ନାଇଲା ନାୟେମ
ନାଇଲା ନାୟେମ | |
---|---|
নায়লা নাঈম | |
ଜନ୍ମ | ନାଇଲା ନାୟେମ ବରିସାଲ, ବଙ୍ଗଳାଦେଶ |
ଜାତୀୟତା | ବଙ୍ଗଳାଦେଶୀ |
ଜାତୀୟତା | ବଙ୍ଗଳାଦେଶୀ |
ବୃତ୍ତିସମୂହ |
|
ସକ୍ରିୟ ବର୍ଷ | ୨୦୦୩–ଏବେଯାଏଁ |
ପ୍ରସିଦ୍ଧି | ଗ୍ଲାମର ମଡେଲ |
ନାଇଲା ନାୟେମ (ବଙ୍ଗଳା: নায়লা নাঈম) ଜଣେ ବଙ୍ଗଳାଦେଶୀ ମଡେଲ ଏବଂ ଅଭିନେତ୍ରୀ ।[୧] ସେ ପ୍ରଥମେ ଜଣେ ମଡେଲ ଭାବରେ ରଙ୍ଗୀନ ଦୁନିଆରେ ନିଜର ପେଶା ଆରମ୍ଭ କରିଥିଲେ ଓ ବିଭିନ୍ନ ବ୍ରାଣ୍ଡ ତଥା ବ୍ୟବସାୟ ପାଇଁ ମେଡେଲ ଭାବରେ କାର୍ଯ୍ୟ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ ।[୨][୩][୪]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ନାଇଲା ନାୟେମ ବଙ୍ଗଳାଦେଶର ବାରିସାଲଠାରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ଦାନ୍ତ ଚିକିତ୍ସକ ହେବା ପାଇଁ ଇଚ୍ଛା ରଖିଥିଲେ ଏବଂ ଢାକା ସିଟି ଡେଣ୍ଟାଲ କଲେଜ ନାମକ ଏକ ଘରୋଇ ମେଡିକାଲ କଲେଜରୁ ସେ ଡେଣ୍ଟାଲ ସର୍ଜନରେ ସ୍ନାତକ ହାସଲ କରିଥିଲେ ।[୫]
ଅଭିନୟ ଜୀବନ
[ସମ୍ପାଦନା]ନାଇଲା ନାୟେମ ୨୦୦୩ ମସିହାରେ ଏକ ବ୍ୟବସାୟର ବ୍ରାଣ୍ଡ ପାଇଁ ମଡେଲିଂ କରିବା ଆରମ୍ଭ କରିଥିଲେ । ଏହାପରେ ସେ ବିଭିନ୍ନ ବିଜ୍ଞାପନ ଆଦିରେ ଅଭିନୟ କରିଥିଲେ । ମଡେଲିଂ କରିବା ପରେ ପରେ ତାଙ୍କୁ ବିଭିନ୍ନ ଦୂରଦର୍ଶନ କାର୍ଯ୍ୟକ୍ରମରେ ସୁଯୋଗ ମିଳିଥିଲା । ବିଭିନ୍ନ ନାଟକ ତଥା ଧାରାବାହିକରେ ଅଭିନୟ କରିବାପରେ ନାଇଲା ୨୦୧୫ ମସିହାରେ ବଙ୍ଗଳାଦେଶ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ କଥାଚିତ୍ର ଥିଲା "ରନ୍ ଆଉଟ୍" ।[୨] ତନ୍ମୟ ତାନ୍ସେନ୍ଙ୍କ ନିର୍ଦ୍ଦେଶିତ ଏହି କଥାଚିତ୍ରରେ ନାଇଲାଙ୍କ ସହ ସାଜଲ ନୁର୍ ଓ ମୌସୁମୀ ନାଗ ଆଦି କଳାକାରମାନେ ଅଭିନୟ କରିଥିଲେ । ୨୦୧୩ ମସିହାରେ ନାଇଲା ସୁନୀଲ ଗଙ୍ଗୋପାଧ୍ୟାୟଙ୍କ ରଚିତ ଏକ ଉପନ୍ୟାସ ଘାଟ ବାବୁ ଉପରେ ଆଧାରିତ ନାଟକ ଘାଟ ବାବୁ ନିତାଇ ଚନ୍ଦ୍ରରେ ଅଭିନୟ କରିଥିଲେ । ନାଇଲା କଥାଚିତ୍ରରେ ଅଭିନୟ କରିବା ସହି କିଛି ଚଳଚ୍ଚିତ୍ରର ଆଇଟମ ଗୀତରେ ମଧ୍ୟ ନୃତ୍ୟ କରିଥିଲେ । ମାରୁଫ ଟାକା ଧୋରେନ ନାମକ ଅନ୍ୟ ଏକ ବଙ୍ଗଳା ଚଳଚ୍ଚିତ୍ରରେ ସେ ମଧ୍ୟ ଅଭିନୟ କରିଥିଲେ ।[୬]
ଯଦିଓ ପୂର୍ବରୁ ନାଇଲା ଫେସବୁକରେ କେବେ ଯୋଗଦେବେ ନାହିଁ ବୋଲି ସ୍ଥିର କରିଥିଲେ, ମାତ୍ର ପରବର୍ତ୍ତୀ ସମୟରେ ସେ ନିଜର କାର୍ଯ୍ୟ ଏବଂ ନିଜ ବିଷୟରେ ଅଧିକ ପ୍ରଚାର କରିବା ପାଇଁ ସୋସିଆଲ ମିଡ଼ିଆକୁ ଏକ ବଡ଼ ମାଧ୍ୟମ ରୂପେ ବାଛିଥିଲେ ।[୭][୮][୯] ଅନ୍ଲାଇନ୍ରେ ଖାଦ୍ୟ ଯୋଗାଉଥିବା ସଂସ୍ଥା ଫୁଡ୍ପାଣ୍ଡାର ନାଇଲାଙ୍କୁ ସୋସିଆଲ ମିଡ଼ିଆରେ ତାଙ୍କର ବିଜ୍ଞାପନ ପ୍ରଚାର କରିବାପାଇଁ ଚୁକ୍ତି କରିଥିଲା ।[୧୦] ବାଂଲାଦେଶର ଟେଲି କମୁନିକେସନ ସଂସ୍ଥା ଗ୍ରାମୀଣଫୋନଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ନାଇଲା ଅନନ୍ତ ଜୋଇଲିଙ୍କ ସହ କାର୍ଯ୍ୟ କରିଥିଲେ ।[୧୧] ୨୦୧୫ ମସିହାରେ ବାଘର ବଚ୍ଚା ଡିଜିଟାଲ ସଂସ୍ଥାଦ୍ୱାରା ଏଲ୍ଜି ଇଲେକ୍ଟ୍ରୋନିକ୍ସ୍ ପାଇଁ ନିର୍ମିତ ଏକ ବିଜ୍ଞାପନରେ ନାଇଲା କାର୍ଯ୍ୟ କରିଥିଲ ଏବଂ ବିଜ୍ଞାପନଟି ଏକ ପୁରସ୍କାର ମଧ୍ୟ ପାଇଥିଲା ।[୧୨] ନାଇଲା ବଙ୍ଗଳାଦେଶର କ୍ରିକେଟ ଖେଳାଳୀ ସାବିର ରହମାନଙ୍କ ସହ ଏକ ବିଜ୍ଞାପନରେ କାର୍ଯ୍ୟ କରିଥିଲେ, ଯେଉଁଥିରେ ସେମାନେ ଏକ ମାଦକ ପାନୀୟ ଉପରେ ବିଜ୍ଞାପନ ନିର୍ମାଣ କରିଥିଲେ, ମାତ୍ର ଏହାର ପ୍ରସାରଣ ଉପରେ ବଙ୍ଗଳାଦେଶ କ୍ରିକେଟ ସଂଘ ରୋକ ଲଗାଇ ଦେଇଥିଲା ।[୧୩] ସିଏମ୍ଭିଦ୍ୱାରା ନିର୍ମିତ ଏକ ୱେବ ସିରିଜ୍ରେ ନାଇଲା ଅଭିନୟ କରିଥିଲେ, ଯାହାର ଶୀର୍ଷକ ଥିଲା ଦ ଲିଷ୍ଟ ।[୧୪]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ନାଇଲାଙ୍କ ପୂର୍ବ ସ୍ୱାମୀ, ତାସ୍ୱିଫ ହୁସେନ ତୁଷାର ସିରିୟାରେ ଇସ୍ଲାମିକ୍ ଷ୍ଟେଟ୍ ଆତଙ୍କବାଦୀ ଦଳରେ ଯୋଗ ଦେଇଥିଲେ, ଯାହାକି ସେମାନଙ୍କର ନିଯୁକ୍ତି ଭିଡ଼ିଓ ଜରିଆରେ ଲୋକଲୋଚନକୁ ଆସିଥିଲା ।[୧୫][୧୬]
ଆଧାର
[ସମ୍ପାଦନା]- ↑ "Meet Sunny Leone Of Bangladesh, Naila Nayem".
- ↑ ୨.୦ ୨.୧ "Naila Nayem steps in film". Prothom Alo. Retrieved 12 December 2014.[permanent dead link]
- ↑ "আলোচনা, সমালোচনায় নায়লা নাঈম". Deutsche Welle (Bangla). Retrieved 12 December 2014.
- ↑ "Grameenphone's Festivities for Friends". The Daily Star (in ଇଂରାଜୀ). 2014-12-30. Retrieved 2017-12-10.
- ↑ Bdentertainers. "Naila Nayem Bangladeshi Ramp Model and actress Biography". Bdentertainers. Archived from the original on 23 February 2015. Retrieved 23 February 2015.
- ↑ "Naila Nayem steps in film". Prothom Alo. Retrieved 2017-12-10.[permanent dead link]
- ↑ "Meet Naila Nayem Facebook Star!". The Daily Star (Bangladesh). Retrieved 11 January 2015.
- ↑ "From Facebook to Item Girl". The Daily Star (in ଇଂରାଜୀ). 2014-07-19. Retrieved 2017-12-10.
- ↑ "This is not what I had planned". The Daily Star (in ଇଂରାଜୀ). 2016-02-19. Retrieved 2017-12-10.
- ↑ "Foodpanda signs Naila Nayem for "Save 1 Hour" Campaign". thedailystar.net. The Daily Star. Retrieved 7 July 2015.
- ↑ Entertainment Correspondent. "Ananta shares stage with Naila". en.prothom-alo.com. Matiur Rahman. Archived from the original on 4 March 2016. Retrieved 7 July 2015.
- ↑ "Bagher Bachcha Digital wins 21 awards at Commwards'16". The Daily Star (in ଇଂରାଜୀ). 2016-09-20. Retrieved 2017-12-10.
- ↑ "Bangladesh cricket bans Sabbir's raunchy ad". The Daily Star (in ଇଂରାଜୀ). 2016-10-25. Retrieved 2017-12-10.
- ↑ "Naila Nayem: the glamorous nurse | Dhaka Tribune". dhakatribune.com (in ଆମେରିକୀୟ ଇଂରାଜୀ). Retrieved 2017-12-10.
{{cite web}}
: CS1 maint: url-status (link) - ↑ "Bangladesh model Naila Nayem's former husband among three youths in 'Islamic State video'". bdnews24.com. Retrieved 2017-03-25.
- ↑ "Bangladesh's famous model Naila Nayem's ex-husband featured in latest ISIS video?". Zee News (in ଇଂରାଜୀ). 2016-07-07. Retrieved 2017-12-10.
ବାହାର ଆଧାର
[ସମ୍ପାଦନା]- ଉଇକିମିଡ଼ିଆ କମନ୍ସରେ ନାଇଲା ନାୟେମ-ସମ୍ପର୍କିତ ମିଡ଼ିଆ