ନିନା ଗୁପ୍ତା
ନିନା ଗୁପ୍ତା | |
---|---|
ଜନ୍ମ | [୧][୨] | ୪ ଜୁଲାଇ ୧୯୫୯
ବୃତ୍ତି(ସମୂହ) | actor, director |
ସକ୍ରିୟ ବର୍ଷ | 1982–present |
ବୈବାହିକ-ସାଥୀ | Vivek Mehra (2008–present) |
ଜୀବନସାଥୀ | Viv Richards (?–1989) |
ସନ୍ତାନ | Masaba Gupta |
ନିନା ଗୁପ୍ତା (ଜନ୍ମ: ୪ ଜୁଲାଇ ୧୦୫୯) ଜଣେ ଭାରତୀୟ ଫିଲ୍ମ ତଥା ଦୂରଦର୍ଶନ ଅଭିନେତ୍ରୀ । ସେ ୧୯୯୪ ମସିହାରେ ତାଙ୍କର ସହ - ଅଭିନେତ୍ରୀ ଭାବରେ ଅଭିନୟ ପାଇଁ " ୱୋ ଛୋକରି " ଫିଲ୍ମରେ ଜାତୀୟ ପୁରସ୍କାର ପାଇଥିଲେ । ସେ ଶାମ ବେନେଗାଳ ଓ ଅରବିନ୍ଦନଙ୍କ ପରି ସମାନ୍ତରାଳ ଫିଲ୍ମ ନିର୍ମାତାଙ୍କ ଫିଲ୍ମରେ ଅଭିନୟ କରି ଜାତୀୟ ଖ୍ୟାତି ପ୍ରାପ୍ତ ହେଇଥିଲେ । ଏହା ସହ ସେ ଟିଭି ସିରିୟାଲରେ ଅଭିନୟ ସହ ରିଆଲିଟି ଶୋରେ ମଧ୍ୟ ଆଙ୍କର ଭାବରେ କାର୍ଯ୍ୟ କରୁଥିଲେ । [୩]
ପ୍ରାଥମିକ ଜୀବନୀ ଓ କାର୍ଯ୍ୟ
[ସମ୍ପାଦନା]ନିନା ଗୁପ୍ତା ନୂଆ ଦିଲ୍ଲୀ ସହରରେ ଜନ୍ମଗ୍ରହଣ କରି ଲରେନ୍ସ ସ୍କୁଲରେ ଶିକ୍ଷା ଲାଭ କରିଥିଲେ । ସେ ସଂସ୍କୃତରେ ସ୍ନାତକୋତ୍ତର ସହ ଏମ୍. ଫିଲ୍ କରିଛନ୍ତି ।
ଭାରତୀୟ ଫିଲ୍ମ
[ସମ୍ପାଦନା]ନିନା ଖଳନାୟକ , ଯୁନୁନ , ସାଥ ସାଥ , ଯେ ନଜଦିକିୟାନ , ମାଣ୍ଡୀ , ଶ୍ରୀମାନ ଶ୍ରୀମତୀ , ନଜର , ଶାନ ଆଦି ଅନେକ ବ୍ଯବସାୟିକ ଫିଲ୍ମରେ ସହ ଅଭିନେତ୍ରୀ ଭାବରେ କାର୍ଯ୍ୟ କରି ଲୋକପ୍ରିୟ ହେଇଥିଲେ । ଏହା ସହ ସେ ଅନେକ ସମାନ୍ତରାଳ ଫିଲ୍ମରେ ଅଭିନୟ କରିଥିଲେ ।
ଆନ୍ତର୍ଜାତିକ ଫିଲ୍ମ
[ସମ୍ପାଦନା]ନିନା ୧୯୮୨ ମସିହା ନିର୍ମିତ "ଗାନ୍ଧୀ ", ହଲିବୁଡ ନିର୍ମାତା ମାର୍ଚଣ୍ଟ ଆଇଭୋରୀଙ୍କ ଫିଲ୍ମ " The Deceivers" ,(୧୯୮୮) " ମିର୍ଜା ଘାଲିବ ( ୧୯୮୯ ), " The Custody" (୧୯୯୩) ଓ " Cotton Mary " ( ୧୯୯୯)ରେ ଅଭିନୟ କରିଥିଲେ ।
ଟେଲିଭିଜନ କାର୍ଯ୍ୟ
[ସମ୍ପାଦନା]ନିନା ଭାରତୀୟ ଟେଲିଭିଜନରେ ଖୁବ ସଫଳ ନାୟିକା ଭାବରେ କାର୍ଯ୍ୟ କରିଥିଲେ । ତାଙ୍କର ୧୯୮୫ ମସିହାର ଧାରାବାହିକ "ଖାନଦାନ" , ୧୯୮୭ର "ମିର୍ଜା ଘାଲିବ" , ୧୯୮୮ର "ଭାରତ ଏକ ଖୋଜ "୨୦୦୯ରେ ନିର୍ମିତ " କିତନା ମୋହବ୍ୱତ ହେ " ଇତ୍ୟାଦି ଖୁବ ପସଦଜନକ ହେଇଥିଲା । ଅଭିନୟ ବ୍ୟତୀତ ଅନେକ ରିଏଲିଟି ଶୋ ଧାରାବାହିକରେ ସେ ଆଙ୍କର ଭାବରେ କାର୍ଯ୍ୟ କରିଛନ୍ତି । ନିର୍ଦ୍ଦେଶିକ ଭାବରେ " ଶାନ " , ସିସ୍କି " ପରି ଧାରାବାହିକରେ ସେ ନିଜର କଳା ଦେଖେଇଛନ୍ତି ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ନିନା ୧୯୮୦ ମସିହାରେ ୱେଷ୍ଟ ଇଣ୍ଡିଜର ପୂର୍ବତନ କ୍ରିକେଟ ତାରକା ଭିଭିଆନ ରିଚାର୍ଡଙ୍କ ସମ୍ପର୍କ ରଖିଥିଲେ ଓ ତାଙ୍କର ଜଣେ ଝିଅ ମାସାବା ଗୁପ୍ତା ବର୍ତ୍ତମାନ ଜଣେ ଫେସନ ଡିଜାଇନର[୪] ଭାବରେ କାର୍ଯ୍ୟ କରନ୍ତି । କିନ୍ତୁ ସେ ୨୦୦୮ ମସିହାରେ ନୂଆ ଦିଲ୍ଲୀରେ ବିବେକ ମେହେରା ନାମକ ଜଣେ ଚର୍ତାର୍ଡ ଆକାଉଣ୍ଟାନ୍ତଙ୍କୁ ବିବାହ କରିଥିଲେ । [୫][୬][୭]
ପୁରସ୍କାର
[ସମ୍ପାଦନା]- ଜାତୀୟ ଫିଲ୍ମ ପୁରସ୍କାର - ୧୯୯୩ ଶ୍ରେଷ୍ଠ ଅଣ-କାଳ୍ପନିକ ଫିଲ୍ମ ପ୍ରଥମ ଅବଦାନ ନିର୍ଦ୍ଦେଶକ ଭାବରେ " ବାଜାର ସୀତାରାମ " ପାଇଁ
ଆଧାର
[ସମ୍ପାଦନା]- ↑ "नीना गुप्ता : सुर्खियों में रहा प्रेम प्रसंग". India.com (in Hindi). 4 July 2016. Archived from the original on 6 July 2016. Retrieved 6 July 2016.
{{cite web}}
: Unknown parameter|trans_title=
ignored (|trans-title=
suggested) (help)CS1 maint: unrecognized language (link) - ↑ "Older actresses hardly have any role: Neena Gupta". News 18 (IANS). 29 July 2013. Retrieved 6 July 2016.
the 54-year-old Neena
- ↑ Bold and dutiful MALA KUMAR, The Hindu, 16 December 2005.
- ↑ Tribune
- ↑ DNA newspaper
- ↑ Neena Gupta thrilled with marriage, but says "Masaba is priority" Sify.com, IANS, 29 July 2008.
- ↑ Neena Gupta opens up.
- ↑ "41st National Film Awards". International Film Festival of India. Archived from the original on 13 March 2016. Retrieved 3 March 2012.
- ↑ "41st National Film Awards (PDF)" (PDF). Directorate of Film Festivals. Retrieved 3 March 2012.
ବାହାର ଲିଙ୍କ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ Neena Gupta