Jump to content

ଲୈଲା ହାସନ

ଉଇକିପିଡ଼ିଆ‌ରୁ
(Laila Hasanରୁ ଲେଉଟି ଆସିଛି)
ଲୈଲା ହାସନ
ଜନ୍ମ୧୯୪୬
ଶିକ୍ଷାଢାକା ବିଶ୍ୱବିଦ୍ୟାଳୟ (ସ୍ନାତକୋତ୍ତର)
ବୃତ୍ତି(ସମୂହ)ନର୍ତ୍ତକୀ
ଅଭିନେତ୍ରୀ
ବୈବାହିକ-ସାଥୀସ୍ୟେଦ ହାସନ ଇମାମ

ଲୈଲା ହାସନ (ଜନ୍ମ: ୧୯୪୬) ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ, ନର୍ତ୍ତକୀ ଓ ନୃତ୍ୟୁଗୁରୁ ।[] କଳା କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ବଙ୍ଗଳାଦେଶ ସରକାର ତାଙ୍କୁ ୨୦୧୦ ମସିହାରେ ଏକୁଶୀ ପଦକ ପ୍ରଦାନ କରିଥିଲେ ।[]

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା

[ସମ୍ପାଦନା]

୧୯୪୬ ମସିହାରେ, ସେ ବ୍ରିଟିଶ ଭାରତରେ ଜନ୍ମଗ୍ରହଣ କରିଥିଲେ । ୧୯୭୦ ମସିହାରେ, ସେ ଢାକା ବିଶ୍ୱବିଦ୍ୟାଳୟରୁ ଦର୍ଶନରେ ସ୍ନାତକୋତ୍ତର କରିଥିଲେ ।[]

ଅଭିନୟ ଜୀବନ ଓ ପେଷା

[ସମ୍ପାଦନା]

ବୁଲବୁଲ ଏକାଡେମୀ ଫର ଫାଇନ ଆର୍ଟସର ମଣିବର୍ଦ୍ଧନ ମହାଶୟ, ଅଜିତ ସାନ୍ୟାଲ, ବାବୁ ରାମ ସିଂହ, ଜିଏ ମନ୍ନାନ ଓ ଶମାର ଭଟ୍ଟାଚାର୍ଯ୍ୟଙ୍କଠାରୁ ସେ ନୃତ୍ୟ ଶିକ୍ଷା ଗ୍ରହଣ କରିଥିଲେ ।[] ୧୯୮୦-୮୫ରେ ସେ ବାଂଲାଦେଶ ଟେଲିଭିଜନରେ ଟିଭି ଶୋ' ରୁମ୍‌ଝୁମ୍‌ର ଉପସ୍ଥାପିକା ଥିଲେ । ରୁମାନା ରସିଦ ଇଶିତା, ତାରିନ ଜାହାଁ, ଶ୍ରାବନ୍ତି, ରିୟା ଓ ରିଚି ସୋଲାଇମାନ ଏହି କାର୍ଯ୍ୟକ୍ରମରେ ତାଙ୍କର ଶିଷ୍ୟା ଥିଲେ ।[]

ସେ ଥିଏଟର, ଟେଲିଭିଜନ ନାଟକ ଓ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।[] ସେ ୧୯୯୦ ମସିହାରେ 'ନଟରାଜ' ନାମକ ଏକ ନୃତ୍ୟ ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ । ୧୯୯୬ ମସିହାରେ ନଟରାଜ ନଇମ ହାସନ ସୁଜାଙ୍କ ସହ ଥିଏଟର, ମଞ୍ଚ ନାଟକ ଆରମ୍ଭ କରିଥିଲେ । ଲୈଲା ହାସନ୍ ନଟରାଜରେ ସଭାପତି ଓ ନଇମ୍ ହାସନ ସୁଜା ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି ।[] ସେ ବଙ୍ଗଳା ଏକାଡେମୀ ଓ ପଶ୍ଚିମବଙ୍ଗ ନୃତ୍ୟ ମହାସଂଘର ଆଜୀବନ ସଦସ୍ୟ ଅଟନ୍ତି । ସେ ଏସିଆଟିକ୍ ସୋସାଇଟିର ସଦସ୍ୟ ଏବଂ ବାଂଲାଦେଶ ନୃତ୍ୟ ଶିଳ୍ପୀ ଶାଙ୍ଗସ୍ଥାର ସଭାପତି ମଧ୍ୟ ଅଟନ୍ତି । ସେ ନୃତ୍ୟ ଉପରେ ଦୁଇଟି ପୁସ୍ତକ ହୃଦୟେ ବାଜେ ନୁପୁର (୧୯୯୬) ଏବଂ ସୌନ୍ଦର୍ଯ୍ୟ ଉପରେ ମୋହନରୂପେ ପ୍ରକାଶ କରିଛନ୍ତି ।[]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ସେ ଅଭିନେତା ହାସନ ଇମାମଙ୍କୁ ବିବାହ କରିଛନ୍ତି ।[] ତାଙ୍କର ୬ ଭାଇ ଭଉଣୀ ଅଛନ୍ତି । ଜଣେ ଭଉଣୀ ଡେଜି ଅହମ୍ମଦ ମଧ୍ୟ ଜଣେ ଅଭିନେତ୍ରୀ ।[]

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]
  • ବଚଶାଶ ପୁରସ୍କାର (୨୦୦୧)
  • କାଜି ମହବୁବ ଉଲ୍ଲାଃ ବେଗମ ଜେବୁନ୍ନେସ୍ସା ଟ୍ରଷ୍ଟ ପୁରସ୍କାର (୨୦୦୧)
  • ଏକୁଶେୟ ପଦକ (୨୦୧୦)
  1. ୧.୦ ୧.୧ ୧.୨ ୧.୩ Zahangir Alom (26 February 2010). "The multi-faceted world of Laila Hasan". The Daily Star.
  2. "Felicitation for Ekushey Padak recipient Laila Hasan". The Daily Star. 6 April 2010.
  3. ୩.୦ ୩.୧ "Through the eyes of Laila Hasan". The Daily Star. 12 August 2017. Retrieved 10 October 2017.
  4. Alom, Zahangir (2010-02-26). "The multi-faceted world of Laila Hasan". The Daily Star (in ଇଂରାଜୀ). Retrieved 2024-10-23.
  5. ୫.୦ ୫.୧ "A tale of two sisters". The Daily Star. 27 February 2015.