ଲିମ୍ବୋ (ଭିଡ଼ିଓ ଗେମ୍)

ଉଇକିପିଡ଼ିଆ‌ରୁ
(Limbo (video game)ରୁ ଲେଉଟି ଆସିଛି)
ଲିମ୍ବୋ
Limbo Box Art.jpg
Developer(s) ପ୍ଲେ-ଡେଡ୍
Publisher(s) ମାଇକ୍ରୋସଫ୍ଟ ଗେମ୍ ଷ୍ଟୁଡିଓ
Director(s) ଅନନ୍ତ ଜେନ୍‌ସନ୍
Producer(s)
  • ଡିନୋ କ୍ରିଷ୍ଟିନ୍ ପାଟ୍ଟି
  • ମାଡସ୍ ଉଇବ୍ରୋଏ
Designer(s) ଜେପ୍ପେ କାର୍ଲସନ୍
Programmer(s) ଥୋମାସ୍ କ୍ରୋଗ୍
Artist(s)
  • ମୋର୍ଟେନ୍ କ୍ରିଷ୍ଟିନ୍ ବ୍ରାମସେନ୍
  • ଷ୍ଟିନ୍ ସୋରନ୍‌ସେନ୍
Composer(s) ମାର୍ଟୀନ୍ ଷ୍ଟିଗ୍ ଆଣ୍ଡରସନ୍
Platform(s) ଅନନ୍ତ ଜେନ୍‌ସନ୍

ଲିମ୍ବୋ, ଏକ ଭିଡ଼ିଓ ଗେମ୍ । ଏହା ପ୍ଲେ-ଡେଡ୍ ସଂସ୍ଥାଦ୍ୱାରା ସ୍ୱତନ୍ତ୍ର ଭାବରେ ନିର୍ମାଣ କରାଯାଇଥିଲା । ଏହି ଗେମ୍‌ଟି ୨୦୧୦ରେ ମୁକ୍ତିଲାଭ କରିଥିଲା ଏବଂ ତା'ପରଠାରୁ ବିଭିନ୍ନ ଅପରେଟିଂ ସିଷ୍ଟମ୍‌ରେ ଏହା ଉପଲବ୍ଧ । ଲିମ୍ବୋ ଏକ 2D ଗେମ୍, ଯେଉଁଥିରେ ଗୋଟିଏ ପିଲା ତା'ର ଭଉଣୀକୁ ଖୋଜିବାକୁ ଯାଇକି ଏକ ଅଜଣା ଏବଂ ବିପଦପୂର୍ଣ୍ଣ ସ୍ଥାନରେ ଫଶିଯାଏ । ଏହି ଗେମ୍‌ଟିରେ ଥିବା କିଛି ଗୁପ୍ତ ତ‌ଥ୍ୟ ତ‌ଥା କିଛି କଷ୍ଟକର ସ୍ତରକୁ ପାର୍ କରିବାକୁ ପଡ଼ିଥାଏ । ପ୍ଲେ-ଡେଡ୍ "କର ବା ମର" ସୁତ୍ର ଉପରେ ହିଁ ଏହି ଗେମ୍‌ଟି ତିଆରି କରିଛି । ପ୍ରତ୍ୟେକଥର ଏହି ଗେମ୍‌ରେ ଥିବା ପିଲାଟି ମରିଗଲେ, ପୁଣି ପୂର୍ବ ସ୍ତରରୁ ହିଁ ଖେଳ ପୁନଃଆରମ୍ଭ ହୁଏ ।

ଏହି ଗେମ୍‌ଟି କଳା-ଧଳା ଭାବରେ ଦର୍ଶାଯାଇଛି । ଏଥିରେ ବିଜୁଳି ମାରିବାର କିଛି ଦୃଶ୍ୟ ମଧ୍ୟ ରଖାଯାଇଛି ଏବଂ ସମ୍ପୂର୍ଣ୍ଣ ଖେଳଟିକୁ ଡରଭାବ ଦେବାପାଇଁ ମୁଖ୍ୟତଃ ଅଧିକାଂଶ ଜିନିଷ ଅନ୍ଧାର କରାଯାଇଛି ଓ ମିନିମାଲ୍ ଆମ୍ବିଏଣ୍ଟ୍‌ର କିଛି ଶବ୍ଦ ମଧ୍ୟ ବ୍ୟବ‌ହାର କରାଯାଇଛି । ଗେମ୍‌ଟିରେ ଏହିଭଳି ଅନ୍ଧାରିଆ ଦୃଶ୍ୟକୁ ସାମ୍ବାଦିକମାନେ ବ‌ହୁତ ପ୍ରଶଂସା କରିଥିଲେ । ଏହି ଗେମ୍‌ଟିକୁ ସମୀକ୍ଷକାମାନେ କଳାର ଏକ ନିଖୁଣ ନିଦର୍ଶନ ବୋଲି ବର୍ଣ୍ଣନା କରିଥିଲେ । ଏହି ଗେମ୍‌ଟି ଭଲ ସାକାରାତ୍ମକ ସମୀକ୍ଷା ପାଇଥିବାବେଳେ, ଏହାର କାହାଣୀଟିକୁ କିଛି ସମୀକ୍ଷକ ସମାଲୋଚନା କରିଥିଲେ । ଏହି ଗେମ୍‌ରେ ଥିବା କାହାଣୀଟି ସେତେ ଆକର୍ଷଣୀୟ ହୋଇନଥିବା କିଛି ମତ ଦେଇଥିଲେ ଏବଂ କିଛି ଏଥିରେ ବ୍ୟବ‌ହୃତ ପ୍ରଣାଳୀକୁ ନିମ୍ନମାନର ବୋଲି ମତ ରଖିଥିଲେ । ମୁଖ୍ୟତଃ ଏହି ଗେମ୍‌ଟିର ଶେଷକୁ ଅଧିକାଂଶ ପସନ୍ଦ କରିନଥିଲେ । ଅଧିକାଂଶ ସମୀକ୍ଷକଙ୍କର ମୁଖ୍ୟତଃ ଗୋଟିଏ ସମାଲୋଚକ ମତ ଥିଲା କି ଏହି ଗେମ୍‌ଟି ମାତ୍ର ଅଳ୍ପ ସମୟର, ତେଣୁ ଲୋକମାନେ ଏହାକୁ କିଣିବାକୁ ଅଧିକ ବ୍ୟୟ କରିବାକୁ ପସନ୍ଦ କରିବେନି, କିନ୍ତୁ କିଛି ସମୀକ୍ଷକ ଏହାକୁ ଉଚିତ ସମୟର ଗେମ୍ ବୋଲି ବି ମତ ଦେଇଥିଲେ । ଏହି ଗେମ୍‌ଟିର ୨୦୧୦ର ବିକ୍ରି ହୋଇଥିବା ଗେମ୍ ଭିତରେ ୩ୟ ସ୍ଥାନରେ ଥିଲା ଏବଂ ଅନେକ ପୁରସ୍କାର ମଧ୍ୟ ପାଇଥିଲା । କେତେକ ପ୍ରକାଶକ ମଧ୍ୟ ଏହି ଗେମ୍‌ଟିକୁ ଶ୍ରେଷ୍ଠ ଗେମ୍ ପୁରସ୍କାର ଦେଇଥିଲେ । ପ୍ଲେ-ଡେଡ୍‌ର ପରବର୍ତ୍ତୀ ଗେମ୍ ଇନ୍‌ସାଇଡ୍ ୨୦୧୬ରେ ମୁକ୍ତିଲାଭ କରିଥିଲା, ଯାହାର ପୃଷ୍ଠଭୂମି ଲିମ୍ବୋ ଭଳି ହିଁ ଥିଲା ।

ପୃଷ୍ଠଭୂମି[ସମ୍ପାଦନା]

ଏହି ଗେମ୍‌ଟିର ପୃଷ୍ଠଭୂମିରେ ଥିବା ପିଲାଟି ଏକ ଅଜଣା ଜଙ୍ଗଲର ମଧ୍ୟ ଭାଗରେ ଚେତି ଉଠେ, ଯାହାକୁ ନର୍କର ଦ୍ୱାର ଭାଗରେ ଏଥିରେ ବର୍ଣ୍ଣନା କରାଯାଇଛି । ଏହି ଗେମ୍‌ଟିର ନାମକରଣ ଏକ ଲାଟିନ୍ ଶବ୍ଦ ଲିମ୍ବସ୍ରୁ ଆସିଛି, ଯାହାର ଅର୍ଥ ହେଉଛି ଦ୍ୱାର ଅଥବା କୂଳ ।[୧] ତା'ପରେ ସେ ଜଙ୍ଗଲରେ ସେ ତା'ର ଭାଉଣୀକୁ ଖୋଜିବା ପାଇଁ ଆଗକୁ ଆଗକୁ ବଢ଼ିଚାଲେ । ସେ ଚେତାଶୂନ୍ୟ ଥିବାବେଳେ ତା'ର ଭଉଣୀ କେଉଁଆଡ଼େ ହଜିଯାଇଥାଏ । ସେ ତା'କୁ ଖୋଜିବାକୁ ଆଗକୁ ଆଗକୁ ଗଲାପରେ କିଛି ମଣିଷକୁ ଭେଟେ, ଯେଉଁମାନେ ତା'କୁ ଆକ୍ରମଣ କରନ୍ତି କିମ୍ବା ମୃତ୍ଯୁବରଣ କରିସାରିଥାନ୍ତି ।[୨][୩][୪] ତା'ର ଏହି ଯାତ୍ରବେଳେ ତା'ର ଗୋଟିଏ ନାରୀ ଚରିତ୍ର ସ‌ହ ଭେଟ ହୁଏ, ମାତ୍ର ତାକୁ ତା' ପାଖରେ ପ‌ହ‌ଞ୍ଚିବାକୁ ବାରଣ କରାଯାଇଥାଏ ।[୫] ଏହାପରେ ସେ ଜଙ୍ଗଲକୁ ପାର୍ କରି ଏକ ସ‌ହରରେ ଆସି ପ‌ହ‌ଞ୍ଚେ ।[୪] ଏବଂ ଗେମ୍‌ର ଶେଷ ଭାଗରେ ତାକୁ ଗୋଟିଏ କାଚରେ ଘରେ ଭିତରେ ପୁରାଇ ପୁଣି ଜଙ୍ଗଲକୁ ଫିଙ୍ଗିଦିଆଯାଏ । ଏହାପରେ ସେ କିଛି ବାଟ ଚାଲିଲା ପରେ ଗୋଟିଏ ଝିଅ ସ‌ହ ଦେଖାହୁଏ ଏବଂ ଗେମ୍‌ଟି ସମ୍ପୂର୍ଣ୍ଣ ହୁଏ ।[୬][୭]

ଖେଳିବା ପ୍ରଣାଳୀ[ସମ୍ପାଦନା]

ଏହି ଗେମ୍‌ଟିକୁ ଖେଳିବାକୁ ଜଣେ ଖେଳାଳୀକୁ ସେ ପିଲାଟିକୁ ହିଁ ନିଜ ଅନୁସାରେ ଚଲେଇବାକୁ ପଡ଼େ । ଯେହେତୁ ଏହି ଖେଳଟି 2Dରେ ଉପଲବ୍ଦ, ତେଣୁ ପିଲାଟି ବାମକୁ, ଡାହାଣକୁ ଯାଇପାରେ କିଛି ଉପରେକୁ ଡେଇଁପାରେ ଏବଂ ଦରକାରବେଳେ କିଛିବାଟ ଚଢ଼ିପାରେ । ପିଲାଟୀ ମୁଖ୍ୟତଃ ଛୋଟ ସିଡ଼ି, ଦଉଡ଼ି ସାହାଯ୍ୟରେ ଚଢ଼ିପାରେ ଏବଂ ଆବଶ୍ୟକସ୍ଥଳେ କିଛି ଜିନିଷକୁ ଠେଲିପାରେ ଏବଂ ଟାଣିପାରେ । ଏହି ଗେମ୍‌ଟିରେ ଥିବା ଦୃଶ୍ୟଗୁଡ଼ିକ ମୁଖ୍ୟତଃ ଅନ୍ଧାରିଆ ଏବଂ ଗ୍ରେ-ସ୍କେଲ୍ ଗ୍ରାଫିକ୍ସରେ ତିଆରି ହୋଇଛି ଯେଉଁଥିରେ ସମ୍ପୂର୍ଣ୍ଣ ବାତାବରଣ ଏକ ଡରପୂ୍ର୍ଣ୍ଣ କରିବାପାଇଁ ମିନିମାଲିଷ୍ଟ ଆମ୍ବିଏଣ୍ଟ ଶବ୍ଦର ବ୍ୟବ‌ହାର ହୋଇଛି ।[୮][୯] ଏହି ଗେମ୍‌ଟିର ଅନ୍ଧାରିଆ ଦୃଶ୍ୟ ଅଧିକାଂଶ ପରିବେଶର ବାତାବରଣକୁ ଲୁଚାଇଦେଇଥାଏ । ଗେମ୍‌ରେ ଥିବା ଅନ୍ୟ ମଣିଷମାନଙ୍କର ମୃତ୍ୟୁ ନ ହେବା ପର୍ଯ୍ୟନ୍ତ ପିଲାଟିକୁ କେବଳ ଗୋଟିଏ ଦିଗରେ ହିଁ ଗତି କରିବାକୁ ପଡ଼ିଥାଏ ।[୧୦]

ଆଧାର[ସମ୍ପାଦନା]

  1. Alexander, Leigh (18 February 2010). "Road To The IGF: Limbo's Dino Patti". Gamasutra. Retrieved 22 July 2010.
  2. Hatfield, Daemon (2 March 2010). "IGF-Nominated Limbo Headed to XBLA". IGN. Archived from the original on 30 June 2012. Retrieved 21 July 2010.
  3. Gillon, Kieron (22 February 2010). "IGF Factor 2010: Limbo". Rock Paper Shotgun. Retrieved 22 July 2010.
  4. ୪.୦ ୪.୧ Teti, John (19 July 2010). "Limbo". Eurogamer. Retrieved 21 July 2010.
  5. Williams, Christian (26 July 2010). "Limbo". The A.V. Club. Retrieved 29 July 2010.
  6. Kuchera, Ben (29 July 2010). "Limbo's ending: what does it all mean? The many theories". Ars Technica. Retrieved 29 July 2010.
  7. Cowan, Danny (28 July 2010). "Critical Reception: Playdead's Limbo". Gamasutra. Retrieved 29 July 2010.
  8. Miller, Greg (12 March 2010). "GDC 10: Limbo Hands-on". IGN. Archived from the original on 8 August 2012. Retrieved 21 July 2010.
  9. Noble, McKinley (19 July 2010). "Limbo". GamePro. Archived from the original on 21 September 2010. Retrieved 30 August 2010.
  10. Thompsen, Michael (14 September 2010). "How Limbo Came To Life". IGN. Archived from the original on 8 August 2012. Retrieved 19 September 2010.

ବାହାର ଆଧାର[ସମ୍ପାଦନା]