ମଗନଲାଲ ଗାନ୍ଧୀ
ଦେଖଣା
(Maganlal Gandhiରୁ ଲେଉଟି ଆସିଛି)
ମଗନଲାଲ ଗାନ୍ଧୀ | |
---|---|
ଜନ୍ମ | ମଗନଲାଲ କୁଶଳଚାନ୍ଦ ଗାନ୍ଧୀ ୧୮୮୩ |
ମୃତ୍ୟୁ | ୨୩ ଅପ୍ରେଲ ୧୯୨୮ |
ଜାତୀୟତା | ଭାରତୀୟ |
ପିତାମାତା | କୁଶଳଚାନ୍ଦ ଗାନ୍ଧୀ |
ସମ୍ପର୍କୀୟ | ମହାତ୍ମା ଗାନ୍ଧୀ (ସମ୍ପର୍କୀୟ କକା) |
ମଗନଲାଲ କୁଶଳଚାନ୍ଦ ଗାନ୍ଧୀ (୧୮୮୩–୧୯୨୮), ମୋହଦାସ କରମଚାନ୍ଦ ଗାନ୍ଧୀଙ୍କର ଜଣେ ଅନୁଗାମୀ ଥିଲେ । ସେ ତାଙ୍କର ବଡ଼ପାପାଙ୍କ ନାତି ଥିଲେ, ଯିଏକି ୨୩ ଅପ୍ରେଲ ୧୯୨୮ରେ ପାଟଣାଠାରେ ଟାଏଫଏଡରେ ମୃତ୍ୟବରଣ କରିଥିଲେ ।[୧]
ମଗନଲାଲ ଗାନ୍ଧୀ ମୋହନଦାସ ଗାନ୍ଧୀଙ୍କ ଅନେକ କାର୍ଯ୍ୟରେ ଜଡ଼ିତ ଥିଲେ । ମହାତ୍ମା ଗାନ୍ଧୀଙ୍କର ଅଂହିସା ଆନ୍ଦୋଳନର ନାମ ସତ୍ୟାଗ୍ରହ ରଖିବାକୁ ମଗନଲାଲ ହିଁ କହିଥିଲେ । ମହାତ୍ମା ଗାନ୍ଧୀଙ୍କ ଅନୁସାରେ, ମଗନଲାଲ ସାବରମତୀ ଆଶ୍ରମର ହୃଦୟ ଓ ଆତ୍ମା ଥିଲେ । ଗାନ୍ଧୀଜୀଙ୍କ ଅନୁରୋଧ କ୍ରମେ କୁଳଶଚାନ୍ଦ ତାଙ୍କର ଦୁଇ ପୁତ୍ର ମଗନଲାଲ ଓ ଛଗନଲାଲଙ୍କୁ ଦକ୍ଷିଣ ଆଫ୍ରିକା ପଠାଇଥିଲେ ।[୨] ୧୯୦୩ ମସିହାରେ ସେଠାରେ ସେ ମହାତ୍ମା ଗାନ୍ଧୀଙ୍କ ସହିତ କାର୍ଯ୍ୟ କରିଥିଲେ । ସେ ତାଙ୍କର କାକା ମହାତ୍ମା ଗାନ୍ଧୀଙ୍କ ପଥକୁ ଅନୁସରଣ କରି ଆତ୍ମ-ଦରିଦ୍ରତା ଗ୍ରହଣ କରିବା ସହ ଫୋନିକ୍ସ ସେଟେଲ୍ମେଣ୍ଟରେ ଯୋଗଦେଇଥିଲେ ।
ଆଧାର
[ସମ୍ପାଦନା]- ↑ "Associates of Gandhi : Maganlal Gandhi". www.mkgandhi.org. Retrieved 3 October 2020.
- ↑ "Prabhudas Gandhi". gandhiserve.org. Archived from the original on 14 August 2022. Retrieved 3 October 2020.