ଲୀଲା ଓମଚେରି

ଉଇକିପିଡ଼ିଆ‌ରୁ
(Leela Omcheryରୁ ଲେଉଟି ଆସିଛି)
ଲୀଲା ଓମଚେରି
Born୧୯୨୯
ଥିରୁବତ୍ତର, କନ୍ୟାକୁମାରୀ, ଭାରତ
Occupation(s)ଗାୟିକା, ସଂଗୀତ ବିଶାରଦ (musicologist), ଲେଖିକା
Spouseଓମଚେରି ଏନ ଏନ ପିଲ୍ଲାଇ
AwardsPadmashri
Kendra Sangeet Natak Academy Award
Marunaadan Malayaali Award
Fellow – Kerala Sangeetha Nataka Akademi
Sangeeta Kulapathi
Sangeet Kovida
Kalaacharya
Sangeeta Sarva Bhouma
Websitehttp://leelaomchery.org

ଲୀଲା ଓମଚେରି (ଇଂରାଜୀ ଭାଷାରେ Leela Omchery) ଜଣେ ଗାୟିକା, ସଂଗୀତ ବିଶାରଦ ଓ ଲେଖିକା ଅଛନ୍ତି । ଶାସ୍ତ୍ରୀୟ ନୃତ୍ୟ ଓ ସଂଗୀତକୁ ତାଙ୍କର ଅବଦାନ ନିମନ୍ତେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରିଛନ୍ତି । [୧]

ଜୀବନର ସ୍ଥୁଳ ବର୍ଣ୍ଣନା[ସମ୍ପାଦନା]

ସନ ୧୯୨୮ରେ ତାମିଲନାଡ଼ୁର କନ୍ୟାକୁମାରୀ ଜିଲ୍ଲାର ଥିରୁବତ୍ତରର "ମଙ୍କୋୟିକ୍କାଲ ଥାରାବଡୁ" ସ୍ଥାନରେ ଲୀଲା ଓମଚେରି‌ ଜନ୍ମ ଗ୍ରହଣ କରିଥିଲେ । ଅଳ୍ପ ବୟସରୁ ଲୀଲା ଓମଚେରି‌ ଓ ତାଙ୍କ କନିଷ୍ଠ ଭାଇ ଓ ଶାସ୍ତ୍ରୀୟ ତ‌ଥା ମାଲ‌ୟାଲମର ପ୍ରଚ୍ଛଦପଟ ଗାୟକ ସ୍ୱର୍ଗୀୟ କମୁକାର ପୁରୁଷୋତ୍ତମନ‌ଙ୍କୁ (Kamukara Purushothaman) ସଙ୍ଗୀତ ଗୁରୁ ଥିରୁବତ୍ତର ଅରୁମୁଘମ ପିଲ୍ଲାଇ ଭାଗବତ୍ତର ସଙ୍ଗୀତ ଶିକ୍ଷା ଦେଇଥିଲେ । [୨] ଏକ ସଙ୍ଗୀତଜ୍ଞ ବଂଶରେ ଜନ୍ମ ଗ୍ରହଣ କରିଥିବାରୁ ସଙ୍ଗୀତର ଦକ୍ଷ ତାଙ୍କର ଜେଜେମା ଓ ମାଆଙ୍କଠାରୁ ସଂଗୀତରେ ଦକ୍ଷତା ହାସଲ କରିବାର ପଥ ପ୍ରଦର୍ଶନ ପାଇଥିଲେ ।

କନ୍ୟାକୁମାରୀରେ (Kanyakumari) ସ୍କୁଲ ଶିକ୍ଷା ପରେ ସେ ଥିରୁବନନ୍ଥପୁରମ (Thiruvananthapuram) ମହିଳା କଲେଜରୁ କର୍ଣ୍ଣାଟକୀ ସଂଗୀତରେ (Carnatic music) ଡିଗ୍ରୀ ହାସଲ କରିବା ପରେ ପଞ୍ଜାବ ବିଶ୍ୱବିଦ୍ୟାଳୟରୁ (Hindustani music) ହିନ୍ଦୁସ୍ଥାନୀ ସଂଗୀତ ଶିକ୍ଷା କରି ଅନ୍ୟ ଏକ ଡିଗ୍ରୀ ଲାଭ କରିଥିଲେ । ତା'ପରେ ସେ ମିରଟ ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ପିଏଚଡି ଲାଭ କରିଥିଲେ ।[୩]

ଓମଚେରୀ ଏନ ଏନ ପିଲ୍ଲାଇଙ୍କୁ ବିବାହ କରି ସେ ଦିଲ୍ଲୀରେ ବାସ କଲେ । ତାଙ୍କର ଦୁଇଟି ପିଲା ଥିଲେ, ଏସ ଡି ଓମଚେରି ଓ ଶାସ୍ତ୍ରୀୟ ନର୍ତ୍ତକୀ ଦୀପ୍ତି ଓମଚେରି ଭଲ୍ଲା ।

ଲୀଲା ଓମଚେରି‌ କେତେକ କ୍ଷୁଦ୍ର ଗଳ୍ପ ମଧ୍ୟ ଲେଖିଥିଲେ ।

ପେଷା[ସମ୍ପାଦନା]

ଅଧୁନା ଥିରୁବନନ୍ଥପୁରମ୍‌ର କମୁକର ସଙ୍ଗୀତ, ନୃତ୍ୟ ଓ ଗବେଷଣା ସ୍କୁଲରେ ଲୀଲା ଓମଚେରି‌ ପ୍ରଫେସର ଅଛନ୍ତି ଓ ଦିଲ୍ଲୀର ତ୍ରିକଲା ଗୁରୁକୁଳମ୍‌ରେ ପ୍ରିନସିପାଲ ଅଛନ୍ତି ।[୪]

ଏକ ଦକ୍ଷିଣ ଭାରତୀୟ ଦକ୍ଷିଣ ଭାରତୀ ସଂସ୍ଥାର ସେ ସଭାପତି ଓ ଦିଲ୍ଲୀରେ ସ୍ୱରଲ୍ୟ ସଂସ୍ଥାର ଉପ ସଭାପତି ଅଛନ୍ତି ।

ଦିଲ୍ଲୀ, କେରଳ, କାଲିକଟ, ବରୋଦା, ନାଳନ୍ଦା ଓ ମୁମ୍ବାଇର ଅନେକ ବିଶ୍ୱବିଦ୍ୟାଳୟରେ ସେ ପିଏଚଡି ଓ ଏମଫିଲ ପାଠର ସୁପରଭାଇଜର ଓ ପଥପ୍ରଦର୍ଶକ ଅଛନ୍ତି । ଏଆଇଆର, ଦୂରଦର୍ଶନ, ଆଇସିସିଆର, ଆଇଜିଏନସିଏ, ଏସଏନଏ ଦିଲ୍ଲୀ, ମିନିଷ୍ଟ୍ରି ଅଫ କଲଚର, ଇଗନୋଉ (IGNOU) ସଂସ୍ଥାମାନଙ୍କର ସିଲେକସନ ବୋର୍ଡ଼ର ସଭ୍ୟ ଅଛନ୍ତି ।

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଫ୍ୟକଲ୍ଟ ଅଫ ମିଉଜିକ ଆଣ୍ଡ ଫାଇନ ଆର୍ଟର କର୍ଣ୍ଣାଟକ ସଙ୍ଗୀତ ବିଭାଗରେ ଆସୋସିଏଟ ପ୍ରଫେସର ଓ ମୂଖ୍ୟ ଥିଲେ (୧୯୬୪-୧୯୯୪) । ଭାରତୀୟ ସଙ୍ଗୀତ ଜର୍ନାଲର ସମ୍ପାଦକୀୟ ବିଭାଗରେ ମଧ୍ୟ ସେ କାମ କରିଥିଲେ (୧୯୭୫–୧୯୯୪) ।

କୃତି[ସମ୍ପାଦନା]

ଇଂରାଜୀ[ସମ୍ପାଦନା]

ତାଙ୍କର ଲିଖିତ ପୁସ୍ତକମାନ:

ଭାରତୀୟ ସଙ୍ଗୀତ ଓ ସମ୍ପର୍କୀୟ କଳା (Indian Music and Allied Arts (୫ ଖଣ୍ଡ), ସନ୍ଦୀପ ପ୍ରକାଶନ, ଦିଲ୍ଲୀ (୧୯୯୦)

ଭାରତୀୟ ସଙ୍ଗୀତର ଚମକ (Gleanings in Indian Music), ସନ୍ଦୀପ ପ୍ରକାଶନ, ଦିଲ୍ଲୀ (୧୯୯୧)

ଭାରତୀୟ ସଙ୍ଗୀତର ଅମର ବ୍ୟକ୍ତି, ଜ୍ଞାନ ବୁକସ, ଦିଲ୍ଲୀ (୧୯୯୮)


ମଲୟାଲମ[ସମ୍ପାଦନା]

ଅଭିନୟ ସଙ୍ଗୀତମ, ଭାଷା ଅନୁଷ୍ଠାନ କେରଳ (୧୯୮୧)

ପାଦଭୁମ ପାଧଭୁମ (Paadavum Padhavum), ଡି.ସି. କୁକସ, କେରଳ

କେରଲାଥିଲେ ଲାସ୍ୟଯ ରଚନାକାଳ (Keralathile Laasya Rachanakal), ଡି.ସି. କୁକସ, କେରଳ (୨୦୦୩)

ଚିନାକ୍କାରା କୂଥୁ ପାଟ୍ଟୁକଲ (Chinakkara Koothu Paattukal), ମୁଦ୍ରା ବୁକସ, ଦିଲ୍ଲୀ (୨୦୦୮)

ଲୀଲା ଓମଚେଇୟୁଡ ପଥଙ୍ଗଲ (Leela Omcheriyude Pathangal), ପୂର୍ଣ୍ଣ ବୁକସ, କେରଳ (୨୦୦୯)

କରୁଣା ଚେଭାନେନ୍ଥୁ ତମସମ କୃଷ୍ଣ (Karuna Cheyvanenthu Thamsam Krishna), ଡି.ସି. କୁକସ, କେରଳ (୨୦୧୧)

ଭେଟ୍ଟମ ମଙ୍ଗିୟା କୋବିଲ ପାଟ୍ଟୁକଲ (Vettam Mangiya Kovil Paattukal), ପୂର୍ଣ୍ଣ ବୁକସ, କେରଳ ।

ଅନ୍ୟାନ୍ୟ ଶୀର୍ଷକ =[ସମ୍ପାଦନା]

  • ଲୀଲାଞ୍ଜଳି (କ୍ଷୁଦ୍ର ଗଳ୍ପ)
  • ଜୀବିତମ (ନାଟକ)
  • ପାରଥିବନ କାନାଭୁ (Parthivan Kanavu) – ତାମିଲରୁ ଅନୁବାଦ
  • କଥା ଭାରତୀ – ତାମିଲରୁ ଅନୁବାଦ
  • ଆହାରଭୁମ ଆରୋଗ୍ୟମ

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ପଦ୍ମଶ୍ରୀ ଭାରତ ସରକାର ୨୦୦୯
  • ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର (Kendra Sangeet Natak Academy Award), କେରଳର ଜନପ୍ରିୟ ଓ ପାରମ୍ପରିକ ସଙ୍ଗୀତକୁ ଅବଦାନ ନିମନ୍ତ, ସନ ୨୦୦୩ ।
  • ମରୁନାଦନ ମଲୟାଲି ପୁରସ୍କାର- ସନ ୨୦୦୧୮ରେ ଦିଲ୍ଲୀରେ ପାରମ୍ପରିକ ସଙ୍ଗୀତ ଓ କଳାର ଅବଦାନ ନିମନ୍ତେ ।
  • ଫେଲୋ – କେରଳ ସଙ୍ଗୀତ ନାଟକ ଏକାଡେମୀ (Kerala Sangeetha Nataka Akademi) - ସନ ୧୯୯୧ ।
  • ସଙ୍ଗୀତ କୁଳପତି - କେରଳର କଳାଦର୍ପଣମ୍ - ସନ ୨୦୦୩ ।
  • ସଙ୍ଗୀତ କୋବିଦ - ଗାୟତ୍ରୀ ଫାଇନ ଆର୍ଟ - ଦିଲ୍ଲୀ ସନ ୨୦୦୩ ।
  • କଳାଚାରି - କେରଳ ମାରାର ମହା ସଭା - ୧୯୯୦
  • ସଙ୍ଗୀତ ସାର୍ବଭୌମ - ଆସ୍ତିକ ସମାଜ, ଦିଲ୍ଲୀ - ସନ ୨୦୦୬ ।
  • ସଙ୍ଗୀତ ଓ ସଂସ୍କୃତିକୁ ସାମୁହିକ ଅବଦାନ ନିମନ୍ତେ ପୁରସ୍କାର - ପଞ୍ଚବାଦ୍ୟ ଟ୍ରଷ୍ଟ, ଦିଲ୍ଲୀ - ସନ ୨୦୦୬ ।
  • ଭାରତୀୟ ଐତିହାସିକ ଗବେଷଣ୍ କାଉନସିଲ, ୟୁନିଭରସିଟି ଗ୍ରାଣ୍ଟସ କମିସନ, ଇନ୍ଦିରା ଗାନ୍ଧୀ କଳା ଓ ସଂସ୍କୃତି କେନ୍ଦ୍ର ଦିଲ୍ଲୀ ଭଳି ଜାତୀୟ ସମ୍ମାନନୀୟ ଅନୁଷ୍ଠାନ ମାନଙ୍କରେ ସିନିଅର ଫେଲୋସିପ/ ଆସୋସିଏଟସିପ ।

ଆଧାର[ସମ୍ପାଦନା]

  1. "Padma Awards" (PDF). Ministry of Home Affairs, Government of India. 2015. Archived from the original (PDF) on 15 November 2014. Retrieved July 21, 2015.
  2. "ଆର୍କାଇଭ୍ କପି". Archived from the original on 2014-05-02. Retrieved 2020-02-07. {{cite web}}: Cite has empty unknown parameter: |1= (help)
  3. "ଆର୍କାଇଭ୍ କପି". Archived from the original on 2015-01-20. Retrieved 2020-02-07. {{cite web}}: Cite has empty unknown parameter: |1= (help)
  4. "ଆର୍କାଇଭ୍ କପି". Archived from the original on 2014-05-20. Retrieved 2020-02-07. {{cite web}}: Cite has empty unknown parameter: |1= (help)