ନାକରେ ବାହ୍ୟ ପଦାର୍ଥ
| ନାକରେ ବାହ୍ୟ ପଦାର୍ଥ | |
|---|---|
The medial side of the nasal cavity | |
| ବିଭାଗ | ENT surgery |
| ଲକ୍ଷଣ | Bad smelling discharge from one side of the nose[୧] |
| ଆକ୍ରାନ୍ତ ସମୟ | 2 to 5 years old[୨] |
| କାରଣ | Paper, small stones, beans, button batteries[୧] |
| ବିପଦ କାରକ | Mental illness, developmental disabilities[୨] |
| ରୋଗ ନିର୍ଣ୍ଣୟ ପଦ୍ଧତି | Looking in the nose[୧] |
| ସଠିକ ରୋଗ ନିର୍ଣ୍ଣୟ | Sinusitis, nasal polyp[୨] |
| ଔଷଧ | Phenylephrine, procedural sedation[୧][୨] |
| ପୁନଃପୌନିକ | Relatively common[୨] |
ନାକରେ ବାହ୍ୟ ପଦାର୍ଥ (ଇଂରାଜୀ ଭାଷାରେ Nasal foreign body/NFB ), କୁହାଯାଏ ଯେତେବେଳେ ନାକରେ ବାହାର ଜିନିଷ ପଶି ରହିଯାଏ ।[୩] ଏହାର ଲକ୍ଷଣଗୁଡ଼ିକ ମଧ୍ୟରେ ନାକର ଗୋଟିଏ ପାର୍ଶ୍ୱରୁ ଦୁର୍ଗନ୍ଧଯୁକ୍ତ ଜିନିଷ ବାହାରେ ।[୧] ସେଗୁଡିକ ସାଧାରଣତଃ ଜଣେ ବ୍ୟକ୍ତିଙ୍କର ଡାହାଣ ପାଖରେ ଘଟେ ।[୨] ଜଟିଳତା ମଧ୍ୟରେରକ୍ତସ୍ରାବ, ସଂକ୍ରମଣ ଏବଂ ବାହ୍ୟ ନିର୍ଗମନ ହୁଏ ।[୨]
ସାଧାରଣତଃ ନାକରେ ଥିବା ବସ୍ତୁଗୁଡ଼ିକରେ କାଗଜ, ଛୋଟ ପଥର ହୋଇପାରେ ।[୧] ବିପଦ କାରଣଗୁଡ଼ିକ ମଧ୍ୟରେ ମାନସିକ ରୋଗ କିମ୍ବା ବିକାଶ ଅକ୍ଷମତା ହୋଇପାରେ ।[୨] ସାଧାରଣତଃ ନାକକୁ ଦେଖି ରୋଗ ନିର୍ଣ୍ଣୟ କରାଯାଏ ।[୧] ବେଳେବେଳେ ଡାକ୍ତରୀ ଇମେଜିଙ୍ଗ୍ ଆବଶ୍ୟକ ହୋଇପାରେ ।[୨]
ଅପସାରଣଦ୍ୱାରା ଚିକିତ୍ସା ହୁଏ ।[୧] ଏହା ଏକ ନାକ ସ୍ପେକୁଲମ, ଫୋରସେପ କିମ୍ବା ବକ୍ର ପଦାର୍ଥ ସାହାଯ୍ୟରେ ଅନୁସନ୍ଧାନ କରାଯାଇପାରେ ।[୧] ପିଲାଙ୍କ ପାଟି ଉପରେ ବାପା ବା ମାଆ ନିଜ ପାଟି ରଖି ଫୁଙ୍କିଲେ ପ୍ରଭାବଶାଳୀ ହୋଇପାରେ ।[୨] ନାକରେ ଫିନାଇଲେଫ୍ରିନ ରଖିଲେ ସାହାଯ୍ୟକାରୀ ହୁଏ ।[୧] [୨]
ନାକରେ ବାହ୍ୟ ପଦାର୍ଥ ଅପେକ୍ଷାକୃତ ସାଧାରଣ ସମସ୍ୟା ଅଟେ ।[୨] ସେଗୁଡିକ ସାଧାରଣତଃ ୨ରୁ ୫ ବର୍ଷର ପିଲାମାନଙ୍କଠାରେ ଦେଖାଯାଏ ।[୨] ଏହା ଝିଅମାନଙ୍କ ଅପେକ୍ଷା ପୁଅମାନଙ୍କଠାରେ ଅଧିକ ଦେଖାଯାଏ ।[୨]
ଆଧାର
[ସମ୍ପାଦନା]- 1 2 3 4 5 6 7 8 9 10 "Nasal Foreign Bodies - Ear, Nose, and Throat Disorders". Merck Manuals Professional Edition (in କାନାଡିୟ ଇଂରାଜୀ). Archived from the original on 20 February 2022. Retrieved 4 April 2022.
- 1 2 3 4 5 6 7 8 9 10 11 12 13 14 Baranowski, K; Al Aaraj, MS; Sinha, V (January 2022). "Nasal Foreign Body". PMID 29083647.
{{cite journal}}: Cite journal requires|journal=(help) - ↑ "PEM Playbook - Foreign Bodies in the Head and Neck". emDOCs.net - Emergency Medicine Education (in ଇଂରାଜୀ). 30 March 2018. Archived from the original on 24 November 2020. Retrieved 4 April 2022.