସହମତ ହୋଇନି। ଯୁଦ୍ଧ ପରେ ଉତ୍ତର କୋରିଆକୁ ପୂର୍ବ ଶିବିରର ଦେଶମାନଙ୍କ ଠାରୁ ଆର୍ଥିକ ସମର୍ଥନ ମିଳିଥିଲା ଯାହା ଏହାକୁ ଆର୍ଥିକ ଭାବେ ସୁଦୃଢ଼ ଓ ଦକ୍ଷିଣ କୋରିଆ ଅପେକ୍ଷା ଶୀଘ୍ର ବିକସିତ ହେବାରେ ସହାୟତା କରିଥିଲା। ସାମ୍ୟବାଦୀ ରାଷ୍ଟ୍ର ହେବା ସତ୍ତ୍ୱେ ଦେଶର ପ୍ରଥମ ଶାସକ, କିମ ଇଲ-ସୁଙ୍ଗ ନିଜର ଆତ୍ମ ଦର୍ଶନ, "ଜୁଚେ" କୁ ରାଷ୍ଟ୍ରୀୟ ଦର୍ଶନ ଭାବେ ପ୍ରୋତ୍ସାହିତ କରିଥିଲେ। ଶୀତଳ ଯୁଦ୍ଧର ଶେଷ ବେଳକୁ, ୧୯୮୦ ଠାରୁ ଉତ୍ତର କୋରିଆ ଆନ୍ତର୍ଜାତୀୟ ସମୁଦାୟରୁ ଦୂର ହେବାକୁ ଆରମ୍ଭ କଲା। ୧୯୯୧ ମସିହାରେ ସୋଭିଏତ ସଂଘର ପତନ ଉତ୍ତର କୋରିଆର ଅର୍ଥନୀତିକୁ ପ୍ରଭାବିତ କରିଥିଲା, ଯାହା କାଳକ୍ରମେ ଅର୍ଥନୈତିକ ସଙ୍କଟ ଉପୂଜାଇଥିଲା। ୧୯୯୪ ରୁ ୧୯୯୮ ମସିହାର ଦୁର୍ଭିକ୍ଷ ସାମ୍ପ୍ରତିକ ସ୍ଥିତିକୁ ଆହୁରି ଗୁରୁତର କରିଦେଇଥିଲା। ୨୦୨୪ ମସିହା ସୁଦ୍ଧା ଉତ୍ତର କୋରିଆ ଆନୁଷ୍ଠାନିକ ରୂପରେ ପୁନଃମିଶ୍ରଣ ଆକାଂକ୍ଷାକୁ ସମ୍ପୂର୍ଣ୍ଣ ଭାବେ ବର୍ଜିତ କରିଅଛି। ଉତ୍ତର କୋରିଆକୁ ବିଭିନ୍ନ ଆନ୍ତର୍ଜାତୀୟ ପର୍ଯ୍ୟବେକ୍ଷକମାନେ ଏକ ଏକଛତ୍ରବାଦୀ ଶାସନ ବ୍ୟବସ୍ଥା ବୋଲି ବର୍ଣ୍ଣନା କରିଛନ୍ତି, ଯେଉଁଠାରେ କିମ୍ ପରିବାରକୁ କେନ୍ଦ୍ର କରି ବ୍ୟକ୍ତିପୂଜାର ଏକ ଶକ୍ତ ଚର୍ଚ୍ଚା ଦେଖାଯାଏ। ଆମନେସ୍ଟି ଇଣ୍ଟରନ୍ୟାଶନାଲ୍ ଦେଶଟିର ମାନବାଧିକାର ପରିସ୍ଥିତି ସମ୍ବନ୍ଧରେ କଠୋର ଆଲୋଚନା କରିଛି। ସରକାରୀ ଭାବେ, ଉତ୍ତର କୋରିଆ ନିଜକୁ “ସ୍ୱାଧୀନ ସାମ୍ୟବାଦୀ ରାଷ୍ଟ୍ର” ବୋଲି ଘୋଷଣା କରେ ଏବଂ ନିୟମିତ ନିର୍ବାଚନ ଆୟୋଜନ କରିଥାଏ; କିନ୍ତୁ ବାହ୍ୟ ପର୍ଯ୍ୟବେକ୍ଷକମାନେ ଏହି ନିର୍ବାଚନଗୁଡ଼ିକୁ ଅନ୍ୟାୟ ଓ ପୂର୍ବନିର୍ଦ୍ଧାରିତ ବୋଲି ବର୍ଣ୍ଣନା କରିଛନ୍ତି। କୋରିଆ ଶ୍ରମିକ ଦଳ ଦେଶର ଏକମାତ୍ର ଶାସକ ଦଳ। ସଂବିଧାନର ଧାରା ୩ ଅନୁସାରେ “କିମିଲସୁଙ୍ଗବାଦ–କିମଜୋଙ୍ଗିଲବାଦ” ଦେଶର ଆଧିକାରିକ ଧାରଣା। ଉତ୍ପାଦନ ସାଧନଗୁଡ଼ିକ ରାଜ୍ୟର ନିୟନ୍ତ୍ରଣରେ ରହେ ଏବଂ ରାଜ୍ୟଚାଳିତ ସଂସ୍ଥା ଓ ସମୂହୀକୃତ କୃଷିଖେତ୍ର ମାଧ୍ୟମରେ ପରିଚାଳିତ ହୁଏ। ସ୍ୱାସ୍ଥ୍ୟସେବା, ଶିକ୍ଷା, ଆବାସନ ଓ ଖାଦ୍ୟ ଉତ୍ପାଦନ ପରି ଅନେକ ସେବା ରାଜ୍ୟ ଅନୁଦାନରେ ଚାଲିଥାଏ। ଦେଶଟି “ସୋଙ୍ଗୁନ୍” ନୀତିକୁ ଅନୁସରଣ କରେ, ଯାହାର ଅର୍ଥ “ସେନା ପ୍ରଥମ” ଏବଂ ଯାହା ରାଷ୍ଟ୍ରୀୟ କାର୍ଯ୍ୟକଳାପ ଓ ସମ୍ପଦ ବଣ୍ଟନରେ କୋରିଆ ଜନସେନାକୁ ପ୍ରାଥମ୍ୟ ଦିଏ। ଉତ୍ତର କୋରିଆ ପରମାଣୁ ଅସ୍ତ୍ର ଧାରଣ କରିଥାଏ। ପ୍ରାୟ ୧୨.୮ ଲକ୍ଷ ସକ୍ରିୟ ସେନା ସଦସ୍ୟ ସହ ଏହା ବିଶ୍ୱର ସବୁଠାରୁ ବଡ଼ ସେନାବଳମାନଙ୍କ ମଧ୍ୟରୁ ଗୋଟିଏ।୧୯୯୧ ଠାରୁ ଜାତିସଂଘର ସଦସ୍ୟ ଥିବା ସହ ଦେଶଟି ଅଜୋଟ ଆନ୍ଦୋଳନ , ଜି୭୭ ଏବଂ ଏସିଆନ ଆଞ୍ଚଳିକ ଫୋରୁମ୍ ର ସଦସ୍ୟ ମଧ୍ୟ ଅଟେ।

ନାମକରଣ

[ସମ୍ପାଦନା]

କୋରିଆର ଆଧୁନିକ ବନାନ ୧୬୭୧ ମସିହାରେ ଡଚ ପୂର୍ବ ଭାରତ କମ୍ପାନୀର ନାବିକ ହେଣ୍ଡରିକ ହାମେଲଙ୍କ ଯାତ୍ରାବିବାରଣୀରେ ଦେଖିବାକୁ ମିଳିଛି।

କୋରିଆ ବିଭାଜନ ପରେ କୋରିଆକୁ ଦକ୍ଷିଣ କୋରିଆରେ "ହାଙ୍ଗୁକ୍" ଓ ଉତ୍ତର କୋରିଆରେ "ଚୋସନ୍" ଭାବେ ସମ୍ବୋଧିତ କରାଗଲା। ୧୯୪୮ ମସିହାରେ ଉତ୍ତର କୋରିଆ ଗଣତାନ୍ତ୍ରିକ ଜନଗଣତନ୍ତ୍ରୀୟ କୋରିଆ ଗଣରାଜ୍ୟ (조선민주주의인민공화국;朝鮮民主主義人民共和國; Chosŏnminjujuŭiinmin'gonghwaguk;) କୁ ଆନୁଷ୍ଠାନିକ ନାମ ଭାବେ ଗ୍ରହଣ କରିଥିଲା। ଉତ୍ତର କୋରିଆ ମଧ୍ୟରେ ଏହି ନାମଟିକୁ "ଗୋଙ୍ଗହ୍ଵାଗୁକ୍" (공화국) ଅର୍ଥାତ ଗଣରାଜ୍ୟ ଭାବେ ଜଣାଯାଏ।

ଅନ୍ତର୍ଜାତୀୟ ସ୍ଥରରେ କୋରିଆ ଉପଦ୍ଵୀପର ଉତ୍ତର ଭାଗକୁ ଅଧିକୃତ କରିଥିବାରୁ ଏହି ଦେଶଟିକୁ ସାଧାରଣତଃ ଉତ୍ତର କୋରିଆ ଭାବେ ଜଣାଯାଇଥାଏ। କିନ୍ତୁ ଉତ୍ତର କୋରିଆର ପୁନଃ ମିଶ୍ରଣର ଆକାଂକ୍ଷା ହେତୁ ନିଜକୁ ଉତ୍ତର କୋରିଆ ଓ ନିଜ ଦେଶବାସୀଙ୍କୁ ଉତ୍ତର କୋରିଆନ ଭାବେ ସମ୍ବୋଧନ ନ କରିବାକୁ ଉତ୍ତର କୋରିଆ ସରକାର ବିଦେଶୀମାନକୁ ପ୍ରୋତ୍ସାହିତ କରୁଛି। ୨୦୨୪ ରେ ପୁନଃ ମିଶ୍ରଣ ଆକାଂକ୍ଷାର ବର୍ଜନ ପରିସ୍ଥିତି ରେ ପରିବର୍ତ୍ତନ ଆଣିଛି।

ଇତିହାସ

[ସମ୍ପାଦନା]

ଭୂଗୋଳ

[ସମ୍ପାଦନା]

ପ୍ରଶାସନିକ ବିଭାଜନ

[ସମ୍ପାଦନା]

ଅଧିକ ତଥ୍ୟ

[ସମ୍ପାଦନା]
ସରକାରୀ ୱେବସାଇଟ
ସାଧାରଣ ୱେବସାଇଟ
ଛବି
ଭିଡିଓ