ତନ୍ତ
Appearance
(Loomରୁ ଲେଉଟି ଆସିଛି)
ଲୁଗା ବୁଣିବା ଯନ୍ତ୍ର ତନ୍ତ ନାମରେ ଜଣା । ତନ୍ତରେ ପ୍ରଥମେ ଲମ୍ବବାଗର ସୂତାମାନଙ୍କୁ ଟାଣି କରି ରଖାଯାଏ ଓ ପରେ ତହିଁ ମଧ୍ଯରେ ଚଉଡ଼ାବାଗର ସୂତାକୁ କାଣ୍ଡିଆଦ୍ୱାରା ଭରଣା କରାଯାଇ ଲୁଗା ବୁଣାଯାଏ ।
- ବିଶ୍ୱକର୍ମା— ଲୁଗାକୁ ବୁଣୁଥିବା ବ୍ଯକ୍ତିର ଡାହାଣ ହାତ ପାଖରେ ଭୂମିରେ ପୋତା ଯାଇଥିବା ଗୋଟିଏ ଖୁଣ୍ଟି ବା ଖିଲ, ଯହିଁରେ ନରାଜର ଡାହାଣ ପାଖରେ ଥିବା ଖିଲରେ ଗୁଡ଼ିଆ ଦଉଡ଼ି ବନ୍ଧାଯାଏ
- ମାକୁ, ମାଙ୍କୁ—ଯେଉଁ ନାବାକୃତି କାଠ ଖଣ୍ଡରେ ଭରଣି ସୂତାର କଣ୍ଡା ପଶି ଥାଏ ଓ ଯାହା ଟାଣୀ ସୂତାମାନଙ୍କ ଅନ୍ତରାଳ ଦେଇ ଆଡ଼ ବାଗରେ ମେଣ୍ଢୀଦ୍ୱାରା ଫିଙ୍ଗା ହେଉଥାଏ
- କଣ୍ଡା—ଭରଣୀ ସୂତା ଗୁଡ଼ିଆ ହୋଇଥିବା ନଳୀ, ଯାହା ମାକୁ ମଧ୍ଯରେ ପଶି ଥାଏ
- ପାନିଆ—ଯେଉଁ ସରୁ ବାଉଁଶକାଠିର ପାନିଆ ଭିତରେ ଟାଣୀ ସୂତା ଯୋଡ଼ା ଯୋଡ଼ା ହୋଇ ପିନ୍ଧାଇ ଦିଆଯାଏ
- ଦକ୍ତି— ପାନିଆର ସରୁ ଖଡ଼ିକାର ଲମ୍ବା ଫର୍ମା
- ବ; ବଅ; ବଅପାଟି—ଯେଉଁ ସୂତ୍ରମୟ ପାଶଯୁକ୍ତ ପାନିଆ ଭିତରେ ଟାଣୀ ସୂତା ଗୋଟି ଗୋଟି ହୋଇ ଗଳି ଥାଏ; (ଏହାର ସଂଖ୍ଯା ଦୁଇଟି)
- ବଅପଟା—ଯେଉଁ ପଟାରେ ବଅ ବନ୍ଧାଯାଏ
- ବଅକାଠି—ଯେଉଁ କାଠି ଦୁଇ ଖଣ୍ଡରେ ବଅର ପାନିଆ ସୂତାମାନ ଟଣା ହୋଇ ବନ୍ଧାଯାଏ
- ନାଚୂଣୀ, ନାଚୂଣୀ ପକ୍ଷୀ—ନିକିତି ଦଣ୍ଡି ଆକାରର କାଠି, ଯାହାର ଦୁଇ ପ୍ରାନ୍ତରୁ ବଅ ଓହଳା ଯାଇଥାଏ
- ଛିଟ୍କିଣି; ଛଟିକିଣି—ଯେଉଁ କାଠଖଣ୍ଡ ବା ବେଣ୍ଟକୁ ହାତରେ ମୁଠାଇ ଧରି ଡାହାଣ ବା ବାଆଁ ଆଢ଼କୁ ମାରିଲେ ଦଉଡ଼ିଦ୍ୱାରା ମେଣ୍ଢା ଚାଳିତ ହୁଏ
- ଟାଣୀସୂତା—ବୁଣା ଲୁଗାର ଲମ୍ବ ସୂତା
- ଭରଣୀସୂତା; ବୁଣାସୂତା—ଲୁଗାର ଆଡ଼ବାଗର ସୂତା
- ଜୋ କାଠି —ଯେଉଁ କାଠିଦ୍ୱାରା ଲୁଗା ବୁଣା ହେଉଥିବା ସମଯରେ ଭରଣୀ ସୂତାର ଶେଷ ମୁଣ୍ଡକୁ ଟାଣୀ ସହିତ ଟାଣିକରି ରଖାଯାଏ
- ତନ୍ତକାଠ, ନରାଜ, ନରାଳୁ, ନରୋଜ—ଯେଉଁ ମୋଟ ଗୋଲ ଦଣ୍ଡରେ ବୁଣିବାର ଟାଣୀ ସୂତା ଗୁଡ଼ିଆ ହୋଇଥାଏ
- ତାଷଣ ବା ମୁଠା—ୟେଉଁ ବୁରୁସ ବା ମାର୍ଜନୀଦ୍ୱାରା ତନ୍ତିମାନେ ସୂତାକୁ ପରିଷ୍କାର କରନ୍ତି ବା ମାଜନ୍ତି
- ଚାପଣା, ଟିପିଣୀଦଣ୍ଡା, ଚାପଣାକାଠି—ବଅକୁ ତଳକୁ ଉପରକୁ ଉଠାଇବା ପକାଇବା ପାଇଁ ନିମ୍ନସ୍ଥ ଯେଉଁ ଦଣ୍ଡ ଦୁଇଟିକୁ ଏକାଦିକ୍ରମେ ଗୋଡ଼ଦ୍ୱାରା ଟିପାଯାଏ
- ଟିପିଣୀ ଦଉଡ଼ି— ୟେଉଁ ଦଉଡ଼ି ଟିପିଣୀଦଣ୍ଡା ଓ ବଅକୁ ସଂୟୁକ୍ତ କରିଥାଏ
- ମତି— ଯେଉଁ 'X' ଆକାରର ବେତ ଦୁଇ ଖଣ୍ଡ ବୁଣା ଯାଉଥିବା ଲୁଗାର ଧଡ଼ିକୁ ଓସାରେଇ କରି ଟାଣି ଧରିଥାଏ
- ନାଠୀ, ନଟେଇ— ଯେଉଁ କାଠିରେ ସୂତା ଗୁଡ଼ିଆ ହୋଇଥାଏ
- ମେଣ୍ଢୀ—ମାକୁକୁ ଚଳାଇବାର ଦଉଡ଼ିଯୁକ୍ତ କାଷ୍ଠଖଣ୍ଡ (ଯାହା ଛିଟିକିଣିଦ୍ୱାରା ଚାଳିତ ହୁଏ)
- ତୁଳିକାଠ—ୟେଉଁ ଗୋଲ ଦଣ୍ଡରେ ଲୁଗାର ବୁଣା ହୋଇଥିବା ଅଂଶ ଗୁଡ଼ିଆ ହୁଏ
- ପଞ୍ଝା—ସେତରଞ୍ଜି ବୁଣିବା ବେଳେ ଭରଣୀ ସୂତାକୁ ପୂର୍ବବୁଣା ସୂତା ସଙ୍ଗେ ବସାଇ ଦେବାପାଇଁ ବ୍ଯବହୃତ ଅଙ୍ଗୁଳିୟୁକ୍ତ କରତଳ ଆକୃତିର କାଷ୍ଠଖଣ୍ଡ
- ଲିସ୍, ଲିସ୍କାଠି—ଟାଣୀ ସୂତାର ଫାନ୍ଦ
- ଡ୍ରମ୍—ଟାଣି ଓ ଭରଣୀ ସୂତା ଗୁଡ଼ିଆ ହୋଇ ରହିବାର ପିମ୍ପା ପରି ଗୋଲାକାର ନଟେଇ
- ଡାଙ୍ଗିଆ —ଏହାଦ୍ୱାରା ବୁଣା ହେଉଥିବା ଲୁଗାର ଧଡିରେ କୁମ୍ଭ ବା ଛକ ବୁଣାଯାଏ ]
ଆଧାର
[ସମ୍ପାଦନା]- ↑ "Purnnachandra Ordia Bhashakosha". Retrieved 27 January 2016.[permanent dead link]